21 ନଭେମ୍ବର 2020, ଶନିବାର :- ଗ୍ରହ ନକ୍ଷେତ୍ରର ଶୁଭ ସଂସ୍ଥାନ ଯୋଗୁଁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ

21 ନଭେମ୍ବର 2020, ଶନିବାର :- ଗ୍ରହ ନକ୍ଷେତ୍ରର ଶୁଭ ସଂସ୍ଥାନ ଯୋଗୁଁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆସିବା ପରିବର୍ତ୍ତନ ! ପାରିବାରିକ ସୁଖଶାନ୍ତି ପ୍ରାପ୍ତ ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ସ୍ଥିତି ମଜବୁତ ରହିବ ।

ଆଜି ଆମେ ଆପଣଙ୍କୁ ୨୧ ନଭେମ୍ବର ଶନିବାର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ କରିବେ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ବହୁତ ଦିନ ହେଲା ଅଟକି ରହିଥିବା କାମ ଗୁଡିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡିବ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କୁ ଗୁରୁ ଦାୟିତ୍ଵ ଅର୍ପଣ କରିପାରନ୍ତି । ସହକର୍ମୀ ସହ ତାଳମେଳ ଭଲ ରହିଲେ ମଧ୍ୟ ମଧ୍ୟାହ୍ନରେ କମ୍ରକ୍ଷେତ୍ରରେ କେତେକ କାର୍ଯ୍ୟକୁ ମାନସିକ ସ୍ଥିରତା ହୋଇରଇପାରନ୍ତି । ଚଳଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ । ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଭୈରବୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଆପଣଙ୍କ ରାସ୍ତାରେ ଆସୁଥିବା ବାଧାବିଘ୍ନକୁ ଆପଣ ନିଜେ ହିଁ ସମାଧାନ କରିବେ । ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ଵାର୍ଥ ସାଧନରେ ଲଗାଇପାରନ୍ତି । ବ୍ୟବସାୟୀକ ସ୍ଥିତି ମାଧ୍ୟମ ରହିବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଖାମଖିଆଲି କାର୍ଯ୍ୟପଦ୍ଧତି ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯାଇପାରେ । ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ କରିବା ସକାଶେ ଅଣ୍ଟାରେ ଗାମୁଛା ଭିଡିବେ । ସମିଜିକ କାର୍ଯ୍ୟରେ ସହଭାଗୀତ କରିବେ । ବକ୍ ଅସଂଯମତା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଅନ୍ୟ କଥାକୁ ଅନୁସରଣ କରି କାର୍ଯ୍ୟ କରିଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍ନା କରିବାକୁ ପଡିପାରେ । ଶୁଭରଙ୍ଗ : ମେରୁନ । ଆରାଧନା : ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନକୁ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳତା ନିଶ୍ଚୟ ମିଳିବ । ନିଜ ଲୋକମାନଙ୍କ ବିରୁଦ୍ଧାଚରଣ ଯୋଗୁଁ ଟିକିଏ ଟିକିଏ କଥାରେ କଳହ ଦେଖାଦେବ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ବ୍ୟବସାୟରେ ଉତ୍ଥାନପତନ ଲାଗି ରହିବ୍ବ । ଅଫିସରେ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ଆପଣଙ୍କ ସହଜରେ ସମାଧାନ କରିପାରିବେ କିନ୍ତୁ ଉଚ୍ଚାଧିକାରୀଙ୍କ ଅଯଥାରେ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ତେଣୁ ଅର୍ଥ ସମ୍ବନ୍ଧୀୟ ନେଣଦେଣ କରନ୍ତୁ ନାହିଁ, ନଚେତ ଅଯଥାରେ କଳହ ଉପୁଜିପାରେ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବୁଧ ଯୁକ୍ତ ଶୁକ୍ର ହେତୁ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମକଲେ ଉପକୃତ ହୋଇପାରନ୍ତି । କର୍ମକ୍ଷେତ୍ରରୁ ଯଥେଷ୍ଟ ସମ୍ମାନ ଓ ସଦିଚ୍ଛା ପାଇବେ । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରଣ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବେ । ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାର ଗୁରୁଦାୟିତ୍ଵ ଅର୍ପଣ ମଧ୍ୟ କରାଯାଇପାରେ । ସାମାଜିକ ସ୍ତରରେ ତଥା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସହଯୋଗ, ସମ୍ମାନ ପାଇ ଖୁସି ହେବେ । ପୂର୍ବ ଅପେକ୍ଷା ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ କ୍ଷେତ୍ରକୁ ବିପଦସଂକୁଳ କରିବାର ଆଶଙ୍କାକୁ ଏଡି ହେବନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଏବଂ ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ ଓ ସହକର୍ମୀଙ୍କ ସହ ସମ୍ପର୍କକୁ ଦୃଢ କୌଶଳ କିଛି ମାତ୍ରାରେ ଫଳପ୍ରଦ ରହିବ । ସାମାଜରେ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହି ନ ପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ । ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ ପାରିବାରିକ ଜୀବନ ନିୟନ୍ତ୍ରଣ ମଧ୍ୟରେ ରହିବ । ବ୍ୟବସାୟ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । କିନ୍ତୁ କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । ସମାଜରେ ମାନସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । ଗଠନମୂଳକ କିମ୍ବା ସାମୂହିକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବ । ବନ୍ଧୁ କିମ୍ବା ବାନ୍ଧବୀଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୂଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ । ଆଜି ଯାତ୍ରା ସମୟରେ ଅନ୍ୟମନସ୍କ ରୁହନ୍ତୁ ନାହିଁ ନତୁବା ଜିନିଷ ପାତ୍ର ଚୋରୀ ହୋଇପାରେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ଆଜିର ମୁଖ୍ୟ ସମସ୍ୟା ରୂପେ ଦେଖାଦେବ । ଆତ୍ମୀୟଙ୍କ ସହଯୋଗରୁ ସମାଧାନର ସରଳ ସୂତ୍ର ବାହାର କରିବାରେ ସମର୍ଥ ହେବେ । ପରିସ୍ଥିତି ଯାହା ହେଉ ନା କାହିଁକି, ଆଜି ଆପଣଙ୍କ ହାତକୁ ନେଇଥିବା କାମ ଶେଷ କରିବାକୁ ବାଧ୍ୟ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ । ସଭାଭାସମିତି କିମ୍ବା ଅଫିସ୍‌ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବନ୍ଧୁମାନଙ୍କ ସହାନୁଭୂତି ଲାଭ କରିବା ସହ ସ୍ଵାସ୍ଥ୍ୟଜନିତ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ । ପରିବାରର ସଦସ୍ୟଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ସତର୍କତା ଅଭାବରୁ ଯାହା କରିବା ପାଇଁ ଭାବୁଥିଲେ କିନ୍ତୁ କାମ କରିବା ବେଳକୁ ତାହା ଠିକ୍‌ ଓଲଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗିବ ନାହିଁ । ଆପଣଙ୍କୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଗୁଡିକ ଶେଷ କରିବା ପାଇଁ ଉପରିସ୍ଥ ଅଧିକାରୀ ଆଦେଶ ଦେଇପାରନ୍ତି । ତେଣୁ ନିଜ ପରିସରର ଲୋକଙ୍କୁ ମନ ବୁଝିଲାଭଳି କଥା କହି କାମ ହାସଲ କରିବେ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାରେ ସମର୍ଥ ହେବେ । ଆର୍ଥିକ ଅନଟନ, ପାରିବାରିକ ଅସନ୍ତୋଷ, କାର୍ଯ୍ୟହାନି, ବାକି ରହିଥିବା ଟଙ୍କା ପରିଶୋଧ ସକାଶେ ମନ ଅସ୍ଥିର ରହିବ । ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମିଯାଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଭଗବାନଙ୍କ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଆପଣଙ୍କ ଉନ୍ନତ ବିଚାରଧାରା ଓ ଉନ୍ନତ କାର୍ଯ୍ୟଶୈଳୀ ଯୋଗୁଁ କମ୍ରକ୍ଷେତରରେ ପ୍ରଶଂସିତ ହେବେ । ଆପଣଙ୍କୁ କୌଣସି ଭଲ କାମ ମିଳିପାରେ । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରି ପାରିବେ । ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ରାଜନୀତି, କଳାରେ ସାମାଜିକ ସ୍ତରରେ ସମ୍ମାନିତ ହେବେ । ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ମିଳିବ । ଗବେଷଣା, ସାହିତ୍ୟ, ସାମ୍ବାଦିକତା ତଥା ପ୍ରଶାସନିକ ସ୍ତରରେ ଆଶାନୁରୂପ ସଫଳତା ପାଇପାରନ୍ତି । ଦୀର୍ଘ ଦିନ ପରେ ଶରୀର ସୁସ୍ଥ ହେବାରୁ ମାନସିକ ଅସ୍ଥିରତା ଦୂରେଇଯିବ । ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ମାନସିକ ଚାପ ସଙ୍ଗକୁ ବିଭିନ୍ନ ଦିଗରୁ ପ୍ରତିବନ୍ଧକ ସତ୍ତ୍ୱେ କାମ ହାସଲ କରିବାକୁ ପଡିବ । ସତର୍କତା ଅଭାବରୁ ଧନହାନି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା କାରଣରୁ କାମଗୁଡ଼ିକ ଅଟକିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ସରକାରୀ କାମରେ ସଫଳତା ମିଳିବ । ସାମାଜିକ ସ୍ତରରେ ଅଗ୍ରଗତି ଘଟିବ । ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ ଆପଣଛାଏଁ ଦୂରେଇ ଯିବ । ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କୁଟ କଥା କହିବେ । ପରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ ଅଶାନ୍ତିର ବହ୍ନି ଦେଖାଦେଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: କଫି । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଅଯଥା କଥାଗୁଡିକ ଚିନ୍ତା ନକରି, ନିଜ ଉପରେ ଆତ୍ମା ବିଶ୍ଵାସ ରଖନ୍ତୁ । କୌଣସି ବିବାଦୀୟ ପରିସ୍ଥିତିରେ ହସ୍ତକ୍ଷେପ କରନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । ଅଧିକାଂଶ ସମୟ ଅନ୍ୟମନସ୍କଜନିତ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସରେ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ କାର୍ଯ୍ୟ କରିବାକୁ ମନରେ ଇଚ୍ଛା ଜାଗ୍ରତ ହେବ ନାହିଁ । ସରକାରୀ ସ୍ତରରୁ କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇବେ । ପରିବାରରେ ମତଭେଦ କାରଣରୁ ସମ୍ପର୍କ ହାନି ଘଟିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ପ୍ରତ୍ୟେକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଭଲ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଆର୍ଥିକରେ ସୁଧାର ଆସିବ । ବନ୍ଧୁମାନଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କିଛିି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ନିଜ ଭାଇ, ବନ୍ଧୁ ଓ କୁଟୁମ୍ବର ଲୋକମାନଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଅପରାହ୍ନରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମାଭୋର ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ । ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନ୍‌ସନ ବଢ଼ିଯିବ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପାରିବାରିକ ପରିସ୍ଥିତିରେ ସୁଧାର ଆଣିବା ସକାଶେ ପ୍ରଯତ୍ନ କରିବେ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

Be the first to comment

Leave a Reply

Your email address will not be published.


*