ଫିଡସ୍ ଭଳି ଭୟଙ୍କର ରୋଗରୁ ମୁକ୍ତ କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

ଫିଡସ୍ ଏକ ମସ୍ତିଷ୍କ ଜନିତ ରୋଗ ଅଟେ । ଏହି ରୋଗରେ ରୋଗୀକୁ ଅଚାନକ ମୂର୍ଚ୍ଛା ବା ଅଚେତ ହୋଇଯାଇଥାଏ, ଏହାପରେ ରୋଗୀ ନିଜର ସନ୍ତୁଳନ ହରାଇ ବସିଥାଏ । ଏହି ଫିଡସ୍ ଆକ୍ରାନ୍ତ ହେବା ପରେ ରୋଗୀର ସଂପୂର୍ଣ୍ଣ ଶରୀର କମ୍ପିବାକୁ ଲାଗିଥାଏ । ଏହି ସମୟରେ କିଛି ଲୋକ ଅସନା ମୋଜା କିମ୍ବା ଜୋତା ଶୁଙ୍ଘାଇ ରୋଗୀକୁ ଠିକ୍ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଆସନ୍ତୁ ଏହି ଫିଡସ୍ ସହ ଜଡିତ ଥିବା କିଛି ଲକ୍ଷଣ ଓ ଏହାର ପ୍ରତିକାର ସମ୍ବନ୍ଧରେ ଜାଣିବା ।

ମସ୍ତିଷ୍କର ସେଲ୍ ସହିତ ଜଡିତ ହୋଇଥିବା ରୋଗ ହେଉଛି ଫିଡସ୍ । ଏହି ରୋଗରେ ରୋଗୀକୁ ୨ ମିନିଟରୁ ନେଇ ୩୦ ମିନିଟ୍ ପର୍ଯ୍ୟନ୍ତ ବାତ ମାରିଥାଏ । ଏହି ସମୟରେ ରୋଗୀ ମୁର୍ଚ୍ଚା ମଧ୍ୟ ପଳାଏ । ଶରୀରର ଏକ ଅଙ୍ଗରେ ଏହି ବାତ ମାରିବାର ଦେଖାଯାଏ ।

ରୋଗର ଲକ୍ଷଣ କ’ଣ ?

ପୂର୍ଣ୍ଣ ରୁପରେ କିମ୍ବା ଆଂଶିକ ଭାବେ ବାରମ୍ବାର କେହି ମୁର୍ଚ୍ଚିତ ହେଲେ ଜାଣିନିଅନ୍ତୁ ସେ ଫିଡସ୍ ପ୍ରାରମ୍ଭିକ ସମୟରେ ରହିଛନ୍ତି । ମୁଣ୍ଡ ବୁଲାଇଲେ କିମ୍ବା ଆଖିଡୋଳା ଘୁରିବୁଲିଲେ ଏହା ମଧ୍ୟ ଫିଡସର ଏକ ଲକ୍ଷଣ ଅଟେ । ହାତ, ଗୋଡ କିମ୍ବା ଚେହେରାର ମାଂସପେଶୀରେ ଖଦଡା ଲାଗିବା । ମୁର୍ଚ୍ଛାରୁ ଉଠିବା ପରେ ରୋଗୀର ଭ୍ରମ ହେବା ଓ ପେଟରେ ଗଡବଡ ମଧ୍ୟ ହୋଇଥାଏ ।

ଫିଡସର ଆୟୁର୍ବେଦିକ ଉପଚାର :

ରସୁଣ :

