19 ଅଗଷ୍ଟ 2020, ବୁଧବାର – ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅଟକିଥିବା

19 ଅଗଷ୍ଟ 2020, ବୁଧବାର – ଆଜି ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆମେ ଆପଣଙ୍କୁ ୧୯ ଅଗଷ୍ଟ, ବୁଧବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

କର୍ମକ୍ଷେତ୍ରରେ ମଧ୍ୟ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ । ଏକାଧିକ ଗ୍ରହର ସୁ-ପ୍ରଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ମଧ୍ୟ ପାଇବେ । ସାମାଜିକ ସମ୍ମାନ ସହ ଆଶା କରିଥିବା ଜିନିଷ ପାଇ ଖୁସି ଅନୁଭବ କରିବେ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ଚାକିରି କରୁଥିବା ବ୍ୟକ୍ତିମାନେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ କର୍ମକ୍ଷେତ୍ର ପ୍ରତି ବିତୁଷ୍ଣ ମନୋଭାବ ପୋଷଣ କରିବେ । ତଥାପି କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବେ । ପାରିବାରିକ ଜୀବନରେ କିଛି ସମସ୍ୟା ଲାଗି ରହିବ କିନ୍ତୁ ନିଜର ବୃଦ୍ଧି ବଳରେ ସମସ୍ୟାର ସମାଧାନ କରିପାରିବେ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ମାଆ ସମଲେଇ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପରିସ୍ଥିତିକୁ ଆଖି ଆଗରେ ରଖି ମନ ବୁଝିଲା ଭଳି କଥା କହିପାରିଲେ ସହଜରେ କାମ ହାସଲ କରିପାରିବେ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବାକୁ ସମ୍ଭାବନା ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି କରିବେ ଏବଂ ଲାଭ ପାଇବେ । ଅଫିସରେ ଅତ୍ୟଧିକ ମାନସିକ ଚାପ ଯୋଗୁଁ ମନ ଅଶାନ୍ତ ରହିବ । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ସ୍ଵାସ୍ଥ୍ୟ ବିଶେଷ କିଛି ଖରାପ ନ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଘରୋଇ ଝମେଲା କାରଣରୁ ମନ ଭଲ ରହିନପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି । ପାପଗ୍ରହଙ୍କ ପ୍ରଭାବରେ ମାନସିକ ସ୍ତରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିଲେ ସମସ୍ୟା ସମାଧାନ ନିମନ୍ତେ ରାସ୍ତା ପାଇପାରିବେ । ଆର୍ଥିକ ପରିସ୍ଥିତି ବଦଳାଇବା କିମ୍ବା କିଛି କରିବା ସକାଶେ ମନରେ କର୍ମତତ୍ପରତା ମନୋଭାବ ଆସିବ । ବ୍ୟବସାୟୀମାନଙ୍କର କାରବାର ବଢ଼ିବା ପାଇଁ ବିଭିନ୍ନ ପ୍ରକାର ପ୍ରଚାର ପ୍ରସାର କରିବେ । ବ୍ୟବସାୟୀମାନଙ୍କର କାରବାର ବଢ଼ିବା ପାଇଁ ବିଭିନ୍ନ ପ୍ରକାର ପ୍ରଚାର ପ୍ରସାର କରିବେ । ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ । ପାରିବାରିକ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆଜି ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ଧନଭାବସ୍ଥ ବୁଧାଦିତ୍ୟ ଯୋଗରୁ ଅର୍ଥଲାଭ ସଙ୍ଗକୁ ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ପରିବାରରେ ଅତ୍ୟଧିକ ଖର୍ଚ୍ଚ ହେତୁ ମନରେ ସରସତା ରହିବ ନାହିଁ । ଅଫିସରେ ଦାୟିତ୍ଵ ବୃଦ୍ଧି ପାଇବ । ଯାହାଫଳରେ ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ତଥାପି କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ସଂପୂର୍ଣ୍ଣ ଆପଣଙ୍କ ସପକ୍ଷରେ ରହିବ । ଭାବପ୍ରବଣ ବଶତଃ ଓଲଟା କଥା କହି ସାମାଜିକ ସ୍ତରରେ ଅପଦସ୍ଥ ହେବେ । