ଆସନ୍ତୁ ଜାଣିବା 28 ଅକ୍ଟୋବର 2020, ବୁଧବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୨୮ ଅକ୍ଟୋବର ବୁଧବାରର ରାଶିଫଳ :

ମେଷ :

ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡିବ । ବିଭିନ୍ନ ପ୍ରକାର ସମସ୍ୟା ନେଇ ମାନସିକ ଦ୍ୱନ୍ଦ୍ୱ ଲାଗିରହିବ । କର୍ମକ୍ଷେତ୍ରରେ କାର୍ଯ୍ୟ ଦେଖାଦେଇଥିବା ସମସ୍ୟାର ସମାଧାନ କରିବାରେ ବନ୍ଧୁମାନେ ସାହାଯ୍ୟ କରିବେ । ଅଫିସରେ କାର୍ଯ୍ୟ ଚାପ ଯୋଗୁଁ ସ୍ଵସ୍ଥ୍ୟାବସ୍ଥରେ ଅବନତି ଦେଖାଦେବ । ସଭାସମିତି, ଆଲୋଚନା ପରିସରରେ ମୌନତା ରହିବା ଶ୍ରେୟସ୍କର ହେବ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ । ବିଶେଷ କରି ତର୍କବିତର୍କ, ବାଦବିବାଦ ଠାରୁ ଦୂରେଇ ରହିବା ଭଲ ହେବ । ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରନ୍ତୁ, ନଚେତ୍ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ବୃଷ :

କୌଣସି କଥାକୁ ମନରେ ଦ୍ଵନ୍ଦ ସୃଷ୍ଟି ହେବ । ପରିସ୍ଥିତି ଠିକ୍‌ ରହିଲେ ମଧ୍ୟ ପ୍ରତ୍ୟେକ ସ୍ଥଳର ଶେଷ ସମୟରେ ନିଜ ନିଷ୍ପତ୍ତି ବଦଳାଇବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟା ସୃଷ୍ଟି କରିପାରନ୍ତି । ଈର୍ଷାପରାୟଣ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିବେ । କୁଟନୈତିକ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ବିବାଦୀୟ ଘଟଣାର ପୃଷ୍ଠଭୂମି ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମିଥୁନ :

ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଆଜି ପ୍ରତ୍ୟେକ କାମ ଯୁକ୍ତିତର୍କ ମାଧ୍ୟମରେ ସଂପୂର୍ଣ୍ଣ କରିବେ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ଵାରା ଆପଣଙ୍କର ପ୍ରଶଂସିତ ହେବ । ଅଧିକାଂଶ ସମୟରେ ଭୁଲ୍‌ ବୁଝାମଣାରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ । ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁମାନଙ୍କ ସହାନୁଭୂତି କାମ ପାଇଁ ପ୍ରେରଣ ଯୋଗାଇବ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଯାହାକି ସମସ୍ୟାର କାରଣ ହୋଇପାରେ । ପରିବାରଜନ ଓ ଘନିଷ୍ଟ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କର୍କଟ :

ମନରେ ଅନେକ ଆଶା ଓ କଲ୍ପନା ନେଇ ଦିନଟି ଶୁଭାରମ୍ଭ କରିବେ । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ରହିବ । କେତେକ କ୍ଷେତ୍ରରେ ମିଥ୍ୟା ପ୍ରତିଶୃତି ଦେଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କରିପାରନ୍ତି । ସମସ୍ତ ପ୍ରକାରର ସୁବିଧା ରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତିର ପଥରେ ବାଧକ ସାଜିବେ । ପରିସ୍ଥିତି ବଦଳି ଯାଇଥିବାରୁ ଆଶା କରିଥିବା ଦିଗରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ପାରିବାରିକ ସମସ୍ୟା ବାରମ୍ବାର ମନକୁ ଆନ୍ଦୋଳିତ କରିବା, ଯାହାଫଳରେ ମନ ଭଲ ରହିବା ନାହିଁ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ସିଂହ :

ଉତ୍ଥାନପତନ ମଧ୍ୟ ଦେଇ ଗତି କରିଲେ ମଧ୍ୟ ସାମାଜିକ ସ୍ତରରେ ମାନସମ୍ମାନ ଲାଭ କରିବେ । ଉପସ୍ଥିତ ବୁଦ୍ଧି ଖଟାଇ କୌଶଳରେ କାମ ହାସଲ କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମସ୍ୟା ମଧ୍ୟ ବୃଦ୍ଧି ପାଇବ । ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ନ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ କିନ୍ତୁ ସହକର୍ମୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆର୍ଥିକ ସ୍ଥିତି ଦୁର୍ବଳ ରହିବା ସଙ୍ଗେ ସଙ୍ଗେ କଠିନ ଶ୍ରମଜନିତ ସାମୟିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଭାବ ଅସୁବିଧା ନ ଥିଲେ ମଧ୍ୟ ପୂର୍ବର କେତେକ କଥାକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ କଳହ କିମ୍ବା ସମ୍ପର୍କ ହାନୀ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କନ୍ୟା :

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଦୀର୍ଘଚେଷ୍ଟା ପରେ ଆଜି ଋଣସୂତ୍ରରେ ଅର୍ଥଲାଭ କରିବେ । ବ୍ୟବସାୟ ଜନିତ ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ସାମାନ୍ୟ ବାଧା ସୃଷ୍ଟି ହେବ । ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ନିକଟରୁ ସାହାଯ୍ୟ ପ୍ରତିଶ୍ରୁତି ମିଳିବ ଯୋଗୁଁ ମନରୁ ଦୁଶ୍ଚିନ୍ତା କିଛି ମାତ୍ରା କମିଯିବ । କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଖାପାଖୁଆଇ ଚଳିବାକୁ ପଡିବ ଓ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ସହକର୍ମୀ କିମ୍ବା ପାଖ ପଡୋଶୀଙ୍କ ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ମତାନ୍ତର ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ତୁଳା :

ମନରେ ଅଯଥା ଚିନ୍ତା କରି କାର୍ଯ୍ୟ ପ୍ରତି ଅବହେଳା କରିପାରନ୍ତି । ଆକସ୍ମିକଭାବେ ଦୀର୍ଘଦିନର ସମ୍ପର୍କ ଛିନ୍ନହେବା ସୂଚନା ରହିଛି । କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟ ବନ୍ଧୁଙ୍କ ସହାୟତା ଲାଭ କରି କେତେକାଂଶରେ ଉପକୃତ ହୋଇପାରନ୍ତି ଏବଂ ଆପଣ ନିଜ ପୂର୍ବ ପରିକଳ୍ପିତ ଯୋଜନା ଓ ଚିନ୍ତାଧାରା ଅନୁଯାୟୀ କାମଗୁଡିକ କରନ୍ତୁ, ସଫଳତା ପାଇବେ । ଅଫିସ କାମରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । ଅର୍ଥ ସଂକଟ ହେତୁ ମନରେ ସରସତା ରହିବ ନାହିଁ । ଭୁଲ୍‌ ବୁଝାମଣା ଓ ବୃଥା ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତିଜନିତ ଅନ୍ୟମନସ୍କ ରହିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରିବେ, ଯାହାଫଳରେ ସମ୍ପର୍କ ବୃଦ୍ଧି ହେବ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ବିଛା :

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜି କଳହ ସାଙ୍ଗକୁ ପାରିବାରିକ ଅଶାନ୍ତି କର୍ମକ୍ଷେତ୍ରରେ କାର୍ଯ୍ୟ କରିବାର ଶୈଳୀକୁ ମନ୍ଥର କରିପାରେ । ଆଳସ୍ୟ ଓ ଅବହେଳା ଯୋଗୁଁ କେତେକ କାର୍ଯ୍ୟ ହାତରୁ ଖସିଯାଇପାରେ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ବିଷୟକୁ ନେଇ ମନରେ ବାରମ୍ବାର ଆଲୋଡନଜନିତ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କାର୍ଯ୍ୟ କରିପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ପରିପ୍ରେକ୍ଷୀରେ ନିକଟ ସମ୍ପର୍କୀୟମାନଙ୍କ ପରାମର୍ଶ ଲୋଡ଼ିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

ଧନୁ :

ଆଜି ଆପଣ ଉନ୍ନତିର ଏକ ନୂତନ ମାର୍ଗ ଅନୁସରଣ କରିବେ । ଆଜି ଆପଣ ନିଜର ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ । ବ୍ୟସ୍ତତାରେ ରହିବା ସତ୍ତ୍ବେ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅବସର ପାଇବେ । କର୍ମକ୍ଷେତ୍ରର ଆଲୋଚନା ଅବସରରେ ବନ୍ଧୁଙ୍କୁ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସ୍‌ରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଆଗୁଆ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବା ସମ୍ଭାବନା । ପ୍ରଶାସନ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ହେବ । ଶାରିରୀକ ଅସୁସ୍ଥତାରେ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ମକର :

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଶାରୀରିକ ଦୁର୍ବଳତା ସାଙ୍ଗକୁ ଅତ୍ୟାଧିକ ଖର୍ଚ୍ଚ ଯୋଗୁଁ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେବ । କିନ୍ତୁ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ଉଚ୍ଚପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ :

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ନିଜ ଲୋକମାନଙ୍କ କାର୍ଯ୍ୟକଳାପକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବା କାରଣରୁ ମାନସିକ ସ୍ତରରେ ପ୍ରସନ୍ନତା ଅନୁଭବ କରିବେ । କିନ୍ତୁ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି । ବ୍ୟବସାୟ ଓ ପରିବହନରେ ଶିଥିଳତା କାରଣରୁ ସାମୟିକ ବିଷାଦିତ ରହିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଅଫିସରେ ସହକର୍ମୀମାନଙ୍କ ଅସହଯୋଗ ମନୋବୃତ୍ତି ଯୋଗୁଁ ମନରେ ସରସତା ରହିବ ନାହିଁ । ବନ୍ଧୁଙ୍କ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମୀନ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଦୀର୍ଘଦିନର ଅଭିଳାଷ ପୂରଣ ହେବା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହୋଇଯିବ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ ଓ କୌଶଳ ପ୍ରୟୋଗ କରି କାମ ହାସଲ କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । କେତେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ବ୍ୟବସାୟରେ ଧନଲାଭର ସଙ୍କେତ ମିଳିବ । ସାମାଜିକ ସ୍ତରରେ ବୁଝାମଣା ଠିକ୍‌ ରହିବ । ଗୃହସୀମା, ନିର୍ମାଣ, ଘରଭଡ଼ା କିମ୍ବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

Be the first to comment

Leave a Reply

Your email address will not be published.


*