ବାହୁବଲୀରେ ଦେବସେନାଙ୍କ ଚରିତ୍ରରେ ଅଭିନୟ କରିଥିବା ଅନୁଷ୍କା ଶେଟ୍ଟୀ ନିକଟରେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରିଛନ୍ତି, ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା…

ଆଜିକାର ଦିନରେ ଅନୁଷ୍କା ଶେଟ୍ଟୀ ଦକ୍ଷିଣ ଭାରତରେ ଏକ ଜଣାଶୁଣା ନାମ ପାଲଟିଛନ୍ତି । ତାଙ୍କ ଚେହେରା, ଚାହାଣୀ, ଅଙ୍ଗଭଙ୍ଗୀ ଏବଂ ଦମଦାର ଅଭିନୟରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଦକ୍ଷିଣ ଭାରତ ସିନେମା ବ୍ୟତିତ ଅନୁଷ୍କାଙ୍କର ବଲିଉଡରେ ମଧ୍ୟ ଅଗଣିତ ପ୍ରଶଂସକ ଅଛନ୍ତି । ତେବେ, ଅନୁଷ୍କା ଏପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ କରିନାହାଁନ୍ତି ଏବଂ ସେ କହିଛନ୍ତି ଯେ, “ଦକ୍ଷିଣୀ ଫିଲ୍ମ କରିବା ପରେ ତାଙ୍କ ପାଖରେ ଅନ୍ୟ ଚଳଚ୍ଚିତ୍ର କରିବା ପାଇଁ ସମୟ ନାହିଁ ।”

ନଭେମ୍ବର ୭, ୧୯୮୧ରେ ଜନ୍ମ ହୋଇଥିବା ଅନୁଷ୍କା ଶେଟ୍ଟୀଙ୍କୁ ୩୯ବର୍ଷ ପୂର୍ତ୍ତି ହୋଇଛି ଏବଂ ନଭେମ୍ବର ୭ରେ ଅନୁଷ୍କା ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆଜି ଆମର ଏହି ପୋଷ୍ଟରେ, ଆମେ ଅନୁଷ୍କାଙ୍କ ବିଷୟରେ ଏପରି କିଛି କଥା କହିବୁ ଯାହା ଆପଣ ଜାଣିନଥିବେ । ଆସନ୍ତୁ ଜାଣିବା ସେହି ବିଷୟରେ :

ଅଭିନେତ୍ରୀଙ୍କ ପ୍ରକୃତ ନାମ ଅନୁଷ୍କା ଶେଟ୍ଟୀ ନୁହେଁ ବରଂ ମିଠା ଶେଟ୍ଟୀ । ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ହିଁ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ । ୨୦୦୫ରେ ଅନୁଷ୍କା ଫିଲ୍ମ “ସୁପର”ରେ ଡେବ୍ୟୁ କରିଥିଲେ । ଅନୁଷ୍କାଙ୍କ ପୂର୍ବରୁ ତାଙ୍କ ପରିବାରରେ କେହି ନଥିଲେ ଯିଏ କି ଚଳଚ୍ଚିତ୍ର ଜଗତରେ ପ୍ରତିଷ୍ଠିତ ଥିଲେ କିନ୍ତୁ ଆଜି ତାଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ସେ ଜଣେ ସଫଳ ଓ ପ୍ରସିଦ୍ଧ ଅଭିନେତ୍ରୀ ହୋଇପାରିଛନ୍ତି ।

ଅନୁଷ୍କା ସର୍ବଦା ନିଜର ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି, କାରଣ ଅଭିନୟ କ୍ୟାରିୟର ଚେହେରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେବେ ସେ ଫିଟନେସ୍ ପ୍ରତି ମଧ୍ୟ ଅତ୍ୟଧିକ ସଜାଗ ରହିବାର ଅନ୍ୟ କାରଣ ମଧ୍ୟ ରହିଛି । ଫିଲ୍ମ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ଅନୁଷ୍କା ବେଙ୍ଗଲୁରରେ ଜଣେ ଯୋଗ ପ୍ରଶିକ୍ଷକ ଥିଲେ କିନ୍ତୁ ତାଙ୍କର ଚେହେରା ଏବଂ ସୌନ୍ଦର୍ଯ୍ୟ ଦେଖି ଜଣେ ନିର୍ଦ୍ଦେଶକ ତାଙ୍କୁ “ସୁପର” ନାମକ ଫିଲ୍ମ ଅଫର୍ କଲେ ।

୨୦୦୫ ମସିହାରେ ଆସିଥିବା ଏହି ଚଳଚ୍ଚିତ୍ର ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ଏବଂ ସେ ଆଉ ପଛକୁ ଚାହିଁ ନଥିଲେ । ଆଜି ସେ ଯେଉଁ ସ୍ଥାନ ହାସଲ କରିଛନ୍ତି ତାହା ସମସ୍ତେ ଜାଣନ୍ତି । ଏହି ଚଳଚ୍ଚିତ୍ର ପରେ ସେ ଗୋଟିଏ ପରେ ଗୋଟିଏ ତେଲୁଗୁ ଚଳଚ୍ଚିତ୍ର କରିଚାଲିଥିଲେ ଏବଂ ତା’ପରେ ସେ ସୁପର ହିଟ ଫିଲ୍ମ “ବାହୁବଲୀ-୨: ଦି କନକ୍ଲୁଜନ” ପାଇଥିଲେ ଏବଂ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ।

ବାହୁବଲୀରେ ଦେବସେନାଙ୍କ ଭୂମିକା ଲୋକଙ୍କ ହୃଦୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିଲା ଏବଂ ଦର୍ଶକମାନେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ର ସମୟରେ ପ୍ରଭାସଙ୍କ ସହ ତାଙ୍କର ଡେଟିଂର ଖବର ମଧ୍ୟ ଉଠିଥିଲା । ତେବେ ପରେ ସେ ନିଜେ କହିଥିଲେ ଯେ ସେ ପ୍ରଭାସଙ୍କୁ ପ୍ରାୟ ୧୫ବର୍ଷ ଧରି ଜାଣିଛନ୍ତି ଏବଂ ସେ ତାଙ୍କର ଜଣେ ଭଲ ବନ୍ଧୁ ।

୨୦୦୯ରେ ଅନୁଷ୍କା ଏବଂ ପ୍ରଭାସଙ୍କୁ ଫିଲ୍ମ “ବିଲା”ରେ ଦେଖିବାକୁ ମିଳିଥିଲା ​​ଏବଂ ସେତେବେଳେ ମଧ୍ୟ ସେମାନଙ୍କ ଡେଟିଂ ଖବର ଶୁଣିବାକୁ ମିଳିଥିଲା ।

Be the first to comment

Leave a Reply

Your email address will not be published.


*