ବିବାହର ୭ ମାସ ପରେ ଆତ୍ମହତ୍ୟା କରିଥିଲେ ରେଖାଙ୍କ ସ୍ୱାମୀ, କିନ୍ତୁ କାହିଁକି ?

ରେଖାଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ ଯିଏକି ଜଣେ ପ୍ରସିଦ୍ଧ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ କୌଣସି ନା କୌଣସି ସ୍ଥାନରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହିପରି କିଛି କଥା କହିବାକୁ ଯାଉଛୁ ଯେଉଁ ବିଷୟରେ ବହୁତ କମ ଲୋକ ଜାଣଛନ୍ତି । ଆପଣଙ୍କୁ ମଧ୍ୟ ଜ୍ଞାତ ନ ଥିବ ଯେ, ଅଭିନେତ୍ରୀ ରେଖାଙ୍କ ସ୍ୱାମୀ ବିବାହର ମାତ୍ର ସାତ ମାସ ପରେ ଆତ୍ମହତ୍ୟା କରିଦେଇଥିଲେ ଏବଂ ସେହି ଦିନ ଠାରୁ ରେଖା ସଂପୂର୍ଣ୍ଣ ଏକୁଟିଆ ଅଟନ୍ତି । ସମସ୍ତେ ଏହା ଜାଣିବାକୁ ଚାହାଁନ୍ତି ଯେ, ଏହିପରି ଘଟଣା ପଛର କାରଣ କ’ଣ ଥିଲା ? ନିଶ୍ଚିତ ଭାବେ କିଛି କାରଣ ଥାଇପାରେ ଏବଂ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ହିଁ କହିବାକୁ ଯାଉଛୁ ।

ଏହିପରି ଆରମ୍ଭ ହୋଇଥିଲା ରେଖା ଓ ମୁକେଶଙ୍କ ପ୍ରେମ କାହାଣୀ :

ବିବାହର ୭ ମାସ ପରେ ରେଖାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିଲେ କିନ୍ତୁ ରେଖା ଆଜି ମଧ୍ୟ ନିଜ ମଥାରେ ସିନ୍ଦୁର ଲାଗାନ୍ତି । ପ୍ରଶଂସକଙ୍କ ପାଇଁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି ଯେ, ରେଖା କାହା ନାମରେ ନିଜ ମଥାରେ ସିନ୍ଦୁର ଲଗାନ୍ତି । ରେଖାଙ୍କ ଜୀବନରେ ପ୍ରେମ ବହୁତ ଆସିଥିଲା, କିନ୍ତୁ ସେ କେବଳ ମୁକେଶଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଥିଲେ । ରେଖା ଓ ମୁକେଶ ଦୁହିଁଙ୍କ ସାକ୍ଷାତ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ହୋଇଥିଲା ଏବଂ ସାକ୍ଷାତ ପରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ ।

ଧୀରେ ଧୀରେ ପ୍ରେମର ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା । ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିଲା । ୧୯୯୦ ମସିହାରେ ମୁକେଶ ଓ ରେଖା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେତେବେଳେ ରେଖାଙ୍କୁ ୩୫ ବର୍ଷ ହୋଇଥିଲା ଓ ମୁକେଶଙ୍କୁ ୩୭ ବର୍ଷ ହୋଇଥିଲା ।

ମୁକେଶଙ୍କ ଆତ୍ମହତ୍ୟାର କାରଣ :

ରେଖା ୧୯୯୦ ମସିହାରେ ଶିଳ୍ପପତି ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ, କିନ୍ତୁ ରେଖାଙ୍କ ଭାଗ୍ୟରେ ସ୍ୱାମୀଙ୍କ ସୁଖ ଲେଖି ନଥିଲେ । ଏହି ବିବାହ ବେଶି ଦିନ ରହିଲା ନାହିଁ ଏବଂ କିଛି ମାସ ପରେ ରେଖା ଓ ମୁକେଶ ପରସ୍ପର ଠାରୁ ବିଚ୍ଛେଦ ହୋଇଯାଇଥିଲେ । କୁହାଯାଏ ଯେ ରେଖା ତାଙ୍କ ବିବାହରେ ବିରକ୍ତ ହୋଇଥିଲେ ଯେଉଁଥିପାଇଁ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ । ମୁକେଶ ରେଖାଙ୍କୁ ବୁଝାଇବା ଓ ବିବାହର ପବିତ୍ର ବନ୍ଧନକୁ ଦୀର୍ଘସ୍ଥାୟୀ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ, କିନ୍ତୁ ସେ ରେଖାଙ୍କ ହୃଦୟକୁ ଜିତିପାରିଲେ ନାହିଁ । କୁହାଯାଏ ଯେ, ମୁକେଶ ଏହି ସବୁ ଉଦାସୀନତା ମଧ୍ୟ ଦେଇ ଗତି କରିଥିଲେ ଓ ପରେ ସେ ରେଖାଙ୍କ ସ୍କାର୍ଫକୁ ଟାଙ୍ଗି ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

ପ୍ରେମ ସଂପର୍କରେ ଭାଗ୍ୟହୀନ ଥିଲେ ରେଖା :

ବଲିଉଡ ଜଗତର ଏଭରଗ୍ରୀନ ଅଭିନେତ୍ରୀ ରେଖା ସମୟ କ୍ରମରେ ବୟସ ବାଢୁଥିଲେ ମଧ୍ୟ ତାଙ୍କର ସୁନ୍ଦରରେ କୌଣସି ତଫାତ ଆସିନାହିଁ । ରେଖାଙ୍କ ଆଫେୟାର ଅନେକଙ୍କ ସହିତ ରହିଥାଏ ପାରେ ସତ କିନ୍ତୁ ଶିଲ୍ପପତି ମୁକେଶ ଅଗ୍ରୱାଲଙ୍କ ସହିତ ରେଖା ବିବାହ କରିଥିଲେ କିନ୍ତୁ ବୈବାହିକ ଜୀବନର ଉତ୍ଥାନପତ୍ତନ ଓ ଦାମ୍ପତ୍ୟ ଜୀବନର ସମସ୍ୟାକୁ ସମ୍ମୁଖୀନ କରିପାରି ଶିଲ୍ପପତି ମୁକେଶ ଅଗ୍ରୱାଲ ବିବାହର ୭ ମାସ ପରେ ଆତ୍ମହତ୍ୟା କରିଥିଲେ । ରେଖା ଜଣେ ମହାନ ଅଭିନେତ୍ରୀ, କିନ୍ତୁ ପ୍ରେମ ଓ ବିବାହରେ ଭାଗ୍ୟ ତାଙ୍କୁ ସବୁବେଳେ ବିଶ୍ୱାସଘାତକତା କରିଥିଲା । ତାଙ୍କ ପୁରା ଜୀବନରେ ସେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଅଧିକ ଭଲ ପାଉଥିଲେ, କିନ୍ତୁ ସେ ଅମିତାଭ ବଚ୍ଚନଙ୍କୁ ନିଜର କରିପାରିନଥିଲେ ।

Be the first to comment

Leave a Reply

Your email address will not be published.


*