18 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୩ଟି ରାଶିର ବ୍ୟକ୍ତି ବିଭିନ୍ନ ପ୍ରକାର ବାଧାବିଘ୍ନର ସମସ୍ୟାର ସମ୍ମୁଖୀନ

18 ଅଗଷ୍ଟ 2020, ମଙ୍ଗଳବାର- ଆଜି ଏହି ୩ଟି ରାଶିର ବ୍ୟକ୍ତି ବିଭିନ୍ନ ପ୍ରକାର ବାଧାବିଘ୍ନର ସମସ୍ୟାର ସମ୍ମୁଖୀନ ହେବେ । ଧନହାନୀର ସମ୍ଭାବନା ରହିଛି ।

ଆମେ ଆପଣଙ୍କୁ ୧୮ ଅଗଷ୍ଟ, ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ବନ୍ଧୁଙ୍କ ସହଯୋଗ, ପାରିବାରିକ ସ୍ନେହ, ଗୁରୁଜନ ବର୍ଗରୁ ଆଶୀର୍ବାଦ ଲାଭ କରିବେ । ଆଜିର ଷଷ୍ଠସ୍ଥ ଚନ୍ଦ୍ର ଯୋଗୁଁ ସମାଜରେ ମାନସମ୍ମାନ ବୃଦ୍ଧି ହେବ । ଚତୁରତାର ସହ କଥା କହି ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ମଧ୍ୟ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ କିନ୍ତୁ ଏକ ସାଧାରଣ କଥାରେ ସହକର୍ମୀଙ୍କ ସହ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି । ସତର୍କ ଅବଲମ୍ବନ କରି କାର୍ଯ୍ୟ କଲେ ଯଥେଷ୍ଟ ଉପକୃତ ମିଳିବ । ରିବାରରେ ଶାନ୍ତଶିଷ୍ଟ ପରିବେଶ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବାର ସମ୍ଭାବନା ରହିଛି । ଶୁକ୍ରଙ୍କ ତୃତୀୟସ୍ଥ ରବିଙ୍କ ଯୋଗୁଁ ସମସ୍ୟା ଲାଗି ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ପରିସ୍ଥିତିକୁ ସମ୍ଭାଳି ନେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ଅଧିକାରୀ ବୃନ୍ଦଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ ଅଗ୍ରଗତି କରିବାର ସୂଚନା ରହିଛି ଓ ବୈଷୟିକ କ୍ଷେତ୍ରର ସ୍ଥିତି ନୈରାଶ୍ୟଜନକ ହେବ । ସମାଜରେ ଜନ ହିତକର କାର୍ଯ୍ୟ କରି, ପ୍ରଶଂସିତ ହେବେ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ବନ୍ଧୁତ୍ଵ ସମ୍ପର୍କରେ ପୁଣିଥରେ ମଧୁରତା ଆସିପାରେ । ପୁରାତନ ରୋଗପୀଡା ହେତୁ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନରେ ଉଚିତ ବୁଝାମଣାଜନିତ ଶାନ୍ତି ଫେରି ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି କର୍ମକ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ । ଆଜି ଆପଣ ଯେଉଁ କାମ ହାତ ନିଅନ୍ତୁ ନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପର୍ଣ୍ଣ ହୋଇପାରିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ଚଳନୀୟ ରହିବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । କିନ୍ତୁ ଅଫିସରେ ସରକାରୀ ଆଦେଶ ପ୍ରାପ୍ତ ଅନୁଯାୟୀ ଅତିରିକ୍ତ କାର୍ଯ୍ୟ କରିବାକୁ ପଡିପାରେ । କାର୍ଯ୍ୟ ଦକ୍ଷତାଜନିତ ଅଭିଳାଷ ପୂରଣ କରି ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କରି ଅପମାନିତ ହୋଇ ପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

