ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ AIIMS ଟିମ୍ କହିଲା : ଏହି ଦୁଇଟି କାରଣରୁ ସ୍ଵଷ୍ଟ ଜଣାପଡିଲା ସୁଶାନ୍ତଙ୍କ ମୃତ୍ୟୁ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ AIIMS ଟିମ୍ କହିଲା : ଏହି ଦୁଇଟି କାରଣରୁ ସ୍ଵଷ୍ଟ ଜଣାପଡିଲା ସୁଶାନ୍ତଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ଅଟେ !

ନୂଆଦିଲ୍ଲୀ,୫/୧୦: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଫରେନସିକ୍ ଟିମ୍ ସିବିଆଇ (ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍)କୁ ଏହାର ଫାଇନାଲ ରିପୋର୍ଟ ଦେଇଛି । ଏଆଇଆଇଏମ୍ଏସ୍ ଫୋରେନସିକ୍ ଏକ୍ସପଟ୍ ଟିମ୍; ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଘୋଷଣା କରିଛନ୍ତି । ଏଥିସହ ସୁଶାନ୍ତ ସିଂ କାହିଁକି ଆତ୍ମହତ୍ୟା କଲେ, ଏହି ରହସ୍ୟରୁ ପରଦା ଉଠିବା ଏବେ କଠିନ ହୋଇପାରେ । ଅନ୍ୟପକ୍ଷରେ ଏମ୍ସ ରିପୋର୍ଟରେ ମୁମ୍ବାଇ ପୋଲିସ କହିଛି ଏହାର ଅର୍ଥ ଆମର ଅନୁସନ୍ଧାନ ଠିକ ଥିଲା । ହତ୍ୟା ଘଟଣାକୁ ଅସ୍ୱୀକାର କରିବା ପଛରେ ଦୁଇଟି କାରଣ ରହିଛି । ପ୍ରଥମ ଭିସେରା ଅନୁସନ୍ଧାନରେ ପ୍ରମାଣ ମିଳିଲା ନାହିଁ ଏବଂ ଦ୍ୱିତୀୟରେ ସୁଶାନ୍ତଙ୍କ ଗଳା ଚାପି ହୋଇନଥିଲା ।

ସୂଚନାଯୋଗ୍ୟ, ଏମ୍ସର ଫୋରେନସିକ୍ ଟିମ୍ ଏହାର ରିପୋର୍ଟରେ କହିଛନ୍ତି ଯେ ପରିସ୍ଥିତି ପ୍ରମାଣରେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ମିଳିନାହିଁ । ଗଳା ଚିପିବା କିମ୍ବା ମାରପିଟ ଚିହ୍ନ ମଧ୍ୟ ମିଳିନାହିଁ । ତାଙ୍କ ବେକରେ ଥିବା ଦାଗ ଫାଶୀ ଯୋଗୁଁ ହୋଇଥିଲା । ଏଥିସହ ଭିସେରା ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସୁଶାନ୍ତଙ୍କ ଶରୀରରେ ବିଷ ମଧ୍ୟ ମିଳିନଥିଲା । ଏହି ଦୁଇଟି ଯୁକ୍ତି ଥିଲା ଯାହା ଆଧାରରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଇପାରେ । ତେବେ ଏହାର ଅନୁସନ୍ଧାନର ଶେଷ ଫଳାଫଳ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପ୍ରକାଶ କରିବ । ସୂଚନା ଅନୁଯାୟୀ, ଏମ୍ସ ଫୋରେନସିକ୍ ବିଭାଗର ଅଧ୍ୟକ୍ଷ ଡକ୍ଟର ସୁଧୀର ଗୁପ୍ତା କହିଛନ୍ତି, ଫୋରେନସିକ୍ ଟିମ୍ ଏହାର ତଦନ୍ତ ଶେଷ କରିଛି ଏବଂ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡିଛି । ଏହିପରି ଏମ୍ସ ମୁମ୍ବାଇ ଡାକ୍ତରଖାନାର ପୋଷ୍ଟମର୍ଟମ ରିପୋର୍ଟକୁ ଯଥାର୍ଥ ବୋଲି କହିଛି । ଯଦିଓ ଏମ୍ସର ଫୋରେନସିକ୍ ଟିମ୍ ଏହି ବିଷୟରେ ବିସ୍ତୃତ ସୂଚନା ଦେବାକୁ ପ୍ରସ୍ତୁତ ନୁହନ୍ତି ।

ଏହାପୂର୍ବରୁ ସେପ୍ଟେମ୍ବର ୨୮ରେ ଏମ୍ସ ଫୋରେନସିକ୍ ଡାକ୍ତର ଏବଂ ସିବିଆଇ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍ସ ପୋଷ୍ଟମର୍ଟମ ବିଶ୍ଳେଷଣ ଏବଂ ଭିସେରା ପରୀକ୍ଷଣ ରିପୋର୍ଟ ସିବିଆଇକୁ ଦାଖଲ କରିଥିଲା । ଏହି ରିପୋର୍ଟରେ ବିଷ ଥିବାର ଉଲ୍ଲେଖ ହୋଇନାହିଁ । ସେତେବେଳେ ଡକ୍ଟର ସୁଧୀର ଗୁପ୍ତା କହିଥିଲେ ଏମ୍ସ ଏବଂ ସିବିଆଇର ଫୋରେନସିକ୍ ଟିମ୍ ପରସ୍ପରର ଅନୁସନ୍ଧାନ ଫଳାଫଳ ସହ ବହୁ ସହମତ ଅଟନ୍ତି, କିନ୍ତୁ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ କିଛି ଆଇନଗତ ଦିଗକୁ ବିଚାର କରାଯିବା ଆବଶ୍ୟକ । ସେହି ଦିନ ସିବିଆଇ ପ୍ରଥମ ଥର ପାଇଁ ଏକ ବିବୃତ୍ତି ଜାରି କରି କହିଛି, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଉପଯୁକ୍ତ ତଦନ୍ତ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା କୌଣସି ଦିଗକୁ ଏଡାଇ ଦିଆଯାଇପାରିବ ନାହିଁ ।

ଫୋରେନସିକ୍ ଏକ୍ସପଟ୍ ଟିମ୍; ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଘୋଷଣା କରିବା ପରେ ସୁଶାନ୍ତଙ୍କ ପ୍ରଶଂସକ ଏବଂ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଙ୍କି ମରୁଛି ଯେ, ଯଦି ସୁଶାନ୍ତକୁ କେହି ହତ୍ୟା କରିନାହାନ୍ତି, ତେବେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବାର କାରଣ କଣ ହୋଇପାରେ ? ସମ୍ଭବତଃ ଏହି ପ୍ରଶ୍ନର ଉତ୍ତର କେବଳ ସୁଶାନ୍ତଙ୍କ ପ୍ରେମିକ ରିୟା ଚକ୍ରବର୍ତ୍ତୀ ହିଁ ଦେଇପାରିବେ ।

Be the first to comment

Leave a Reply

Your email address will not be published.


*