ଆସିଲା ଫରେନସିକ୍ ରିପୋର୍ଟ: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ହେଲା ବଡ଼ ଖୁଲାସା !

ମୁମ୍ବାଇ,୩/୧୦: ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ୩ ମାସ ବିତିଲାଣି । ହେଲେ ତାଙ୍କ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଦେଶର ତିନୋଟି ବୃହତ୍ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରି ନାହିଁ । ଏହା ମଧ୍ୟରେ ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟକୁ ନେଇ ଆଲୋଚନା ଜୋର୍ ଧରିଛି । ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ସ୍ପଷ୍ଟ ହୋଇଛି ।

ଫରେନସିକ୍ ରିପୋର୍ଟ ଅନୁସାରେ, ଯେମିତି ଭାବେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି, ତାହା ତାଙ୍କୁ ହତ୍ୟା ଉଦ୍ୟମ କରାଯାଇ ନ ଥିବାକୁ ଦର୍ଶାଉଛି । ତେଣୁ ସେ ଆତ୍ମହତ୍ୟା କରିଥିବା ଏକପ୍ରକାର ନିଶ୍ଚିତ ହୋଇଛି । ସୋମବାର ଏମ୍ସ ଡାକ୍ତରୀ ଦଳ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ୍ ଦ୍ୱାରା ଦିଆଯାଇଥିବା ତଥ୍ୟ ସହ ମେଳ କରି ସିବିଆଇକୁ ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ଏମ୍ସର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ଏବେ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି । ସୁଶାନ୍ତ ଆତ୍ମହତ୍ୟା ଯଦି କରିଥିଲେ, ତା’ହେଲେ ଏହା ପଛରେ କାରଣ କ’ଣ ଥିଲା ? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ପ୍ରବର୍ତ୍ତାଇଥିଲେ କି ? ଏସବୁ ପ୍ରଶ୍ନର ଏବେ ଉତ୍ତର ଖୋଜିବ ସିବିଆଇ ।

ସେପଟେ ସୁଶାନ୍ତଙ୍କର ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହାର ତଦନ୍ତ ଚାଲିଛି । ଏହି ମାମଲାରେ ଅଦ୍ୟାବଧି ସିବିଆଇ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜେରା କରିସାରିଛି ।

Be the first to comment

Leave a Reply

Your email address will not be published.


*