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ମନରେ ନିରାଶାଜନକ ଚିନ୍ତାଧାରା ଆସିପାରେ । ଅଷ୍ଟମସ୍ଥ ରାହୁ ରାଶିରେ ଥିବାରୁ ଧନହାନି ଓ ସାମୟିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଟଙ୍କା ପଇସା ନେଣଦେଣରେ ଟିକିଏ ଅସାବଧାନତା ଅବଲମ୍ବନ କରନ୍ତୁ । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ସମାଧାନ ହୋଇଯିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ । ଶାରିରୀକ ଅସୁସ୍ଥତା ଦୂର ହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ କିନ୍ତୁ କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି । କୌଣସି ମିଥ୍ୟା ଗୁଜବ ଖବର ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । କର୍ମସ୍ଥାନରେ ରାହୁ ଓ ଶୁକ୍ରଙ୍କ ଅବସ୍ଥାନ କରିଥିବା ଯୋଗୁଁ ଯେଉଁ କାମ ହାତକୁ ନେଇଛନ୍ତି, ସେଥିରେ ବିଳମ୍ବରେ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଆୟ ଅନୁସାରେ ବ୍ୟୟ କରନ୍ତୁ । କୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ଆପଣ ବରିଷ୍ଠ ବ୍ୟକ୍ତିଙ୍କ ସହିତ ପରାମର୍ଶ କରିବା ଉଚିତ୍ । ହଠାତ୍‌ ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିଙ୍କ ଯୋଗୁଁ କାର୍ଯ୍ୟରେ କିଛି ବିଭ୍ରାନ୍ତ ଦେଖାଦେଇପାରେ । କୌଣସି ଖଳ ଲୋକଙ୍କ କଥାରେ ପଡି ଭୁଲ୍‌ ମାର୍ଗର ଅନୁସରଣ କରି ପାରନ୍ତି । ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ମନ ପ୍ରସନ୍ନ ରହିବ । ଚନ୍ଦ୍ର ଓ ବୁଧ ଲାଭଭାବରେ ରହି ଅର୍ଥ ଓ ସମ୍ମାନ ଲାଭ ସହ ସମସ୍ୟାର ସମାଧାନ ହେବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ଭଲ ରହିବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବଂ ତହିିଁରେ ଲାଭ ପାଇବେ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଅଫିସରେ ସହକର୍ମୀଙ୍କ ସହ ମିଳିମିଶି ପରସ୍ପରକୁ ସାହାଯ୍ୟ କରି କାର୍ଯ୍ୟ ସମ୍ପାଦନ କରିବେ । ପରିବାରଜନଙ୍କ ସହଯୋଗ ମିଳିବ କିନ୍ତୁ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ବିବାଦ ଉପୁଜିବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜି ଆପଣଙ୍କ ଲାଗି ଉନ୍ନତିର ଏକ ନୂଆ ରାସ୍ତା ଉନ୍ମକ୍ତ ହେବ । ବୃହସ୍ପତି ଚତୁର୍ଥ ସ୍ଥାନରେ ହୋଇ ବୁଧଙ୍କ ନକ୍ଷତ୍ରରେ ରହିଥିବାରୁ କେତେକ ଅଦରକାରୀ ପଦାର୍ଥ ବିକ୍ରି କରିବା ପାଇଁ ଚିନ୍ତା ପ୍ରକୋଟ କରବେ । ପୂର୍ବ ଲାଗି ରହିଥିବା ସମସ୍ୟାର କେତେକାଂଶରେ ସୁଧୁର ଆସିବା ଯୋଗୁଁ ମନକୁ ଏକପ୍ରକାର ଆଶ୍ୱସ୍ତି ମିଳିବ । ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ କିନ୍ତୁ ନକ୍ଷତ୍ରର ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି । ବ୍ୟସ୍ତତାରେ ରହିବା ସତ୍ତ୍ୱେ ମଜାମଉଜ କରିବା ପାଇଁ ସମୟ ବାହାର କରିନେବେ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ, ମନକୁ ଶାନ୍ତି ମିଳିବ । ତୃତୀୟ ବ୍ୟୟାଧିପ ବୁଧ ଧନ ଲାଭାଧିପତି ଯୁକ୍ତ ହୋଇଥିବା ଯୋଗୁଁ କର୍ମକ୍ଷେତ୍ରରେ ଅନୁକୂଳ ସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ କରିବେ । କୌଣସି କ୍ଷେତ୍ରରେ ତରବାରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ଶନିଙ୍କ ସ୍ଥିତି ପ୍ରଭାବରୁ ଆଶା ପୂରଣ ହେବାରେ ଜଣେ ବନ୍ଧଙ୍କୁ ସାହାଯ୍ୟ ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଅଫିସରେ ସହକର୍ମୀଙ୍କ ଠାରୁ ଆରମ୍ଭ କରି ଉଚ୍ଚାଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟର ପାତ୍ର ହେବେ । ଶାରୀରିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମନ ଓ ଚିତ୍ତ ପ୍ରସନ୍ନ ରହିବ । ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ଦାମ୍ପତ୍ୟ ଜୀବନରେ ଶାନ୍ତି ଏବଂ ସୁଖ ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମନରେ ଆତ୍ମବିଶ୍ୱାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ମଙ୍ଗଳ ଷଷ୍ଠ ଏକାଦଶାଧିପତି ହେତୁ ଧାରକରଜ କିମ୍ବା ବ୍ୟାଙ୍କଲୋନ୍‌ ମାଧ୍ୟମରେ ଅର୍ଥପ୍ରାପ୍ତି କରାଇପାରେ । କିନ୍ତୁ ରାଶ୍ୟାଧିପତି ସହ ସମ୍ପର୍କିତ ଯୋଗୁଁ ଔଷଧକ୍ରୟ, ଡାକ୍ତର ଫ’ କିମ୍ବା ଶାରୀରିକ ପରୀକ୍ଷାଜନିତ ବ୍ୟୟ ମଧ୍ୟ କରିପାରନ୍ତି । ବ୍ୟବସାୟରେ ନୂତନ କାରବାର କରିବା ପାଇଁ ମନସ୍ଥ କରିବେ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତି କରାଇପାରେ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ସତର୍କ ରୁହନ୍ତୁ । ଅପେକ୍ଷା କରୁଥିବା କାର୍ଯ୍ୟଟି ପୂରଣ କରିବା ପାଇଁ କଷ୍ଟକର ହେବ ନାହିଁ । ବିବାଦୀୟ ପରିସ୍ଥିତି ନିଜର ମନ୍ତବ୍ୟ ଦେଇ କଳହକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆଜି ଜୀବନସାଥୀ ଭଲ ମନୋଭାବରେ ରହିବେ । ରାହୁଯୁକ୍ତ ଶୁକ୍ର କାରଣରୁ ପରକଥାରେ ମୁଣ୍ଡପୂରାଇ ଅଯଥାରେ ମନକୁ ଭାରାକ୍ରାନ୍ତ କରିବେ । ପରିବାର ସଦସ୍ୟଙ୍କ ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର ଏକ ପ୍ରମୁଖ କାରଣ ହୋଇପାରେ । ଆଜି ଅଫିସରେ ଆପଣଙ୍କୁ ଏକ ନୂତନ ଦାୟିତ୍ଵ ମିଳିପାରେ ଏବଂ ଅଫିସରେ ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ସହକର୍ମୀଙ୍କ ସାହାଯ୍ୟ ସହଯୋଗରେ କାର୍ଯ୍ୟଟିକୁ ତ୍ୱରାନ୍ୱିତ କରିବେ । କିଛି ନୂତନ ଲୋକ ଆପଣଙ୍କ ସହିତ ଯୋଗଦାନ କରିବେ, ଯାହା ଆପଣଙ୍କୁ ଭବିଷ୍ୟତରେ ଫଳପ୍ରଦ ସାବ୍ୟସ୍ତ ହେବ । ବିବାହିତାମାନେ ଜୀବନରେ ସୁଖର ଖବର ପାଇବ ଏବଂ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ । କର୍ମସ୍ଥାନରେ ପାପଯୁକ୍ତ ବୃହସ୍ପତି ଯୋଗୁଁ ଯେତେ ଭଲ କାମ କରିଲେ ମଧ୍ୟ ସମାଲୋଚନାର ପାତ୍ର ହୋଇପାରନ୍ତି । ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବାରେ ବନ୍ଧୁ ଜଣେ ସାହାଯ୍ୟ କରିବେ । ସାମାଜିକ କ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବାରେ ବିଶିଷ୍ଟବ୍ୟକ୍ତିମାନେ ସହାୟତା କରିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅଯଥାରେ ବିବାଦୀୟ ପରିସ୍ଥିତି ଉପୁଜିପାରେ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ରାଜନୀତି କ୍ଷେତ୍ରରେ ଆପଣଙ୍କ ସମାଜ ସେବା କାର୍ଯ୍ୟକ୍ରମ ଆପଣଙ୍କ ଉଚ୍ଚ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିବ । ଧାର୍ମିକ ପ୍ରସଙ୍ଗରେ ମଧ୍ୟ ଆପଣ ଅଧିକ ଅଂଶଗ୍ରହଣ କରିପାରନ୍ତି । ପରିବାରରେ କିଛି ଅଭାବ ଅସୁବିଧା ନଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ । ପରିବାରରେ ପିଲାମାନଙ୍କ ଭବିଷଷ୍ୟତ ଓ ପାଠପଢାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

Be the first to comment

Leave a Reply

Your email address will not be published.


*