19 ଜୁଲାଇ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ ! ଦୂର

19 ଜୁଲାଇ 2020, ରବିବାର- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ ! ଦୂର ହେବ ସମସ୍ତ ଦୁଃଖ କଷ୍ଟ !

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଅଯଥା ଆଶା ମନକୁ ଦୁଃଖ ପହଞ୍ଚିବା । ସ୍ଵରାଶିସ୍ଥ ଚନ୍ଦ୍ର ଯୋଗୁଁ ଆପଣ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ଅପ୍ରିୟ ସତ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରନ୍ତି । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି କାର୍ଯ୍ୟ କରିବା ଦ୍ଵାରା ମିଥ୍ୟା ଦୋଷାରୋପ ଆପଣଙ୍କ ଉପରେ ଲାଗିପରେ । ସତର୍କତା ଅଭାବରୁ ହାତ ମୁଠାରୁ ସୁ୍‌ଯୋଗ ଖସିଯିବାର ଆଶଙ୍କା ରହିଛି । ପୁରାତନ ରୋଗପୀଡ଼ା ଯୋଗୁଁ ମାନସିକ ସୁସ୍ଥତା ହରାଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିଲେ, କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କର୍ମସ୍ଥାନରେ ବୁଧଙ୍କ ସ୍ଥିତିରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । କଥାବାର୍ତ୍ତରେ ସଂଯମତା ଆଚରଣ କରନ୍ତୁ, ନଚେତ ବିବାଦଗ୍ରସ୍ତରେ ପଡ଼ିପାରନ୍ତି । ଆପଣଙ୍କର କଥା ଓ କାମ କରିବାର କୌଶଳ ଲୋକଙ୍କୁ ଖୁସି କରାଇବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି । ସାମୟିକ ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ସହ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ । ପାରିବାରିକ କ୍ଷେତ୍ରରେ ସରସ ସୁନ୍ଦର ପରିବେଶ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

କର୍ମ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଏବଂ ଆନୁଷଙ୍ଗିକ ସୁବିଧା ଓ ସୁଯୋଗ ପାଇପାରିବେ । ଭାଗ୍ୟସ୍ଥାନରେ ଏକାଧିକ ଗ୍ରହଙ୍କ ଦୃଷ୍ଟି ଯୋଗୁଁ ସୌଭାଗ୍ୟ ପ୍ରାପ୍ତ କରିବେ । କିନ୍ତୁ କେତେକ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । ସାଧାରଣ ଘଟଣାରେ ସମ୍ପର୍କୀୟଙ୍କ ସହ ସମ୍ପର୍କହାନୀ ମନରେ ଦୁଃଖ ପାହାଞ୍ଚିବ । ରୋଗ ଓ ଶତ୍ରୁତା ହେତୁକ ଦୁଃଚିନ୍ତାରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ମନରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଶୁକ୍ର ଓ ବୁଧଙ୍କ ସମ୍ପର୍କରୁ ବୁଦ୍ଧିଜିବୀମାନଙ୍କ ସହ ସାକ୍ଷାତ ଆଲୋଚନା ହେବ ଏବଂ ସେମାନଙ୍କ ପରାମର୍ଶ ଗ୍ରହଣ କରି କାର୍ଯ୍ୟ କରିବେ । ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ ଓ ସେମାଙ୍କର ସହଯୋଗ ମଧ୍ୟ ମିଳିପାରେ । କର୍ମକ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ଆଶୁ ସମାଧାନ ହୋଇଯିବ । ଅଫିସରେ ମଧ୍ୟ ଆପଣଙ୍କ ପ୍ରଶଂସା ମିଳିବ । ପରିବାରରେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ । ବନ୍ଧୁଙ୍କ ପରାମର୍ଶକ୍ରମେ ଦୈନିକ କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି ଆମତ୍ତୃପ୍ତି ଲାଭ କରିବେ । ପ୍ରତିଟି କ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ପାଇବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଉଚ୍ଚାରୋହୀ ଶୁକ୍ର ହେତୁ ଆପଣଙ୍କ ଉଦ୍ଦେଶ୍ୟ ପରିପୂର୍ଣ୍ଣତା ଲାଭ କରିବ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି । ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ଜ୍ୟେଷ୍ଠା ନକ୍ଷତ୍ର ଯୋଗୁଁ ସାମାନ୍ୟ କଥାରେ କ୍ରୋଧ କରିବେ, ତେଣୁ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ପରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ସହଯୋଗ ଓ ସାହାଯ୍ୟର ଅଭାବ ଅନୁଭାବ କରିବେ ।ଏକାଧିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ବିଶ୍ରାମ ନେବାର ଅବସର ମିଳି ନ ପାରେ । ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ଚଳିବା ଭଲ ହେବ ନଚେତ ଅସୁବିଧାରେ ପଡ଼ିପାରନ୍ତି । କର୍ମ କ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ ସମ୍ପାଦନ କରିବା ହେତୁ ଉପରିସ୍ଥ ଅଫିସର ଭୁଲ୍‌ ବୁଝିପାରନ୍ତି । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ବନ୍ଧୁମାନଙ୍କ ସହ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କଲେ ଅବଶ୍ୟ ସଫଳତା ମିଳିବ । ପୁରୁଣା ରୋଗର ପ୍ରାଦୁର୍ଭାବ ପୁଣିଥରେ ଦେଖିବାକୁ ମିଳିପାରେ, ଯାହାଫଳରେ ମନ ଭଲ ରହିବ ନାହିଁ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଉନ୍ନତି ଓ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଅବଶ୍ୟ ସାମୟିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟବହୁଳତା ମନକୁ ଭାରାକ୍ରାନ୍ତ କରିପାରେ । ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ । ଚାକିରୀ କରୁଥିବା କର୍ମୀମାନେ ନିଜ କର୍ମକ୍ଷେତ୍ରକୁ ଅଧିକ ମହତ୍ତ୍ୱ ଦେବେ । ପରିସ୍ଥିତିକୁ ଖାତିରି ନ କରି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ସମାଜରେ ମନ ସମ୍ମାନ ବଢିବ । ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମାଣିକେଶ୍ବରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ରାଶିରେ ଗ୍ରହ ସ୍ଥିତିର ପ୍ରତିକୂଳତା ହେତୁ ପରିଜନଙ୍କ କହିବ ଅନୁସାରେ କାମ କରିବାକୁ ପଡିବ । ନିକଟସ୍ଥ ବ୍ୟକ୍ତି ବିଶେଷ ମାନେ ନିଜର ଦୋଷଦର୍ଶିତା ଗୁଣ ହେତୁ ସମାଲୋଚନା କରିପାରନ୍ତି । ତରବରିଆ କାମରେ ସତର୍କ ନରହିଲେ ଗୋଡରେ ଆଘାତ ଲାଗିପାରେ । ଶତ୍ରୁତା କରୁଥିବା ଲୋକଙ୍କ ଠାରୁ ଗୁଜବ ଖବର ପାଇ ବିବ୍ରତ ହେବେ । ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ । ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ, ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଷଷ୍ଠଭାବରେ ବୁଧ ଥିବାରୁ କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା ଯୋଗୁଁ ଘରକଥା ବୁଝିବା ପାଇଁ ମଧ୍ୟ ସମୟ ମିଳିବ ନାହିଁ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଏଣେ ଯେତେ ନେହୁରା ହେଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ । ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ପାରିବାରିକ ସମସ୍ୟାର ସରଳ ସମାଧାନ ହେଲେ ମଧ୍ୟ ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁଁ ମନରେ ଅସ୍ଥିରତା ଲାଗି ରହିବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ହରି ଶଙ୍କର ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କୁ ଆରାଧନା କରନ୍ତୁ, ସଙ୍କଟ ଦୂର ହୋଇଯିବ । ପାପଯୁକ୍ତ ବୃହସ୍ପତି ଯୋଗୁଁ ଆଜି ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇପାରିବ ନାହିଁ । ବ୍ୟବସାୟରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ଅଯଥାରେ ଅପମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ରହିବ । କେତେକ ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ପଡିପାରେ । ଆଜିର ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନିତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା ଯୋଗୁଁ ଆଶା କରିଥିବା କାମଟି ସମ୍ପନ୍ନ ହୋଇପାରିବ ନାହିଁ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଯଥାବିଦ୍ଧି ସମୟରେ ସମାପ୍ତ ହେବ । ବକ୍ରୀ ଶନି କେତୁଯୁକ୍ତ ହୋଇ ରାଶିକୁ ଅବଲୋକନ କରୁଥିବାରୁ ସବୁ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ସହ ଶତ୍ରୁତା ହୋଇପାରେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । ରେ ଅସାବଧାନତା ବଶତଃ ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବାର ସମ୍ଭାବନା ରହିଛି । ବ୍ୟୟଭାବସ୍ଥ ଶୁକ୍ର ହେତୁ ସ୍ଵାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାରର କାରଣରୁ ମନଟା ଭଲ ରହିବ ନାହିଁ । ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବା ପାଇଁ ମନସ୍ଥ କରିବେ । ବ୍ୟବସାୟ ଓ ପରିବହନରେ ଆର୍ଥିକ ସ୍ଥିତି ମନ୍ଦ ହେବ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗ ସଙ୍ଗକୁ ପଦୋନ୍ନତି ମଧ୍ୟ ହୋଇପାରେ । ବାଦ ବିବାଦ ଓ ମାଲିମକଦ୍ଦମା ଠାରୁ ଦୂରେଇ ରହିବା ଭଲ । କେତେକ ସାଧାରଣ କଥାକୁ କେନ୍ଦ୍ର କରି କିମ୍ବା ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ । ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *