1 ଅଗଷ୍ଟ 2020, ଶନିବାର- ଶନିଦେବଙ୍କ କୃପାରୁ ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତାର ଚାବିକାଠି । ଅଟକିଥିବା

1 ଅଗଷ୍ଟ 2020, ଶନିବାର- ଶନିଦେବଙ୍କ କୃପାରୁ ଆଜି ୫ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତାର ଚାବିକାଠି । ଅଟକିଥିବା କାର୍ଯ୍ୟକୁ କରିବେ ସପୂର୍ଣ୍ଣ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ଧ୍ୟାନ ଦେବେ । ଗୁରୁକ୍ଷେତ୍ରସ୍ଥ ମଙ୍ଗଳ ଓ ରାଶି ଗୁରୁଦୃଷ୍ଟ ଯୋଗୁଁ ସ୍ବାସ୍ଥ୍ୟରେ ଉନ୍ନତି, ନୂତନ କର୍ମାରମ୍ଭରେ କାର୍ଯ୍ୟସିଦ୍ଧି ହେବ । ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି । କିଛି ଏପରି କାମ ରହିଛି ଯାହା ଆପଣ କରିବା ପାଇଁ ଚାହୁଁଥିଲେ ମଧ୍ୟ ଆପଣ କରିପାରିବେ ନାହିଁ । ଅଫିସର ସୁସ୍ଥ ବାତାବରଣ ମଧ୍ୟରେ ମନ ଆନନ୍ଦ ରହିବା ସଙ୍ଗେ ସଙ୍ଗେ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ଶୁଭରଙ୍ଗ: ଧଳା । ଆରାଧନା : ମାଆ ମାଣିକେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟରେ କଟିବ । ଆପଣଙ୍କ ଶୁଭଦାୟକ ରହିବ । ଶନି ଦୃଷ୍ଟିରେ ରବି ପାରିବାରିକ ଅଶାନ୍ତି, ଯାନବାହନରେ ସମସ୍ୟା ଓ ଆକସ୍ମିକ କଳହର କାରଣ ହୋଇପାରେ । ଆର୍ଥିକ ଅନଟନ ସଙ୍ଗେ ସଙ୍ଗେ ଶାରୀରିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ । କର୍ମକ୍ଷେତ୍ରରେ ସତ୍ୟ କହି ସମସ୍ତଙ୍କ ଅପ୍ରିୟର ପାତ୍ର ହେବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଫଳରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସାଧାରଣ କଥାରେ ଭାଇ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ କଳହର ସୂତ୍ରପାତ ମଧ୍ୟ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ନୂଆ ପରିଯୋଜନାର ସହ କାର୍ଯ୍ୟ କରିବା ପାଇଁ ମନୋସ୍ଥ କରିବେ । ବୁଧ ଯୁକ୍ତ ଶୁକ୍ର ହେତୁ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମକଲେ ଉପକୃତ ହୋଇପାରନ୍ତି । ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ପୂରଣ କରିବା ପାଇଁ ଆପ୍ରାଣ ଚେଷ୍ଟା କରିବେ । ଅଫିସରେ ଆପଣଙ୍କୁ ନୂଆ ପରିଯୋଜନାର ଗୁରୁଦାୟିତ୍ଵ ଅର୍ପଣ ମଧ୍ୟ କରାଯାଇପାରେ । ସାମାଜିକ ସ୍ତରରେ ତଥା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ପୂର୍ବ ଅପେକ୍ଷା ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିଲେ ମଧ୍ୟ ସନ୍ଦେହ ଓ ଭୁଲ୍‌ ବୁଝାମଣା ମନକୁ ଅସ୍ତବ୍ୟସ୍ତ କରିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ମନରେ ଆତ୍ମବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚିୟ ପାଇବେ । ଚନ୍ଦ୍ର ଷଷ୍ଠଭାବରେ ସ୍ଵାସ୍ଥ୍ୟହାନି, ଅଶାନ୍ତି ଓ କାମରେ ବିରୋଧାଭାସ ସୃଷ୍ଟି କରିବ । ଚାକିରି କରୁଥିବା କର୍ମଜୀବିମାନେ ବୁଝିସୁଝି ଯେକୌଣସି ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । ସାମାଜରେ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ସମସ୍ୟା କିମ୍ବା ବିବାଦୀୟ ମନ୍ତବ୍ୟ ଯୋଗୁଁ କଳହକୁ ନିମନ୍ତ୍ରଣ କରିପାରନ୍ତି । ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଆଜି ପ୍ରଭୁ ହନୁମାନଙ୍କ ନିକଟରେ ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ, ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ମନକୁ ବିବ୍ରତ କରିବ । ତୃତୀୟଭାବରେ ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ ବିଳମ୍ବିତ ହୋଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ଅଭାବକୁ ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା କରିପାରନ୍ତି । ଚାକିରି କରୁଥିବା କର୍ମଜୀବୀମାନଙ୍କ ନିଜ ନିଜ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମହାଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । ଭାଗ୍ୟାଧିପ ରାଶ୍ୟାଧିପଙ୍କ ସହ କୋଣଭାବସ୍ଥ ଯୋଗୁଁ ଆପଣଙ୍କ ଇଚ୍ଛା, ଉଦ୍ଦେଶ୍ୟ ଓ ଅଭିଳାଷ ପୂରଣ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଦୈହିକ ଦୁର୍ବଳତା ଓ ମାନସିକ ଅସୁସ୍ଥତା ଯୋଗୁଁ ମନୋବଳ କମି ଯାଇପାରେ । ପରିବାରରେ ବୟସ୍କଙ୍କ ସହ ଆଲୋଚନା କରିବେ । ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ଥଣ୍ଡା ଓ କାଶଜନିତ ସାମାନ୍ୟ ଅସୁସ୍ଥି ରହିପାରେ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ପାପଯୁକ୍ତ ବୁଧ ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ପାଇବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ଲାଗି ବେଳ ହୁଁ ସାବଧାନତା ଅବଲମ୍ବନ କରିବା ଭଲ ହେବ । ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନାପଡ଼ି ସମାଲୋଚିତ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ମଙ୍ଗଳଗ୍ରହ ଷଷ୍ଠସ୍ଥାନସ୍ଥ ଯୋଗୁଁ ଅସ୍ଵାଭାବକର ଘଟଣା ମାନସିକ ଅସୁସ୍ଥତାର କାରଣ ହେବ । ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ବୁଝିବିଚାରୀ କାର୍ଯ୍ୟ କରନ୍ତୁ । ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ ଓ ଆତ୍ମୀୟଙ୍କ ସହର୍ଦ୍ଧ୍ୟ ପାଇ ସଙ୍କଟ ସ୍ଥିତିରୁ ମୁକୁଳି ପାରିବେ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ । ପର କଥା ଶୁଣି କାର୍ଯ୍ୟ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ । ଶୁଭରଙ୍ଗ : କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆଜି ଆପଣ ଅତ୍ୟଧିକ ସମ୍ବେଦନଶୀଳତା ରାହିବେ । ଶନିଙ୍କ ଶୁଭପ୍ରଭାବରୁ ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଆତ୍ମୀୟ ସ୍ଵଜନ ଓ ବନ୍ଧୁଙ୍କ ସହାୟତା ପାଇ ହାତକୁ ନେଇଥିବା କାର୍ଯ୍ୟ ସମ୍ପନ୍ନ କରିପାରିବେ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ପାଇପାରିବେ । ଘରୋଇ ଖର୍ଚ୍ଚକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ବହୁତ ସମୟ ଲାଗିପାରେ । ପରିବାର ସଦସ୍ୟଙ୍କ ମଧ୍ୟ ପ୍ରେମ, ସଦ୍-ଭାବ ବଜାୟ ରହିବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ମୃଗଶିରା ନକ୍ଷତ୍ର ଆପଣଙ୍କ ସାହାଯ୍ୟରେ ସମ୍ପର୍କୀୟ ବ୍ୟକ୍ତି ମାନଙ୍କ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ହେବ । ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ । ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା କାରଣରୁ ଦୀର୍ଘ ଦିନରୁ ପଡି ରହିଥିବା କାମଟିରେ ଅଗ୍ରଗତିର ସୂଚନା ପାଇବେ । ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଦେହ ଭଲ ରହିଲେ ମଧ୍ୟ କଠିନ ପରିଶ୍ରମ ଜନିତ କ୍ଳାନ୍ତିବୋଧ ଅନୁଭବ କରିବେ । ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସ୍ଥିତି ମଧ୍ୟ ଆଜି ବିଶେଷ ଭଲ ରହିନପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ଖଟା ମିଠା ରହିବ । ଶନି ନବମସ୍ଥ ଯୋଗୁଁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ । ଅତୀତର କଥାକୁ ନେଇ ଟିକେ ଚିନ୍ତିତ ରହି ପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କୁ ନିଜ କାର୍ଯ୍ୟର କୈଫତ୍ ଦେବାକୁ ପଡିବ । ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଖୁସୀ ହୋଇପାରିବେ ନାହିଁ । ଯୁକ୍ତିତର୍କ, ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ବାକ୍‌ ଅସଂଯମତା ଯୋଗୁଁ ସମ୍ପର୍କ ବ୍ୟାହତ ସୃଷ୍ଟି ହୋଇପାରେ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ନେଇପାରନ୍ତି । ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଧୂସର । ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଚତୁର୍ଥସ୍ଥ ପାପଗ୍ରହ ଯୋଗୁଁ ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଚଳନୀୟ ରହିବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅଯଥାରେ ଅପମାନିତ ହେବେ । ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶକରି ସମାଲୋଚିତ ହେବେ । କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସକରି ଖାଲରେ ପଡ଼ିପାରନ୍ତି । ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *