19 ଅକ୍ଟୋବର 2020, ସୋମବାର- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । ଆର୍ଥିକ

19 ଅକ୍ଟୋବର 2020, ସୋମବାର- ଆଜି ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ମିଳିବ ସଫଳତା । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସଙ୍ଗେ ସଙ୍ଗେ ସମାଜରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ଆଜି ଆମେ ଆପଣଙ୍କୁ ୧୯ ଅକ୍ଟୋବର ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରଖିବ ନାହିଁ । କୋଣଭାବସ୍ଥ ଧନାଧିପତିଙ୍କ ସଂସ୍ଥାନରୁ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି କରିବା ଯୋଗୁଁ ମନ ଆନନ୍ଦ ଉଲ୍ଲାସ ରହିବ । କର୍ମକ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଯେତେ ସତର୍କରେ କାମ କଲେ ମଧ୍ୟ କର୍ମ କ୍ଷେତ୍ରରେ କିଛି ନା କିଛି ଟେନ୍ସନ ଲାଗି ରହିବ । ଅଫିସିଲ କାର୍ଯ୍ୟରେ କେତେକ ତ୍ରୁଟି ଯୋଗୁଁ ଉପରିସ୍ଥ ଅଧିକାରିବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ସମାଜରେ ଖଳ ପ୍ରକୃତିର ଲୋକମାନେ ଆପଣଙ୍କୁ ନିନ୍ଦା କରିବେ । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ, ଅନ୍ୟଥା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ସାମଲେଶ୍ୱରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ସ୍ଥଗିତ କାମକୁ ପୂରା ଦମରେ ସମ୍ପନ୍ନ କରିବାକୁ ମନସ୍ଥ କରିବେ । ରାଶିରେ ରବିଙ୍କ ଦୁର୍ବଳତା କାରଣରୁ ପାରିବାରିକ କଳହକୁ ନେଇ ଅଶାନ୍ତି ଲାଗି ରହିପାରେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଏକ ସାଧାରଣ କଥାକୁ କେନ୍ଦ୍ର କରି କଳହ ଉପୁଜିପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ କିନ୍ତୁ ସହକର୍ମୀଙ୍କ ସହଯୋଗ ମିଳିବ । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟର କୈଫତ୍ ମାଗିପରାନ୍ତି । ସମାଜରେ ସମୂହସ୍ଵାର୍ଥକୁ ପ୍ରାଧାନ୍ୟଦେବା କାରଣରୁ ଭାବମୂର୍ତ୍ତି ଉଜ୍ଜ୍ୱଳିତ ହେବ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । ଆତ୍ମୀୟ ତଥା ନିକଟ ସମ୍ପର୍କୀୟଙ୍କ ହତାଦର ଭାବରୁ ସାମୟିକ ଦୁଃଖିତ ହୋଇପାରନ୍ତି । ପରିବାରରେ ଭୁଲ୍ ବୁଝାମଣା କାରଣରୁ ପରସ୍ପର ମଧ୍ୟରେ ସମ୍ପର୍କ ଭଲ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବା ଯୋଗୁଁ ମନ ଉଦାସ ରହିବ । ବୁଧାଦିତ୍ୟ ଯୋଗ ପ୍ରଭାବରୁ ପାଖ, ପଡୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟାର ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ରହିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ । ଯେଉଁଥିପାଇଁ ମନରେ କିଛି ଦିନ ହେଲା ବ୍ୟଗ୍ରତା ଭରି ରହିଥିଲା, ଆଜି ହିଁ ତାହା ପ୍ରାପ୍ତ ହେବ ଯାହାଫଳରେ ମନକୁ ଖୁସୀ ମିଳିବ । ପରିବାର ସଦସ୍ୟମାନଙ୍କ ସହିତ ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରନ୍ତି । ପୁରାତନ ରୋଗ, ଋଣଭାର ବୃଦ୍ଧି ଓ ପରୋକ୍ଷ ଶତ୍ରୁତା ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ । ରାଜନୀତି ଓ ପ୍ରଶାସନିକ ସ୍ତର ସମସ୍ୟାମୁକ୍ତ ରହିବ । ପ୍ରତ୍ୟେକ ସ୍ଥଳରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କର ଭାବନା ଯଥେଷ୍ଟ ସକାରାତ୍ମକ ରହିବ । ମୁଖଭାବସ୍ଥ ଶୁକ୍ରଜନିତ ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ କରାଇବ । ଅଫିସରେ କୌଣସି ସିନିଅରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ଯଥା ଏଣୁତେଣୁ କଥା ଚିନ୍ତା କରି ମାନସିକ ଭାରସାମ୍ୟ ହରାଇ ବସିବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ରହିବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ମାନ ଓ ପଦପଦବୀ ଲାଭ ମିଳିବାର ସମ୍ଭାବନା ରହିଛି । ପରିସ୍ଥିତି ବଶତଃ ବିବାଦୀୟ ଘଟଣାକୁ ନେଇ ଆଲୋଚନା କରିପାରନ୍ତି । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । ଆଜି ବୃହସ୍ପତିଙ୍କ ସୁପ୍ରଭାବରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ସମର୍ଥ ହେବ । ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରହିବ । ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ଦିନଟି ପ୍ରୀତିପ୍ରଦ ରହିବ । କୌଣସି କାମରୁ ଆଜି ବଡ଼ ଫାଇଦା ହେବ । କୌଣସି କ୍ଷେତ୍ରରେ ପଛକୁ ଫେରିବେ ନାହିଁ । ବ୍ୟବସାୟ ସହିତ ସଂଲଗ୍ନ କାମରେ ଯାତ୍ରା କରିବେ । ଅଟକି ରହିଥିବା କାମ, ବକେୟା ଅର୍ଥ ଆଦାୟ କରିବାରେ, ବନ୍ଧୁବର୍ଗଙ୍କ ସାହାଯ୍ୟ ମିଳିବ । ପରୋକ୍ଷ ଶତ୍ରୁତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟା ଅପବାଦରେ ନିନ୍ଦିତ ହୋଇପାରନ୍ତି । ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍‌ ହେବ ନାହିଁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଧନାଧିପ ଏକାଦଶସ୍ଥ ଯୋଗୁଁ ଆର୍ଥିକ ସଂକଟ ଦୂରୀଇ ଯିବ । ଅର୍ଥ ଲାଭ ଏବଂ ପାରିବାରିକ ସୁଖସୌହାର୍ଦ୍ଦ୍ୟ ମଧ୍ୟରେ ଦିନଟି ଅତିବାହିତ କରିବେ । ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହୋଇପାରିବ । ବ୍ୟବସାୟ ବାଣିଜ୍ୟରେ ମନମୁତାବକ ମୁନଫା ପାଇବେ । ସହକର୍ମୀଙ୍କ ଦ୍ଵାରା କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ଏବଂ ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁମିଳନରୁ ଖୁସୀ ଅନୁଭବ କରିବେ । ଜମିଜମା କିମ୍ବା ଗୃହସୀମାକୁ ନେଇ କଳହର ଆଶଙ୍କା ରହିଛି । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟ ପଛରେ ନେଇ ନାନାଦି କଥା କହିପାରନ୍ତି । ବୈବାହିକ ଜୀବନ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଭାଗ୍ୟସ୍ଥାନ ଗୁରୁଦୃଷ୍ଟ ଯୋଗୁଁ ବହୁ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ପ୍ରତିକୂଳ ସାବ୍ୟସ୍ତ ହେବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଓ ନୂଆ ପ୍ରକଳ୍ପ ମିଳିପାରେ । ଆର୍ଥିକ ସ୍ଥିତି ମଜୁବତ ରହିବ । ସ୍ଵାର୍ଥସାଧନ ପରିପ୍ରେକ୍ଷୀରେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି । ଅଫିସରେ କାର୍ଯ୍ୟଭାର ବଢିବା କିନ୍ତୁ କର୍ତ୍ତୃପକ୍ଷଙ୍କ ସହାୟତା ପାଇବେ ଓ ଶେଷରେ କତୃପକ୍ଷ ଆପଣଙ୍କ ଠାରୁ ଆପଣଙ୍କୁ ପ୍ରଶଂସା ମିଳିବ । ବାଦ ବିବାଦ, ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ରହିବ । ସ୍ତ୍ରୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନ ଚଞ୍ଚଳ ରହିବ ଓ କାର୍ଯ୍ୟ ପ୍ରତି ଆଗ୍ରହ ଆସିବ । ବୃହସ୍ପତିଙ୍କ ପ୍ରଭାବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବାରୁ ଆନନ୍ଦ ଅନୁଭବ କରିବେ । ଛୋଟିଆ ଛୋଟିଆ କଥାରେ ଉତେଜିତ ହେବା ଫଳରେ ସମସ୍ୟା ମଧ୍ୟ ବଢିବା ଲାଗିବ । ତେଣୁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ଦୃଢତାର ସହ ସମ୍ମୁଖୀନ କରିବେ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ କିନ୍ତୁ ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ପ୍ରଶଂସିତ ହେବେ । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାଇଲେ ମନସ୍ତାପ କରିବାକୁ ପଡିବ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟ ଭୂମିକା ତୁଲାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ଚେଷ୍ଟା ନିଷ୍ଫଳ ହେବ ନାହିଁ । ଶନି ଦ୍ୱିତୀୟସ୍ଥ ଯୋଗୁ ନିକଟ ସମ୍ପର୍କୀୟମନଙ୍କୁ ସରଳ ଭାବେ ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି । ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରାର ଅବସାନ ଘଟିବ । ଅଂଶୀଦାର ବ୍ୟବସାୟୀଙ୍କ ସହ ତର୍କବିତର୍କ ହେତୁ ମନ ସାମୟିକ ଭଲ ରହିନପାରେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବ ଅପେକ୍ଷା ଭଲ ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟ ଲାଭ କରିନପାରନ୍ତି । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ବୈବାହିକ କର୍ମ ସମ୍ପାଦନ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ମାଧ୍ୟମରେ ଆସିପାରେ । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଶନି ସ୍ଵରାଶିରେ ରହିଥିବା ଯୋଗୁଁ ଗଣମାଧ୍ୟମ ସମ୍ବନ୍ଧିତ ବ୍ୟକ୍ତି କିମ୍ବା ଆଇନଜ୍ଞଙ୍କ ସକାଶେ ଦିନଟି ଭଲ । ଆପଣଙ୍କର ମାନସିକ ଅସୁସ୍ଥତା ହିଁ ଶାରୀରିକ ସୁସ୍ଥତାକୁ ପ୍ରତିହତ କରିବ । କିନ୍ତୁ ଆପଣଙ୍କ ରୁକ୍ଷ ବ୍ୟବହାର କଳହକୁ ଆମନ୍ତ୍ରଣ କରିବ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କେତେକ ସ୍ଥଳରେ ବିଶେଷ କରି ଅଫିସରେ ଭୁଲ୍‌ ନିଷ୍ପତି ନେଇ ହଟହଟା ହେବାକୁ ପଡିପାରେ । ସହକର୍ମୀମାନେ ମୁହଁ ଫେରାଇ ଚାଲି ଯାଇପାରନ୍ତି । ପରିବାର ଅପୂରଣୀୟ ଆବଶ୍ୟକତା ଦୁଃଶ୍ଚିନ୍ତାର ମାତ୍ରାକୁ ବଢାଇ ଦେଇପାରେ । ସମସ୍ୟାର ସମାଧାନ ସଙ୍ଗକୁ ଶୃଙ୍ଖଳା ରକ୍ଷା କରିବାରେ ନିକଟ ସମ୍ପର୍କୀୟଙ୍କ ସହାୟତାର ଆବଶ୍ୟକତା କରିପାରନ୍ତି । ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟିର ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆତ୍ମା ବିଶ୍ଵାସ ଦୃଦ୍ଧି ହେବ, ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ । କର୍ମକ୍ଷେତ୍ରସ୍ଥ ବୃହସ୍ପତି ହେତୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ନିକଟରୁ ସାହାଯ୍ୟ ଓ ସହଯୋଗ ମିଳିବ । ବ୍ୟବସାୟରେ ଆଶାତୀତ ଲାଭ କରିବେ । ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ । ଉପରିସ୍ଥ ଅଧିକାରୀଙ୍କ ନିକଟରୁ ପ୍ରେରଣା ଓ ସହଯୋଗ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ପ୍ରଶାସନ ଓ ଆନୁଷ୍ଠାନିକ କାମରେ ସମସ୍ୟାର ସମାଧାନ କରିପାରିବେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟକୁ ସୂଚାରୁ ରୂପେ ପରିଚାଳନା କରନ୍ତୁ । ଅଷ୍ଟମସ୍ଥ ବୁଧ ହେତୁ ପାରିବାରିକ ତିକ୍ତତାକୁ ନେଇ ମନ ବିଭ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଦେଖାଦେବ ଓ ପାରିବାରିକ ଚିନ୍ତା କାର୍ଯ୍ୟ କରିବାର ଶୈଳୀକୁ ମନ୍ଥର କରିପାରେ । ତଥାପି କୌଣସି ବିଭ୍ରାନ୍ତ ହୁଅନ୍ତୁ ନାହିଁ, ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

Be the first to comment

Leave a Reply

Your email address will not be published.


*