ଆସନ୍ତୁ ଜାଣିବା ଆସନ୍ତାକାଲି 01 ଅକ୍ଟୋବର 2020, ଗୁରୁବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୦୧ ଅକ୍ଟୋବର ଗୁରୁବାରର ରାଶିଫଳ ରାଶିଫଳ :

ମେଷ :

ଭଗବାନଙ୍କୁ ଆରୋଧନ କରନ୍ତୁ, ଦିନଟି ମଙ୍ଗଳମୟ ରହିବ । ମାନସିକ ସ୍ଥିରତାରେ ବ୍ୟାହତା ଦେଖାଦେଇପାରେ । କର୍ମକ୍ଷେତ୍ରର ଧୌର୍ଯ୍ୟ ଧରି ସମସ୍ୟାର ସମାଧାନ କରିବାକୁ ପଡ଼ିପାରେ । ଅର୍ଥ ଅଭାବ ଯୋଗୁଁ କର୍ମକ୍ଷେତ୍ରରେ କେତେକ କାର୍ଯ୍ୟ ହାତଛଡା କରିବାକୁ ବାଧ୍ୟ ହେବ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ ଏବଂ ସହଯୋଗଙ୍କ ଅସହଯୋଗ ମନୋଭାବ ଯୋଗୁଁ କାର୍ଯ୍ୟ କରିବାକୁ ମନରେ ଆଗ୍ରହ ଜନ୍ମିବ ନାହିଁ । ସାମାଜିକ ସ୍ତରରେ ଅପ୍ରୀତିକର ପରିସ୍ଥିତିର ହଠାତ୍ ସାମନା କରିବାକୁ ପଡିପାରେ । ଅଯଥା ଅର୍ଥବ୍ୟୟ କାରଣରୁ ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି । ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡିବ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ବୃଷ :

ମନରେ ସକାରାତ୍ମକ ଭାବନା ସଂଚାର ହେବ ଓ ମନୋବଳ ଦୃଢ ହେବ । ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ନୂତନ ଯୋଜନା ମାଧ୍ୟମରେ ଆଜି ଆପଣ ପୁଞ୍ଜି ବିନିଯୋଗ କରିବେ ଓ ଲାଭାନ୍ଵିତ ମଧ୍ୟ ହେବେ । ଆଜି ଆପଣ ଏପରି କେତେକ ଲୋକଙ୍କ ସହ ବନ୍ଧୁତ୍ଵ ସମ୍ପର୍କ ସ୍ଥାପନ କରିବେ ଯେଉଁମାନେ ଭବିଷ୍ୟତରେ ଆପଣଙ୍କୁ ଅନେକ ସାହାଯ୍ୟ ଓ ସହଯୋଗ କରିବେ । ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିପାରିବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ପରିବାରରେ ସନ୍ତାନଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ମିଥୁନ :

ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଯେତେ ବିଧାବିଘ୍ନ ଆସିଲେ ମଧ୍ୟ ସଫଳତା ଆପଣଙ୍କ ପାଦ ଛୁଇଁବ । ବ୍ୟସ୍ତବହୁଳ ଦିନ ସତ୍ତ୍ୱେ ଆପଣଙ୍କ ନିଜ କର୍ମ ଉପରେ ଅଧିକ ଗୁରୁତ୍ଵ ଦେବେ ଏବଂ କୌଣସି ସୁଯୋଗକୁ ମଧ୍ୟ ହାତଛାଡ କରିବେ ନାହିଁ । ରାଜନୀତିରେ ଥିବା ବ୍ୟକ୍ତିମାନେ ଲୋକସମ୍ପର୍କ ବୃଦ୍ଧି କରିବାରେ ସମର୍ଥ ହେବ । ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ସବୁଠାରୁ ବଡ ଚିନ୍ତାର କାରଣ ହୋଇପାରେ । ବାକ୍‌ ଅସଂଯମତା ଯୋଗୁଁ ସମ୍ପର୍କ ବ୍ୟାହତ ସୃଷ୍ଟି ହୋଇପାରେ । ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଲକ୍ଷ୍ମୀ ।

କର୍କଟ :

ଆପଣଙ୍କର ସକାରାତ୍ମକ ବିଚାର ଆଖପାଖର ବାତାବରଣକୁ ସକାରାତ୍ମକ କରି ରଖିବ । ଆଜି ସାମାଜିକ ସମ୍ମାନ ଓ ସଦିଚ୍ଛା ଯଥେଷ୍ଟ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କରିବା ସତ୍ତ୍ୱେ ପଛକୁ ଫେରିବେ ନାହିଁ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବେ । ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତରେ ପଡ଼ିପାରନ୍ତି । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । କିଛି ଗୋଳମାଳିଆ ପରିସ୍ଥିତିର ମଧ୍ୟସ୍ଥତା କରିଲେ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ସିଂହ :

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଆଜି ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । କୌଣସି ବ୍ୟକ୍ତି ରାଗ ଶୁଝାଇବାକୁ ଯାଇ କଅଁଳ ଭାଷାରେ ମରମ କଥା କହି ଠିକଣା ସମୟରେ ପ୍ରତିଶୋଧ ନେବେ । କାର୍ଯ୍ୟସାଧନ ପାଇଁ ଅନୁକୂଳ ସ୍ଥିତି ରହିଲେ ମଧ୍ୟ ନିଜ ଲୋକମାନଙ୍କ ଠାରୁ ସାହାଯ୍ୟ ଆଶା ମଉଳି ଯିବ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ । ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା :

ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରି ପାରିବ ନାହିଁ । ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଏବଂ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ବନ୍ଧୁଗହଣରେ ହସଖୁସିର ସହ ଆଲୋଚନାରେ ସମୟ କଟାଇବେ ଓ ଯାହା ଆଶା କରୁଛନ୍ତି ତାହା ଅବଶ୍ୟ ପାଇବେ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମରେ କୌଣସି କୁପ୍ରଭାବ ପଡିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବା ସହ ଆକସ୍ମିକ ଭାବରେ ଜଣେ ବନ୍ଧୁଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇପରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା :

ଦିନଟି ପ୍ରେମଭାର ରହିବ । ନାନା ପ୍ରକାର ବାଧାବିଘ୍ନ ସମ୍ମୁଖୀନ ହେବେ ଓ ମାନସିକ ସ୍ତରରେ ବିଚଳିତ ବୋଧ ଅନୁଭବ କରିବେ । ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇବାକୁ ବାଧ୍ୟ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଦୀର୍ଘଦିନରୁ ନେଇଥିବା ବକେୟା ଟଙ୍କା ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ଭୁଲ୍‌ ବୁଝାମଣା ଓ ସନ୍ଦେହ ଯୋଗୁଁ ପରିବାରରେ କଳହ ଉପୁଜିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ବିଛା :

ନିଜ ଉପରେ ବିଶ୍ଵାସ ରଖନ୍ତୁ, ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । କୌଣସି କାମରେ ସଫଳତା ପାଇବା କଷ୍ଟକର ହୋଇପାରେ । କାର୍ଯ୍ୟହାନି ମାନସିକ ଅବସାଦର କାରଣ ହେବ ଓ ମାନସିକ ଅବସାଦ ଯୋଗୁଁ କୌଣସି କାମ କରିବା ସକାଶେ ମନରେ ଉତ୍ସାହପ୍ରଦ ରହିବା ନାହିଁ । ଅର୍ଥସଂକଟ କାରଣରୁ କେତେକ କାମ ଅଧାରେ ଅଟକି ରହିଯାଇପାରେ । ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସମର୍ଥ ହେବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ବନ୍ଧୁ ଓ ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

ଧନୁ :

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ପ୍ରତ୍ୟେକ ଲୋକଙ୍କୁ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ଅର୍ଥକୁ କେନ୍ଦ୍ର କରି ବିବାଦ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । କର୍ମକ୍ଷେତ୍ରରେ ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ । ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହନ୍ତୁ, ନତୁବା ଅନର୍ଥ ଅବଶ୍ୟମ୍ଭାବୀ । ଘରୋଇ ଆବଶ୍ୟତା କାରଣରୁ ବନ୍ଧୁଙ୍କ ଠାରୁ ଧାର କରିବାକୁ ବାଧ୍ୟ ହେବେ । ଅନ୍ୟର ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ମକର :

ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବେ ଓ ଉପକୃତ ମଧ୍ୟ ହେବେ । କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଓ ବିଗତ ଦିନଗୁଡିକର ଘଟଣାବଳୀ ଅସ୍ଵାଭାବିକ ଭାବେ ଚିନ୍ତାର କାରଣ ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ଉଚ୍ଚାଧିକାରୀ ତର୍ଜମା କରିବେ ଓ ସନ୍ତୁଷ୍ଟ ମଧ୍ୟ ରହିବେ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟକୁ ନେଇ ଆଲୋଚନା କରିବେ । ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ । ଶୁଭରଙ୍ଗ: ଆକାଶିଆ ନୀଳ । ଆରାଧନା: ମାଆ ବିରଜା ।

କୁମ୍ଭ :

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ସ୍ୱାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ । ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ କର୍ମକ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଦେଇପାରେ । ଅପରାହ୍ନରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସାମାନ୍ୟ ଉନ୍ନତି କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ଆଗାମୀ ସମୟକୁ ଦ୍ରୁଷ୍ଟିରେ ରଖି କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କୌଣସି ଖରାପ ନୁହଁ । ସମାଜରେ ଶୃଙ୍ଖଳିତ ଭାବେ ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପରିବାରରେ ଅସଂଯମତା ବ୍ୟବହାର ମନକୁ ଦୁଃଖ ଦେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଭୈରବୀ ।

ମୀନ :

ଆଜି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡଜୋଷ୍ଟ କରି ଚଳିବାକୁ ପଡିବ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଓ ପାରିବାରିକ ଚାପ ଯୋଗୁଁ ଆପଣ ସମ୍ୟକ ବିଚଳିତ ଓ କ୍ରୋଧିତ ହୋଇପାରନ୍ତି । ତଥାପି ନୂତନ କର୍ମାରମ୍ଭ କରିବାକୁ ମନ ବଳାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେପରି ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବ ନାହିଁ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । କିନ୍ତୁ ସହକର୍ମୀମାନେ ଇର୍ଷାନ୍ଵିତ ହୋଇ ମଧ୍ୟାହ୍ନେରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ । ଅତୀତର କେତେକ ପାରିବାରିକ ଘଟଣାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ବାତାବରଣ ଲାଗିରହିବ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

Be the first to comment

Leave a Reply

Your email address will not be published.


*