ଆଲିଆଙ୍କୁ ବୋହୂ କରିବାକୁ ଚାହୁଁନଥିଲେ ରିଷି, ଏହି ଅଭିନେତ୍ରୀଙ୍କ ସହ କରିବାକୁ ଚାହୁଁଥିଲେ ପୁଅ ରଣବୀରଙ୍କ ବିବାହ !

ବଲିଉଡ ଅଭିନେତା ରଣବୀର କପୁର ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି । ରଣବୀରଙ୍କର ଏହା ହେଉଛି ପ୍ରଥମ ଜନ୍ମଦିନ ଯାହାକୁ ସେ ତାଙ୍କ ପିତା ରିଷି କପୁରଙ୍କ ଅନୁପସ୍ଥିତିରେ ପାଳନ କରୁଛନ୍ତି । ରଣବୀରଙ୍କ ଏହି ଖାସ୍ ଅବସରରେ ତାଙ୍କ ପରିବାର ରିଷିଙ୍କୁ ନିଶ୍ଚିତ ଭାବେ ସ୍ମରଣ କରିବେ । କିନ୍ତୁ ଏହି ବିଶେଷ ଦିନକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ରଣବୀରଙ୍କ ବାନ୍ଧବୀ ଆଲିଆ ଭଟ୍ଟ କୌଣସି ସୁଯୋଗକୁ ହାତ ଛଡ଼ା କରିନାହାଁନ୍ତି । ଯଦିଓ ରିଷି କପୁର ବୋହୂ ଭାବରେ ଆଲିଆଙ୍କୁ ପସନ୍ଦ କରୁନଥିଲେ, କିନ୍ତୁ ପୁଅର ଖୁସି ଆଗରେ ଏହିପରି କିଏ ଅବା ଅରାଜି ହୁଅନ୍ତି । ଯଦିଓ ଋଷି କପୁରଙ୍କ ନିଜ ପୁଅର ବିବାହକୁ ନେଇ ଅନେକ ଆଶା ଆକାଂକ୍ଷା ଥିଲା, କିନ୍ତୁ ତାଙ୍କର ସ୍ୱପ୍ନ ସାକାର ହୋଇପାରିଲା ନାହିଁ ଏବଂ ଚଳିତ ବର୍ଷ ସେ ସମଗ୍ର ଦୁନିଆକୁ ଅଲବିଦା ଜଣାଇ ଆର ପାରିକୁ ଚାଲିଗଲେ ।

ରିଷି କପୁରଙ୍କ ଅଧୁରା ସ୍ୱପ୍ନ

ରିଷି କପୁର ନିଜ ପୁଅର ବିବାହକୁ ନେଇ ଏତେ ମାତ୍ରାରେ ଉତ୍ସାହିତ ଥିଲେ କି ଟ୍ୱିଟରରେ ସେ ପୁଅ ବିବାହର ଇଚ୍ଛାକୁ ପ୍ରକାଶ କରିଥିଲେ ଏବଂ ପରାମର୍ଶ ଦେଇଥିଲେ । କିନ୍ତୁ ରିଷି ପୁଅ ରଣବୀରଙ୍କ ବିବାହ ଆଲିଆଙ୍କ ସହିତ ନୁହେଁ ବରଂ ଅନ୍ୟ କାହା ସହିତ କରିବାକୁ ଚାହୁଁଥିଲେ । ଯଦିଓ ଆଲିଆ ଭଟ୍ଟ କପୁର ପରିବାରର ବହୁତ ନିକଟତର ଅଟନ୍ତି ଏବଂ ପ୍ରତ୍ୟେକ ସମୟରେ ସେ ପରିବାର ସହିତ ନଜର ଆସିଥାନ୍ତି । ତାହା ସୁଖର ମୁହୂର୍ତ୍ତ ହେଉ କିମ୍ବା ଦୁଃଖର ମୁହୂର୍ତ୍ତ । ଆଲିଆ ପ୍ରତ୍ୟେକ ସମୟରେ କେବଳ ରଣବୀର କପୁର ହିଁ ନୁହଁନ୍ତି ବରଂ ସମଗ୍ର ପରିବାରର ସାଥ୍ ଦେଇଛନ୍ତି । ଏଥିରୁ ଆଶା ପ୍ରକଟ କରାଯାଇ ପାରେ କି ଆଲିଆ ବହୁତ ଶୀଘ୍ର କପୁର ପରିବାରର ବୋହୂ ହେବାକୁ ଯାଉଛନ୍ତି ।

ବୋହୂ ଭାବରେ କିଏ ପ୍ରଥମ ପସନ୍ଦ ଥିଲେ

ବାସ୍ତବରେ ରିଷି କପୁର ୨୦୧୮ ମସିହାରେ ଗୋଟିଏ ଫୋଟୋ ସହିତ ଟ୍ୱିଟ୍ କରିଥିଲେ । ଏହି ଟ୍ୱିଟରେ ସେ ରଣବୀରଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ଏବଂ ବୋହୂ ରୂପରେ ନିଜର ପସନ୍ଦ ବିଷୟରେ କହିଥିଲେ । ରିଷି ଟ୍ୱିଟରେ ଲେଖିଥିଲେ, ”ଉତ୍ତମ ବନ୍ଧୁ, କିପରି ହେବ ଯଦି ତୁମେ ଦୁହେଁ ବର୍ତ୍ତମାନ ବିବାହ କର ?”

ଏହି କ୍ୟାପସନ ସହିତ ରିଷି ରଣବୀର କପୁର ଏବଂ ଆୟାନ ମୁଖାର୍ଜୀଙ୍କ ଏକାଠି ବସିଥିବା ଫୋଟୋ ସେୟାର କରିଥିଲେ । ଯଦିଓ ଏହି ଟ୍ୱିଟକୁ ଥଟ୍ଟା ଭାବରେ ନିଆଯାଇଥିଲା, କିନ୍ତୁ ଟ୍ୱିଟ୍ କରିବାର ବାହାନାରେ ସେ ପୁଅକୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ।

ଜ୍ଞାତ ଅଛି କି ରଣବୀର ଏବଂ ଆୟାନ ପିଲାଦିନର ଅତି ଘନିଷ୍ଠ ବନ୍ଧୁ ଅଟନ୍ତି ଏବଂ ଅନେକ ସମୟରେ ଦୁହେଁ ଏକାଠି ନଜର ଆସିଥାନ୍ତି । ବର୍ତ୍ତମାନ ସେମାନଙ୍କ ଦଳରେ ଆଲିଆ ମଧ୍ୟ ସାମିଲ ହୋଇସାରିଛନ୍ତି ।

ଏହି ସମୟରେ ପ୍ରଶଂସକମାନଙ୍କୁ ବହୁତ ଶୀଘ୍ର ଖୁସି ଖବରର ଅପେକ୍ଷା ଅଛି କାରଣ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ବଢୁଥିବା ଘନିଷ୍ଠତା ବର୍ତ୍ତମାନ ଏହା ସୂଚାଉଛି କି ବହୁତ ଶୀଘ୍ର ସେମାନଙ୍କ ସମ୍ପର୍କ ମଣ୍ଡପରେ ପହଞ୍ଚିବ, କିନ୍ତୁ କେବେ ଏହି ବିଷୟରେ କିଛି କହିବା କଷ୍ଟକର ଅଟେ ।

Be the first to comment

Leave a Reply

Your email address will not be published.


*