କୃଷକଙ୍କ ଖାତାକୁ ‘୧୪ ମଇ’ରୁ ଆସିବ ୨୦୦୦ ଟଙ୍କା ! ଏପରି ଜାଣନ୍ତୁ ନିଜ ଷ୍ଟେଟସ୍…

କୃଷକଙ୍କ ଖାତାକୁ ‘୧୪ ମଇ’ରୁ ଆସିବ ୨୦୦୦ ଟଙ୍କା ! ଏପରି ଜାଣନ୍ତୁ ନିଜ ଷ୍ଟେଟସ୍…

ଯଦି ଆପଣ ମଧ୍ୟ କୃଷକ ଅଟନ୍ତି ଓ ଆପଣଙ୍କୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’ ଅନୁଯାୟୀ ମିଳୁଥିବା ଅଷ୍ଟମ କିସ୍ତିର ଅପେକ୍ଷା ରହିଛିତେବେ ଆପଣଙ୍କ ପାଇଁ ଏହା ଏକ ଭଲ ଖବର ଅଟେ । ବିତ୍ତ ବର୍ଷ ୨୦୨୧-୨୨ ଏପ୍ରିଲ୍-ଜୁଲାଇ କିସ୍ତିର ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କୃଷକଙ୍କ ଖାତାରେ ଆସିଯିବ । ହୋଇପାରେ ୧୪ ମେ’ରୁ କିସ୍ତି ମିଳିବା ଆରମ୍ଭ ହୋଇଯାଇଥିବ ।

୧ ଏପ୍ରିଲକୁ ଅଷ୍ଟମ କିସ୍ତିର ଶୁଭାରମ୍ଭ ହେବାକୁ ଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୃଷକ ମାନଙ୍କ ଖାତାରେ ଆସି ନାହିଁ । ମିଡ଼ିଆ ରିପୋର୍ଟଙ୍କ ଅନୁଯାୟୀ ଅଷ୍ଟମ କିସ୍ତି କୃଷକଙ୍କ ଖାତାରେ ୧୦ ମେ ଅର୍ଥାତ ଆଜିଠାରୁ ପଠାଯାଇପାରିବ ।ଯଦିଓ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ବିଷୟରେ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ । ସରକାର ୭ ମେ ପର୍ଯ୍ୟନ୍ତ ୧୧ କୋଟି ୮୦ ଲକ୍ଷ ୯୬ ହଜାର ୯୭୫ ଲାଭର୍ଥୀ ମଧ୍ୟରୁ ୮,୭୩,୩୯,୧୨୭ ର ଏଫଟିଓ ଜେନେରେଟ୍ କରି ଦେଇଛନ୍ତି । ଅର୍ଥାତ ୨୦୦୦ ଟଙ୍କା ଆପଣଙ୍କ ଖାତାରେ ୧୪ ମେ ମଝିରେ ଆସିଯିବ ।

PM କୃଷକଙ୍କ ରକମ ମିଳିବାରେ ହେଲା ବିଳମ୍ବ

ଆପଣଙ୍କୁ ସୁଚାଇଦେଉଛୁ ଯେ ସରକାର ଛୋଟ ଓ ସୀମାନ୍ତ କୃଷକଙ୍କୁ ବର୍ଷରେ ୬୦୦୦ ଟଙ୍କା ତାଙ୍କ ଖାତାରେ ଟ୍ରାନ୍ଫଫର୍ କରନ୍ତି । ଏହା ସରକାରଙ୍କ ପକ୍ଷରୁ କୃଷକଙ୍କୁ ଦିଆଯାଉଥିବା ବିତ୍ତୀୟ ସାହାଯ୍ୟ ୨୦୦୦ ଟଙ୍କାର ତିନୋଟି କିସ୍ତିରେ ପକାଯାଏ । ଏହି ଯୋଜନା ଅନୁଯାୟୀ ୨୦୦୦ ଟଙ୍କାର ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର୍ ଓ ତୃତୀୟ କିସ୍ତି ଏକ ଡ଼ିସେମ୍ବର୍ ଠାରୁ ୩୧ ମାର୍ଚ୍ଚ ମଝିରେ ଆସେ ।

ସୂଚୀରେ କିପରି ଚେକ୍ କରନ୍ତୁ ନିଜ ନାମ

ଅଷ୍ଟମ କିସ୍ତିର ରକମ ଆପଣଙ୍କ ଆକାଉଣ୍ଟରେ ଆସିବ ନା ନାହିଁ ଏଥିପାଇଁ ସରକାରୀ ୱେବସାଇଟରେ pmkisan.gov.inରେ ସମସ୍ତ ସୂଚନା ଦିଆଯାଇଛି । ଆସନ୍ତୁ ଜାଣିବା ଏହା କିପରି ଜାଣିପାରିବେ ଯେ ଆପଣଙ୍କ ନାମ ସୂଚୀରେ ଅଛି ନା ନାହିଁ । ତେବେ ସର୍ବପ୍ରଥମ କଥାଟି ଏହିକିଯେ ଯଦି ଆପଣ ମଧ୍ୟ କୃଷକ ଅଟନ୍ତି ଏବଂ ଏହି ଯୋଜନାର ଲାଭ ଉଠାଇବାକୁ ଚାହଁନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ଏହି ଯୋଜନାରେ ନିଜ ରେଜିଷ୍ଟ୍ରେସନ୍ କରାଇବାକୁ ପଡ଼ିବ ।

ଯଦି ଆପଣ ରେଜିଷ୍ଟ୍ରେସନ୍ କରାଇ ରଖିଛନ୍ତି ଏବଂ ସେ ଦେଖିବା ପାଇଁ ଚାହଁନ୍ତି ଯେ PM କୃଷକ ଲାଭର୍ଥୀଙ୍କ ସୂଚୀରେ ଆପଣଙ୍କ ନାମ ଅଛି ନା ନାହିଁ ତେବେ ସରକାର ଏକ ସୂଚୀ ବାହାର କରନ୍ତି । ଯିଏକି ଆପଣଙ୍କୁ PM କୃଷକ ସମ୍ମାନ ନିଧିର ଅଧିକାରୀକ ୱେବସାଇଟ୍ https://pmksan.gov.in/ରେ ମିଳିବ ।

ଏପରି ଚେକ୍ କରନ୍ତୁ ଷ୍ଟେଟସ୍

ସର୍ବପ୍ରଥମେ ଆପଣ https://pmksan.gov.in/ ଏହି ଲିଙ୍କକୁ ଯାଆନ୍ତୁ ।

‘ହୋମ୍ ପେଜ୍’କୁ ଯାଇ ଆପଣ ଫାର୍ମସ୍ କର୍ଣ୍ଣର୍ ଅପ୍ସନକୁ କ୍ଲିକ୍ କରିବାକୁ ହେବ ।

ୱେବସାଇଟରେ ପହଞ୍ଚିବା ପରେ ଡ଼ାହାଣ ପଟରେ ଫାର୍ମସ୍ କର୍ଣ୍ଣରରେ କ୍ଲିକ କରନ୍ତୁ ।

ଏହାପରେ ବେନେଫିସିୟାରୀ ଅପ୍ସନରେ କ୍ଲିକ୍ କରନ୍ତୁ ।

ତାପରେ ଏକ ନୂଆ ପେଜ୍ ଖୋଲିବ । ବର୍ତ୍ତମାନ ନିଜର ଆଧାର ନମ୍ବର୍, ମୋବାଇଲ୍ ନମ୍ବର୍ ପକାନ୍ତୁ । ଏହାପରେ ଆପଣଙ୍କୁ ନିଜ ‘ଷ୍ଟେଟସ୍’କୁ ସମ୍ପୂର୍ଣ୍ଣ ସୂଚନା ମିଳିଯିବ ।

PM କୃଷକ ପାଇଁ ବଦଳନ୍ତୁ ନିୟମ

ଏହି ଯୋଜନାର ଲାଭ କିଛି ଅଯୋଗ୍ୟ ଲୋକମାନେ ମଧ୍ୟ ଉଠେଇ ନେଇଥିଲେ ଏଥିପାଇଁ ସରକାର ଏଥର ଏହି ନିୟମରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଯାହା ଅନୁଯାୟୀ ଏଥର ସେହି କୃଷକ ମାନଙ୍କ ଖାତାରେ ଟଙ୍କା ପଠାଯିବ, ଯାହାଙ୍କ ନାମରେ ଖାତା ଥିବ । ଏହା ପୂର୍ବରୁ ଏହି ଯୋଜନାର ଲାଭ ସେହି କୃଷକ ମାନଙ୍କୁ ମଧ୍ୟ ଦିଆଯାଉଥିଲା, ଯାହାଙ୍କ ଦାଦାଙ୍କ ନାମରେ ଜମି ଥିଲା । ଏଥିସହିତ ପ୍ରାଇଭେଟ୍ ଚାକିରୀ ଓ ପେନସନ୍ ଧାରକ ମାନଙ୍କୁ ମଧ୍ୟ ଟଙ୍କା ଦିଆଯାଉଥିଲା । କିନ୍ତୁ ଏଥର ଦିଆଯିବ ନାହିଁ ।

Leave a Reply

Your email address will not be published. Required fields are marked *