ପ୍ରୀତି ଜିଣ୍ଟା ସେୟାର କଲେ ନିଜର ଦୁଇ ଭାଇଙ୍କ ଫଟୋ ! ଜଣେ ଅଟନ୍ତି ଭାରତୀୟ ଯବାନ ତ ଆଉ ଜଣେ କରନ୍ତି କୋଟି କୋଟି ଟଙ୍କାର ବ୍ୟବସାୟ

ସାରା ଦେଶରେ ଗତ ସୋମବାରରେ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ ଓ ସ୍ନେହର ପ୍ରତୀକ ପର୍ବ ଭାଇ ଦୁଜର ପର୍ବ ବଡ଼ ଧୁମଧାମରେ ପାଳନ କରାଗଲା । ଯେପରି ଭାବରେ ରକ୍ଷା ବନ୍ଧନରେ ଭଉଣୀ ନିଜ ଭାଇର ଦୀର୍ଘ ଆୟୁ ଓ ରକ୍ଷା ପାଇଁ ରକ୍ଷାସୂତ୍ର ବାନ୍ଧନ୍ତି ଓ ସେପଟେ ଭାଇ ଦୁଜ ମଧ୍ୟ ଭାଇ ଭଉଣୀର ପବିତ୍ର ସମ୍ପର୍କର ଏପରି ଏକ ପର୍ବ ଅଟେ ଯେଉଁଥିରେ ଭଉଣୀ ନିଜ ଭାଇଙ୍କୁ ତିଳକ ଲଗାନ୍ତି ଓ ନିଜ ଭାଇର ଉଜ୍ଜ୍ୱଳ ଭବିଷ୍ୟତର କାମନା କରନ୍ତି । ଜଣାଇଦେଉଛୁ ଯେ ଆମ ଦେଶ ଭାରତରେ ଭାଇ ଦୁଜ ପର୍ବଟି ବଡ଼ ଧୁମଧାମରେ ପାଳନ କରାଯାଏ ଓ ଏହି ପର୍ବ ଦୀପାବଳିଦ୍ୱିତୀୟ ଦିନ ପାଳନ କରାଯାଏ ।

ସେପଟେ ଏଥର ଭାଇ ଦୁଜ ପର୍ବ ୧୬ ନଭେମ୍ବରକୁ ପାଳନ କରାଯାଇଛି ଓ ଆମ ଚଳଚ୍ଚିତ୍ର ଜଗତର ଅନେକଗୁଡ଼ିଏ କଳାକାର ଏହି ପର୍ବକୁ ବଡ଼ ଧୁମଧାମ ସହିତ ପାଳନ କରିଛନ୍ତି ଏବଂ ଏହାର କିଛି ଫଟୋ ମଧ୍ୟ ଏହି କଳାକାର ମାନେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଜଣାଇଦେଉଛୁ ଯେ ଏଥର ଭାଇ ଦୁଜ ପର୍ବରେ ଅନେକଗୁଡିଏ ବଡ଼ ବଡ଼ କଳାକାର ନିଜ ଭାଇ ଭଉଣୀ ସହିତ ଭାଇ ଦୁଜ ଅବସରରେ ସୁନ୍ଦର ଫଟୋସବୁ ସେୟାର କରିଛନ୍ତି । ଜଣାଇଦେଉଛୁ ଯେ ଏହି ଅବସରରେ ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ନିଜ ଭାଇ ମାନଙ୍କ ସହ ଚଳିତ ବର୍ଷ ଭାଇ ଦୁଜ ପର୍ବ ପାଳନ କଲେ।

