ଆସନ୍ତୁ ଜାଣିବା 20 ଅକ୍ଟୋବର 2020, ମଙ୍ଗଳବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୨୦ ଅକ୍ଟୋବର ମଙ୍ଗଳବାରର ରାଶିଫଳ :

ମେଷ :

ପ୍ରତିକୂଳ ଅବସ୍ଥା କେତେକାଂଶରେ ଦୂରେଇ ଯାଇଥିଲେ ମଧ୍ୟ ଛୋଟ ଛୋଟ ସମସ୍ୟା ଲାଗି ରହିବ । ଆଜି ପାରିବାରିକ କଳହ ଲାଗିପାରେ । କାର୍ଯ୍ୟ ହାସଲ କଲେ ମଧ୍ୟ ଟେନ୍‌ସନରୁ ମୁକ୍ତି ମିଳିବା କଷ୍ଟକର ହେବ । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ମଧ୍ୟ ପରସ୍ପର ସହଯୋଗ ମନୋବୃତ୍ତି ନେଇ କାର୍ଯ୍ୟ କରିବେ । ଅବଶ୍ୟ ସାହିତ୍ୟ, ଗବେଷଣା, ଆଲୋଚନା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ । ବିବାଦୀୟ ସ୍ଥିତିର ମଧ୍ୟସ୍ଥ କରିଲେ ଅପମାନିତ ହେବାକୁ ପଡିବ । ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ । ପୁରୁଣା ସମସ୍ୟା ଓ ପୁରୁଣା ରୋଗ ପୁନଃରାୟ ମୁଣ୍ଡ ଟେକିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ଡଳମଣୀ ।

ବୃଷ :

ସମସ୍ୟା ଓ ପ୍ରତିବାନ୍ଧକ ମଧ୍ୟ ଦେଇ ଗତି କରିବେ । କର୍ମକ୍ଷେତ୍ରରେ ଆକସ୍ମିକ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକି ରହିଥିବା କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିପାରିବେ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣର ରହିବ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ସହ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ହେବ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ଗୁରୁତ୍ଵ ଦେବେ । ରାଜନୀତିରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ କରିପାରନ୍ତି, ଯାହାଫଳରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଆଲୋଚନା, ଚୁକ୍ତିପତ୍ରରେ ତରବରିଆ ପଦକ୍ଷେପ ଗ୍ରହଣ କରିବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ :

ଭଗବାନଙ୍କୁ ସ୍ମରଣ କରନ୍ତୁ, ମନକୁ ଶାନ୍ତି ମିଳିବ । ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାର୍ଯ୍ୟ ମାଗିବେ । ଶାରୀରିକ ଓ ମାନସିକ ସ୍ଥିତି ବହୁତ ଭଲ ରହିଲେ ମଧ୍ୟ ଧନହାନି ମନସ୍ତାପର କାରଣ ହୋଇପାରେ । ବ୍ୟବସାୟରେ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ କେତେକେ ପ୍ରତିବନ୍ଧକ ମଧ୍ୟ ଦେଖାଦେଇପାରେ । ଅଫିସ୍ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ଅଫିସ୍ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ । ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ, ଯାହାଫଳରେ ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖାଦେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଦୃଢତାର ସହ ସମ୍ମୁଖୀନ କରିବେ ଓ ସମାଧାନର ମାର୍ଗ ଖୋଜି ବାହାର କରିବେ । ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ସାମାଜିକ ସ୍ତରରେ ନିଜ କ୍ଷମତାର ଅପବ୍ୟବହା ଯୋଗୁଁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ନିଜର ଚତୁଃପାର୍ଶ୍ୱରେ ପ୍ରତିକୁଳ ପରିସ୍ଥିତି ଯୋଗୁଁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ସିଂହ :

ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ । କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବ ନାହିଁ । କୌଣସି ନୂତନ ବ୍ୟବସାୟ କରିବା ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଅଫିସରେ ଦୁଃସାହସିକ ପଦକ୍ଷେପ ନେଇ ଯେତେଭଲ କାମ କରିଲେ ମଧ୍ୟ ଆପଣଙ୍କ ଶ୍ରେୟ ଅନ୍ୟକୁ ମିଳିବ । ସମାଜରେ ଅଭିଜ୍ଞ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବେ । ପାରିବାରିକ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା ମନ ବିଚଳିତ ହେବାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା :

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ପ୍ରତ୍ୟେକ ସ୍ଥଳରେ ପ୍ରତାରିତ ହୋଇ ଅଭିଳଷିତ ଜିନିଷ ପାଇବା କଷ୍ଟକର ହୋଇପାରେ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ଅଫିସରେ ଅନୁକୂଳ ପରିବେଶ ରହିଲେ ମଧ୍ୟ କାର୍ଯ୍ୟର ଚପରେ ମନରେ ସରସତା ରହିବ ନାହିଁ । ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ । ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ଵର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । କୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା କିମ୍ବା ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ତୁଳା :

