23 ଅକ୍ଟୋବର 2020, ଶୁକ୍ରବାର- ଶୁକ୍ର, କନ୍ୟା ରାଶିରେ କରିବା ପ୍ରବେଶ । ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖର

23 ଅକ୍ଟୋବର 2020, ଶୁକ୍ରବାର- ଶୁକ୍ର, କନ୍ୟା ରାଶିରେ କରିବା ପ୍ରବେଶ । ଏହି ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖର ସମୟ ଆଗମନ ହେବ ।

ଆଜି ଶୁକ୍ର ରାଶି ନିଜ ସ୍ଥାନ ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବ । ଆଜି ଆମେ ଆପଣଙ୍କୁ ୨୩ ଅକ୍ଟୋବର ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ନିକଟ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ । ଦୈହିକ ସୁସ୍ଥ ସଙ୍ଗକୁ ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ଆପଣଙ୍କ କାମରେ ବିଶେଷ ସହାୟକ ହେବ । କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ । ଅଫିସରେ ସହକର୍ମୀ, ଉଚ୍ଚଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ । ଚୁକ୍ତିପତ୍ର ସ୍ଵାକ୍ଷର କରିବା ସମୟରେ ଦେଖି ଚାହିଁ କରନ୍ତୁ । ସମାଜରେ ଆପଣଙ୍କ ପ୍ରତିପତି ବୃଦ୍ଧି ପାଇବ । ଭୂସମ୍ପତ୍ତି କିଣିବା ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଭଗବାନଙ୍କୁ ଆରୋଧନ କରନ୍ତୁ, ଦିନଟି ଭଲରେ କାଟିବ । ଶୁକ୍ରଙ୍କ ସହ ଶନିଙ୍କ ସମ୍ପର୍କ ବିଳମ୍ବିତ ସମୟରେ କାମ ହାସଲ କରାଇବ । ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାର ପୂର୍ଣ୍ଣ ପ୍ରୟାସ କରିବେ । ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ ନାହିଁ, କିନ୍ତୁ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କୈାଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ ଯାହାକି ସମସ୍ୟା ବହୁଳ ହୋଇପାରେ । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି, ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ପରିବାରରେ ଶାନ୍ତଶିଷ୍ଠର ବାତାବରଣ ରହିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ । ରବିଙ୍କ ଦୁର୍ବଳତା ଯୋଗୁଁ ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବ କାରଣରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ । ଆପଣଙ୍କ ନୀରବତା, ଅନ୍ୟମାନଙ୍କ ମନରେ ସନ୍ଦେହକୁ ଦ୍ୱିଗୁଣିତ କରିବ । ଦୃଢ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀଙ୍କ ସହ ବ୍ୟବହାର ଭଲ ରହିବ ଓ ଅବଶ୍ୟ ସମୟ ଖୁସୀରେ କଟିଯିବ । ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକ ମାନଙ୍କ ତରଫରୁ ସହଯୋଗ ପାଇବେ । ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ, ମନରେ ଏଣୁତେଣୁ କଥାକୁ ସ୍ଥାନ ଦେଇ ସାମୟିକ ଉଦାସ ରହିବ । ଧନାଧିପତିଙ୍କ ଶୁଭତ୍ୱ ପ୍ରଭାବରୁ ଆର୍ଥିକ ସମସ୍ୟାର ସମାଧନ କରିବା ସହ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । କିନ୍ତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇ ଯାଇପାରେ । ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡିଯାଇ ପାରନ୍ତି । ବନ୍ଧୁଙ୍କ ପ୍ରତାରଣାପୂର୍ଣ୍ଣ କଥାରେ ମନ ଅସ୍ଥିର ରହିବ । ଏହା ସଙ୍ଗେ ସଙ୍ଗେ କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ ଉଠିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବୟୋସ୍କ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ପାପଗ୍ରହଙ୍କ କୁପ୍ରଭାରୁ ଦୈହିକ ଓ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ ନାହିଁ । ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଓ ସମସ୍ୟା ଦେଖାଦେଲେ ମଧ୍ୟ ବନ୍ଧୁଙ୍କ ସହାୟତାରେ କାର୍ଯ୍ୟଗୁଡିକ ପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରି ସଫଳତା ହାସଲ କରିପାରିବେ । ସାଧାରଣ ଘଟଣାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ଉଚ୍ଚବାଚ୍ଚ ଦେଖାଦେଇପାରେ । ସମାଜରେ ଜନକଲ୍ୟାଣ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଆର୍ଥିକ କ୍ଷେତ୍ରରେ ସମ୍ୟକ ଅଭାବ ପରିଲକ୍ଷିତ ହୋଇପାରେ । ପାରିବାରିକ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ମନ ଦୁଃଖ ହୋଇପାରେ । ପରିବାର ସଦସ୍ୟଙ୍କ ସହ ସନ୍ଧ୍ୟାରେ ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିପାରନ୍ତି । ଛୋଟିଆ ଛୋଟିଆ ପାରିବାରିକ ସମସ୍ୟାକୁ ସ୍ତ୍ରୀଙ୍କ ମାଧ୍ୟମରେ ସମାଧାନ କରିବାରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ । ରାଶିରେ ଶୂକ୍ରର ଶୁଭ ପ୍ରଭାବ କାରଣରୁ କଳା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ ଗ୍ରାହକ କିମ୍ବା ଅଫିସର ସହକର୍ମୀଙ୍କ ସହ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ସୃଷ୍ଟି ହୋଇପାରେ । ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ଆନୁଷ୍ଠାନିକ କାମରେ ସହଯୋଗ କରି ପ୍ରଶଂସିତ ହୋଇପାରନ୍ତି । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ପରିବାରର ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ପ୍ରତିଦାନ ପାଇବାର କୌଣସି ଆଶା ନ ରଖି ନିଜ କର୍ତ୍ତବ୍ୟ ମୁତାବକ କାର୍ଯ୍ୟ କରିଚାଳନ୍ତୁ । ଅବଶ୍ୟ ସ୍ଵାତୀ ନକ୍ଷତ୍ରର ପ୍ରଭାବରେ ବିଭିନ୍ନ ପ୍ରକାର କର୍ମଜଞ୍ଜାଳର ଚାପରେ ଅତିଷ୍ଠ ହୋଇପାରନ୍ତି । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢିବା ସଙ୍ଗେ ସଙ୍ଗେ ନାନା ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବ । ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିବା ଠିକ୍‌ ହେବ ନାହିଁ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ କିନ୍ତୁ ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟର କୌଣସି ଅଭାବ ରହିବ ନାହିଁ । ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ । ନିକଟ ସମ୍ପର୍କୀୟ ଓ କେତେକ ବନ୍ଧୁ ନିଜର ଫାଇଦା ହାସଲ କରିବା ସକାଶେ ଆପଣଙ୍କୁ ଫୁସୁଲାଫୁସୁଲି କରିପାରନ୍ତି । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ । ପରିବାରରେ ଛୋଟିଆ ଛୋଟିଆ କଥାକୁ ଧରି ବସିଲେ, ଅଶାନ୍ତିର ପରିବେଶ ବଢିବ ସିନା ସମାଧାନ ହେବ ନାହିଁ । ଶୁଭରଙ୍ଗ: ମ୍ୟାଜଣ୍ତା । ଆରାଧନା: ସନ୍ତୋଷୀ ମାତା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଯାହା କରୁଛନ୍ତି ସେଥିପ୍ରତି ସତର୍କତା ଅଭାବରେ ପରିସ୍ଥିତି ଅଣାୟତ ହୋଇପାରେ । ରାଶିରେ ଚନ୍ଦ୍ର ଷଷ୍ଠାଧିପତି ନକ୍ଷତ୍ରସ୍ଥ ହେତୁ ଭୁଲ୍ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରାଇପାରେ । କର୍ମବ୍ୟସ୍ତତା ମଧ୍ୟରେ ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ । ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସାହାର୍ଯ୍ୟ ପାଇବା ଫଳରେ କିଛି ମାତ୍ରାରେ ଉପକୃତ ହୋଇପାରିବେ । ଆର୍ଥିକ ଅଭାବ, ଅନଟନ ନ ଥିଲେ ମଧ୍ୟ ପାରିବାରିକ ଖର୍ଚ୍ଚଭାର ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ଅଧିକରୁ ଅଧିକ ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ପ୍ରୟାସ କରିବେ । କିନ୍ତୁ ଅପରାହ୍ନରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ବାକ୍‌ ଅସଂଯମତା ଯୋଗୁଁ ଚରିତ୍ରରେ ଦାଗ ଲାଗିପରେ । ବିବାଦୀୟ ସ୍ଥଳରେ ମନ୍ତବ୍ୟ ଦେଇ ସମସ୍ୟାର ଘେରରେ ଫସି ଯାଇପାରନ୍ତି । ଶୁଭରଙ୍ଗ:ଲାଲ । ଆରାଧନା: ବାବା କୈଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ସଫଳତା ମିଳିବାରେ ବିଳମ୍ବିତ ହେବ । ମଙ୍ଗଳଙ୍କ କୁପ୍ରଭାବ ଯୋଗୁଁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍‌ ରହିନପାରେ । ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ହୋଇ କେତେକ କାର୍ଯ୍ୟ କରିବାକୁ ପଡିବ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବ । ଅଫିସରେ ସହକର୍ମୀମାନେ ମଧୁର କଥା କହି ସେମାନଙ୍କ କାର୍ଯ୍ୟ ଆପଣଙ୍କ ଉପରେ ନ୍ୟସ୍ତ କରିପାରନ୍ତି । ପ୍ରକାଶନ, ପ୍ରଶାସନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି । ସମାଜରେ ଲୋକେ ଆପଣଙ୍କ ପୂର୍ବ କାର୍ଯ୍ୟକଳାପକୁ କେନ୍ଦ୍ର କରି ସମାଲୋଚିତ କରିପାରନ୍ତି । ପରିବାରର ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି । ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଭାବିତ ହୋଇ ଭୁଲ୍ ରାସ୍ତାରେ ପରିଚାଳିତ ହୋଇପାରନ୍ତି । ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅସୁବିଧା ନହେଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ । କର୍ମଭାବସ୍ଥ ଚନ୍ଦ୍ର ଯୋଗୁଁ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ଆଗକୁ ବଢିବେ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ଆର୍ଥିକ ସହାୟତା ପାଇବାର ଯୋଗ ରହିଛି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ସମାଜରେ ବିଜ୍ଞ ବ୍ୟକ୍ତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ନିଜ ଆତ୍ମୀୟ ଲୋକମାନଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ମନ୍ଥର ଗତିରେ ସମ୍ପାଦନ ହେବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମକ୍ଷେତ୍ରରେ ପ୍ରତି ନିଜର ଭାବନା ସକାରାତ୍ମକ ରଖନ୍ତୁ । କର୍ମାଧିପଙ୍କ ଶୁଭତ୍ୱ ଦୃଷ୍ଟିକୋଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମରେ ସଂପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ନେବେ ଓ କର୍ମକ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟ ବାଣିଜ୍ୟରେ ଲାଗିରହିଥିବା ସମସ୍ୟା ଦୂର ହେବ । କିନ୍ତୁ ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମ୍‌ନା କରିବାକୁ ପଡିପାରେ । ସମାଜରେ ମାନସମ୍ମାନ ବୃଦ୍ଧି ହେବା ସହ ଅର୍ଥ ସମ୍ପର୍କୀୟ ସମସ୍ୟାରେ ସୁଧାରି ଆସିବ । ଆନୁଷ୍ଠାନିକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଅଚିହ୍ନା ବ୍ୟକ୍ତିଙ୍କୁ ବିଶ୍ଵାସ କରିଲେ ଅସୁବିଧାରେ ପଡ଼ିପାରନ୍ତି । ପରିବାରରେ ସାଧାରଣ କଥାରେ କଳହର ସମ୍ମୁଖୀନ ହୋଇ ପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜ ଉପରେ ବିଶ୍ଵାସ ରଖନ୍ତୁ, ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଆଜିର ଗ୍ରହସ୍ଥିତି ପ୍ରଭାବରେ ପରକୁ ମଧ୍ୟ ଆପଣାର କରି, କାମ ହାସଲ କରିବାରେ ସମର୍ଥ ହେବେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ଲାଗି ରହିବ । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ବନ୍ଧୁଙ୍କ ମାଧ୍ୟମରେ ଦୂର ହୋଇଯିବ । ଅର୍ଥନୈତିକ ଅବରୋଧ ହଟିଯିବ ଓ ଆପଣଙ୍କ ଅଭିଳାଷ ଅନୁଯାୟୀ ପ୍ରାପ୍ୟ ଅବଶ୍ୟ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେଲେ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ମିଥ୍ୟା ଅଭିଯୋଗରେ ଫସି ଯାଇପାରନ୍ତି । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ । ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

Be the first to comment

Leave a Reply

Your email address will not be published.


*