ଆସନ୍ତୁ ଜାଣିବା 16 ଅକ୍ଟୋବର 2020, ଶୁକ୍ରବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୧୬ ଅକ୍ଟୋବର ଶୁକ୍ରବାରର ରାଶିଫଳ ରାଶିଫଳ :

ମେଷ :

ବିଭିନ୍ନ ପ୍ରକାରର ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିିତିକୁ କଳୁଷିତ କରିଦେବ । ମନରେ ବିଭିନ୍ନ ପ୍ରକର ଦ୍ଵନ୍ଦ ଉପୁଜିବ ଓ ମନରେ ଅସ୍ଥିରତା ଲାଗି ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ତଥାପି ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଅର୍ଥ ପ୍ରାପ୍ତ କରିପାରିବେ । ଅଫିସରେ ଅତ୍ୟାଧିକ କାର୍ଯ୍ୟ ଥିଲେ ମଧ୍ୟ ସହକର୍ମୀଙ୍କ ସାହାଯ୍ୟ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଋଣ ପରିଶୋଧ, ରୋଗ ପାଇଁ ଔଷଧ କିଣା, ଶତ୍ରୁମାନଙ୍କ ସମସ୍ୟାର ସମାଧାନ ସକାଶେ ଚିନ୍ତିତ ରହିବେ ଓ ଖର୍ଚ୍ଚାନ୍ତ ହେବାକୁ ପଡିବ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ସହଧର୍ମୀଙ୍କ ସହଯୋଗ ପାଇବ ଫଳରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା କପିଳସ ।

ବୃଷ :

ଦିନଟି ଆପଣଙ୍କ ପାଇଁ ମିଶ୍ରଣ ଫଳ ପ୍ରଦାନ କରିବ । ଅଟକିଥିବା କାର୍ଯ୍ୟଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ରଖିବେ । ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗର କୌଣସି ଅଭାବ ରହିବ ନାହିଁ । ବ୍ୟବସାୟରେ ସ୍ଥିତି ଭଲ ରହିବ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ସାମୟିକ ବାଧା ସୃଷ୍ଟି ହୋଇପାରେ । ଅଫିସରେ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ସୃଷ୍ଟି ହୋଇପାରେ । ତଥାପି କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ଦୂରରେ ରହୁଥିବା ନିକଟ ସମ୍ପର୍କୀୟଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ । ପାରିବାରିକ କଳହକୁ ନେଇ ମନରେ ଅଶାନ୍ତି ଲାଗି ରହିପାରେ । ଶୁଭରଙ୍ଗ: ଗୋଲାପୀ ରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ :

ପରିସ୍ଥିତି ପ୍ରତି ସଚେତନ ରହି କାମ କରିଚାଲିଲେ କୌଣସି ଅସୁବିଧା ହେବନାହିଁବ । କାଗଜପତ୍ର ଖୋଜି ନ ପାଇ କାରଣରୁ ମନ ଅସ୍ତବ୍ୟସ୍ତ ହୋଇପାରେ । ବ୍ୟବସାୟ ଓ ବାଣିଜ୍ୟରେ ସମସ୍ୟା ଦେଖାଦେଲେ ମଧ୍ୟ ମଧ୍ୟାହ୍ନରେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ଆର୍ଥିକ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେବ ନାହିଁ । ଅଫିସରେ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ, କାର୍ଯ୍ୟର ଚାପ ଅଧିକ ରହିବ । ରାଜନୈତିକ ସ୍ତରରେ ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଲୋକପ୍ରିୟତା ମଧ୍ୟ ବୃଦ୍ଧି କରିବାରେ ସମର୍ଥ ହେବେ । ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ ଛୋଟିଆ ଛୋଟିଆ କଥାରେ କଳହର ସମ୍ମୁଖୀନ ହେବାକୁ ପଡିପାରେ । କଠିନ ପରିଶ୍ରମ ଯୋଗୁଁ ଥକ୍କାପଣ ଅନୁଭବ କରିପାରନ୍ତି । ପାରିବାରିକ ଜୀବନରେ ସାମୟିକ ଅଶାନ୍ତିର ଝଡ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସନ୍ତୋଷୀ ।

କର୍କଟ :

ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଆଜି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ ଏବଂ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବା ଫଳରେ ମାନସିକ ସ୍ଥିତି ଭଲ ରହିବ । ବ୍ୟବସାୟକୁ ଭିତ୍ତି କରି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ସଭାସମିତିରେ କିମ୍ବା ଅଫିସର ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ସହ ଯୁକ୍ତି ଯୁକ୍ତ ହେବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଈର୍ଷାପରାୟଣ ମନୋବୃତ୍ତି ହେତୁ ନିକଟ ସମ୍ପର୍କୀୟ ଓ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହିଙ୍ଗୁଳା ।

