13 ନଭେମ୍ବର 2020, ଶୁକ୍ରବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ୯ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ ! ପରିବାରରେ ଆନନ୍ଦ

13 ନଭେମ୍ବର 2020, ଶୁକ୍ରବାର- ମାଆ ଲକ୍ଷ୍ମୀଙ୍କ କୃପାରୁ ୯ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବା ପରିବର୍ତ୍ତନ ! ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ ଏବଂ କର୍ମକ୍ଷେତ୍ରରେ ନୂତନ ଦାୟିତ୍ଵ ବହନ କରିବାକୁ ପଡିବ ।

ଆଜି ଆମେ ଆପଣଙ୍କୁ ୧୩ ନଭେମ୍ବର ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଧ୍ୟାତ୍ମିକ ଭାବନାରେ ସମୟ ଅତିବାହିତ କରିବେ । ଶନି ଏବଂ ମଙ୍ଗଳଙ୍କ ଯୋଗୁ ଆଜି ପ୍ରତ୍ୟେକ କ୍ଷେତ୍ରରେ ଜଗି ରହି କାମ କରିବାକୁ ପଡିବ । ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବାରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟକୁ କେନ୍ଦ୍ର କରି ରାଜ୍ୟ ବାହାରକୁ ଯାଇପାରନ୍ତି । ଅଫିସ କିମ୍ଭା ନିଜ କର୍ମ କ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ । ନିକଟ ସମ୍ପର୍କୀୟ ବା ଆତ୍ମୀୟମାନେ ହିଁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । ଅର୍ଥ ସମ୍ପର୍କୀୟ କୌଣସି ନେଣଦେଣ କରନ୍ତୁ ନାହିଁ । ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ମତାନ୍ତର ଅନିବାର୍ଯ୍ୟ ହୋଇପାରେ । କାର୍ଯ୍ୟ ବ୍ୟସ୍ତତାରୁ ସ୍ଵାସ୍ଥ୍ୟରେ ବତିକ୍ରମ ଦେଖାଦେଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ସମ୍ୟକ ଖଟାମିଠା ରହିବ । ସପ୍ତମାଧିପତି ଚନ୍ଦ୍ର ସ୍ଵଗୃହୀ ହେତୁ ଆଗାମୀ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବିବାହ ପ୍ରସ୍ତାବ ସମ୍ପର୍କୀୟ ଚିନ୍ତାରେ ଆପଣ ନିମଗ୍ନ ରହିପାରନ୍ତି । କର୍ମକ୍ଷେତ୍ରରେ ବୀରଙ୍କ ଭଳି ଦୁଃସାଧ୍ୟ କାର୍ଯ୍ୟ କରିବେ କିନ୍ତୁ ମନୋବାଞ୍ଛିତ ଫଳ ପାଇବେ ନାହିଁ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରି ନିଷ୍ଠାର ସହିତ କାର୍ଯ୍ୟ କରିବେ, ଯାହାଫଳରେ ଉଚ୍ଚାଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ । ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ । ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଭଲ । କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁଁ ଆକସ୍ମିକ ଭାବରେ କର୍ମକ୍ଷେତ୍ରରେ କେତେକ ସୁଯୋଗ ଆପଣା ଛାଏଁ ଆସିବ । ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ବ୍ୟବସାୟକୁ ପ୍ରସାର କରିବା ଲାଗି ବନ୍ଧୁ ସହଯୋଗ ଲୋଡିବେ । କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ଓ ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡପୁରାନ୍ତୁ ନାହିଁ । ଆନୁଷ୍ଠାନିକ କାମ, ଜମିଜମା, ଏପରି କି ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିତି ଅକ୍ଷୁର୍ଣ୍ଣ ରହିବ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ମହିଳାମାନେ ମଧ୍ୟ ବୟୋଜ୍ୟେଷ୍ଟଙ୍କ ଠାରୁ ପ୍ରସଂଶିତ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଅଶ୍ଳେଷା ନକ୍ଷତ୍ରର ପ୍ରଭବରେ ବାଣିଜ୍ୟ, ବ୍ୟବସାୟରେ ସତର୍କ ନ ହେଲେ ଠକାମିର ଶିକାର ହୋଇପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ, କିନ୍ତୁ ସାମୟିକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ପଦସ୍ଥବ୍ୟକ୍ତିଙ୍କ ସାହାର୍ଯ୍ୟରୁ କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ଲାଭ କରି ଉତ୍‌ଫୁଲ୍ଲିତ ହେବେ । ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସଭାସମିତିରେ ନୀରବତା ରହି ଅନ୍ୟର ମନ୍ତବ୍ୟକୁ ଶୁଣନ୍ତୁ, ପ୍ରତିଉତ୍ତର ଦିଅନ୍ତୁ ନାହିଁ । ଦୁଃଶ୍ଚିନ୍ତା ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀରପୀଡ଼ା କଷ୍ଟକର ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଗୌରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପୂର୍ବ ପରିସ୍ଥିତିର ପରିବର୍ତ୍ତନ ଘଟି ସାମୟିକ ଆଶ୍ୱସ୍ତି ଲଭିବେ । ରାଶିରେ ଏକାଧିକ ଗ୍ରହର ଅବସ୍ଥାନ ଯୋଗୁଁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିୟ ପାଇବେ । କିନ୍ତୁ ଗତକାଲିର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ଅଫିସରେ ଆୟୋଜିତ ବୈଠକରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ବିଶେଷ ଭଲ ନଥିଲେ ମଧ୍ୟ ଆଜି ସ୍ଵର୍ଣ୍ଣାଳଙ୍କାର କିଣିବା ପାଇଁ ମନ ବଳାଇବେ । ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ବିଗତ ଦିନରୁ ଚାଲିଥିବା ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ଯେଉଁ କାମ କରନ୍ତୁନା କାହିଁକି ସଫଳତା ନିର୍ଦ୍ଦିଷ୍ଟ ସମୟସୀମାରେ ମିଳିବ ନାହିଁ, ଯାହାଫଳରେ ମନରେ ସରସତା ରହିବ ନାହିଁ । ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିବେ, କିନ୍ତୁ କିଛି କରିପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥା କହିବା ଦ୍ୱାରା କାମ ହାସଲ କରି ପାରିବେ । କର୍ମ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ସ୍ଥଗିତ କାମ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପରିବାରରେ ସାଧାରଣ କଥାକୁ ଜଟିଳତର କରି ଦ୍ୱନ୍ଦ୍ୱରେ ପଡିପାରନ୍ତି । ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଅମ୍ବିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ଆପଣ କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ । ସଭାସମିତି, ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ । କିଛି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ । ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିଲେ ମଧ୍ୟ ସହଜରେ ସମାଧାନ କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ଘର ସାଜସଜ୍ଜା, ମୂଲ୍ୟବାନ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନବାହନ ମରାମତି, ପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା ପ୍ରଭୃତିରେ ସମୟ କଟାଇ ପାରନ୍ତି । ସାଧାରଣ କଥାକୁ କେନ୍ଦ୍ର କରି ଗୃହରେ କଳହ ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ସଜାଗ ନ ହେଲେ ଅନୁତାପ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ନିଜ ସ୍ଵଭାବ ଓ ବ୍ୟବହାର ଦ୍ୱାରା ଅନ୍ୟକୁ ଆକର୍ଷିତ କରିପାରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ ଓ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି । ସାମାଜିକ, ରାଜନୈତିକ, ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପୁନର୍ବସୁ ନକ୍ଷତ୍ର ସକାଶେ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ । ଆଗାମୀ ମାଙ୍ଗଳିକ କାମ ସକାଶେ ଆତ୍ମୀୟମାନଙ୍କ ପ୍ରେରଣାରୁ ଉପକୃତ ହେବେ । ସହଧର୍ମୀଙ୍କ ସାହାଯ୍ୟ ଓ ସହଯୋଗରେ ମନୋବଳ ବୃଦ୍ଧି ପାଇବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଏକାଦଶରେ ଶୁକ୍ର ବନ୍ଧୁଙ୍କ ସହ ସଫଳ ଆଲୋଚନା ମଧ୍ୟରେ ମନ ଖୁସି ରହିବ । ସହକର୍ମୀ, ପାଖ ପଡ଼ୋଶୀ କିମ୍ବା ବନ୍ଧୁବର୍ଗମାନଙ୍କ ସାହାଯ୍ୟ, ସହାନୁଭୂତି ଲାଭ କରି କାର୍ଯ୍ୟ ସାଧନ କରିବେ । ବ୍ୟବସାୟରେ ଲାଭ ନ ହେଲେ ମଧ୍ୟ କ୍ଷତିର ସମ୍ଭାବନା ନାହିଁ । ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ । ଶତ୍ରୁ ଉପଦବ୍ର ସମ୍ପୂର୍ଣ୍ଣ ଭାବେ କମିଯିବାର ସୂଚନା ରହିଛି । ସଭାସମିତି, ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି । ଆଧ୍ୟତ୍ମିକତା, ସାହିତ୍ୟଚର୍ଚ୍ଚା, କଳା, ସଙ୍ଗୀତ ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ । ଦୂରେଇ ଯାଇଥିବା ବନ୍ଧୁଙ୍କଠାରୁ ସହାନୁଭୂତି ମନକୁ ଆଶ୍ୱସ୍ତି ପ୍ରଦାନ କରିବ ।ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ବହୁତ ଲୋକ ଆପଣଙ୍କ କାମର ଦୋଷ ତ୍ରୁଟି ବାହାର କରିପାରନ୍ତି । ମଙ୍ଗଳ ଚତୁର୍ଥାଧିପତି ନକ୍ଷତ୍ରସ୍ଥ ଯୋଗୁଁ ଆର୍ଥିକ କ୍ଷେତ୍ରରେ ଅଭାବ ଲାଗି ରହିବ । ବ୍ୟବସାୟରେ ଯେତେ ପରିଶ୍ରମ କରିଲେ ମଧ୍ୟ ଆର୍ଥିକ ସ୍ଥିତିରେ ସୁଧାର ଆଣିବା କଷ୍ଟକର ହୋଇପାରେ । ବନ୍ଧୁଙ୍କ ସହାୟତାରେ ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ପାଇପାରନ୍ତି । ଅଫିସରେ ଗୋଟିଏ କାର୍ଯ୍ୟଭାର ବୃଦ୍ଧି ଓ ବରିଷ୍ଠ ଅଧିକାରୀଙ୍କ ରୁଷ୍ଠ ବଚ୍ଚନ ମନରେ କର୍ମକ୍ଷେତ୍ର ପ୍ରତି ବିମୁଖଭାବ ଜାତ କରିବ । ରାଜନେତାମାନେ ନିଜକୁ ଜନସେବାରେ ନିୟୋଜିତ କରିବେ । ଟଙ୍କା ପଇସା ସମ୍ବନ୍ଧରେ କୌଣସି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ । ପୂର୍ବ ନିର୍ଦ୍ଧାରିତ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । କ୍ରନିକ୍‌ରୋଗ ଜନିତ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆତ୍ମା ବିଶ୍ୱାସ ବୃଦ୍ଧି ହେବ, ମାନସିକ ସ୍ତରରେ ଶାନ୍ତି ପାଇବେ । ଏକାଦଶସ୍ଥ ରାଶ୍ୟାଧିପତି ବୃହସ୍ପତିଙ୍କ ନକ୍ଷତ୍ରସ୍ଥ ଯୋଗୁଁ ପାରିବାରିକ, ବ୍ୟବସାୟିକ ତଥା ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ଶୁଭ ମୂହୁର୍ତ୍ତ ଅଟେ । ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ ନାହିଁ । କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ କରିବେ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି । ସାମାଜିକ କ୍ଷେତ୍ରରେ ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବ । ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ଯୋଗ ଅଛି । ଯୁବକ, ଯୁବତୀଙ୍କ ଲାଗି ଉନ୍ନତିର ନୂଆ ଦ୍ୱାରା ଖୋଲିବ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ସହଧର୍ମୀଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଜରୁରୀ କାର୍ଯ୍ୟ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ । ଶୁକ୍ରଙ୍କ ସୁପ୍ରଭାବରେ ନିଜସ୍ଵ ବିଚାରଧାରା ଓ କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁଁ ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ଅଫିସିଆଲି କାର୍ଯ୍ୟବ୍ୟସ୍ତତା ଯୋଗୁ ଅବସର ପାଇବେ ନାହିଁ, ଫଳରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଧାରେ ରହିଯାଇପାରେ । ରାଜନୀତିରେ ମନୋକାମନା ପୂରା ହେବ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ । ପୂର୍ବରୁ ଲାଗି ରହିବା ଶାରୀରିକ ପୀଡା ସନ୍ଧ୍ୟା ସମୟରେ ଅସହନୀୟ ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଅମ୍ବିକା ।

Be the first to comment

Leave a Reply

Your email address will not be published.


*