୫ ଘଣ୍ଟାରେ ୩ ଥର କାନ୍ଦିଲେ ଦୀପିକା, ହେଲେ କାହିଁକି…?

ମୁମ୍ବାଇ,୨୭/୯: “ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଛନ୍ତି” । ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ବେଳେ ବି-ଟାଉନ୍ ସହ ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିଛି । ତେଣୁ ଆକ୍ଟିଭ ହୋଇଛି, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଏହି ପରିପ୍ରେକ୍ଷୀରେ ବଲିଉଡର ୩ ଅଭିନେତ୍ରୀଙ୍କ ପାଇଁ ଖୁବ୍ ଯନ୍ତ୍ରଣାଦାୟକ ଥିଲା ଶନିବାର । ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପୂରା ଆକ୍ସନ ମୋଡରେ ଥିବାବେଳେ ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ପଚରାଉଚରା କରିଛି । ଅନ୍ୟପକ୍ଷରେ ଦୀପିକା, ସାରା ଓ ରକୁଲଙ୍କ ମୋବାଇଲକୁ ମଧ୍ୟ ଜବତ କରାଯାଇଛି । ଏହା ଭିତରେ ଏବେ ପୁଣି ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ପଚରାଉଚରା ସମୟରେ ଦୀପିକା ପାଦୁକୋନ୍ ୫ ଘଣ୍ଟାରେ ୩ ଥର କାନ୍ଦିଥିବା ଜଣାପଡିଛି ।

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ କାରବାରର ପରଦା ଫାର୍ଶ ହେବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା । ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିବା ପରେ ରିୟା ବଲିଉଡର ୮୦ ପ୍ରତିଶତ ଲୋକ ଏହି ଡ୍ରଗ୍ସ ସେବନରେ ଅନ୍ତର୍ଭୁକ୍ତ ଥିବା କଥା କହିଛନ୍ତି ଏବଂ ବଲିଉଡର କେତେକ ପ୍ରସିଦ୍ଧ କଳାକାରଙ୍କ ନାମ ମଧ୍ୟ କହିଥିଲେ । ସେଥିମଧ୍ୟରୁ ଦୀପିକା ପାଦୁକୋନ, ସାରା ଅଲି ଖାନ ଏବଂ ରାକୁଲ ପ୍ରୀତ ସିଂଙ୍କ ଭଳି ତାରକାଙ୍କ ନାମ ରଖିଥିଲେ । ଶନିବାର ଦିନ ଦୀପିକା ପାଦୁକୋନଙ୍କୁ ଏନସିବିର ୫ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି (SIT) ଦଳ ପ୍ରାୟ ସାଢେ ପାଞ୍ଚ ଘଣ୍ଟା ଧରି ପଚରାଉଚରା କରିଥିଲେ । ଏହି ସମୟକାଳ ମଧ୍ୟରେ ଏନସିବି ଦୀପିକା, ସାରା ଏବଂ ରାକୁଲଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଏନସିବି ଦୀପିକାଙ୍କୁ ପଚରାଉଚରା କରିବା ସମୟରେ ୩ଥର ସେ ଭାଙ୍ଗି ପଡିଥିଲେ । ଏହାସହ ସେ କାନ୍ଦିବାକୁ ଲାଗିଥିଲେ । ଏହା ଦେଖି ଏନସିବି ଅଫିସର ତାଙ୍କୁ ଇମୋସନାଲ କାର୍ଡ ନ ଖେଳିବାକୁ ପରାମର୍ଶ ଦେଇଥିଲେ । ଏପରିକି ଏନସିବିର ଜଣେ ଅଧିକାରୀ ହାତ ଯୋଡି ଦୀପିକାଙ୍କୁ କାନ୍ଦିବା ବଦଳରେ ସତ କହିବାକୁ କହିଥିଲେ ।

ଅପରପକ୍ଷରେ ଏନସିବି ଦୀପିକାଙ୍କ ମୋବାଇଲ ଜବତ କରିଛି । ଏବେ ଏନସିବି ସେହି ଦିଗରେ ଆଗକୁ ବଢିବ ବୋଲି ଜଣାପଡ଼ିଛି । ଦୀପିକାଙ୍କ ଫୋନକୁ ଯାଞ୍ଚ କରି ତାଙ୍କର କୌଣସି ଡ୍ରଗ୍ସ ପେଡଲରଙ୍କ ସହ କିଛି କନେକ୍ସନ ରହିଛି କି ନାହିଁ ତାହା ଜାଣିବାକୁ ଉଦ୍ୟମ କରାଯାଉଛି । ପଚରାଉଚରା ତାଙ୍କର କୌଣସି ଡ୍ରଗ୍ସ ପେଡଲରଙ୍କ ସହ କନେକ୍ସନ ଥିଲା କି ନାହିଁ ଜାଣିବା ପାଇଁ ଉଦ୍ୟମ ହୋଇଥିଲା । ହେଲେ ଦୀପିକା ସମ୍ପୂର୍ଣ୍ଣ ଭାବରେ ଏହାକୁ ଖଣ୍ଡନ କରିଥିଲେ । ଏଥିସହ ସେ ଡ୍ରଗ୍ସ କେବେ ନେଇ ନ ଥିବା କଥା ମଧ୍ୟ କହିଥିଲେ । ମାତ୍ର ଡ୍ରଗ୍ସ ଚାଟ୍ ହୋଇଥିବା ଗ୍ରୁପରେ ସେ ଥିଲେ ବୋଲି ସ୍ଵୀକାର କରିଥିଲେ ।

Be the first to comment

Leave a Reply

Your email address will not be published.


*