ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ଦେହାନ୍ତ !

ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ଦେହାନ୍ତ !

୨୦୨୦ ମସିହା ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ପାଇଁ ଅତ୍ୟନ୍ତ ଦୁଃଖଦ ସମୟ ଅଟେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଷ୍ଟାରଙ୍କ ଦେହାନ୍ତ ହେବାର ଖବର ସାମ୍ନାକୁ ଆସୁଛି । ଗତ କିଛି ମାସ ମଧ୍ୟରେ ଅନେକ ବଲିଉଡ ଷ୍ଟାର ଦୁନିଆରୁ ବିଦାୟ ନେଇଛନ୍ତି । ବର୍ତ୍ତମାନର ସୂଚନା ଅନୁସାରେ, ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ଗତ ଶୁକ୍ରବାର ଦିନ ଦେହାନ୍ତ ହୋଇଛି ।

ମିଷ୍ଟି ବେଙ୍ଗଲୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨ ଅକ୍ଟୋବରରେ କିଡନୀ ଫେଲ ହେତୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ ଅନିୟମିତତା ଡାଏଟ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଆଜି ଅର୍ଥାତ ଶନିବାର ଦିନ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର ମଧ୍ୟ ଶେଷ ହୋଇଛି । ତାଙ୍କ ପରିବାରରେ ଭାଇ ଏବଂ ମା ଅଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ମିଷ୍ଟିର ଘନିଷ୍ଠ ବନ୍ଧୁ ରାଜୁ କରିଆ କହିଛନ୍ତି ଯେ, “ମୋର ଏବଂ ତାଙ୍କର ୧୦ବର୍ଷ ଧରି ବହୁତ ଭଲ ବନ୍ଧୁତା ଥିଲା । ନିକଟରେ ଆମେ ଏକ ପାର୍ଟି ସମୟରେ ଦେଖା ହୋଇଥିଲୁ । ସେତେବେଳେ ସେ ମୋତେ କହିଥିଲେ ଯେ ୨୦୨୦ ମସିହାର ପରବର୍ତ୍ତୀ ସମୟ ଆମେ କିଛି ହଙ୍ଗମା କରିବା । ମୁଁ ଜାଣି ନଥିଲି ଯେ, ସେ ଏତେ ବଡ ହଙ୍ଗମା କରି ଚାଲିଯିବେ ।”

ଆପଣଙ୍କୁ ପୁନଶ୍ଚ ଜଣାଇ ଦେଉଛୁ ଯେ, ଅଭିନେତ୍ରୀଙ୍କ ପରିବାରରେ କେବଳ ତାଙ୍କ ଭାଇ ଓ ମାଆ ଅଛନ୍ତି । ଯେଉଁମାନେ ଶନିବାର ସକାଳେ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର ଶେଷ କରିଥିଲେ । ୨୦୨୦ ମସିହାରେ ବଲିଉଡର ଅନେକ ବଡ ତାରକା ଚିରଦିନ ପାଇଁ ଧରାପୃଷ୍ଟରୁ ବିଦାୟ ନେଇଯାଇଛନ୍ତି । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ, ଇରଫାନ୍ ଖାନ୍, ଋଷି କାପୂର ନାମ ଅନ୍ତର୍ଭୁକ୍ତ ରହିଛି ।

Be the first to comment

Leave a Reply

Your email address will not be published.


*