ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ ଏହି ୧୬ ବର୍ଷୀୟ କିଶୋରୀ !

ନୂଆଦିଲ୍ଲୀ,୭/୧୦: ‘ନାୟକ୍’ ନୁହେଁ ଏ ‘ନାୟିକା’। ବଲିଉଡ ଫିଲ୍ମ ‘ନାୟକ୍’ରେ ଅନିଲ୍ କପୁର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିରେ ଅମରେଶ ପୁରୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ନିଜର କ୍ଷମତା ଏବଂ ଅଧିକାର ବଳରେ ଅନିଲ କପୁରଙ୍କ ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିଲେ। ଏହି ସ୍ଵଳ୍ପ ସମୟରେ ଅନିଲ୍ କପୁର ଅନେକ ନିଷ୍ପତ୍ତି ନେଇ ମୁମ୍ବାଇ ସହରରେ ଥିବା ଅନେକ ଅବ୍ୟବସ୍ଥାକୁ ବ୍ୟବସ୍ଥିତ କରିଥିଲେ। ଏହା ଫିଲ୍ମରେ ଦେଖିବାକୁ ମିଳିଥିଲା। ମାତ୍ର ନିକଟରେ ଫିନଲାଣ୍ଡରେ ଏହି ଧରଣର ଘଟଣା ଦେଖିବାକୁ ମିଳିଛି।

ଏଏଫପିର ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ବୁଧବାର ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ନିଜର କ୍ଷମତା ହସ୍ତାନ୍ତର କରିଥିଲେ। କହିବାକୁ ଗଲେ ମାରିନ ଜଣେ କିଶୋରୀଙ୍କୁ ଗୋଟିଏ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ କରିଥିଲେ।

ଯୁବତୀ ଜଣକ ଦକ୍ଷିଣ ଫିନଲାଣ୍ଡର ଭାସ୍କି ଅଞ୍ଚଳର ଆଭା ମୁର୍ଟୋ। ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ସେ ନ୍ୟାୟ କୁଳପତିଙ୍କ ସହ ସାକ୍ଷାତ କରିଥିଲେ। ଏହା ପରେ ସଂସଦର ପାହାଚରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଆଜିର ଦିନଟି ତାଙ୍କ ପାଇଁ ରୋମାଞ୍ଚକର ଦିନ। ସେ ମହିଳା ସଶକ୍ତିକରଣ ଉପରେ ଜୋର ଦେଇଥିଲେ।

ସୂଚନା ଅନୁଯାୟୀ, ଆଭା ଜଳବାୟୁ ପରିବର୍ତ୍ତନ ଏବଂ ମାନବାଧିକାର ପ୍ରସଙ୍ଗରେ ଏକ ସକ୍ରିୟ ପ୍ରଚାରକ ଅଟନ୍ତି। ବୁଧବାର ସେ ବିକାଶ ଓ ବୈଦେଶିକ କାରବାର ପାଇଁ ଅନେକ ସାଂସଦ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, “ଆମକୁ ଏହା ଅନୁଭବ କରିବାର ଆବଶ୍ୟକତା ରହିଛି ଯେ ସମାଜରେ ମହିଳା କେତେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏବଂ ସେମାନେ ଅଦୌଗିକି କ୍ଷେତ୍ରରେ ପୁରୁଷଙ୍କଠୁ ମଧ୍ୟ ଉନ୍ନତ। ମୋତେ ଲାଗୁଛି ଯୁବକମାନେ ବୟସ୍କମାନଙ୍କୁ ଅଧିକ ଅଭିନବ ହେବା ଏବଂ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରିବାକୁ ଶିକ୍ଷା ଦେଇପାରନ୍ତି।”

ତେବେ କହିବାକୁ ଗାଲେ ‘ପିଏମ ପାଇଁ ଗୋଟିଏ ଦିନ’ ପଦକ୍ଷେପ ଏକ ବିଶ୍ୱସ୍ତରୀୟ ‘ବାଳିକା ଟେକ୍ଅଭର’ ଅଭିଯାନର ଅଂଶ। ଶିଶୁ ଅଧିକାର ଚାରିଟି ପ୍ଲାନ ଇଣ୍ଟରନ୍ୟାସନାଲ ଦ୍ୱାରା ଏହା ସଞ୍ଚାଳିତ ହେଉଛି। ବୈଷୟିକ ଶିଳ୍ପରେ ବାଳିକାମାନଙ୍କ ଡିଜିଟାଲ୍ ଦକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମହିଳାମାନଙ୍କ ଅନଲାଇନ୍ ନିର୍ଯ୍ୟାତନା ସମସ୍ୟାକୁ ଲୋକଲୋଚନକୁ ଆଣିବା ଏହି ସଂଗଠନ ଲକ୍ଷ୍ୟ। ଅନ୍ୟପକ୍ଷରେ ଫିଲିପାଇନ୍ସ, ନେଦରଲାଣ୍ଡ, ଗ୍ଵାଟେମାଲା ଓ ଏଲ ସାଲଭାଡୋର ପରି ଦେଶରେ ଫେସବୁକ, ମାଇକ୍ରୋସୋଫ୍ଟ ଟ୍ଵିଟର ଓ ସାମସଙ୍ଗ ପରି ପ୍ରମୁଖ କମ୍ପାନୀରେ କିଶୋରୀମାନଙ୍କୁ ଶୀର୍ଷ ପଦରେ ସୁଯୋଗ ଦିଆଯାଇଛି।

Be the first to comment

Leave a Reply

Your email address will not be published.


*