କାନରେ ଜମିଥିବା ମଇଳା ସଫା କରିବାର ସହଜ ଉପାୟ ! ଥରଟିଏ ନିଶ୍ଚୟ ପଢନ୍ତୁ…

କାନରେ ଯନ୍ତ୍ରଣା ହେବା ଦ୍ୱାରା ଶୋଇବା କିମ୍ବା ଖାଇବାରେ ବହୁତ ଅସୁବିଧା ହୋଇଥାଏ । କେବଳ ଏତିକି ନୁହେଁ ଅନେକ ଥର ଏହି ଯନ୍ତ୍ରଣା ମୁଣ୍ଡ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଥାଏ । କାନରେ ଯନ୍ତ୍ରଣା ହେବା ମାତ୍ରେ ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ । କାରଣ ଠିକ୍ ସମୟରେ ଚିକିତ୍ସା ନକରିବା ଦ୍ୱାର କାନ ଯନ୍ତ୍ରଣା ସମସ୍ୟା ଆହୁରି ବଢ଼ିଯାଇଥାଏ ଏବଂ ଅନେକ ଥର କାନରୁ ରକ୍ତ ମଧ୍ୟ ଆସି ଯାଇଥାଏ । ଆପଣଙ୍କର କାନ ଯନ୍ତ୍ରଣା ହେଲେ ନିମ୍ନରେ କୁହାଯାଇଥିବା ଘରୋଇ ଉପଚାରକୁ ଆପଣେଇବା ପାଇଁ ଚେଷ୍ଟା କରନ୍ତୁ । ଏହି ଉପାୟ ଗୁଡ଼ିକୁ କରିବା ଦ୍ୱାରା କାନ ଯନ୍ତ୍ରଣା ଠିକ୍ ହୋଇଯିବ ଏବଂ ଯନ୍ତ୍ରଣାରୁ ଆରାମ ମିଳିଯିବ ।\

କାନ ଯନ୍ତ୍ରଣା ହେଲେ କରନ୍ତୁ ଏହି ଘରୋଇ ଉପଚାର ରସୁଣ

ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ, ଯାହା ସଂକ୍ରମଣର ଚିକିତ୍ସା କରିବାରେ ସହାୟକ ସାବ୍ୟସ୍ତ ହୋଇଥାଏ । ଏଥିପାଇଁ କାନରେ ଯନ୍ତ୍ରଣା ହେଲେ ଆପଣ ରସୁଣର ପ୍ରୟୋଗ କରନ୍ତୁ । କାନରେ ଯନ୍ତ୍ରଣା ହେଲେ ପ୍ରତିଦିନ ରସୁଣ ସେବନ କରନ୍ତୁ । ଏହାକୁ ଖାଇବା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଯିବ । ଏହା ବ୍ୟତୀତ ଆପଣ କାନରେ ରସୁଣର ରସ ମଧ୍ୟ ପକାଇ ପାରିବେ । ରସୁଣର ରସ ବାହାର କରିବା ପାଇଁ ଏହାକୁ ଭଲ ଭାବରେ ପେଶି ଦିଅନ୍ତୁ ଏବଂ ଯେଉଁ ରସ ନିର୍ଗତ ହେବ ତାହାକୁ ତୁଳା ସାହାଯ୍ୟରେ କାନରେ ପକାଇ ଦିଅନ୍ତୁ । ଆପଣ ଯଦି ଚାହାଁନ୍ତି ତେବେ ଏହି ରସ ମଧ୍ୟରେ ତେଲ ମଧ୍ୟ ମିଶାଇ ପାରିବେ ।

ସୋରିଷର ତେଲ

ସୋରିଷ ତେଲ ସାହାଯ୍ୟରେ ମଧ୍ୟ ଯନ୍ତ୍ରଣା ଦୂର ହୋଇ ଯାଇଥାଏ । କାନ ଯନ୍ତ୍ରଣା ହେଲେ ସୋରିଷ ତେଲକୁ ଗରମ କରନ୍ତୁ ଏବଂ ସେଥି ମଧ୍ୟରେ ରସୁଣର ଗୋଟିଏ କଢି ପକାଇ ଦିଅନ୍ତୁ । ଏହି ତେଲକୁ ଗରମ କରିବା ପରେ ହାଲ୍କା ଥଣ୍ଡା କରିଦିଅନ୍ତୁ । ତାହା ପରେ ତୁଳା ସାହାଯ୍ୟରେ ଏହାକୁ କାନରେ ପକାନ୍ତୁ । ଦିନରେ ତିନିଥର ଏହି ପ୍ରକ୍ରିୟା କରନ୍ତୁ । କାନର ଯନ୍ତ୍ରଣା ଉଭେଇ ଯିବ ।

ଅଦା

ଅଦା ମଧ୍ୟ କାନ ଯନ୍ତ୍ରଣାକୁ ଦୂର କରିବାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ବାସ୍ତବରେ ଅଦା ଭିତରେ ମଧ୍ୟ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଥାଏ । ଯାହା ଯନ୍ତ୍ରଣାକୁ ଶାନ୍ତ କରି ଦେଇଥାଏ । କାନରେ ଯନ୍ତ୍ରଣାର ଅନୁଭବ ହେବା ଦ୍ୱାରା ଅଦାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହା ପରେ ସୋରିଷ ତେଲକୁ ଗରମ କରି ସେଥି ମଧ୍ୟରେ ଅଦା ପକାଇ ଦିଅନ୍ତୁ । ତେଲ ଗରମ ହେବା ପରେ ଆପଣ ଏହାକୁ ତୁଳା ସାହାଯ୍ୟରେ କାନ ଭିତରକୁ ପକାଇ ଦିଅନ୍ତୁ ଏବଂ କାନ ଉପରେ ତୁଳା ରଖି ଦିଅନ୍ତୁ ।

ବରଫ ଖଣ୍ଡ

ବରଫ ଖଣ୍ଡକୁ ଯନ୍ତ୍ରଣାଦାୟକ କାନରେ ରଖି ଦିଅନ୍ତୁ । ଏହିପରି କରିବା ଦ୍ୱାରା କାନର ଯନ୍ତ୍ରଣା ଦୂର ହୋଇଯିବ। ବରଫ ଖଣ୍ଡ ବଦଳରେ ଆପଣ ଯଦି ଚାହାଁନ୍ତି ତେବେ ଗରମ ପ୍ୟାଡ ମଧ୍ୟ କାନରେ ରଖିପାରିବେ । ଯଦି ଆପଣଙ୍କ ପାଖରେ ଗରମ ପ୍ୟାଡ ନାହିଁ ତେବେ ଆପଣ ଗୋଟିଏ କପଡାକୁ ମଧ୍ୟ ଗରମ କରି କାନ ଉପରେ ରଖିପାରିବେ । ଏହିପରି ଭାବେ ଯଦି ବରଫ ଖଣ୍ଡ ନଥାଏ ତେବେ ଆପଣ ଗୋଟିଏ କପଡା ମଧ୍ୟରେ ବରଫକୁ ବାନ୍ଧି ଦିଅନ୍ତୁ ଏବଂ ଏହାକୁ କାନ ଉପରେ ରଖନ୍ତୁ । ଏହା କରିବା ଦ୍ୱାରା ୧୦ ମିନିଟ୍ ମଧ୍ୟରେ ହିଁ କାନ ଯନ୍ତ୍ରଣାରୁ ଆପଣଙ୍କୁ ଆରାମ ମିଳିଯିବ । ଏହି ପ୍ରକ୍ରିୟାକୁ ଦିନରେ ଚାରିଥର କରନ୍ତୁ ।

