ଏଣିକି ସରକାରୀ ନିଯୁକ୍ତିରୁ ଉଠିଲା ସାକ୍ଷାତକାର (Interview) !

ନୂଆଦିଲ୍ଲୀ,୧୧/୧୦: ଏଣିକି ସରକାରୀ ଚାକିରି ପାଇଁ ଆଉ ଦେବାକୁ ପଡ଼ିବନି ସାକ୍ଷାତକାର (Interview) । ଦେଶର ୨୩ ରାଜ୍ୟ ଓ ଆଠ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ହେଉଥିବା ସାକ୍ଷାରକାର ଆଉ ହେବନାହିଁ । ଏହାକୁ ଉଠାଇ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶନିବାର ସୂଚନା ଦେଇଛନ୍ତି । କାର୍ମିକ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ୨୦୧୬ ପରଠାରୁ କେନ୍ଦ୍ର ସରକାର ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ସାକ୍ଷାତକାର ଉଠାଇ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ୨୦୧୫ରେ ସ୍ଵାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ଚାକିରିରେ ସାକ୍ଷାତକାର ସମାପ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ଓ କେବଳ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ ବୋଲି କହିଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ବ୍ୟାପକ ପ୍ରକ୍ରିୟା ଆଧାରରେ ତିନିମାସ ଭିତରେ ୨୦୧୬ ଜାନୁଆରୀ ପହିଲାରୁ କେନ୍ଦ୍ର ସରକାରରେ ନିଯୁକ୍ତି ପାଇଁ ହେଉଥିବା ସାକ୍ଷାତକାର ସମାପ୍ତ କରିବା ଘୋଷଣା ପ୍ରକ୍ରିୟାକୁ ସମାପ୍ତ କରିଛନ୍ତି । ଏବେ କେବଳ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ ।

ସେ କହିଛନ୍ତି, ମହାରାଷ୍ଟ୍ର ଓ ଗୁଜରାଟ ପରି କିଛି ରାଜ୍ୟ ନିୟମକୁ ଲାଗୁ କରିବାକୁ ତତ୍ପର ଥିଲେ ମାତ୍ର କିଛି ରାଜ୍ୟ ସାକ୍ଷାତକାର ସମାପ୍ତ କରିବାକୁ ଇଚ୍ଛୁକ ନ ଥିଲେ । ମନ୍ତ୍ରୀ ସିଂହ ଏହାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କୁ ବହୁତ ବୁଝାଇବା ପରେ ଜାମ୍ମୁ-କାଶ୍ମୀର ଓ ଲଦାଖ ସମେତ ଭାରତର ଆଠ କେନ୍ଦ୍ରଶାସିତ ଅଞ୍ଚଳ ଓ ୨୮ ରାଜ୍ୟରୁ ୨୩ ରାଜ୍ୟ ସାକ୍ଷାତକାର ବନ୍ଦ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ।

Be the first to comment

Leave a Reply

Your email address will not be published.


*