ଆପଣଙ୍କୁ ସୁଚାଇଦେଉଛୁ ଯେ ବଲିଉଡ଼ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ଉତ୍ତମ ଅଭିନୟ ଓ ସୁନ୍ଦରତାରୁ ସମସ୍ତଙ୍କ ହୃଦୟ ଜିଣିଛନ୍ତି ଓ ପ୍ରୀତି ଜିଣ୍ଟା ବଲିଉଡ଼ର ଅନେକଗୁଡ଼ିଏ ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଏହି ଚଳଚ୍ଚିତ୍ର ମାନଙ୍କରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କଲେ । ପ୍ରୀତି ଜିଣ୍ଟାଙ୍କୁ ଆଜିକାର ସମୟରେ କୌଣସି ପରିଚୟର ଆବଶ୍ୟକତା ନାହିଁ । କିନ୍ତୁ ତାଙ୍କର ଦୁଇଟି ଭାଇ ଅଛନ୍ତି ଯିଏ ଲାଇମ ଲାଇଟରୁ ଖୁବ ଦୂରରେ ରୁହନ୍ତି ଓ ଆଜି ଆମେ ଆପଣଙ୍କୁ ପ୍ରୀତି ଜିଣ୍ଟାଙ୍କ ଏହି ଦୁଇଜଣ ଭାଇଙ୍କ ବିଷୟରେ ସୂଚନା ଦେବୁ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ପ୍ରୀତି ଜିଣ୍ଟାଙ୍କ ଦୁଇଟି ଭାଇ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଜଣଙ୍କ ନାମ ଦୀପାଙ୍କର ଓ ଆଉ ଜଣଙ୍କ ନାମ ମନୀଷ ଅଟେ । ଜଣାଇଦେଉଛୁ ଯେ ମନୀଷ ପ୍ରୀତିଙ୍କ ଠାରୁ ବୟସରେ ଛୋଟ ଅଟନ୍ତି ସେପଟେ ଦୀପାଙ୍କର ପ୍ରୀତି ଓ ମନୀଷ ଉଭୟଙ୍କ ଠାରୁ ବୟସରେ ବଡ଼ । ଜଣାଇଦେଉଛୁ ଯେ ଏଥର ଭାଇ ଦୁଜ ଅବସରରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ଇଂଷ୍ଟା ଆକାଉଣ୍ଟରେ ନିଜ ଦୁଇଟି ଭାଇଙ୍କ ଫଟୋ ସେୟାର କରିଛନ୍ତି ଏବଂ ଯେଉଁଥିରେ ଉଭୟ ଭାଇ ପ୍ରୀତି ଉପରେ ନିଜ ସ୍ନେହ ଓ ଭଲପାଇବା ଦର୍ଶାଉଥିବାର ନଜର ଆସୁଛନ୍ତି ।

ଜଣାଇଦେଉଛୁ ଯେ ନିଜ ଭାଇ ମାନଙ୍କ ସହ ଏହି ସୁନ୍ଦର ଫଟୋଗୁଡିକ ସେୟାର କରି ଅଭିନେତ୍ରୀ ଏକ କେପ୍ସନ ମଧ୍ୟ ଲେଖିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ‘ସମସ୍ତ ଭାଇ ଓ ଭଉଣୀଙ୍କୁ ଭାଇ ଦୁଜ ଉପଲକ୍ଷେ ଅଭିନନ୍ଦନ ।ମୁଁ ବହୁତ ଆଭାରୀ ଯେ ମୁଁ ମୋ ଭାଇ ମାନଙ୍କ ସହ ବଡ଼ ହେଲି କାରଣ କେବେମଧ୍ୟ ଅଳସୁଆ ସମୟ ନଥିଲା । ସୂଚନାଥାଉକି ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଏହି ଫଟୋ ଗଣମାଧ୍ୟମରେ ଭାଇରଲ ହେଉଛି । ଏବଂ ଫ୍ୟାନ୍ସ ମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି ।

ସେପଟେ ପ୍ରୀତି ଜିଣ୍ଟାଙ୍କ ଭାଇଙ୍କ ପ୍ରୋଫେସନ ବିଷୟରେ ଆଲୋଚନା କରିବା ତେବେ ତାଙ୍କ ବଡ଼ ଭାଇ ଦୀପାଙ୍କର ଭାରତୀୟ ସେନାରେ କମିଶନର ପଦରେ କାର୍ଯ୍ୟରତ ଓ ଦେଶ ସେବା କରୁଥିବା ବେଳେ ତାଙ୍କ ଛୋଟ ଭାଇ ମନୀଷ ଜଣେ ବଡ ବ୍ୟବସାୟୀ ଅଟନ୍ତି। ତାଙ୍କର କାଲିଫର୍ଣ୍ଣିଆ ଠାରେ ବ୍ୟବସାୟ ରହିଛି ଏବଂ ସେ ତାକୁ ସମ୍ଭାଳନ୍ତି । ଜଣାଇଦେଉଛୁ ଯେ ପ୍ରୀତି ଜିଣ୍ଟାଙ୍କ ଦୁଇଜଣ ଭାଇ ନିଜ ନିଜ ପ୍ରଫେସନ ରେ ଭଲ ନାମ ଅର୍ଜନ କରିଛନ୍ତି ଓ ପ୍ରୀତି ଅଭିନୟ ଜଗତରେ ଖୁବ ନାମ ଅର୍ଜନ କରିଛନ୍ତି । ଅଧିକାଂଶ ସମୟରେ ପ୍ରୀତି ନିଜ ଭାଇ ମାନଙ୍କ ସହ ନିଜ ଫଟୋଗୁଡିକ ସେୟାର କରନ୍ତି ଏବଂ ଏହି ତିନି ଜଣ ଭାଇ ଭଉଣୀ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି ।

Be the first to comment

Leave a Reply

Your email address will not be published.


*