24 ଡିସେମ୍ବର 2020, ଗୁରୁବାର :- ମଙ୍ଗଳ ଗ୍ରହ, ମେଷ ରାଶିରେ କରିବା ଗୋଚର ! ୪ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କ ଭାଗ୍ୟ

24 ଡିସେମ୍ବର 2020, ଗୁରୁବାର :- ମଙ୍ଗଳ ଗ୍ରହ, ମେଷ ରାଶିରେ କରିବା ଗୋଚର ! ୪ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କ ଭାଗ୍ୟ

24 ଡିସେମ୍ବର 2020, ଗୁରୁବାର :- ମଙ୍ଗଳ ଗ୍ରହ, ମେଷ ରାଶିରେ କରିବା ଗୋଚର ! ୪ଟି ରାଶି ସମ୍ପନ୍ନ ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ ।

ଆଜି ଆମେ ଆପଣଙ୍କୁ ୨୪ ଡିସେମ୍ବର ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ଲାଗି ମଙ୍ଗଳମୟ ରହିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଫଳ ପାଇବେ । ନୂତନ କାର୍ଯ୍ୟାରମ୍ଭ ଦିଗରେ ପରିବାରର ସମର୍ଥନ ପାଇବେ । ଅଫିସରେ ସହକର୍ମୀଙ୍କ ସହ ସଦ୍-ଭାବ ରକ୍ଷା କରି ଅତି ସୁଖମୟରେ ଦିନଚର୍ଯ୍ୟା ସମ୍ପର୍ଣ୍ଣ କରିବେ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ସମାଜରେ ପ୍ରଶଂସିତ ହେବେ । ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କଳହର ସୂଚନା ରହିଛି । ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣ ସହ ବିରକ୍ତିବୋଧ ଓ ଅନୁତାପ କରିପାରନ୍ତି । ଅର୍ଥକୁ କେନ୍ଦ୍ର ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀ ହେବାର ଆଶଙ୍କା ରହିଛି । ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସି କୌଣସି ନୂତନ ସନ୍ଦେଶ ଦେଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ସାଙ୍ଗକୁ ପରିବାରରେ ଶାନ୍ତି ମଧ୍ୟ ଫେରିଆସିବ । କର୍ମକ୍ଷେତ୍ରରେ ସଂଯମତା ଓ ସତର୍କତା ଅବଲମ୍ବନ ନ କଲେ ବିବାଦ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ମଧ୍ୟାହ୍ନରେ ବନ୍ଧୁଙ୍କ ଠାରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନା କରିପାରନ୍ତି । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ । ସରକାରୀରେ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କିତ ଶୁଭ ସୂଚନା ପାଇ, ମନରେ ବିଭୋର ହୋଇଉଠିବ । ସାମାଜିକ ସ୍ତରରେ ପ୍ରତିଷ୍ଠା ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିପାରିବ ନାହିଁ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିଲେ ମଧ୍ୟ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ବ୍ୟସ୍ତତା ପରିଲକ୍ଷିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନରେ ଅଜସ୍ର ଆଶା ରହିବ । କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିବା ସଙ୍ଗେସଙ୍ଗେ କେତେକ କ୍ଷେତ୍ରରେ ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଧୀନ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ପରୋକ୍ଷ ଶତ୍ରୁତା ଯୋଗୁଁ କାରବାର ମାନ୍ଦା ରହିବ । ଏପରି କି ଆର୍ଥିକ ସ୍ଥିତି ମଧ୍ୟ ରହିବା । ସହକର୍ମୀଙ୍କ ସହଯୋଗରୁ କେତେକାଂଶରେ କର୍ମକ୍ଷେତ୍ର ଉପକୃତ ହେବେ । ପରିବାରର ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରିବାକୁ ବାଧ୍ୟ ହେବେ । କର୍ତ୍ତବ୍ୟ ପାଳନ। କାର୍ଯ୍ୟରେ ତପତ୍ରତା, ଦାୟିତ୍ୱସମ୍ପନ୍ନ ଭାବରେ କାର୍ଯ୍ୟ ନିର୍ବାହ କରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିପାରେ । ପରିବାର ସଦସ୍ୟମାନଙ୍କ ସହିତ ମନାନ୍ତର ମାନସିକ ଅଶାନ୍ତିର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ମନ ଉଦାସ ରହିବା ଫଳରେ କାର୍ଯ୍ୟ କରିବା ପ୍ରତି ମନରେ ଆଗ୍ରହ ଜନ୍ମିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ କେତେକ ନୂତନ ସମସ୍ୟାର ସାମ୍ନା କରିବାକୁ ପଡିବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି । ଅଫିସରେ ପରୋକ୍ଷ ଶତ୍ରୁତା କାରଣରୁ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିରେ ପ୍ରତିବନ୍ଧକ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ବିଶେଷ କିଛି କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ସାମାଜିକ ସ୍ତରରେ ତରବାରିଆ ହୋଇ ସମ୍ପନ୍ନ କରିବା ପାଇଁ ଚେଷ୍ଟା କରିବେ । ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଆପଣଙ୍କୁ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ । ଜୀବନସାଥୀଙ୍କ ସହିତ ବଢ଼ିଆ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭଗବାନଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ ଅତିବାହିତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଆପଣ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟ‌ରେ କାରବାର ବୃଦ୍ଧି କରିବା ପାଇଁ ପ୍ରଚାରପ୍ରାସର କରିବା ପାଇଁ ମନସ୍ଥ କରିବେ ଓ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ । ଆଲୋଚନାର ଶେଷଭାଗରେ ହଠାତ୍ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇନେବେ । ଅଫିସରେ ମଧ୍ୟ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ଆପଣଙ୍କ ମତକୁ ଉଚ୍ଚବର୍ଗର ବ୍ୟକ୍ତିମାନେ ସହମତି ପ୍ରଦାନ କରିବେ । ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ । ବାଦବିବାଦ, ଅନାବଶ୍ୟକ ବାର୍ତ୍ତାଳାପ ଦ୍ଵାର ସମସ୍ୟା ଓ ଶତ୍ରୁତା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରେ ଦୀର୍ଘ ଦିନର ଅପୂରଣୀୟ ଆଶା ପୁରଣ ହୋଇପାରିବ । ଆଜି କୌଣସି କ୍ଷେତ୍ରରେ ତରବରିଆ କାମ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଦ୍ଵାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ଚୁକ୍ତପତ୍ର ଆଜି କରନ୍ତୁ ନାହିଁ । ଅଫିସରେ ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ ରହିବ । ଉଚ୍ଚାଧିକାରୀ ମଧ୍ୟ ଆପଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି, ମାନସିକ ସ୍ତରରେ ଚିନ୍ତିତ ହୋଇପାରନ୍ତି । କଥାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ଆର୍ଥିକ ସାହାଯ୍ୟ ପାଇଁ ନିକଟ ସମ୍ପର୍କୀୟ ବ୍ୟକ୍ତିଜଣକ ମିଠା କଥା କହି ଫୁସୁଲା ଫୁସୁଲି କରିପାରନ୍ତି । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଅତୀତର କେତେକ ଘଟଣାକୁ ମନେ ପକାଇ ଦୈହିକ ସ୍ଵସ୍ଥ୍ୟ ଓ ମାନସିକ ସ୍ଥିତି ହରାଇପାରନ୍ତି । ଆର୍ଥିକ ନେଣଦେଣ କିମ୍ବା ବିନିଯୋଗ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା କ୍ଷତି ସହିବାକୁ ପଡିବ । କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ଅଫିସରେ କର୍ମକ୍ଷେତ୍ରରେ ଈର୍ଷାଳୁ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ପ୍ରକାଶନ, ପ୍ରଶାସନ, ଯାନବାହନ, ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ମାଣିକେଶ୍ବରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କୌଣସି ପୁରୁଣା କଥାକୁ ନେଇ ଆପଣ ମନସ୍ତାପରେ ରହିବେ । କର୍ମକ୍ଷେତ୍ରରେ ସବୁ ସୁବିଧା ସୁଯୋଗ ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହୋଇପାରିବ ନାହିଁ । ଯାହାଠାରୁ କିଛି ପାଇବାର ଆଶା ରଖିବସିଛନ୍ତି ତାହା ପରିଶେଷରେ ନିରର୍ଥକ ହୋଇପାରେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଚିନ୍ତା ବଢ଼ିପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଅଫିସରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ଭିନ୍ନ ଭିନ୍ନ କଥା କହିବେ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ନିଜ ଭାଷା ଉପରେ ସଂଯମ ରଖନ୍ତୁ । ପଡ଼ୋଶୀମାନେ ସାଧାରଣ କଥାକୁ କେନ୍ଦ୍ରକରି କଳହ କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି । ନିକଟ ସମ୍ପର୍କୀୟ ବ୍ୟକ୍ତି ଓ ସମାଜର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟରେ ଆୟ ବୃଦ୍ଧି କରିବା ପାଇଁ ନୂଆ ନୂଆ ବିକଳ୍ପ ଅବଲମ୍ବନ କରିବେ ଓ କୃତକାର୍ଯ୍ୟ ମଧ୍ୟ ହେବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା । ଅଫିସରେ କାର୍ଯ୍ୟଭାର ଅଧିକ ହେତୁ ମନରେ କର୍ମକ୍ଷେତ୍ର ପ୍ରତି ବିମୁଖ ମନୋଭାବ ଜାତ ହେବ । ପରିବାର, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କଠୋର ଶ୍ରମ ଯୋଗୁ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ସମ୍ପର୍କୀୟଙ୍କ କାମରେ ସାହାଯ୍ୟ କରି ଆତ୍ମତୃପ୍ତି ଲାଭ କରିବେ । ପରିବାରରେ ବହୁତ ଦିନରୁ ଚାହିଁ ବସିଥିବା ପ୍ରତୀକ୍ଷିତ ଖବର ହଠାତ୍‌ ପାଇ ଖୁସି ହୋଇଯିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସକାରାତ୍ମକ ମନୋଭାବ ନେଇ କାମ କରନ୍ତୁ; ସଫଳତା ପାଇବେ । ଆଜି ନିଜର ମନୋମୁତାବକ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଚାକିରି ଜୀବିମାନେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ କିନ୍ତୁ ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ । ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବାର ଆଶା ରହିଛି । ସଭାସମିତିରେ ସମ୍ମାନ ଲାଭ କରିବା ସଙ୍ଗେସଙ୍ଗେ ପଦମର୍ଯ୍ୟାଦା ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସତର୍କତା ଅଭାବ ଯୋଗୁଁ ଯାନବାହନ ଚାଳନାରେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ଭୁଲିଯିଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ମାନସିକ ସ୍ଥିତି ଭଲ ରହିଲେ ମଧ୍ୟ ଦୁର୍ବଳତା ଲାଗିରହିବ । ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବାରେ ବନ୍ଧୁବର୍ଗ ସହଯୋଗ କରିବେ । କାହା ସହିତ ମଧ୍ୟ କଥାବାର୍ତ୍ତ ହେବ ବେଳେ ନିଜକୁ ନିୟନ୍ତ୍ରଣାଧୀନ ରଖନ୍ତୁ । ବନ୍ଧୁଙ୍କ ପରାମର୍ଶ କ୍ରମେ, ବାରମ୍ବାର ସ୍ଥଗିତ ରହିଯାଉଥିବା କାର୍ଯ୍ୟ କୌଶଳ ଖଟାଇ ହାସଲ ପାଇଁ ଚେଷ୍ଟିତ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ । ସରକାରୀ ଚାକିରି କରୁଥିବା କର୍ମଜୀବୀମାନେ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ବେରୋଜଗାର ଥିବା ବ୍ୟକ୍ତିବିଶେଷଙ୍କୁ ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ମିଳିବାର ଯୋଗ ରହିଛି । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଦାଂପତ୍ୟ ଜୀବନରେ ସୁଖଦ ସ୍ଥିତି ଗଢ଼ଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ, ସମସ୍ତ ବାଧା ବିଘ୍ନ ଦୂରେଇ ଯିବ । ସାମାନ୍ୟ ବଚସାକୁ କେନ୍ଦ୍ରକରି ଆଜି ସକାଳୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବା ସଙ୍ଗେସଙ୍ଗେ କେତେକ ଅସ୍ଵାଭାବିକ ଘଟଣାର ମଧ୍ୟ ସାମ୍ନା କରିବାକୁ ପଡିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । ଅଫିସରେ କୌଣସି ବ୍ୟତିକ୍ରମ ଦେଖି ଅନ୍ୟକୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଅଫିସରେ ଆୟୋଜିତ ବୈଠକରେ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସହକର୍ମୀମାନେ ଆପଣଙ୍କ ପ୍ରତି ଶତ୍ରୁତା ଆଚରଣ କରିପାରନ୍ତି । କଠୋର ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ତଥାପି କେତେକ ନୂତନ କାମର ପରିକଳ୍ପନା କରି ସଫଳ ହେବେ । ରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ । ଭଲ ପଡୁ ନ ଥିବା ପଡୋଶୀଙ୍କ ଅକାଟ୍ୟଟିପ୍ପଣୀ ମନରେ ପ୍ରତିଶୋଧର ଭାବନା ଜାତ କରାଇପାରେ । ଶୁଭରଙ୍ଗ: ଧଳା। ଆରାଧନା : ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *