ଆସନ୍ତୁ ଜାଣିବା 21 ଅକ୍ଟୋବର 2020, ବୁଧବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୨୧ ଅକ୍ଟୋବର ବୁଧବାରର ରାଶିଫଳ :

ମେଷ :

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଆପଣଙ୍କ ପ୍ରତିଦ୍ଵନ୍ଦୀମାନେ ଶାନ୍ତ ରହିବେ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ । ଯୌଥ ବ୍ୟବସାୟରେ ଅଂଶୀଦାରଙ୍କ ସହ ସମ୍ପର୍କ ଭଲ ରହିବ । ଶତ୍ରୁମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ କିନ୍ତୁ ସଫଳ ହୋଇପାରିବେ ନାହିଁ । ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଅନିୟମିତା ଓ ଗରିଷ୍ଠ ଖାଦ୍ୟପେୟ ଯୋଗୁଁ ହଠାତ୍‌ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ବୃଷ :

କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସମର୍ଥନ ପାଇ ଆଗକୁ ବଢିବେ । ଶୁକ୍ରଙ୍କ ସହ ଶନିଙ୍କ ଷଡାଷ୍ଟକ ସ୍ଥିତିଜନିତ ବିଳମ୍ବିତ ସମୟରେ କାମ ହାସଲ ହେବ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହା କି ସମସ୍ୟା ବହୁଳ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଦେଖାଦେଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ ଯୋଗୁଁ ମନ ବିଚଳିତ ରହିବ । ସଭାସମିତି କିମ୍ବା ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବାରେ ସମର୍ଥନ ହେବେ । କଠିନ ଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀ ହେବାର ସମ୍ଭାବନା ରହିଛି । ପାରିବାରରେ କୌଣସି ନା କୌଣସି ସମସ୍ୟା ଲାଗିରହିଥିବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

ମିଥୁନ :

ଧନାଧିପତିଙ୍କ ଶୁଭତ୍ୱ ପ୍ରଭାବରୁ ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଆଶାତୀତ ସଫଳାତା ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସରେ ସହକର୍ମୀଙ୍କ ସହଯୋଗ ଓ ସାହାଯ୍ୟର କୌଣସି ଅଭାବ ରହିବ ନାହିଁ । ଈର୍ଷାପରାୟଣ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ଅପପ୍ରଚାର କରିପାରନ୍ତି । ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କର୍କଟ :

ବୃହସ୍ପତିଙ୍କ ପ୍ରଭାବରୁ ଶତ୍ରୁନାଶ, ଋଣ ପରିଶୋଧ ସଙ୍ଗକୁ ରୋଗପୀଡା ହ୍ରାସ ଘଟିବ । ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସ କାର୍ଯ୍ୟାଳୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି । ଆଲୋଚନା ପରିସର କିମ୍ବା ବ୍ୟବାସାୟ, ବାଣିଜ୍ୟରେ କୌଣସି ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆଇନ, ଅଦାଲତ, ପ୍ରଶାସନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ । କେତେକ ଅତୀତ ସ୍ମୃତି ମାନସିକ ଅସ୍ଥିରତାର କାରଣ ହୋଇପାରେ । ପରିବାରରେ ହସ ଖୁସିର ବାତାବରଣ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ବରୀ ।

ସିଂହ :

ଆପଣଙ୍କ ସ୍ଵଭାବ ଓ ବ୍ୟବହାରେ ଅନ୍ୟମାନେ ଆକର୍ଷିତ ହେବେ । ତୃତୀୟଭାବସ୍ଥ ମଙ୍ଗଳ ଦେଖୁଥିବାରୁ ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁର୍ଣ୍ଣ ରହିବ । ଆଜି ଶତ୍ରୁମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବା ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । କଳା, ସାହିତ୍ୟ, ପରିବହନ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ । ବିଚାର ନ କରି ପରକଥାକୁ ବିଶ୍ଵାସ ଭୂଲ୍ ମାର୍ଗର ଅନୁସରଣ କରିପାରନ୍ତି, ଯାହାଫଳରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସ୍ଵାସ୍ଥ୍ୟ ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଲେ ମଧ୍ୟ ସାମୟିକ ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା :

ସଂଘର୍ଷ ଦ୍ୱାରା ସଫଳତା ମିଳିବ । ମୁଖଭାବସ୍ଥ ବୁଧାଦିଗ୍ରହଙ୍କ ପ୍ରଭାବରେ କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ଆଚରଣ କରନ୍ତୁ । କାମଗୁଡିକ ବହୁତ ବିଳମ୍ବରେ ସମ୍ପନ୍ନ ହେବା କାରଣରୁ ମନଟା ଭଲ ରହିବ ନାହିଁ । ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ । ପରିବାର ସଦସ୍ୟଙ୍କ ସହାୟତା ପାଇ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଚାକିରୀ କ୍ଷେତ୍ରରେ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ କରିପାରନ୍ତି । ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ତୁଳା :

ପାରସ୍ପରିକ ସହୃଦୟତା କାରଣରୁ ପାରିବାରିକ ଜୀବନ ମଧ୍ୟ ପ୍ରୀତିପ୍ରଦ ରହିବ । କର୍ମାଧିପ ରାଶିରେ ଅବସ୍ଥାନ କରୁଥିବାରୁ କର୍ମକ୍ଷେତ୍ରରେ ପରିସ୍ଥିତିରେ ସୁଧାର ଆସିବ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଲେ ମଧ୍ୟାହ୍ନରେ ସ୍ଥିତିରେ ପରିବର୍ତ୍ତନ ଆସିଯିବ । ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ରହିବ । କର୍ମକ୍ଷେତ୍ରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ । ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା ପାଇଁ ଦିନଟି ଅନୁକୂଳ ରହିବ । ବନ୍ଧୁ ବା ସମ୍ପର୍କୀୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ପାରିବାରିକ ସମସ୍ୟାକୁ ଭିତ୍ତି କରି ସ୍ଵାମୀ ସ୍ତ୍ରୀ ମଧ୍ୟରେ ପରସ୍ପର ଆଲୋଚନା କରିବେ ଓ ସମସ୍ୟାର ସରଳ ସମାଧାନର ରାସ୍ତା ଖୋଜି ବାହାର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ବିଛା :

ସମସ୍ୟା ମଧ୍ୟରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିପାରେ । ରାଶିରେ କେତୁ ଗ୍ରହର ଅବସ୍ଥାନ ହେତୁ ମାନସିକତା ଅସ୍ଥିରତା ଯୋଗୁଁ ଅପରିଣାମଦର୍ଶୀ କରାଇପାରେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉତ୍ଥାନପତନ ଲାଗିରହିଲେ ମଧ୍ୟ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରୋକ୍ଷ ସାହାଯ୍ୟ ପାଇବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ ଓ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ମୁହଁରେ ପ୍ରଶଂସା କରୁଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀ ଗଣେଶ ।

ଧନୁ :

ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଓ ବିବାଦୀୟ ମନ୍ତବ୍ୟ ପରିବେଶ ଓ ପରିସ୍ଥିତିକୁ ଗମ୍ଭୀର କରିଦେଇପାରେ । ଦ୍ୱିତୀୟସ୍ଥ ଶନି ହେତୁ ନିଜ ନିଜର ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ଘଟଣାବଳୀ ମନକୁ ବାରମ୍ବାର ଆଲୋଡିତ କରିବ । ସହକର୍ମୀଙ୍କ ସହଯୋଗ ଫଳରେ କର୍ମକ୍ଷେତ୍ରରେ ଅନୁକୂଳ ପ୍ରଭାବ ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହପାରନ୍ତି । ଆଧ୍ୟାତ୍ମିକ ଭାବଧାରାରେ ଉଦ୍-ବୃଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ଅନ୍ୟ ଲୋକଙ୍କ କଥାରେ ପ୍ରଭାବିତ ହୋଇ ପରିବାର ସଦସ୍ୟମାନେ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ । ସ୍ତ୍ରୀଙ୍କ ସହ ମନାନ୍ତର ଦେଖାଦେଇପାରେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମକର :

