19 ମାର୍ଚ୍ଚ 2020, ଗୁରୁବାର- ମା ଲକ୍ଷ୍ମୀଙ୍କ କୃପାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନ ଖୁସି, ଆନନ୍ଦଉଲ୍ଲାସରେ ଭାରି ଉଠିବ । ଦୂର ହେବ

19 ମାର୍ଚ୍ଚ 2020, ଗୁରୁବାର- ମା ଲକ୍ଷ୍ମୀଙ୍କ କୃପାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନ ଖୁସି, ଆନନ୍ଦଉଲ୍ଲାସରେ ଭାରି ଉଠିବ । ଦୂର ହେବ ଆର୍ଥିକ ଅନଟନ ! କର୍ମକ୍ଷେତ୍ରରେ ପାଇବେ ସଫଳତା !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ଆପଣଙ୍କ ମନରେ, ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରେ ଓ ଆପଣଙ୍କ ମାନସିକ ସ୍ତରରେ ଶାନ୍ତି ପାଇବେ । କର୍ମକ୍ଷେତ୍ରରେ ଶନି ସହ ଚନ୍ଦ୍ର ଯୋଗୁଁ ଆପଣଙ୍କ କର୍ମଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ । ପୂର୍ବରୁ ପ୍ରସ୍ତୁତ କରିଥିବା ବ୍ୟବସାୟ ସମ୍ଭନ୍ଧିତ କୌଣସି କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ଅଫିସରେ ନିଜ କାମକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ । ସାମାଜିକ ସ୍ତରରେ ଆପଣଙ୍କ ଯଶ ଓ କୀର୍ତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି । କିନ୍ତୁ ଗୁପ୍ତ ଶତ୍ରୁଙ୍କ ଦ୍ଵାରା କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା ସଙ୍ଗକୁ ଆକସ୍ମିକ କଳହ କିମ୍ବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଓ ଉପାସନା ପଛରେ ଧନ ଖର୍ଚ୍ଚ ହୋଇପାରେ । ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ । ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନ ଉତ୍ସାହିତ ରହିବ । ଶନି କ୍ଷେତ୍ରସ୍ଥ ଚନ୍ଦ୍ର ଯୋଗୁଁ ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ସ୍ନେହ, ଆଦର ପାଇଁ ଆତ୍ମତୃପ୍ତି ଅନୁଭବ କରିବେ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ସ୍ଥଗିତ କାର୍ଯ୍ୟର ପୁନରାବୃତ୍ତି ସଙ୍ଗକୁ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଅନୁପ୍ରେରିତ ହୋଇପାରନ୍ତି । କରମକଷତରରେ ଲାଗି ରହିଥିବା ସମସ୍ୟା କ୍ରମଶଃ ଦୂର ହେବ । ସମାଜରେ ଓ ରାଜନୀତି କ୍ଷେତ୍ରରେ ଯଶ ଓ କୀର୍ତ୍ତି ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ । କୌଣସି ସମସ୍ୟାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମତାନ୍ତର ଉପୁଜିପାରେ, ମାତ୍ର ବନ୍ଧୁଙ୍କ ସହାନୁଭୂତି ଲାଭ କରି ସମାଧାନ କରିବେ । ପ୍ରେମ ପାଇଁ ଦିନ ଅତି ଉତ୍ତମ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ରବି ଓ ବୁଧ ନିଜ ନିଜ ଭାବରୁ ଦୁଃସ୍ଥାନସ୍ଥ ଯୋଗୁଁ ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିପାରେ । ସଭାସମିତିରେ ବିବାଦୀୟ ମନ୍ତବ୍ୟ ଦେଇ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି । ଅଫିସ କାର୍ଯ୍ୟାଳୟରେ ବାତାବରଣ ଅସ୍ଵାସ୍ଥ୍ୟକର ରହିବ । ମନରେ ବିରକ୍ତି ଭାବ ଜାତ ହେଲେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ନ୍ୟାୟ ଓ ନିଷ୍ଠାର ସହ ସମ୍ପାଦନ କରିବେ । ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । କୌଣସି ନିର୍ମାଣଧୀନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆଇନ, ଅଦାଲତ ଓ ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ମନରେ ଆତ୍ମବିଶ୍ଵାସ ଅତୁଟ ରହିବ । ଶୁକ୍ରଙ୍କ ଶୁଭଦୃଷ୍ଟି ଯୋଗୁଁ ସାମାଜିକ ସ୍ତରରେ ସମ୍ମାନିତ ହେବ ସଙ୍ଗେ ସଙ୍ଗେ ସ୍ଵର୍ଣ୍ଣ ଅଳଙ୍କାର, ଯାନବାହାନ ପ୍ରାପ୍ତିର ଯୋଗ ରହିଛି । ଶତୃମାନେ ମିତ୍ରତାର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ଲାଗିରହିଥିବା ସମସ୍ୟାଗୁଡିକ ଦୂର ହୋଇପାରେ । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ଆମୋଦ-ପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବା ଯୋଗୁଁ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ସକାରାତ୍ମକ ଭାବନା ନେଇ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ । ଚତୁର୍ଥାଧିପତି ଅଷ୍ଟମାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ବ୍ୟବସାୟରେ ଆର୍ଥିକ ସଙ୍କଟ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସାଫଲ୍ୟ ହେବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ଆଜି ଅଫିସରେ ନିଜ କାମପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବେ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ । ସମ୍ପର୍କୀୟଙ୍କ ସହ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ ଏବଂ ହାତଖାଲି ରହିବାରୁ କାରଣରୁ ମନରେ ସରସତା ରହିବ ନାହିଁ । ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ; ସଫଳତା ପାଇବେ । ଶୁକ୍ର ପ୍ରଭାବରୁ ଅପୂରଣୀୟ ଆଶା ଓ ଅର୍ଥର ଅଭାବ ପୂରଣ ହେବା ସଙ୍ଗେ ସଙ୍ଗେ ସ୍ଥଗିତ କାର୍ଯ୍ୟ ଓ ମାନସିକ ସ୍ଥିତିରେ ଆଶାର ଝଲକ ପରିଲକ୍ଷିତ ହେବ । ଧୌର୍ଯ୍ୟର ସହ ପ୍ରତିଟି କାର୍ଯ୍ୟ ସମାପନ କରିବେ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ବ୍ୟବସାୟରେ ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ । ସାମାଜିକ ଆୟୋଜନରେ ସହଭାଗିତା କରିବେ । ସଭା ସମିତିରେ ପ୍ରଶଂସିତ ହେବେ । ଉତ୍ତେଜନା ମୂଳକ ପରିସ୍ଥିତରେ ନୀରବତା ରକ୍ଷାକରି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବା ଉତ୍ତମ ହେବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ହସ ଖୁସିରେ ବିତାଇବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ଡୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ । ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁଁ ମାନସିକ ଅସ୍ଥିରତା ମଧ୍ୟରେ ସମୟ କଟାଇବାକୁ ପଡିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ କୌଣସି ଫଇସଲାକୁ ନେଇ ଉଚ୍ଚାଧିକାରୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଅର୍ଥ ସମ୍ଭାନ୍ଧୀୟ କୌଣସି ଚୁକ୍ତିପତ୍ର କରନ୍ତୁ ନାହିଁ ଏବଂ ନକାରାତ୍ମକ ବିଚାରୁ ଦୂରଇ ରୁହନ୍ତୁ । ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁ ମିଳନ ଘଟିବ । ପରିବାରରେ ମନମାଳିନ୍ୟ ଯୋଗୁଁ ମାନସିକ ସ୍ତରରେ ଶାନ୍ତି ପାଇପାରିବେ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମହାଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କର ସ୍ଵଭାବ ନେତାଙ୍କ ଭଳି ରହିବ । ଭାଗ୍ୟସ୍ଥାନକୁ ଭାଗ୍ୟାଧିପତିଙ୍କ ସହ ଶନିଙ୍କ ଦୃଷ୍ଟି ଯୋଗୁଁ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ବ୍ୟତିକ୍ରମ ଭିତରେ ସଫଳ ହେବ । ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଚାକିରିଜୀବୀଙ୍କ ଲାଗି ଦିନଟି ଅତ୍ୟନ୍ତ ଭଲ ରହିବ । ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବିଜୟ ଲାଭ କରିବେ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଶୁଭ ଖବର ପାଇ ଖୁସି ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି । କୋଣଭାବସ୍ଥ ଶୁକ୍ର ଯୋଗୁ ଶିକ୍ଷା, ସନ୍ତାନ, ପରୀକ୍ଷା ଓ ଇଣ୍ଟରଭ୍ୟୁ କ୍ଷେତ୍ରରେ ସଫଳତା ପାଇବେ । ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଅଫିସରେ ସହକର୍ମୀମାନଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ । ବିଭିନ୍ନ କ୍ଷେତ୍ରରେ ରହିଥିବା ଜଟିଳ ପରିସ୍ଥିତି କ୍ରମଶଃ ସରଳରେ ସମାଧାନ ହୋଇଯିବ । ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ, ଯାହାଦ୍ୱାରା ପରିସ୍ଥିତିକୁ ବିଗାଡି ଯାଇପାରେ । ଶାରୀରିକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ । ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ପ୍ରେମଭାର ରହିବ । ରାଶିରେ ଚନ୍ଦ୍ରଥିବାରୁ ମାନସିକ ସ୍ତର ବହୁତ ଭଲ ରହିବ । କ୍ୟାରିୟର ଲାଗି ନୂଆ ସୁଯୋଗ ମିଳିବ । ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ । ବ୍ୟବସାୟ ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ନୂଆ କାମରେ ଧନ ନିବେଶ କରନ୍ତୁ ଫାଇଦା ମିଳିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ଭଲ ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ପରିଜନମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ । ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବିତିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ ଏବଂ ଲକ୍ଷ୍ୟ ପ୍ରାପ୍ତି ମଧ୍ୟ କରିପାରନ୍ତି । ରବି ଧନସ୍ଥାନସ୍ଥ ଯୋଗୁଁ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଅର୍ଥଲାଭ କରିବେ ଓ ସମସ୍ୟା ସମାଧାନର ରାସ୍ତା ମଧ୍ୟ ଖୋଜି ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଅଭାବ ଅନଟନ ନ ଥିଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ ଅଭାବରୁ ଅଶାନ୍ତ ରହିବେ । ନିଜ ଲୋକମାନେ ବିଶ୍ଵାସ ଘାତକତା କରିବେ । ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ହେବେ । କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ମିଳିବ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନିଜର କାର୍ଯ୍ୟଦକ୍ଷତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡ଼ା ହୋଇପାରେ । ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି । ପରିବାରର ବ୍ୟତିକ୍ରମକୁ ନେଇ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ । ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

Leave a Reply

Your email address will not be published. Required fields are marked *