ଦୀପାବଳୀରେ ସରକାରୀ କର୍ମଚାରୀମାନଙ୍କ ପାଇଁ ବଡ଼ ଖବର…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଠାରେ ଆଶା ଲଗାଇ ବସିଥିବା କର୍ମଚାରୀମାନଙ୍କୁ ଆଶ୍ୱାସନା ଦିଆଯାଇଛି । ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଏଲଟିସି କ୍ୟାଶ ବାଉଚର୍ ସ୍କିମ୍ ଅନୁଯାୟୀ ପରିବାର ଲୋକଙ୍କ ନାମକୁ ସାମିଲ କରି ଯୋଜନାର ଲାଭ ଉଠାଇବାକୁ ଛାଡ଼ ଦିଆଯାଇଛି । ଏହି ଅନୁଯାୟୀ ନିଜ ଜୀବନସାଥୀ କିମ୍ବା ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମ ଉପରେ ମଧ୍ୟ ସପିଙ୍ଗ କରିପାରିବେ । ଅର୍ଥ ମନ୍ତ୍ରାଳୟ ତରଫରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଅକ୍ଟୋବର ୧୨ ଏଲଟିସି ବଦଳରେ କ୍ୟାଶ ବାଉଚର୍ ସ୍କିମର ଘୋଷଣା କରିଛନ୍ତି । ଏହି ସ୍କିମ ଅନୁଯାୟୀ ବିନା ଯାତ୍ରାରେ ମଧ୍ୟ ଏଲଟିସିର ଫାଇଦା ଉଠାଇ ପାରିବେ । ଏହା ପୂର୍ବରୁ କର୍ମଚାରୀମାନଙ୍କୁ ଏଲଟିସି ଅନୁଯାୟୀ ଯାତ୍ରା କରିବାକୁ ପଡ଼ୁଥିଲା ଏବଂ ଏହାପରେ ତାହାର ବିଲ୍ ଜମା କରିବାକୁ ପଡ଼ୁଥିଲା ।

ଡିପାର୍ଟମେଂଟ ଅଫ୍ ଏକ୍ସପଣ୍ଡିଚାର୍ ତରଫରୁ ଏହା ସ୍ପଷ୍ଟ କରାଯାଇଛି ଯେ, ଏହି ସୁବିଧା ଅନୁଯାୟୀ ସେହି ସଦସ୍ୟଙ୍କ ନାମରେ ସପିଙ୍ଗରେ ମିଳିବ, ଯେଉଁମାନେ ଏଲଟିସି ଫେୟରର ଯୋଗ୍ୟ ହୋଇଥିବେ । ଏହି ଅନୁସାରେ ସର୍ଭିସ୍ ରେକର୍ଡ଼ସରେ ଘୋଷିତ ସଦସ୍ୟ ପାତ୍ର ହେବେ । ଏଲଟିସି ବଦଳରେ ସ୍ପେଶାଲ୍ କ୍ୟାଶ୍ ପ୍ୟାକେଜ୍ ସ୍କିମର୍ ଫାଇଦା ଆଗାମୀ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିଆଯାଇପାରେ ।

ଏହି ସର୍ତ୍ତ ରହିବ :-

ଏହା ସହିତ ଏଥିରେ ଏକ ସର୍ତ୍ତ ମଧ୍ୟ ରହିଛି । ଏହି ଫାଇଦା ସେହିସବୁ ବସ୍ତୁଗୁଡ଼ିକରେ ମିଳିବ ଯାହାର ଟ୍ରାଞ୍ଜେକ୍ସନ୍ ଅକ୍ଟୋବର ୧୨ କିମ୍ବା ତା’ପରେ ହୋଇଛି । ଏହାର ଫାଇଦା ଉଠାଇବା ପାଇଁ ଜିଏସଟି ଇନବୋୟସ୍ ହେବା ଜରୁରୀ ଅଟେ । ଏହି ଯୋଜନାର ଫାଇଦା ଇଏମଆଇ (EMI)ରୁ ସପିଙ୍ଗରେ ମଧ୍ୟ ମିଳିପାରିବ ।

ଯଦି କୌଣସି କର୍ମଚାରୀ ଅକ୍ଟୋବର ୧୨ ପୂର୍ବରୁ ଏଲଟିସି ଯୋଜନାର ଲାଭ ଉଠାଇ ନାହାନ୍ତି; ତେବେ ଏହାପରେ ସେ ୧୨ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଜିଏସଟି ସ୍ଲେବରେ ଆସୁଥିବା ବସ୍ତୁ କିମ୍ବା ସେବାଗୁଡ଼ିକର ସପିଙ୍ଗ କରି ଏଲଟିସି ଯୋଜନାର ଲାଭ ଉଠାଇ ପାରିବେ । ଯେଉଁ ବସ୍ତୁଗୁଡିକ ସପିଙ୍ଗ ହେବ, ସେଥିରେ ୧୨ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଜିଏସଟି ଲାଗିଥିବା ଆବଶ୍ୟକ । ଏହା ବ୍ୟତୀତ ଭରଣା ଡିଜିଟାଲ ମୋଡ଼ କିମ୍ବା ଚେକ୍, ଡିମଣ୍ଡ ଡ୍ରାଫ୍ଟ ଜରିଆରେ କରାଯାଇଥିବ । କ୍ୟାଶ୍ ଦ୍ଵାରା ଭରଣା କରିଲେ ଏହି ଯୋଜନାର ଲାଭ ମିଳିପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ : ଦୀପାବଳୀରେ ଧନ ବୃଦ୍ଧି କରିବା ନିମନ୍ତେ ପ୍ରାଚୀନ କାଳରୁ ରହିଛି ଏହି ପରମ୍ପରା । ଏହାକୁ ଆପଣାଇବା ଦ୍ଵାରା ଜୀବନରେ ଧନ ସମ୍ବନ୍ଧିତ ଅଭାବ ଦୂର ହୋଇଥାଏ ।

ଏଲଟିସି କଣ :-

ଏଲଟିସି କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ମଚାରୀମାନଙ୍କୁ ଦିଆଯାଉଥିବା ଯାତ୍ରା ଭତ୍ତା ଅଟେ । ଯାହାକୁ ଟ୍ରେନ, ବସ୍, ଉଡାଜାହାଜ ଆଦି ପାଇଁ ବ୍ୟବହାର କରାଯାଇପାରିବ । ଏଥିରେ ପରିବାରର ସଦସ୍ୟଙ୍କୁ ମଧ୍ୟ କିଛି ସର୍ତ୍ତ ସହିତ ସାମିଲ କରାଯାଇଥାଏ । ବର୍ତ୍ତମାନ ସରକାର ଏଲଟିସି ବାଉଚର୍ ବଦଳରେ ଟଙ୍କା ଦେବାର ସୁବିଧା ମଧ୍ୟ କରିଛନ୍ତି । ଯାହାଦ୍ୱାରା ଦୀପାବଳୀ କିମ୍ବା ଅନ୍ୟ ପର୍ବମାନଙ୍କରେ ସପିଙ୍ଗ କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍, ଅନଲାଇନ୍ ବିଷୟବସ୍ତୁ ପ୍ରଦାନକାରୀ ଆଣିବା ପାଇଁ ବିଜ୍ଞପ୍ତି ଜାରି କରିଛି : କେନ୍ଦ୍ର ସରକାର !

Be the first to comment

Leave a Reply

Your email address will not be published.


*