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ବକ୍ରୀ ମଙ୍ଗଳଙ୍କ ସ୍ଥିତିଜନିତ ପାଖ, ପଡୋଶୀଙ୍କ କୌଣସ ସ୍ପର୍ଶକାତର କଥାରେ ଚିହ୍ନା ପଡିବା ଠିକ୍ ହେବ ନାହିଁ । ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ବାଣିଜ୍ୟ ତଥା ବ୍ୟବସାୟିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ବନ୍ଧୁ ମାଧ୍ୟମରେ ଅର୍ଥ, ଗୃହୋପଯୋଗୀ ଜମିଜମା କାରବାର ସହ ସରକାରୀ ସ୍ତରରେ ସ୍ଥଗିତ କାଗଜପତ୍ରକୁ ତ୍ୱରାନ୍ୱିତ କରିପାରିବେ । ରାଜନୀତି, ସଙ୍ଗଠନ କିମ୍ବା ଆନୁଷ୍ଠାନିକ କାମ, ଆଇନ ଅଦାଲତ, ପ୍ରଶାସନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଆର୍ଥିକ ନେଣଦେଣ ଅର୍ଥବା ଚୁକ୍ତିପତ୍ର ସ୍ଵାକ୍ଷର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଅଯଥା ଯୁକ୍ତିତର୍କ କିମ୍ବା କୌଣସି ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କୁମ୍ଭ :

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତ ମିଳିବ । ପାପଗ୍ରହ ମଧ୍ୟସ୍ଥ କର୍ମାଧିପ ଯୋଗୁଁ ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିପାରେ । ସମୟର ପ୍ରତିକୂଳତା ଲାଗିରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିରୋଧକୁ ସାମ୍‌ନା କରି କାର୍ଯ୍ୟ ହାସଲ କରିପାରିବେ । ଅଫିସରେ ସହକର୍ମୀଙ୍କ ସହ ସାଧାରଣ କଥାକୁ ନେଇ ମତଭେଦ ଦେଖାଦେଇପାରେ । ସାମାଜିକ ସମ୍ମାନ ସହ ଅଭିଳଷିତ ଜିନିଷ ପ୍ରାପ୍ତି ମନକୁ ଖୁସି କରାଇଦେବ । ମନେ ମନେ ଯାହା ଭାବୁଛନ୍ତି ତାହା କେତେକାଂଶରେ ପ୍ରାପ୍ତିର ସମ୍ଭାବନା ରହିଛି । ଭୁଲ୍‌ ବୁଝାମଣାରୁ ପାରିବାରିକ କଳହ ସଙ୍ଗେ ସଙ୍ଗେ ତର୍କବିତର୍କରୁ ଲୋକ ସମ୍ପର୍କ ହାନି ହେବର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

ମୀନ :

ଦିନଟି ଆପଣଙ୍କ ପାଇଁ ଭଲ ରହିବ । କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁଙ୍କ ସାହାର୍ଯ୍ୟ ପାଇ ଉପକୃତ ପାଇବେ । କର୍ମକ୍ଷେତ୍ରରେ କାମ କରିବା ପାଇଁ ତତ୍ପରତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ସମସ୍ୟା ଦେଖାଦେଲେ ମଧ୍ୟ ବନ୍ଧୁଙ୍କ ଦ୍ଵାରା ସମସ୍ୟାର ସମାଧାନ ହୋଇଯିବ । ଆକସ୍ମିକ ଭାବେ ଅଫିସରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ପରିସ୍ଥିତିବଶତଃ ଅପ୍ରିୟସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିଲେ ମଧ୍ୟ ଅର୍ଥନୈତିକରେ ବିଶେଷ ଉନ୍ନତି ପରିଲକ୍ଷିତ ହେବ ନାହିଁ । ପରିବାର ସକାଶେ ଆକସ୍ମିକ ଭାବରେ ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

Be the first to comment

Leave a Reply

Your email address will not be published.


*