ଶଯ୍ୟା ତ୍ୟାଗ ପରେ ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଚାରୋଟି କାର୍ଯ୍ୟ ! ନଚେତ ଦିନ ସାରା ପଶ୍ଚାତାପ କରିବାକୁ ପଡିବ ।

ଆଚାର୍ଯ୍ୟ ଚାଣକ୍ୟ ନିଜର ନ୍ୟାୟ ପ୍ରିୟ ଆଚରଣ ପାଇଁ ସମଗ୍ର ଦେଶରେ ଜଣାଶୁଣା ଅଟନ୍ତି । ପାଟଳିପୁତ୍ର ବିଶାଳ ସାମ୍ରାଜ୍ୟର ମନ୍ତ୍ରୀ ହୋଇଥିବା ସତ୍ତ୍ୱେ ସେ ଏକ ସାଧାରଣ କୁଟିଆରେ ସାଧାରଣ ବ୍ୟକ୍ତିଙ୍କ ପରି ଜୀବନ ଅତିବାହିତ କରୁଥିଲେ । ତାଙ୍କ ଜୀବନ ବହୁତ ସରଳ ଥିଲା । ଆଚାର୍ଯ୍ୟ ଚାଣକ୍ୟ, ନିଜ ଜୀବନର ଅନୁଭୂତିକୁ ଚାଣକ୍ୟ ନୀତି ଗ୍ରନ୍ଥରେ ସ୍ଥାନ ଦେଇଛନ୍ତି ଏବଂ ଚାଣକ୍ୟ ନୀତିରେ ଉପସ୍ଥାପନ କରାଯାଇଥିବା ଚାଣକ୍ୟ ନୀତିକୁ ଯେଉଁ ବ୍ୟକ୍ତିମାନେ ଅନୁସରଣ କରନ୍ତି, ସେମାନଙ୍କ ଜୀବନ ସଫଳ ହୋଇଥାଏ ବା ସେମାନଙ୍କୁ ସଫଳ ହେବାରୁ କେହି ଅଟକାଇ ପାରିନ୍ତି ନାହିଁ ।

ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଯଦି ଦିନର ପ୍ରାରମ୍ଭଟି ଆପଣ ପାଇଁ ମଙ୍ଗଳଦୟାକ ଓ ଶୁଭଦାୟକ ହୋଇଥାଏ, ତେବେ ସଂପୂର୍ଣ୍ଣ ଦିନଟି ଭଲରେ ଅତିବାହିତ ହୋଇଥାଏ । କିନ୍ତୁ ଯଦି ସକାଳୁ ଉଠିବା ସଙ୍ଗେ ସଙ୍ଗେ କୌଣସି ଅଶୁଭ ଜିନିଷ ଦେଖିଦିଅନ୍ତି, ତେବେ ସଂପୂର୍ଣ୍ଣ ଦିନ ଅମଙ୍ଗଳ ବା ଖରାପ ହୋଇଥାଏ । ଲୋକଙ୍କ ଜୀବନରେ ଅନେକ ଏପରି ଜିନିଷ ରହିଥାଏ, ଯାହାକୁ ସେ ଅଣଦେଖା କରିଥାନ୍ତି । ସେହି ବ୍ୟକ୍ତିମାନେ ଏହି କଥାକୁ ଜାଣିପାରନ୍ତି ନାହିଁ ଯେ, ଏହାର ପ୍ରଭାବ କୌଣସି ନା କୌଣସି ପ୍ରକାରେ ତାଙ୍କ ଜୀବନ ଉପରେ ପଡିଥାଏ ।

ଚାଣକ୍ୟଙ୍କ ପୁସ୍ତକ ଚାଣକ୍ୟ ନୀତିରେ କିଛି ଏପରି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକି ବ୍ୟକ୍ତିଙ୍କୁ ପ୍ରଭାତ ସମୟରେ କରିବା ଆଦୌ ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ଏହିପରି କରନ୍ତି କିମ୍ବା ଦେଖନ୍ତି; ତେବେ ସେମାନଙ୍କ ପାଇଁ ସମ୍ପୁର୍ଣ୍ଣ ଦିନଟି କଷ୍ଟଦାୟକ ଓ ଦୁଃଖଦମୟ ହୋଇଥାଏ । କଣ ଅଟେ ସେହି ଜିନିଷ ଗୁଡ଼ିକ ଆସନ୍ତୁ ଜାଣିବା :

ଦର୍ପଣ ଦେଖିବା :