ରସୁଣରେ ଅନେକ ପ୍ରକାର ଔଷଧିୟ ଗୁଣ ରହିଛି । ଯାହା ଶରୀରର ଅନେକ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଫିଡସ୍ ରୋଗକୁ ସମୂଳେ ଦୂର କରିବା ପାଇଁ ୫ଟି କୋଳ ରସୁଣକୁ ଅଧା କପ୍ ପାଣି ଏବଂ କ୍ଷୀରରେ ମିଶାଇ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ପର୍ଯ୍ୟନ୍ତ ଏହି ମିଶ୍ରଣ ଅଧା ନ ହୋଇଯାଏ । ଏହାପରେ ଏହି ମିଶ୍ରଣକୁ ସେବନ କରନ୍ତୁ । ଏହିପରି ପ୍ରତିଦିନ ଅନ୍ତତଃ ୧୫ ଦିନ ସେବନ କରନ୍ତୁ । ୧୫ ଦିନ ମଧ୍ୟରେ ଫିଡସ୍ ରୋଗ ମୁକ୍ତି ପାଇ ପାରିବେ ।

ତୁଳସୀ :

ତୁଲସୀରେ ମଧ୍ୟ ଔଷଧୀୟ ଗୁଣ ଭରପୁର ହୋଇରହିଛି । ଜ୍ଵର, ଥଣ୍ଡା ଠାରୁ ଆରମ୍ଭ କରି ଅନେକ ରୋଗର ରାମବାଣ ସଦୃଶ ହୋଇଥାଏ ତୁଲସୀ ପାତ୍ର । ପ୍ରତିଦିନ ତୁଳସୀ ପତ୍ର ଖାଆନ୍ତୁ ନ ହେଲେ ଏହାର ରସ ସେବନ କରନ୍ତୁ ଫିଡସ୍ ରୋଗରୁ ମୁକ୍ତି ମିଳିବ ।

ନଡିଆ ତେଲ :

ନଡିଆ ତେଲ କେଶ ପାଇଁ ଯେତେ ଭଲ ଶରୀର ପାଇଁ ମଧ୍ୟ ସେତେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ନଡିଆ ତେଲ ଦିନରେ ଗୋଟିଏ ଥର ଏକଚାମଚ ପିଅନ୍ତୁୁ, ଫିଡସ୍ ଜନିତ ସମସ୍ୟା ଦୂର ହୋଇଥାଏ ।

ଫିଡସ୍ ଆକ୍ରାନ୍ତ ହେବା କ୍ଷଣେ କଣ କରିବେ :

ଫିଡସ୍ ଆକ୍ରାନ୍ତ ହେବା କ୍ଷଣେ ରୋଗୀକୁ ଧିରେ ଧିରେ ତଳେ ଶୁଆଇ ଦିଅନ୍ତୁ; ଯେଭଳି ତାଙ୍କୁ ଯେମିତି କୌଣସି କ୍ଷତ ନ ଲାଗେ । ୫ ମିନିଟରୁ ଅଧିକ ସମୟ ଫଡସ୍ ମାରିଲେ ଆମ୍ବୁଲାନ୍ସ ଡଳାଇବାର ବ୍ୟବସ୍ଥା କରନ୍ତୁ ଏବଂ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇଯାଆନ୍ତୁ ।

ଫିଡସ୍ ଆକ୍ରାନ୍ତ ହେବା କ୍ଷଣେ କଣ କରିବେ ନାହିଁ :

ରୋଗୀକୁ ଚଟାଣରେ ଶୁଆଇ ଦେବା ପରେ ରୋଗୀ ହାତଗୋଡାକୁ ନିଜେ ଜାବୁଡି ଧରନ୍ତୁ; ଖୋଲା ଛାଡନ୍ତୁ ନାହିଁ ନଚେତ୍ ଏହାର ବିପରୀତ ପ୍ରଭାବ ରୋଗୀ ଉପରେ ହିଁ ପଡିବ । ସମ୍ପୁର୍ଣ୍ଣ ରୁପରେ ଠିକ୍ ହେବା ପରେ ହିଁ ରୋଗୀକୁ କିଛି ଖାଇବାକୁ ଦିଅନ୍ତୁ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାଟି ଆପଣଙ୍କୁ ପସନ୍ଦ ଆସିବ । ଆପଣଙ୍କ ଗୋଟିଏ ସେୟାର ହେଉ ତ ଅନ୍ୟଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

Be the first to comment

Leave a Reply

Your email address will not be published.


*