ଆପଲ ସାଇଡର ଭିନେଗାର

ଆପଲ ସାଇଡର ଭିନେଗାରକୁ ମଧ୍ୟ କାନରେ ପକାଇବା ଦ୍ୱାରା କାନର ଯନ୍ତ୍ରଣା ଦୂର ହୋଇଯାଇଥାଏ । କାନରେ ଯନ୍ତ୍ରଣା ହେବା ଦ୍ୱାରା ଆପଲ ସାଇଡର ଭିନେଗାର ଏବଂ ପାଣିକୁ ସମାନ ପରିମାଣରେ ନିଅନ୍ତୁ । ଏହା ପରେ ଦୁହିଁଙ୍କୁ ମିଶାଇ ଦିଅନ୍ତୁ ଏବଂ ଏହି ମିଶ୍ରଣର କିଛି ବୁନ୍ଦା କାନରେ ପକାଇ ଦିଅନ୍ତୁ । ଏହା ପରେ ତୁଳା ଗୁଳା ଦ୍ୱାରା କାନକୁ ବନ୍ଦ କରନ୍ତୁ । ଆପଲ ସାଇଡର ଭିନେଗାରର ବ୍ୟବହାର କରିବା ଦ୍ୱାରା କାନର ଯନ୍ତ୍ରଣା ଠିକ୍ ହୋଇ ଯାଇଥାଏ । ଏହା ସହିତ ହିଁ ଯଦି ଯନ୍ତ୍ରଣା ହେତୁ କାନରେ ଫୁଲା ଆସି ଯାଇଥାଏ ତେବେ ଏହା ମଧ୍ୟ ଦୂର ହୋଇଯିବ । ବାସ୍ତବରେ ଏହାର ଜୀବାଣୁ ପ୍ରତିରୋଧ ଗୁଣ ରହିଥାଏ । ଯାହା ଯନ୍ତ୍ରଣା ଦୂର କରିବା ଏବଂ ଫୁଲାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଅଲିଭ ତେଲ

ଅଳ୍ପ ଅଲିଭ ତେଲ ଗରମ କରି ଦିଅନ୍ତୁ । ଏହା ପରେ ତୁଳା ସାହାଯ୍ୟରେ ଅଲିଭ ତେଲ କିଛି ବୁନ୍ଦା କାନରେ ପକାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଯିବ । ତଥାପି ଆପଣ ଏହି କଥାର ଧ୍ୟାନ ରଖନ୍ତୁ କି ଅଧିକ ତେଲ କାନରେ ପକାନ୍ତୁ ନାହିଁ। ଅତ୍ୟଧିକ ତେଲ କାନରେ ପକାଇବା ଦ୍ୱାର ଇୟରଡ୍ରମକୁ କ୍ଷତି ପହଞ୍ଚାଇ ପାରିବ । ଯଦି ଆପଣ ଚାହାଁନ୍ତି ତେବେ ଅଲିଭ ତେଲ ଭିତରେ ରସୁଣ ଏବଂ ଅଦା ମଧ୍ୟ ପକାଇ ପାରିବେ ।

ତୁଳା ଦ୍ୱାରା କାନ ସଫା କରନ୍ତୁ

ଅନେକ ଥର, କାନ ସଫା ନକରିବା ଦ୍ୱାରା ମଧ୍ୟ ଏଥିରେ ଯନ୍ତ୍ରଣାର ଅଭିଯୋଗ ହୋଇ ଯାଇଥାଏ । ଏଥିପାଇଁ ଆପଣ ନିଜ କାନକୁ ତୁଳା ସାହାଯ୍ୟରେ ନିଶ୍ଚିତ ଭାବେ କାନ ସଫା କରନ୍ତୁ । ଯାହାଫଳରେ ଭିତର ମଇଳା ହେତୁ ସେଥିରେ ଯନ୍ତ୍ରଣା ହୁଏ ତେବେ ତାହା ଦୂର ହୋଇ ଯାଇଥାଏ ।

ଉପରେ କୁହାଯାଇଥିବା ସମସ୍ତ ଟିପ୍ସ ପ୍ରଭାବଶାଳୀ ଅଟେ, ତେଣୁ ଆପଣ ସେଗୁଡିକ ନିଶ୍ଚିତ ଭାବେ କରନ୍ତୁ । ଏମାନଙ୍କ ସାହାଯ୍ୟ ଦ୍ୱାରା ହିଁ କାନରେ ହେଉଥିବା ଯନ୍ତ୍ରଣା ଦୂର ହୋଇଯିବ । ତେଣେ ଏହି ଟିପ୍ସ ପରେ ମଧ୍ୟ ଯଦି ଆପଣଙ୍କୁ ଆରାମ ମିଳି ନଥାଏ । ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଥି ସହ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ କି ଆପଣ ଛୋଟ ପିଲାମାନଙ୍କ ଉପରେ ଏହି ରେସିପି ଚେଷ୍ଟା କରନ୍ତୁ ନାହିଁ। ଯଦି ଛୋଟ ପିଲାମାନଙ୍କୁ ଯଦି କାନରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଆପଣ ସେମାନଙ୍କ ଚିକିତ୍ସା କେବଳ ଡାକ୍ତରଙ୍କ ଦ୍ୱାରା ହିଁ କରାନ୍ତୁ ।

Be the first to comment

Leave a Reply

Your email address will not be published.


*