ସିଂହ :

ଆକସ୍ମିକ ଭାବେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଯାହାଫଳରେ ଆପଣ ଚିନ୍ତିତ ରହିପାରନ୍ତି । ଆଜିର ପରିସ୍ଥିତି ଓ ପରିବେଶ ଆପଣଙ୍କ ବିପକ୍ଷରେ ରହିପାରେ । କାର୍ଯ୍ୟଗୁଡିକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ଉଦ୍ୟମ ଜାରି ରହିଲେ ମଧ୍ୟ ମନରେ ଅଯଥା ଚିନ୍ତା ଯୋଗୁଁ ଶାନ୍ତି ଭଗ୍ନ ହୋଇପାରେ । ବ୍ୟବସାୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ଅନ୍ୟପଟେ ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନୂତନତ୍ୱ କିଛି ଯୋଡ଼ିବା ପାଇଁ ଚିନ୍ତା କରିପାରନ୍ତି । ଯାତ୍ରା ସମୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି । ମନ ଉଦାସ ଥିବା ଯୋଗୁଁ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ଓ ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା :

କୌଣସି ସମସ୍ୟାର ଆଶଙ୍କା କରି ମନ ବିବ୍ରତ ରହିପାରେ । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । ବ୍ୟବସାୟ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । କିନ୍ତୁ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ ଅଯଥା ବିବାଦୀୟ ପରିବେଶରେ ଛନ୍ଦି ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ଅଫିସର ଉଚ୍ଚାଧିକାରୀ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ଅଫିସର ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ଯୁକ୍ତିଯୁକ୍ତ କଥା କରିବେ, ବିରୋଧୀମାନେ ମୁଣ୍ଡ ନୂଆଁଇବେ । ରାଜନୀତିରେ ନିଜର ପରିସର ବୃଦ୍ଧି ହେବ । ବାଦବିବାଦ ଓ ଜମିବାଡିକୁ ନେଇ ଲାଗିଥିବା ଦ୍ଵନ୍ଦର ସମାଧାନ ହୋଇଯିବ । ପାରିବାରିକ ସ୍ଥିତି ସ୍ଵାଭାବିକ ରହିବା ଯୋଗୁଁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ତୁଳା :

ନୂଆଁ କାମ କରିବାର ନିଷ୍ପତ୍ତି ନେବେ । ନିକଟ ସମ୍ପର୍କୀୟ ଓ ଆତ୍ମୀୟମାନଙ୍କ ସହଯୋଗରୁ ସମାଧାନର ସରଳ ମାର୍ଗ ଖୋଜି ବାହାର କରିବାରେ ସମର୍ଥ ହେବେ । ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ବିଳାସବ୍ୟସନ ଓ ମନୋରଞ୍ଜନର ମଜା ଉଠାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବା ଫଳରେ ପୂର୍ବରୁ ପରିକିଳ୍ପିତ ଯୋଜନାକୁ କାର୍ଯ୍ୟକରି କରିବା ପାଇଁ ଚିନ୍ତା ପ୍ରକୋଟ କରିପାରନ୍ତି । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ସାମାଜିକ ସ୍ତରରେ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରିପାରିବେ । ପ୍ରତିଦ୍ଵନ୍ଦିତା କ୍ଷେତ୍ରରେ ସଫଳ ହେବା ସଙ୍ଗେ ସଙ୍ଗେ ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ଅପରାହ୍ନେ ଅପରର ମନଗଢ଼ା କଥା ଶୁଣି ମନକୁ ଭାରାକ୍ରାନ୍ତ କରିପାରନ୍ତି । ପାରିବାରିକ ଜୀବନ ସୁଖଦମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ବିଛା :

ସୁଯୋଗର ସଦ୍‌ ବ୍ୟବହାର କରିଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବାରୁ ଆନନ୍ଦ ଅନୁଭବ କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଉଚ୍ଚପଦସ୍ଥ ବ୍ୟକ୍ତିିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବାର ଆଶା କରାଯାଇପାରେ । ଆର୍ଥିକ ସଂକଟ ଦୂରେଇ ଯିବ । ଅଫିସରେ କୌଣସି ଦୁଃସାହସିକ ପଦକ୍ଷେପ ନେଇ ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହୋଇପାରିବେ ଏବଂ ସହକର୍ମୀଙ୍କ ସହ ପରସ୍ପର ସାହାଯ୍ୟ ଓ ସହଯୋଗ ମନୋବୃତ୍ତି ନେଇ କାର୍ଯ୍ୟ ହାସଲ କରିପାରିବେ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ପାରିବାରିକ, ଲୋକସମ୍ପର୍କ, ପରିବହନ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅବଶ୍ୟ ରହିବ । ନିକଟ ସମ୍ପର୍କୀୟ ଶତ୍ରୁଭାବ ପୋଷଣ କରିବେ ।