କିଛି ଲୋକଙ୍କୁ ସକାଳୁ ଉଠି ଦର୍ପଣ ଦେଖିବାର ଅଭ୍ୟାସ ରହିଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଦର୍ପଣ ଦେଖିବା ଆଦୌ ଉଚିତ୍ ନୁହଁ । ସକାଳୁ ଉଠି ଦର୍ପଣ ଦେଖିବା ଅଶୁଭ ଅଟେ । ଯେଉଁ ବ୍ୟକ୍ତିମାନେ ଏପରି କରିଥାନ୍ତି, ସେମାନଙ୍କର ସମ୍ପୂର୍ଣ୍ଣ ଦିନଟିରେ କିଛି ନା କିଛି ନକରାତ୍ମକ ନିଶ୍ଚୟ ଘଟିଥାଏ ଓ ସେମାନଙ୍କର ସମ୍ପୁର୍ଣ୍ଣ ଦିନଟି ଖରାପ ହୋଇଥାଏ । ଏଥିପାଇଁ ଚେଷ୍ଟା କରନ୍ତୁ ଯେ, ସକାଳୁ ଉଠିବା ସଙ୍ଗେ ସଙ୍ଗେ ଦର୍ପଣ ଦେଖନ୍ତୁ ନାହିଁ । ସମ୍ଭବ ହେଲେ ଖଟରେ ହିଁ ପୂରା ଦିନ ବିଷୟରେ ଚିନ୍ତା କରି ନିଅନ୍ତୁ ।

ଜୀବଜନ୍ତୁଙ୍କ ଝଗଡା ଦେଖିବା :

ସକାଳୁ ଉଠି ଯଦି ଆପଣ ମାଙ୍କଡ଼ କିମ୍ବା କୁକୁର ଝଗଡ଼ା କରିବା ଦେଖନ୍ତି; ତେବେ ଜାଣିନିଅନ୍ତୁ ଯେ ଆପଣଙ୍କ ସମ୍ପୁର୍ଣ୍ଣ ଦିନଟି ଖରାପ ବା ଦୁଃଖଦମୟ ରହିବ । ସକାଳୁ ସକାଳୁ ଶଯ୍ୟା ତ୍ୟାଗ ପରେ ପରେ ମାଙ୍କଡ଼ ଏବଂ କୁକୁରର କଳହ ଦେଖିବା ଅଶୁଭ ଅଟେ । ଯଦି ଆପଣ ଅଜାଣତରେ ଦେଖିନିଅନ୍ତି, ତେବେ ଆପଣ ନିଜେ କୌଣସି ବଡ଼ ସଙ୍କଟଙ୍କୁ ନିମନ୍ତ୍ରଣ କରୁଛନ୍ତି । ବର୍ତ୍ତମାନ ତ ଜାଣିଲେ ତେଣୁ ଆଗାମୀ ଦିନରେ ଯଦି ଏପରି କିଛି ଦେଖନ୍ତି, ତେବେ ସେଠାରୁ ହଠାତ ଚାଲିଯାନ୍ତୁ ।

ଅନ୍ୟ କାହାର ଚେହେରା ଦେଖିବା :

ଦର୍ପଣ ଦେଖିବା ବ୍ୟତୀତ ସକାଳୁ ଉଠି ଅନ୍ୟ କାହାର ଚେହେରାକୁ ମଧ୍ୟ ଦେଖିବା ଉଚିତ ନୁହେଁ । କାରଣ ଆପଣଙ୍କୁ ଜଣାଥିବ ଯେ, କେତେକ ବ୍ୟକ୍ତିଙ୍କ ଚେହେରା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ଏଥିପାଇଁ ସର୍ବଦା ନିଜର ଇଷ୍ଟଦେବଙ୍କୁ ଧ୍ୟାନ କରି ଦିନର ଶୁଭାରମ୍ଭ କରନ୍ତୁ । ସକାଳୁ ଉଠି ଭଗବାନଙ୍କ ଦର୍ଶନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ସକାରାତ୍ମକ ଉର୍ଜାର ସଞ୍ଚାର ହେବ ଏବଂ ଆପଣଙ୍କ ଦିନ ମଧ୍ୟ ଭଲରେ କଟିବ ।

ପଶୁ କିମ୍ୱା ଗାଁର ନାମ ନେବା :

ଯଦି ଆପଣ ସକାଳ ସମୟରେ ଜଳଖିଆ କରିବା ପୂର୍ବରୁ କୌଣସି ପଶୁ କିମ୍ବା ଗାଁର ନାମ ନେବେ, ତେବେ ଆପଣଙ୍କ ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ନାହିଁ । ଏଥିପାଇଁ ସକାଳୁ ସକାଳୁ କୌଣସି ପଶୁ କିମ୍ବା ଗାଁର ନାମ ନିଅନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ନିଜ ହାତର ଦୁଇ ପାପୁଲିକୁ ଏକାଠି କରି ଦେଖନ୍ତୁ, ଦିନଟି ଶୁଭମୟ ହେବ ।

ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ ।

Be the first to comment

Leave a Reply

Your email address will not be published.


*