ଏହି ୬ଟି ଅଭ୍ୟାସ ଯୋଗୁଁ ଆପଣ ଲିଭର୍ ଖରାପ ହୋଇପାରେ । ଆପଣଙ୍କର ଏହିପରି ଅଭ୍ୟାସ ନାହିଁ ତ !

ଆଜିକାଲି ବହୁତ ଲୋକ ନିଜର କାର୍ଯ୍ୟବ୍ୟବସ୍ଥା ମଧ୍ୟରେ ନିଜ ଶରୀରର ଯତ୍ନ ନେବା ପାଇଁ ଭୁଲି ଯାଇଥାନ୍ତି କିନ୍ତୁ ଏହି ଅଭ୍ୟାସ ବାରମ୍ବାର କରିବା ଦ୍ୱାରା ଧୀରେ ଧୀରେ ଶରୀର ଭିତରେ ରୋଗର ମାତ୍ରା ବଢି ଚାଲିଥାଏ । ଆଜିକାଲି ସମୟରେ ଲୋକଙ୍କ ମଧ୍ୟରେ ଲିଭର୍ ଫେଲ୍ ହେବାର ସମସ୍ୟା ଅଧିକ ଦେଖାଦେଇଛି । ନିଜର ନିତିଦିନିଆ କୁଅଭ୍ୟାସକୁ ଦୂର ନ କରିବା ଫଳରେ ଏହିପରି ସମସ୍ୟାରୁ ମୁକ୍ତି ମିଳିପାରିବ ନାହିଁ । ତେବେ ଆଜି ଜାଣିବା କେଉଁ ସବୁ ଅଭ୍ୟାସ ଦ୍ୱାରା ଆମର ଲିଭର୍ ଖରାପ ହୋଇଥାଏ ଏବଂ କଣ କଲେ ଏହିଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ମିଳିବ ? ତେବେ ଆସନ୍ତୁ ଜାଣିବା :

୧. ଅଧିକ ମାତ୍ରାରେ ଚିନି ଖାଆନ୍ତୁ ନାହିଁ । ଲିଭର୍ ସର୍କରକୁ ଚର୍ବିରେ ବଦଳାଇବା କାମ କରିଥାଏ । ଅଧିକ ମାତ୍ରାରେ ଚିନି ଖାଇଲେ ଲିଭର୍ ଉପରେ ଚାପ ବଢି ଯାଇଥାଏ ଓ ଅଧିକ ଚର୍ବି ଲିଭର୍ ଉପରେ ଜମା ହୋଇଥାଏ । ଏହା ଯୋଗୁଁ ଲିଭର୍ ଖରାପ ହୋଇଥାଏ ।

୨. ଔଷଧ ଠିକ୍ ପରିମାଣରେ ଖାଆନ୍ତୁ । ଅଧିକ ପେଇନ୍ କିଲର୍ (pain Killer) ଖାଇଲେ ବା ଅଧିକ ସମୟ ଧରି ପରସିଟ୍-ମୋଲ୍ ଖାଇଲେ ଲିଭର୍ ଖରାପ ହୋଇଥାଏ ।

୩. ମଦ୍ୟପାନ କରନ୍ତୁ ନାହିଁ । ଅଧିକ ମଦ୍ୟପାନ କରିଲେ ଶରୀରରେ ଟୋକ୍ସିନ୍ ବା ବିଷାକ୍ତ ଜିନିଷର ମାତ୍ରା ବଢିଥାଏ । ଏହା ଲିଭର୍ ରେ ଜମା ହୋଇ କ୍ଷତି ପହଞ୍ଚାଇଥାଏ ଏବଂ ଧୀରେ ଧୀରେ ଲିଭର୍ ପୁରା ଖରାପ ହୋଇଯାଏ ।

୪. ନିଦ ପୁରା ହେବା ପର୍ଯ୍ୟନ୍ତ ଶୁଅନ୍ତୁ । ନିଦ ପୁରା ନ ହେଲେ ଲିଭର୍ ଠିକ୍ ଭାବରେ କାର୍ଯ୍ୟ କରିନଥାଏ । ନିଦର ଅଭାବ ଯୋଗୁଁ ଲିଭରରେ ଚର୍ବିର ମାତ୍ର ବୃଦ୍ଧି ପାଇଥାଏ ଓ ଯାହାଫଳରେ ଲିଭର୍ ଜନିତ ସମସ୍ୟା ସମ୍ମୁଖୀନ କରିବାକୁ ପଡିଥାଏ । ତେଣୁ ଶରୀରକୁ ସଠିକ୍ ମାତ୍ରାରେ ନିଦର ଆବଶ୍ୟକତା ରହିଛି ଓ ଶୋଇବା ମଧ୍ୟ ଅତ୍ୟନ୍ତ ଜରୁରୀ ।

୫. ଅଧିକ ଜଙ୍କଫୁଡ୍ ଖାଦ୍ୟ ଖାଆନ୍ତୁ ନାହିଁ । ପ୍ରତିଦିନ ବର୍ଗର୍, ସେଣ୍ଡବିଚ୍, ପିଜା ଖାଇଲେ ଶରୀରରେ ପୋଷକ ତତ୍ୱର ମାତ୍ରା ଧୀରେ ଧୀରେ କମିଯାଇଥାଏ । ଏହା ଯୋଗୁଁ ଶରୀର ଲିଭର୍ ଠିକ ଭାବରେ କାର୍ଯ୍ୟ କରିପାରେ ନାହିଁ । ଏହା ସଙ୍ଗେ ସଙ୍ଗେ ଅତ୍ୟଧିକ ଜଙ୍କଫୁଡ୍ ଖାଇବା ଦ୍ଵାରା ଲିଭରରେ ଚର୍ବିର ମାତ୍ରା ବୃଦ୍ଧି ପାଇଥାଏ । ଚର୍ବିର ମାତ୍ରା ବଢିବା ସଙ୍ଗେ ସଙ୍ଗେ ଲିଭର୍ ଜନିତ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଓ ଲିଭର୍ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ ।

୬. ଧୂମପାନ କରନ୍ତୁ ନାହିଁ । ଧୂମପାନ କରିବା ଦ୍ୱାରା ଲିଭର୍ ଖରାପ ହୋଇଯାଇଥାଏ । ସିଗାରେଟରେ ବହୁତ ପରିମାଣରେ ଟୋକ୍ସିନ ପରି ବିଷକ୍ତ ପଦାର୍ଥ ରହିଥାଏ । ଧୂମପାନ କରିବା ଦ୍ୱାରା ଏହି କେମିକାଲ ଲିଭରରେ ରହିଯାଏ । ଯାହାଫଳରେ ଲିଭର୍ ଧୀରେ ଢଧୀରେ ଖରାପ ହେବାକୁ ଲାଗିଥାଏ । ବନ୍ଧୁଗଣ ଆପଣ ଯଦି ଏହିସବୁ ଅଭ୍ୟାସକୁ ଦୁରେଇ ଦେବେ, ତେବେ ଆପଣ ଧୀରେ ଧୀରେ ପୁଣି ପୂର୍ବାବସ୍ଥାକୁ ଫେରି ଆସିବେ ।

ଆଶା କରୁଛି, ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିବ । ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଏହି ଅନୁଛେଦଟିକୁ Share କରନ୍ତୁ ଏବଂ ନିଜର ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Be the first to comment

Leave a Reply

Your email address will not be published.


*