ଧନୁ :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ଆଜି ଭଲ କାମ କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଓଲଟା ଫଳ ପାଇବେ । ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ବ୍ୟବସାୟରେ ସ୍ଥିତି ଚଳଣୀୟ ରହିବ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଆପଣଙ୍କ ସରଳତାର ସୁଯୋଗ ନେଇ ଅଫିସରେ ସହକର୍ମୀମାନେ ସେମାନଙ୍କ କାର୍ଯ୍ୟ ଆପଣଙ୍କୁ ଅର୍ପଣ କରିପାରନ୍ତି । ବନ୍ଧୁଙ୍କ ନିମନ୍ତ୍ରଣରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବାର ସୂଚନା ରହିଛି । ପରିବାରର କୌଣସି ବ୍ୟତିକ୍ରମଜନିତ ସମସ୍ୟାକୁ ସୁଧାରି ପାଇଁ ଚେଷ୍ଟା କରିବେ । ପରିବାର ସଦସ୍ୟ କିମ୍ବା ନିକଟ ସମ୍ପର୍କୀୟଙ୍କ କାର୍ଯ୍ୟଶୈଳୀକୁ ନା ପସନ୍ଦ କରି ପରୋକ୍ଷ ସମାଲୋଚିତ ହେବାକୁ ପଡ଼ିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ହରପାର୍ବତୀ ।

ମକର :

ମନରେ ଅଜସ୍ର ଚିନ୍ତା ଲାଗିରହିବ ଓ କୌଣସି ସଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକର ସାମ୍‌ନା କରିପାରନ୍ତି । କର୍ମକ୍ଷତରରେ ବିଭିନ୍ନ ପ୍ରକାର ସମସ୍ୟାର ମଧ୍ୟ ଦେଇ ଗତି କରିବାକୁ ପଡିବ । ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କର ଚେଷ୍ଟା ବିଫଳ ପ୍ରମାଣିତ ହେବ । ସରକାରୀ ସ୍ତରରେ ସମସ୍ୟା ସମାଧାନରେ କରିବାରେ ସହକର୍ମୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ :

କେତେକ ଘଟଣାକୁ କେନ୍ଦ୍ର ମନ ଉଦାସ ରହିବ । ଆପଣଙ୍କ ରୁକ୍ଷ ବ୍ୟବହାର କଳହକୁ ଆମନ୍ତ୍ରଣ କରିବ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ରହିବା କାରଣରୁ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ଦେଖାଦେବ । କର୍ମକ୍ଷେତ୍ରରେ ପୂର୍ବପ୍ରସ୍ତୁତି ଅନୁଯାୟୀ କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ ଓ ସହକର୍ମୀମାନେ ମନକୁ ବାଧିଲା ଭଳି କଥା କହିବେ । ଯାହାଫଳରେ କାର୍ଯ୍ୟ କରିବାର ଗତି ମନ୍ଥର ହୋଇଯିବ । ପରିବାରରେ କାହାରି ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ କରିପାରେ । ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କେତେକାଂଶରେ ଉପକୃତ ହେବେ । ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ନିମନ୍ତେ ସ୍ତ୍ରୀଙ୍କ ସହ ଆଲୋଚନା କରିବେ । ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ ।

ମୀନ :

ବୌଦ୍ଧିକତା, ବନ୍ଧୁ ସମ୍ପର୍କ, ସ୍ଵାସ୍ଥ୍ୟରେ ଉନ୍ନତି, ପାରିବାରିକ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ବିଶେଷ କିଛି ଅସୁବିଧା ହେବ ନାହିଁ । ସତର୍କତା ଅଭାବରୁ ଟଙ୍କା ପଇସା, ଦରକାରୀ କାଗଜପତ୍ର ହଜିଯାଇପାରେ । ଅଫିସରେ ସାଧାରଣ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହୋଇପାରନ୍ତି । ଭୁଲ ବୁଝାବଣା ଏବଂ ପରିବାର ସଦସ୍ୟଙ୍କ ବ୍ୟବହାର ଆପଣଙ୍କ ମନରେ ଗ୍ଲାନିର ଭାବ ସୃଷ୍ଟି କରିବ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଚର୍ଚ୍ଚିକା ।

Be the first to comment

Leave a Reply

Your email address will not be published.


*