03 ଡିସେମ୍ବର 2020, ଗୁରୁବାର :- ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଆ ଲକ୍ଷ୍ମୀ ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧିର

03 ଡିସେମ୍ବର 2020, ଗୁରୁବାର :- ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଆ ଲକ୍ଷ୍ମୀ ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧିର

03 ଡିସେମ୍ବର 2020, ଗୁରୁବାର :- ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଆ ଲକ୍ଷ୍ମୀ ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧିର ବରଦାନ ପ୍ରଦାନ କରିବେ । ପାରିବାରିକ ପରିସ୍ଥିତି ସୁଖଦମୟ ରହିବ ।

ଆଜି ଆମେ ଆପଣଙ୍କୁ ୦୩ ଡିସେମ୍ବର ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ବନ୍ଧୁଙ୍କ ସହାନୁଭୂତି ଲାଭ କରିବା ସଙ୍ଗେ ସଙ୍ଗେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ଆଜିର କର୍ମକ୍ଷେତ୍ରରେ ପ୍ରତିବନ୍ଧକ ହଟିବା ଓ କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ବୃତ୍ତିଗତ କର୍ମ ତଥା ବ୍ୟବସାୟ କ୍ଷେତ୍ରରୁ ଆଶାତୀତ ଲାଭର ଯୋଗ ରହିଛି । ଅଫିସରେ ସହକର୍ମୀଙ୍କ ସହ ସହଯୋଗ ଭିତ୍ତିରେ କାମ କରିଲେ ଯଥେଷ୍ଟ ଉପକୃତ ହେବେ । ସଭାସମିତରେ ଯୁକ୍ତଯୁକ୍ତ କଥା କହି ପ୍ରଶଂସିତ ହେବେ । ପ୍ରିୟବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ କଟିବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ପାରନ୍ତି । ପରିବହନରେ ସାଧାରଣ କଥାରେ ଝଗଡ଼ା ହେବାର ଆଶଙ୍କା ରହିଛି । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ଜଣେ ବିଜାତୀୟ ବ୍ୟକ୍ତି ସହଯୋଗ କରିପାରନ୍ତି । ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ଯାହାଫଳରେ କେତେକ ସୁଯୋଗ ହାତଛଡା ହୋଇପାରେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ବ୍ୟକ୍ତିତ୍ଵକୁ ବୃଦ୍ଧି କରିବ । ଆନୁଷ୍ଠାନିକ କ୍ଷେତ୍ରରେ ବଦ୍‌ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହୋଇପାରନ୍ତି । ସ୍ଥଗିତ ଥିବା କାମକୁ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଦ୍ଵାରା ସମ୍ପନ୍ନ କରିପାରିବେ । ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ସହ କଳା ସାହିତ୍ୟ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ପୂର୍ବ ପରି ରହିବ । ମାନସିକ ସ୍ଥିତି ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ଭାଇ ଓ ଭଉଣୀଙ୍କ ସାହାଯ୍ୟ ପ୍ରତିଶ୍ରୁତିରୁ ମନକୁ ଆଶ୍ୱସ୍ତି ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନ ଚଞ୍ଚଳ ସ୍ଵଭାବର ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଆଶାନୁଯାୟୀ ଅର୍ଥ ପ୍ରାପ୍ତି ସହ ଜମି କ୍ରୟ, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ସୂଚନା ରହିଛି । ଅଫିସରେ ନିଜ କାମକୁ ନିଷ୍ଠାର ସହ ସମ୍ପାଦନ କରିବେ । ସହକର୍ମୀ ସମେତ ଅଧିନସ୍ଥ କର୍ମୀମାନଙ୍କ ସହ ବୁଝାମୁଣା ଭଲ ରହିବ । ଜଣେ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାମକୁ ତ୍ୱରାନ୍ଵୀତ କରିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟର ପ୍ରେରଣା ଦେଇ ପ୍ରଶଂସିତ ହେବେ । କେତେକ ବିବାଦୀୟ ଘଟଣାକୁ କେନ୍ଦ୍ର ବନ୍ଧୁଙ୍କ କରି ବନ୍ଧୁଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ । କୌଣସି ଚୁକ୍ତିପତ୍ର ସ୍ଵାକ୍ଷର କରନ୍ତୁ ନାହିଁ ଓ ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ । ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲା ଭଳି କଥା ହୋଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ଦୀର୍ଘଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ଆଜି ଆକସ୍ମିକ ଭାବେ ପୁନଃ ପ୍ରତିଷ୍ଠିତ ହେବ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦ ବୃଦ୍ଧିର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହେଲେ ଭୁଲ୍‌ ମାର୍ଗ ଅନୁସରଣ କରିବେ । ବହୁତ ବାଦାନୁବାଦ ଯୁକ୍ତିତର୍କ ପରେ ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବାଦବିବାଦ, ମାଲିମୋକଦ୍ଦମା ସମ୍ପର୍କିତ କଥା ନେଇ ଟେନ୍ସନ ଲାଗି ରହିବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭାଗ୍ୟର ସହଯୋଗ ପାଇ ଉନ୍ନତିର ପଥରେ ଅଗ୍ରସର ହେବେ । ପରିବାରରେ ସୁଖ ଶାନ୍ତି ଫେରିବା ଦିଗରେ ପ୍ରଯନତ୍ କରିବେ ଓ ସଫଳ ମଧ୍ୟ ହେବ । ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ । ଅଫିସରେ ଚାକିରି କରୁଥିବା କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣରେ ସହକର୍ମୀଙ୍କ ହସଖୁସିରେ ଦିନଟି ବିତାଇବେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । କେତେକ ବନ୍ଧୁମାନଙ୍କ ସହ ଆଲୋଚନା ସମୟରେ ଅତୀତର ସ୍ମୃତିକୁ ମନେ ପକାଇ ଭାବବିହ୍ବୁଲ ହୋଇଯିବେ । ପରିବାରରେ ସୁଖଶାନ୍ତିର ବରବରଣ ବଜାୟ ରହିବ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ପାଇବ । ଆଜି କର୍ମକ୍ଷେତ୍ରରେ ସ୍ଵାଧୀନ ଭାବରେ କରିବାରେ କୌଣସି ଅସୁବିଧା ହେବ ନାହିଁ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସର ଉପରିସ୍ଥଙ୍କ ଅନୁକମ୍ପାରେ ହାତକୁ ନେଇଥିବା କାମଗୁଡିକ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ । ଅଫିସ କାମରେ, ଉପରିସ୍ଥ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ସ୍ଵର ଉତ୍ତୋଳନ କରି ଶତ୍ରୁତା ଅର୍ଜନ କରିବେ । ଆଜି ଆୟ ଅନୁପାତରେ ଖର୍ଚ୍ଚର ମାତ୍ରା ଅଧିକ ହେବ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ୱରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଲକ୍ଷ୍ୟପ୍ରାପ୍ତ ପାଇଁ ମନ ବ୍ୟାକୁଳ ରହିବ । ସ୍ଥଗିତ ଥିବା କାମଗୁଡିକ ସହଜରେ ହୋଇ ପାରିବ ନାହିଁ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ, କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । କୌଣସି ନୂତନ କର୍ମାରମ୍ଭ ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଏକ ସାଧାରଣ କଥାକୁ କେନ୍ଦ୍ର କରି ଅଫିସରେ ସହକର୍ମୀମାନେ ବିରୋଦ୍ଧାଚରଣ କରିପାରନ୍ତି । ଅନ୍ୟପକ୍ଷରେ ପରିବହନରେ ସମସ୍ୟା ଯୋଗୁଁ ମନରେ ବ୍ୟସ୍ତତା ବୃଦ୍ଧି ପାଇବ । ସଭାସମିତିରେ ଯୋଗ ଦେଇ ପ୍ରଶଂସିତ ହେବେ । ସମାଜରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ପରିବାରରେ କେତେକ ଅସ୍ଵାଭାବିକ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ଆପଣଙ୍କର ଦାଂପତ୍ୟ ଜୀବନ ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ମନରୁ ମଉଳି ଯାଇଥିବା ଆଶା ପୁଣିଥରେ ଉଙ୍କି ମାରିବ । ଦୀର୍ଘ ଦିନରୁ କଲ୍ପନା କରୁଥିବା କାର୍ଯ୍ୟଟିରେ ଆଜି କୃତକାର୍ଯ୍ୟ ହେବେ, ଯାହାଫଳରେ ମନରେ ଆନନ୍ଦର ଲାହୋରୀ ଖେଳି ଉଠିବ । କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦୂରହେବ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । ବୃତ୍ତିଗତ କାର୍ଯ୍ୟ ବା ବ୍ୟବସାୟକୁ ଲୋକଲୋଚନ କରିବା ପାଇଁ ପ୍ରଚାର ପ୍ରସାର କରିବେ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ ଏକ ନୂତନ ଦାୟିତ୍ଵ ଅର୍ପଣ କରିପାରନ୍ତି । ସହକର୍ମୀଙ୍କ ସହଯୋଗ ମିଳିବ । ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିସ୍ଥିତିରେ ପଡ଼ି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ଓ ମନସ୍ତାପ ମଧ୍ୟ କରିବେ । ପରିବାରରେ ସ୍ଥିତି ଭଲ ଥିଲେ ମଧ୍ୟ ସହଧର୍ମୀଙ୍କ ସହ ମନାନ୍ତର ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ମନ ଭଲଥିବା କାରଣରୁ ହାତରୁ ପଇସା ଖର୍ଚ୍ଚ କରି ବନ୍ଧୁଙ୍କୁ ସାହାଯ୍ୟ କରି ଆମତ୍ତୃପ୍ତି ଲାଭ କରିବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ ଯାହାଫଳରେ ସମସ୍ୟା ସମାଧାନର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ କିନ୍ତୁ ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପ୍ରଶାସନିକ, ରାଜନୈତିକ ଓ ସାମାଜିକ ଦିଗରୁ ଦିନଟି ମଧ୍ୟମ ଧରଣ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ସଙ୍କଟରେ ପଡ଼ିବେ ମାତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ଥିବାରୁ ସାହାଯ୍ୟ ପାଇବେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ କିନ୍ତୁ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣର ଶିକାର ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରତିଟି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ କିନ୍ତୁ ଧୌର୍ଯ୍ୟ ଧରନ୍ତୁ । ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି,ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବାର ସମ୍ଭାବନା । ଚାକିରୀଜୀବିମାନେ ନିଜ ଦକ୍ଷତା ପ୍ରଦର୍ଶନ କରି ପ୍ରସଂଶିତ ହେବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ସ୍ଥାନ ଓ ସ୍ଥିତି ସୁଦୃଢ ରହିବ । ନିର୍ମାଣାଧୀନ କାର୍ଯ୍ୟଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ସ୍ଵାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି । ପାରିବାରିକ କ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ସମସ୍ୟାର ଆଶୁ ସମାଧାନ ହୋଇଯିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିରଜା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବ । ଅର୍ଥ ସମ୍ପର୍କିତ ବିବାଦ ବୃଦ୍ଧିର ଆଶଙ୍କା ରହିଛି । ପରୋକ୍ଷ ଶତ୍ରୁତା ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବ, ଯେଉଁଥି କାରଣରୁ କର୍ମକ୍ଷେତ୍ରରେ କାର୍ଯ୍ୟ କରିବାରେ ଶିଥିଳତା ଦେଖାଦେବ । ଶିଳ୍ପ, ବାଣିଜ୍ୟ, ଶେୟାର ବଜାରରେ କ୍ଷତିର ଆଶଙ୍କା ରହିଛି । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ସହକର୍ମୀ ଓ ବନ୍ଧୁଙ୍କ ଠାରୁ ଧାରା କରଜ କରିବାକୁ ପଡିପାରେ । ଅଫିସରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ । ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରେ ଜମଜମା ବିବାଦର ସମାଧାନ ପାଇଁ ଆଲୋଚନା କରିପାରନ୍ତି । କୌଣସି ବିବାଦୀୟ ପରିସ୍ଥିତି କିମ୍ବା ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ଜୀବନ ସାମୟିକ ଭାବେ ଆନନ୍ଦମୟ ରହିବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଲାଲ୍ । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ । ପୂର୍ବ ସ୍ଥିରୀକୃତ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବା । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ପ୍ରତ୍ୟେକ କାମ ସହକର୍ମୀଙ୍କ ସହମତିରେ କଲେ ଅପେକ୍ଷାକୃତ ସଫଳତା ପାଇପାଋବେ । ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ କରିବାକୁ ପଡ଼ିବ ।ଘର ପରିବାରର ଲୋକଙ୍କ ପୂର୍ଣ ସହଯୋଗ ମିଳିବ । ସାମାଜିକ କାର୍ଯ୍ୟରେ ଭାଗ ନେବେ । ନିଜ ଲୋକମାନେ ଶତ୍ରୁତା ଆଚରଣ କରୁଥିବାରୁ ଯେତେ ଭଲ କାମ କଲେ ସୁଦ୍ଧା ସମାଲୋଚିତ ହେବେ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ । ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *