ଏହି ଅଭିନେତ୍ରୀମାନଙ୍କ ଦ୍ଵାରା ପ୍ରତାରଣାର ଶିକାର ହୋଇଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତା ! ଏହି ସୂଚୀରେ ସୈଫ ଅଲ୍ଲି ଖାଁଙ୍କ ସ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି…

ବଲିଉଡ଼ର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ସାମିଲ ଶାହୀଦ କପୂର ନିଜ ଅଭିନୟ କ୍ୟାରିୟରର ଆରମ୍ଭ ଏକ ବେକଗ୍ରାଉଣ୍ଡ ଡ୍ୟାନ୍ସର୍ ରୂପେ କରିଥିଲେ । ସେ ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ତାଳ୍”ରେ ଏକ ବେକଗ୍ରାଉଣ୍ଡ ଡ୍ୟାନ୍ସର୍ ରୂପରେ ଅଭିନୟ କରିଥିଲେ । ପରେ ସେ ଅକ୍ଲାନ୍ତ ପରିଶ୍ରମ କରି କିଛି ବର୍ଷ ପରେ ହିଁ ଶାହୀଦ, ମୋଷ୍ଟ ହେଣ୍ଡସମ୍ ଅଭିନେତାମାନଙ୍କ ମଧ୍ୟରେ ସାମିଲ ହୋଇଗଲେ । ପ୍ରଥମ ଥର ପାଇଁ ସେ ଚଳଚ୍ଚିତ୍ର “ଇଶ୍କ ବିଷ୍କ”ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଓ ଏହି ଚଳଚ୍ଚିତ୍ର ପାଇଁ ସେ ସର୍ବଶ୍ରେଷ୍ଠ ନବାଗତ ଅଭିନେତା ଭାବରେ ପୁରସ୍କାର ଲାଭ କରିଥିଲେ । ଛାଡ଼ନ୍ତୁ, ଆଜିର ଏହି ଅନୁଛେଦରେ ଆମେ ତାଙ୍କ କ୍ୟାରିୟରର ନୁହେଁ ବରଂ ତାଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ସେମିତିରେ ଶାହୀଦ କପୂର ବର୍ତ୍ତମାନ ବିବାହିତ ଅଟନ୍ତି କିନ୍ତୁ ସେ ବିବାହ ପୂର୍ବରୁ ଅନେକଗୁଡ଼ିଏ ଅଭିନେତ୍ରୀଙ୍କ ସହିତ ପ୍ରେମର ପବିତ୍ର ସମ୍ପର୍କରେ ଆବଦ୍ଧ ହୋଇଥିଲେ । ଏଥିରେ ବଲିଉଡ଼ର ବେବୋ ଅର୍ଥାତ କରିନା କପୂରଙ୍କ ନାମ ଠାରୁ ଆରମ୍ଭ କରି ଅମୃତା ରାଓଙ୍କ ନାମ ମଧ୍ୟ ସାମିଲ ରହିଛି । ଯଦିଓ ଶାହୀଦଙ୍କୁ ପ୍ରେମରେ ସର୍ବଦା ଛଳନା ହିଁ ମିଳିଲା । କୁହାଯାଏ ଯେ ତାଙ୍କ ଚାର୍ମିଂଗ ଲୁକସ୍ ଯୋଗୁଁ ଅଭିନେତ୍ରୀମାନେ ପ୍ରଥମ ଦେଖାରେ ହିଁ ତାଙ୍କ ଉପରେ ଫିଦା ହୋଇଯାଉଥିଲେ କିନ୍ତୁ କେହି ମଧ୍ୟ ତାଙ୍କ ପାଇଁ ବିଶ୍ୱସନୀୟ ନଥିଲେ । ପ୍ରେମରେ ଏତେ ଛଳନା ପାଇବା ପରେ ଶାହୀଦଙ୍କୁ ପ୍ରେମରୁ ବିଶ୍ୱାସ ତୁଟିଗଲା ଏବଂ ସେ ଶେଷରେ ଏରେଞ୍ଜ ମ୍ୟେରେଜ୍ କରିନେଲେ ।

ଶାହୀଦ କପୂର :

ଆପଣଙ୍କୁ ଜଣାଇ ଦେଉଛୁ ଯେ, ସେ ମୀରା ରାଜପୁତଙ୍କ ସହିତ ଏରେଞ୍ଜ ମ୍ୟେରେଜ୍ କରିଛନ୍ତି ଏବଂ ଦୁହେଁ ବର୍ତ୍ତମାନ ଦୁଇଟି ଶିଶୁର ସନ୍ତାନ ହୋଇଯାଇଛନ୍ତି । ମୀରା ଓ ଶାହୀଦ ନିଜ ବୈବାହିକ ଜୀବନରେ ଖୁବ୍ ଖୁସିରେ ରୁହନ୍ତି । ଏମାନଙ୍କ ଫଟୋଗୁଡିକ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥାଏ ।

ଏହି ଅଭିନେତ୍ରୀମାନଙ୍କୁ କରି ସାରିଛନ୍ତି ଡେଟ୍ :

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଶାହୀଦ କପୂର ମୀରା ରାଜପୁତଙ୍କୁ ବିବାହ କରିବା ଆଗରୁ ଅନେକଗୁଡ଼ିଏ ଅଭିନେତ୍ରୀଙ୍କୁ ଡେଟ୍ କରି ସାରିଛନ୍ତି । ଶାହୀଦ ଜଣେ କିମ୍ବା ଦୁଇ ଜଣ ନୁହଁ ବରଂ ୮ ଜଣ ଅଭିନେତ୍ରୀଙ୍କ ସହିତ ସମ୍ପର୍କରେ ରହିଥିଲେ । ଏଥିମଧ୍ୟରୁ ସବୁଠାରୁ ପ୍ରଥମ ଓ ପ୍ରସିଦ୍ଧ ନାମ କରିନା କପୂରଙ୍କ ଅଟେ । ଦୁହେଁଙ୍କ ମଧ୍ୟରେ ଖୁବ୍ ନିବିଢ ସମ୍ପର୍କ ଥିଲା କିନ୍ତୁ କରିନାଙ୍କୁ ସେହି ସମୟରେ ସୈଫଙ୍କ ସହିତ ପ୍ରେମ ହୋଇଗଲା ଏବଂ କରିନା ଓ ସୈଫ ଦୁହେଁ ବିବାହ କରିନେଲେ ।

ଶାହୀଦ କପୂର ଓ ଅମୃତା ରାଓ :

କରିନାଙ୍କ ପରେ ଶାହୀଦଙ୍କ ନାମ ଅମୃତା ରାଓ ସହିତ ଜଡ଼ିତ ହୋଇଥିଲା । ଏଦୁହେଁ “ବିବାହ”, “ଇଶ୍କ ବିସ୍କ” ଭଳି ଚଳଚ୍ଚିତ୍ର ଗୁଡ଼ିକରେ ଅଭିନୟ କରିଛନ୍ତି ଏବଂ ସେହି ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରିବସିଲେ । ଯଦିଓ ଏହି ସମ୍ପର୍କକୁ ଶାହୀଦ ଓ ଅମୃତା କେବେ ମଧ୍ୟ ସ୍ୱୀକାର କରିନଥିଲେ । ଦୁହେଁ ପରସ୍ପରକୁ ଏକ ଭଲ ବନ୍ଧୁ ବୋଲି ହିଁ କହୁଥିଲେ ।

ଶାହୀଦ କପୂର ଓ ବିଦ୍ୟା ବାଲନ୍ :

ଅମୃତା ପରେ ଶାହୀଦଙ୍କ ଜୀବନରେ ବିଦ୍ୟା ବାଲନଙ୍କ ପ୍ରତି ପ୍ରେମ ଭାବନା ଜାଗ୍ରତ ହୋଇଥିଲା । ଯଦିଓ ଏହି ସମ୍ପର୍କ ଅଧିକ ଦିନ ଧରି ଚାଲିପାରିନଥିଲା ଏବଂ ଖୁବଶୀଘ୍ର ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା । ଅନ୍ୟପଟେ ବିଦ୍ୟା ବାଲନ୍ ଏହି ସମ୍ପର୍କକୁ ଅସ୍ଵୀକାର ହିଁ କରୁଥିଲେ କିନ୍ତୁ ଅନେକ ଥର ଦୁହେଁ ମିଡ଼ିଆ କ୍ୟାମେରା ସମ୍ମୁଖରେ ନଜର ଆସିଥିଲେ ।

ଶାହୀଦ କପୂର ଓ ପ୍ରିୟଙ୍କା ଚୋପଡ଼ା :

ବିଦ୍ୟା ସହିତ ସମ୍ପର୍କ ଭାଙ୍ଗିବା ପରେ ଶାହୀଦଙ୍କ ନାମ ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡ଼ା ସହ ଜଡ଼ିତ ହେଲା । ଯଦିଓ ଏହି ସମ୍ପର୍କ କିଛି ସମୟ ପାଇଁ ଥିଲା । ଏହା ପରେ ଦୁହେଁ ନିଜ ନିଜ ଦିଗରେ ଆଗକୁ ବଢ଼ିଗଲେ ।

ଶାହୀଦ କପୂର ଓ ସାନିୟା ମିର୍ଜା :

ଶାହୀଦଙ୍କ ନାମ ପ୍ରସିଦ୍ଧ ଖେଳାଳି ସାନିୟା ମିର୍ଜା ସହିତ ମଧ୍ୟ ଜଡ଼ିତ ରହିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏକ ସମୟ ଥିଲା ଯେତେବେଳେ ଶାହୀଦ ଓ ସାନିୟା ଦୁହେଁଙ୍କ ମଧ୍ୟରେ ସମ୍ପର୍କ ଥିଲେ । କିନ୍ତୁ ଏହି ସମ୍ପର୍କରେ ମଧ୍ୟ ଶାହୀଦଙ୍କୁ ଛଳନା ମିଳିଥିଲା ।

ଶେଷରେ କଲେ ଏରେଞ୍ଜ ମ୍ୟେରେଜ୍ :

ଶାହୀଦଙ୍କୁ ସମସ୍ତ ସମ୍ପର୍କରୁ ଛଳନା ହିଁ ମିଳିଲା । ଯେତେବେଳେ ତାଙ୍କ ସମସ୍ତ ସମ୍ପର୍କ ଭାଙ୍ଗିବାକୁ ଲାଗିଲା, ପରିଶେଷରେ ଶାହୀଦ ଏରେଞ୍ଜ ମ୍ୟେରେଜ୍ କରିବା ପାଇଁ ନିଷ୍ପତ୍ତି ନେଲେ ଓ ମୀରା ରାଜପୁତ୍ ସହିତ ବିବାହ କରିନେଲେ । ଶାହୀଦଙ୍କ ଏହି ନିଷ୍ପତ୍ତି ତାଙ୍କ ପାଇଁ ସୌଭାଗ୍ୟଶାଳୀ ଓ ସଠିକ୍ ସାବ୍ୟସ୍ତ ହେଲା । ମୀରା ରାଜପୁତ୍, ଶାହୀଦଙ୍କ ପାଇଁ ଭାଗ୍ୟବତୀ ସାବ୍ୟସ୍ତ ହୋଇଥିଲେ । ଦୁହେଁ ନିଜ ବୈବାହିକ ଜୀବନକୁ ନେଇ ଖୁବ୍ ଖୁସିରେ ରୁହନ୍ତି ଓ ଦୁଇଟି ସନ୍ତାନର ମାତାପିତା ଅଟନ୍ତି । ଯଦି ଶାହିଦଙ୍କ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିବା, ତେବେ ଶାହୀଦ ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ର “ଜର୍ସି”ର ଶୁଟିଂ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*