01 ନଭେମ୍ବର 2020, ରବିବାର- ମାସର ପ୍ରଥମ ଦିନରେ ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଏବଂ

01 ନଭେମ୍ବର 2020, ରବିବାର- ମାସର ପ୍ରଥମ ଦିନରେ ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଏବଂ ପୂର୍ଣ୍ଣ ହେବ ମନୋବାଞ୍ଛା ! ଆର୍ଥିକ କ୍ଷେତ୍ରରେ ଆସିବ ସୁଧାର !

ଆଜି ଆମେ ଆପଣଙ୍କୁ ୦୧ ନଭେମ୍ବର ରବିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି କିଛି ନୂଆ କାମ କରିବା ଲାଗି ଉତ୍ସୁକ ରହିବେ । ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥଲାଭ ସଙ୍ଗେ ସଙ୍ଗେ ପାରିବାରିକ ଶାନ୍ତି ପ୍ରାପ୍ତ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟୀକ କ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟା ଦୂର ହେବ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ରହିବ । ପାରିବାରିକ ଝଗଡ଼ା ଯୋଗୁଁ ମନରେ ଅସ୍ଥିରତା ଲାଗି ରହିବା ଯେଉଁଥି କାରଣରୁ ଅନ୍ୟମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଭାଗ୍ୟର ସହାୟତାରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବ ନାହିଁ । ଚନ୍ଦ୍ରଙ୍କ ନକ୍ଷତ୍ରରେ ଶୁକ୍ର ଆପଣଙ୍କୁ ବୈଷୟିକ ସୁଖ, ସମ୍ପଦ ପ୍ରଦାନ କରିବାରେ ସହାୟକ ହେବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଚାକିରିରେ କର୍ତ୍ତୃତ୍ଵ ବଢିବ । ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ । ଆଜିର ସକାଳୁଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯାଇପାରେ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ପରିବାରରେ ସନ୍ତାନଙ୍କ ସ୍ଵାସ୍ଥ୍ୟ ଓ ସ୍ଵଭାବ ଯୋଗୁଁ ବିଚଳିତ ହେବାକୁ ପଡିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟକ ସାବ୍ୟସ୍ତ ହେବ । ଦୀର୍ଘ ଦିନ ଆଶା ଓ ଅଭିଳାଷକୁ ସାକାର କରାଇବ । ରାଶିରେ ମୃଗଶିରା ନକ୍ଷତ୍ରର ପ୍ରଭାବରୁ ପ୍ରତ୍ୟେକ ଦିଗରୁ ସୁଫଳ ପାଇବେ । ନିଜର ଉଦ୍ଦେଶ୍ୟ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହୋଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଲାଗି ରହିଥିବା ସମସ୍ୟାର ସମାଧନ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନା ମୁତାବକ କାମ କରିବେ । କର୍ମଚାରୀ ମାନଙ୍କୁ ଭରସା କରି ଆପଣ ହାତ ଉପରେ ହାତ ଯୋଡି ବସିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ଆପଣଙ୍କ ବିନମ୍ର ସ୍ଵଭାବ ଯୋଗୁଁ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କୌଣସି ଏକ ନୂତନ ପରିବେଶରେ ଭିନ୍ନ ପ୍ରକାର ସ୍ୱାଦର ଅନୁଭୂତି ଲାଭ କରିବେ । ଦଶମ ଚନ୍ଦ୍ର ହେତୁ କୌଣସି ନୂତନ ପରିବେଶରେ ସହାବସ୍ଥାନରୁ ନିଜକୁ ଭାଗ୍ୟବାନ୍‌ ମନେକରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବା ପାଇଁ ଆପ୍ରାଣ ଉଦ୍ୟମ କରିପାରନ୍ତି । ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ମହିଳା ବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଲାଭ ମିଳିବ । ଆଜି କୌଣସି ପ୍ରକାର ଆର୍ଥିକ ନେଣଦେଣରୁ ନିବୃତ୍ତ ରହନ୍ତୁ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଅଧାରେ ଅଟକି ରହିଯିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପୂର୍ବାହ୍ନରେ ପାଇ ସାମୟିକ ଖୁସୀ ରହିବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରିବା ଫଳରେ ମନକୁ ସାମୟିକ ଆଶ୍ଵସ୍ତି ମିଳିବ । ପଡ଼ୋଶୀଙ୍କ ସହଯୋଗ ପାଇ କେତେକ କାର୍ଯ୍ୟ ସହଜରେ ସମ୍ପାଦନ କରିପାରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀକୃଷ୍ଣ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ରବିଙ୍କ ଦୁର୍ବଳତା ହେତୁ ସ୍ଵସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ । ନୂଆ କାର୍ଯ୍ୟାରମ୍ଭ ପ୍ରତି ମନୋବଳାଇବେ । ଆଜି ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରରେ ଯୋଜନାକୁ ବଦଳାଇ ଦେଇପାରେ ଏବଂ ନାନାଦି ପ୍ରତିବନ୍ଧକ ଓ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଆପଣଙ୍କ କମ୍ପାନୀରୁ ବଡ଼ ସୁଯୋଗ ମିଳିବ, ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ ବିନା କାରଣରେ ଦୋଷୀ ସାବ୍ୟସ୍ତ ହେବାର ଆଶଙ୍କା ରହିଛି । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଋଣ ସୂତ୍ରରେ ଅର୍ଥ ଲାଭ ପାଇଁ ପ୍ରଯତ୍ନ କରିବେ ତଥାପି ମନରେ ଶାନ୍ତି ଆସିନପାରେ । ଘରୋଇ ପରିସ୍ଥିତି ଆପଣଙ୍କ ସକାଶେ ଦୁଶ୍ଚିିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜିର ଦିନଟି ନୂତନ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟାରମ୍ଭ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ରବିଙ୍କ ନକ୍ଷତ୍ରସ୍ଥ ବୃହସ୍ପତିଙ୍କ ଯୋଗୁଁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ପାଇଁ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ । ପ୍ରିୟଜନଙ୍କ ସହଯୋଗ ମିଳିବ । ଗଠନମୂଳକ କାର୍ଯ୍ୟ ଅଟକିବ ନାହିଁ । ଘରୋଇ ବିବାଦ ସମାପ୍ତ ହେବ । ପଡୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବା ସଙ୍ଗକୁ କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭାଗ୍ୟ ଆପଣଙ୍କୁ ସାଥ ଦେବ । ଷଷ୍ଠଭାବସ୍ଥ ମଙ୍ଗଳ ହେତୁ ପତ୍ନୀଙ୍କ କ୍ଷୋଭ, ସନ୍ତାନଙ୍କ ବେଖାତିର କାମ ସଙ୍ଗକୁ ଭାବପ୍ରବଣତାଜନିତ ମାନସିକ ସ୍ଥିରତା ରହିନପାରେ । ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ପସନ୍ଦ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟରେ ଭଲ ଉନ୍ନତି କରିବେ । ଚାକିରିରେ କତୃପକ୍ଷଙ୍କ ଠାରୁ ପ୍ରଶଂସା ଶୁଣିବାକୁ ମିଳିପାରେ । ବନ୍ଧୁଙ୍କ କାମରେ ବାଧ୍ୟହୋଇ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ । ଖଳ ଲୋକଙ୍କ ପ୍ରାୟୋଜିତ କାର୍ଯ୍ୟାବଳୀ ମାଧ୍ୟମରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଆଶା ଦୁର୍ଲ୍ଲଭ ହୋଇପଡ଼ିବ । ଅନିୟମିତ ଆହାର ଯୋଗୁଁ ସ୍ବାସ୍ଥ୍ୟହାନି ଘଟିବାର ସୂଚନା ରହିଛି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ନକାରାତ୍ମକ ଭାବନା ଆସିପାରେ । ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଆପଣ କଳ୍ପନା ମାଧ୍ୟମରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ ଯେହେତୁ ବାସ୍ତବତା ବହୁ ଦୂରରେ ରହିଯିବ । କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେଇପାରେ । ମନ ଭଲ ନ ଥିବାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ ଅବଶ୍ୟ ଆଶା ପୂରଣ ହୋଇଯିବ । ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ବୃଦ୍ଧି ପାଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଶୁକ୍ର ଓ ବୃହସ୍ପତିଙ୍କ ସମ୍ବନ୍ଧରୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଅଯଥା ଅଶାନ୍ତିର ବାତାବରଣ ସୃଷ୍ଟି ହେବାର ଆଶଙ୍କା ରହିଛି । ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଶୁଭଖବର, ଅର୍ଥଲାଭରୁ ମନ ଖୁସି ହୋଇଯାଇପାରେ । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିପାରନ୍ତି । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ରଚନାମତ୍କ କାମ, ସାହିତ୍ୟ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ । ପାରିବାରିକ ଅଶାନ୍ତି ବିଷୟରେ ଚିନ୍ତାକରି ମନରେ ସରସତା ରହିବ ନାହିଁ । ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ । ପୁରାତନ ରୋଗର ଉପସମ ହେବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ସନ୍ତୋଷି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ । ରାଶ୍ୟାଧିପତିଙ୍କ ଅଷ୍ଟମାଧିପତି ସଂଯୋଗ ସ୍ଵାସ୍ଥ୍ୟହାନି, ଋଣଗ୍ରସ୍ତ ଓ ଶତ୍ରୁତା ସୃଷ୍ଟି କରିପାରେ । ଶିଳ୍ପ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ । ପରିବାରର ପୂରା ସହଯୋଗ ପାଇବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କେତେକ କାମ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି । ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ଆଜି ସତର୍କତା ଅଭାବରୁ ଧନହାନି, କଳହ କିମ୍ବା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପରୋକ୍ଷ ଶତ୍ରୁତା, ରୋଗପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଶତ୍ରୁରାଶିସ୍ଥ ଶନି ହେତୁ କାର୍ଯ୍ୟରେ ବିଘ୍ନ ଘଟିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତ ମାଧ୍ୟମ ଧାରଣର ରହିବ । ଆୟ ବ୍ୟେୟର ତାଳମେଳ ରହିବ ନାହିଁ । ସାମାଜିକ ସମାରୋହରେ ଯୋଗ ଦେଇପାରନ୍ତି । ଅଫିସରେ କାର୍ଯ୍ୟ ଭାର ଅଧିକ ରହିବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ ମନରେ ସରସତା ରହିବ ନାହିଁ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହ୍ୟ କରିବାକୁ ପଡିବ । ପରୋକ୍ଷ ଶତ୍ରୁତା, ରୋଗପୀଡ଼ା ଓ ପାରିବାରିକ ମତାନ୍ତରଜନିତ ସାମୟିକ ଚିନ୍ତିତ ରହିବେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ଜଣକ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ଲାଗି ଖଠାମିଠା ରହିବ । ରାଶିରେ ମଙ୍ଗଳ ଓ କର୍ମସ୍ଥ ବୃହସ୍ପତିଙ୍କ ଯୋଗୁଁ ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଓ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ପ୍ରତି କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗରେ ଅଗ୍ରଗତି କରିବେ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅଫିସ୍‌ରେ ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ । ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ । ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଯାଈ ।

Be the first to comment

Leave a Reply

Your email address will not be published.


*