ମନ ଅନୁଯାୟୀ କାମ କରିବାର ସୁବିଧା ସୁଯୋଗ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେଇପାରିବେ । ବନ୍ଧୁମାନଙ୍କ ସହ ହସ ଖୁସୀ ଦିନ ଅତିବାହିତ କରିବେ । ଅର୍ଥ ନେଣେଦେଣେ ବ୍ୟାପାରରେ ସାବଧାନୀ ରହନ୍ତୁ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ । ଆନୁଷ୍ଠାନିକ କାମରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଚେଷ୍ଟା କରୁଥିବା କାମରେ ସଫଳତା ପ୍ରାପ୍ତ କରିବେ । ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଉପସ୍ଥିତ ବୃଦ୍ଧି ଖଟାଇ ପରିବାରରେ ଦେଖାଯାଉଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

ବିଛା :

କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ପରିବାରରେ ପାରଷ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଅବଶ୍ୟ ବ୍ୟବସାୟ, ନୂତନ କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିପାରେ କିନ୍ତୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଖାଦେଇପାରେ । ଅଫିସରେ ସହକର୍ମୀମାନେ ଆପଣଙ୍କ ବିରୋଧରେ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି । ସଭାସମିତି, ଆଲୋଚନା ପରିସରରେ ମୌନତା ରହିବା ଶ୍ରେୟସ୍କର ହେବ । ରାଜନୈତିକ ସ୍ଥିତି ଓ ଅର୍ଥନୈତିକ ପ୍ରଗତି, ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟିଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ :

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଭାବିଚିନ୍ତି କାମ କରନ୍ତୁ, କୌଣସି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବ୍ୟବସାୟ ଓ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ଅସହଯୋଗ ମନକୁ ବିଭ୍ରାନ୍ତ କରିବ । ଆନୁଷ୍ଠାନିକ କ୍ଷେତ୍ରରେ କେତେକ ସୁଯୋଗ ପାଇଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସଦବ୍ୟବହାର କରିବା କାଠିକର ପାଠ ହେବ । କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି । ଭୁଲ୍ ବୁଝାମଣା କାରଣରୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଘରେ ସାଧାରଣ କଥାରେ ସ୍ତ୍ରୀ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମକର :

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ବନ୍ଧୁମାନଙ୍କ ପରାମର୍ଶ ଗ୍ରହଣ କରି କାର୍ଯ୍ୟଗୁଡିକ ଠିକ୍ ଭାବରେ ସମ୍ପନ୍ନ କରିପାରିବେ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନ ସମସ୍ୟା ଦୂର ହେବ । ଅଫିସରେ ଉଚ୍ଚପଦାଧିକାରୀଙ୍କ ସାହାଯ୍ୟ ଲାଭକରି କାର୍ଯ୍ୟ ହାସଲ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଗଠନମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ । ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମଧ୍ୟସ୍ଥତା କରି ଚିହ୍ନା ପଡ଼ିବା ଅର୍ଥ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ ହେବ । ଅତୀତର କେତେକ ଘଟଣାକୁ ସ୍ମରଣ କରି ସାମୟିକ ମନ ଉଦାସ ରହିପାରେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

କୁମ୍ଭ :

ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପାଇବେ ଓ କର୍ମାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତି କରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା ନ କଲେ ପଶ୍ଚାତ୍ତାପ କରିବାକୁ ପଡିପାରେ । ବନ୍ଧୁଙ୍କ ଦ୍ଵାରା ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୁଯୋଗ ପାଇବେ । କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି । ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ ଚାପରେ ବଶବର୍ତ୍ତୀ ହୋଇ ସାମୟିକ ବିବ୍ରତ ହୋଇପାରନ୍ତି । ଯାତ୍ରା ସମୟରେ ସତର୍କତାର ସହ ରୁହନ୍ତୁ, ଅନ୍ୟଥା କଳହ ଲାଗିବାର ଆଶଙ୍କା ରହିଛି । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ମନ ବିରକ୍ତ ହୋଇପାରେ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

ମୀନ :

ସମସ୍ୟା ଓ ପ୍ରତିବନ୍ଧକ କାରଣରୁ ବିଭିନ୍ନ ପ୍ରକାରର ନକାରାମତ୍କ ଚିନ୍ତାଧାରା ମନକୁ ବ୍ୟତିବ୍ୟସ୍ତ କରାଇପାରେ । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା ପ୍ରାପ୍ତ କରିବେ । ଆଜିର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି । କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାମ କରିଲେ ମଧ୍ୟ ଉପଯୁକ୍ତ ପରିଶ୍ରମିକ ପାଇବେ ନାହିଁ । ବାଣିଜ୍ୟ, ବ୍ୟବସାୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ, ଫଳରେ କେତେକ କାମ ଅଟକି ରହିଯିବାର ସମ୍ଭାବନା ରହିଛି । ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଭା ସମିତି କ୍ଷେତ୍ରରେ ନିୟୋଜିତ ହୋଇପାରନ୍ତି । ପରିବାରରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଖଳ ଲୋକମାନଙ୍କ ଅନୁପ୍ରବେଶ କାରଣରୁ ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟିହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

Be the first to comment

Leave a Reply

Your email address will not be published.


*