ଆସନ୍ତୁ ଜାଣିବା 22 ଅକ୍ଟୋବର 2020, ଗୁରୁବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୨୨ ଅକ୍ଟୋବର ଗୁରୁବାରର ରାଶିଫଳ :

ମେଷ :

ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ । ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ । ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ଯଥେଷ୍ଟ ଉନ୍ନତି କରିବେ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ । ଟିକିଏ ଟିକିଏ କଥାରେ ଅଯଥା ବିରକ୍ତିଭାବ ପ୍ରକାଶ କରିଲେ କ୍ଷତିରେ ପଡିବାର ସମ୍ଭାବନା ରହିଛି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା କପିଳାସ ।

ବୃଷ :

ମନରେ ସକାରାତ୍ମକ ଭାବନା ରଖନ୍ତୁ, କାର୍ଯ୍ୟରେ ସଫଳତା ମିଳିବ । ଅର୍ଥାଭାବରେ ପରିସ୍ଥିତିକୁ ନେଇ ଚିନ୍ତିତ ରହିବେ । ଅଯଥାରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ଶତ୍ରୁତା ସୃଷ୍ଟି କରିବ । କାରବାରରେ ପରିବର୍ତ୍ତନ ଆଣିବା ଲାଗି ବନ୍ଧୁମାନଙ୍କ ସହାୟତା ମାଗିବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷତି ସହିବାକୁ ପଡିବ ନାହିଁ । ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ଜିଦ୍ ଖୋର ମନୋବୃତ୍ତି ଲାଗି ବନ୍ଧୁ ଓ ସହକର୍ମୀଙ୍କ ସହ ମନାନ୍ତର ଦେଖାଦେଇପାରେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ପାରନ୍ତି । ପରିବାରରେ ଏକ ସାଧାରଣ କଥାକୁ କେନ୍ଦ୍ର କରି ଝଗଡ଼ା କିମ୍ବା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମିଥୁନ :

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ପାଖ, ପଡୋଶୀଙ୍କ ପ୍ରତ୍ୟକ୍ଷ ସହ-ଯୋଗ ସମସ୍ୟା ସମାଧାନ କ୍ଷେତ୍ରରେ ସାହାର୍ଯ୍ୟ କରିବ । ବାଣିଜ୍ୟ ଓ ବ୍ୟବସାୟରେ ନିକଟ ସମ୍ପର୍କୀୟଙ୍କ ସହାୟତା ପାଇଁ କେତେକାଂଶରେ ଉପକୃତ ହେବେ । ପରିସ୍ଥିତିକୁ ଦେଖି କାମ କରି ଚାଲିଲେ ଲକ୍ଷ୍ୟ ପୂରଣରେ ଅସୁବିଧା ରହିବ ନାହିଁ । ଅଫିସରେ ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ପ୍ରଶଂସିତ ହେବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ହେବାରେ କୌଣସି ଅସୁବିଧା ହେବ ନାହିଁ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

କର୍କଟ :

ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ବନ୍ଧୁଙ୍କ ସାହାର୍ଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇବ । ପରିବାରରେ ସୁଖ ଶାନ୍ତି ଫେରିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା ସଫଳ ହେବ । ବ୍ୟବସାୟୀମାନେ ବେଶ୍ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସ ଖୁସିରେ ଦିନଟି ବିତାଇବେ । ଅଫିସରେ ବିବଦମାନ ସ୍ଥିତି ସହକର୍ମୀଙ୍କ ସହାୟତାରେ ସମାଧାନ ଦିଗକୁ ଗତି କରିବ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚାରେ ଅଧିକ ସମୟ ଅତିବାହିକ କରିବେ । କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯିବ । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବାବା କପିଳାସ ।

ସିଂହ :

ଆତ୍ମା ବିଶ୍ଵାସ ଦୃଢ଼ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ସମର୍ଥ ହେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳିଯିବାରୁ ଏକପ୍ରକାର ମନ ହାଲୁକା ହୋଇଯିବ । ଅଫିସରେ ନିଜର ଅସାବଧାନତା ବଶତଃ ହେତୁ ଉଚ୍ଚାଧିକାରୀଙ୍କ ଦ୍ଵାରା ସମାଲୋଚିତ ହୋଇପାରନ୍ତି । ଧନହାନି କିମ୍ବା ଆଘାତପ୍ରାପ୍ତ ହୋଇପାରନ୍ତି । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

କନ୍ୟା :

ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଆର୍ଥିକ ସଂକଟ ଦୂରୀଭୂତ ହୋଇଯିବ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାର୍ଯ୍ୟ ଲାଭ କରି ପ୍ରଶଂସିତ ହେବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । ଅତି ନିକଟରେ ରହୁଥିବା କୌଣସି ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପରିବାରରେ ଉତ୍ତମ ବୁଝାମଣା ଯୋଗୁଁ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ତୁଳା :

ଦିନଟି ଆପଣଙ୍କ ଲାଗି ଅନୁକୂଳ । ପୂର୍ବରୁ ପସ୍ତୁତି କରିଥିବା ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ଯେକୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ଭଲ । ଅଫିସରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ବନ୍ଧୁବର୍ଗଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ହିଁ ଶୁଣିବାକୁ ମିଳିବ । ଆକସ୍ମିକ ଭାବେ ଧାତୁ, ଅଳଙ୍କାର କିମ୍ବା ବସ୍ତ୍ରଭୂଷଣ ଲାଭ କରିପାରନ୍ତି । ଆଜି ପ୍ରତ୍ୟେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ପିଲାଙ୍କ ସହ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ବିଛା :

ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପାଇବେ । ଆପଣଙ୍କର ଯୁକ୍ତିଯୁକ୍ତ କଥା ବନ୍ଧୁତ୍ଵ ସଂପର୍କକୁ ଆହୁରି ଦୃଢ କରିବ । ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାରୁ ଖୁସି ରହିବେ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହେବ । କର୍ମକ୍ଷେତ୍ରରେ ଭାବପ୍ରବଣ ବଶତଃ ଭିନ୍ନ ପ୍ରକାରର କଥାବାର୍ତ୍ତା କହି ନିଜେ ଅପଦସ୍ଥ ହୋଇପାରନ୍ତି । ଅନୁଷ୍ଠାନିୟକ କାର୍ଯ୍ୟରେ ଲକ୍ଷ୍ୟପୂରଣ କରିବା ଦିଗରେ ବନ୍ଧୁମାନେ ସହାୟତା କରିବେ । କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଏପରି କି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ତିକ୍ତତା ଲାଗିବାର ସମ୍ଭାବନା ରହିଛି । ପାରସ୍ପରିକ ଆଲୋଚନା ଓ ବୁଝାମଣା ମାଧ୍ୟମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ :

ସକାରାତ୍ମକ ମନୋଭାବନା ନେଇ କାର୍ଯ୍ୟ କରନ୍ତୁ; ସଫଳତା ପାଇବେ । ନିକଟ ସମ୍ପର୍କୀୟଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ ଆଗକୁ ବଢିବେ । ଅଫିସର ସହକର୍ମୀମାନେ ମନକୁ ବଧିଲା ଭଳି କଥା କହିବେ, ଯାହାଦ୍ୱାରା କର୍ମକ୍ଷେତ୍ରରେ ଗତି ଶିଥିଳ ହୋଇଯିବ କିନ୍ତୁ ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପରିବାରରେ ସବୁ କିଛି ଭଲ ଥିଲେ ମଧ୍ୟ ଆକସ୍ମିକ ଭାବେ ଅଶାନ୍ତିର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଆରାଧନା: ମାଆ ଦୁର୍ଗା ।

ମକର :

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ ଓ ସ୍ଥିତିରେ ସୁଧାର ଆସିବ । ଆଜି ଆପଣ ଖର୍ଚ୍ଚାନ୍ତ କରିବାକୁ ପଡିବ ହେଲେ କୌଣସି କାମ ଅଟକିବ ନାହିଁ । ଯାତ୍ରା, ନୂତନ କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ମିଳିବ । ଅଫିସ ମଧ୍ୟରେ ସହକର୍ମୀଙ୍କ ପୂର୍ଣ୍ଣ ସଫଳତା ପାଇବେ । ବନ୍ଧୁମେଳରେ ଯୁକ୍ତିଯୁକ୍ତ କଥା କହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ । ପାରିବାରିକ କ୍ଷେତ୍ର, ଯାନବାହନ ଚଳାଚଳ , ବ୍ୟବସାୟରେ କିଛିଟା ସମସ୍ୟା ଦେଖାଦେବ । କ୍ରୀଡ଼ା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭର ସୁଯୋଗ ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

କୁମ୍ଭ :

ଦିନଟି ଆପଣଙ୍କ ପାଇଁ ଉତ୍ସାହପୂର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ସମସ୍ତ ସୁଖ, ସୁବିଧା ସହ ଅଭିଳାଷ ପୂରଣ ହେବ । କର୍ମକ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ଜନ୍ମିବ । କିନ୍ତୁ କୌଣସି ବିବାଦୀୟ ଘଟଣା ମୁଣ୍ଡ ପୁରନ୍ତୁ ନାହିଁ । ସନ୍ଧ୍ୟାରେ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ପ୍ରିୟତମଙ୍କ ସହିତ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

ମୀନ :

ଆପଣଙ୍କ କୌଣସି ନିଷ୍ପତି, ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ପରିବାର ସମସ୍ୟାକୁ ନେଇ ମନରେ ବିରକ୍ତିଭାବ ସୃଷ୍ଟି ହେବାର ସୂଚନା ରହିଛି । ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଅର୍ଥ ସଂଗ୍ରହ କରିବା ଦିଗ ପ୍ରତି ମନରେ ତତ୍ପରତା ପ୍ରକାଶ ପାଇବ । କିନ୍ତୁ କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ପୂର୍ବ ପ୍ରସ୍ତୁତି ଯୋଜନା ଅନୁଯାୟୀ କାର୍ଯ୍ୟ କରିଲେ ମଧ୍ୟ ଆଶାତୀତ ସଫଳତା ପାଇପାରିବେ ନାହିଁ । ପରୋକ୍ଷ ଶତ୍ରୁତା କାରଣରୁ ଅଫିସର ସହକର୍ମୀମାନେ ମଧ୍ୟ ଏଣୁତେଣୁ କଥା କହିବେ । ସାମାଜିକ କାର୍ଯ୍ୟକଳାପରେ ଭାଗ ନେଇ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Be the first to comment

Leave a Reply

Your email address will not be published.


*