କର୍ମକ୍ଷେତ୍ରରେ ବୟୋଜେଷ୍ଟଙ୍କ ଠାରୁ ପ୍ରେରଣା ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେହିପରି କୌଣସି ଅସୁବିଧା ହେବ ନାହିଁ କିନ୍ତୁ ବ୍ୟସ୍ତତା ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ନିଜ କ୍ରୋଧକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ । ସ୍ଥଗିତ କାମକୁ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା ହାସଲ କରିପାରିବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ବିବ୍ରତବୋଧ କରିପାରନ୍ତି । ପାରଷ୍ପରିକ ଉତ୍ତମ ବୁଝାମଣା ଏବଂ ଉତ୍ସାହ ଜନିତ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆଜି ଆପଣଙ୍କୁ ମିଶ୍ରିତ ଫଳ ପ୍ରାପ୍ତ ହେବ । ଚନ୍ଦ୍ରଙ୍କ କୋଣଭାବରେ ରାହୁଙ୍କ ସହ ମଙ୍ଗଳ ଓ ବୁଧ ରହିଥିବା ଯୋଗୁଁ ଦିନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ଅନୁମଭାବ କରିପାରିବେ । ଦୀର୍ଘଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରିବା କାରଣରୁ ମାନସିକ ଅଶାନ୍ତି ଅନୁଭବ କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ମଧ୍ୟ କାର୍ଯ୍ୟର ଚାପ ଯୋଗୁଁ ମୋତିଭ୍ରଷ୍ଟ ହେଲା ପରି ଅନୁଭବ କରିବେ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । କାଶ ଓ କଫଜନିତ ପୀଡାରୁ କଷ୍ଟ ଅନୁଭବ କରିପାରନ୍ତି । ପରିବାରରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ରାଶିରେ କେତୁର ଅବସ୍ଥାନ ଯୋଗୁଁ କର୍ମକ୍ଷେତ୍ରରେ କେତେକ ଅଭାବନୀୟ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ଅସଂଗତ ବିଚାରଧାରା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ । ପରିଶ୍ରମ ଅନୁଯାୟୀ ଆଜି ରୋଜଗାର କରିପାରିବେ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅଯଥା ଯୁକ୍ତି କରି ଶେଷରେ ବିବାଦୀୟ ପରିସ୍ଥିତି ଉପୁଜିପରେ ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପ୍ରିୟ ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକରେ ସୁବିଧା ସୁଯୋଗ ପାଇ ଉନ୍ନତି କରିବେ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ମନକୁ ଆଘାତ ଦେବ । ସ୍ଵାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳସ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଧନସ୍ଥାନକୁ ଶୁକ୍ରଙ୍କ ଶୁଭଦୃଷ୍ଟି ଯୋଗୁଁ ମନୋବାଞ୍ଛିତ ଫଳ ପାଇବେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ନିଜର ଲୋକମାନଙ୍କ ବିରୁଦ୍ଧାଚରଣ ଫଳରେ କର୍ମକ୍ଷେତରେ କେତେକ ଅଭାବନୀୟ ଘଟଣାର ସମ୍ମୁଖୀନ କରିବାକୁ ପଡିବ । ଆର୍ଥିକ ସ୍ଥିତି ମାଧ୍ୟମ ଧାରଣ ରହିବ । ବ୍ୟବସାୟରେ ମଧୁର ବାର୍ତ୍ତାଳାପ ଦ୍ଵାରା ଗ୍ରାହକଙ୍କ ହୃଦୟ ଜିଣିପାରିବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଜୀବନ ସାଥୀଙ୍କ ମତାମତ ନେଇ ପାରିବାରିକ ଘଟଣାକୁ ବିଚାର କରିବେ ଓ ପରିଶେଷରେ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ରାଶିରେ ଏକାଧିକ ଗ୍ରହର ଶୁଭତ୍ଵ ହେତୁ କର୍ମକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ରୋଜଗାରର ନୂତନ ପନ୍ଥା ଅନୁସରଣ କରିବା ପାଇଁ ଉଦ୍ୟମ ଜାରି ରହିବ ଓ ସଫଳତା ମଧ୍ୟ ପାଇବେ । ଅଫିସର ସୁସ୍ଥ ବାତାବରଣରେ ସହକର୍ମୀଙ୍କ ସ୍ନେହ, ସହଯୋଗ ଓ ପରସ୍ପରକୁ ସାହାଯ୍ୟ କରି କାର୍ଯ୍ୟ କରିବାର ନୂଆ ଶୈଳୀ ଆପଣାଇବେ । ସ୍ୱାର୍ଥହାନି ଆଶଙ୍କାରେ ସମାଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇପାରେ । ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ କଳହର ସାମନା କରିବାକୁ ପଡିବ । ପରିବାରରେ ହସଖୁସିର ବାତାବରଣ ରାହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ମାଧ୍ୟମ ଫଳ ପ୍ରଦାନ କରିବ । ରାହୁଙ୍କ କୁପ୍ରଭାବରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳହ ହୋଇପାରେ । ମଧ୍ୟାହ୍ନରେ ଟେନ୍‌ସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରି ନ ଥିବା ଜିନିଷ ଲାଭ କରି ଖୁସୀ ହୋଇଯିବେ । ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତି ମଧ୍ୟମ ଧାରଣର ରହିବ । କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ପରିବାରର କେତେକ ବ୍ୟତିକ୍ରମ ସକାଶେ ମନ ଭଲ ରହିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତୀ ହେବେ । ବୁଧଙ୍କ ପ୍ରଭାବରୁ ଶାରୀରିକ ସୁସ୍ଥତା ସହ ଯୁକ୍ତିଯୁକ୍ତ କଥା କହି ପରିସ୍ଥିିତିକୁ ସୁଧାରି ନେବେ । ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅଟକି ଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକ ପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ବାଦବିବାଦ ଠାରୁ ଦୂରେଇ ରହିବା ଭଲ ଏବଂ ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କୌଣସି ନୂତନ କାର୍ଯ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରିବେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ମନରେ ସରସତା ରହିବ ନାହିଁ । ପାରିବାରିକ କ୍ଷେତ୍ରରେ ଧୀରେ ଧୀରେ ସମସ୍ୟା ସମାଧାନ ଦିଗକୁ ମୁହାଁଇବ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆତ୍ମୀୟ ଓ ସ୍ଵଜନଙ୍କ ଠାରୁ ସ୍ନେହା ଶ୍ରଦ୍ଧା ପାଇବେ । ଶନି କ୍ଷେତ୍ରରେ ଶୁକ୍ର ହେତୁ ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ କରିବାରେ ଅଧିକ ସମୟ ଲାଗିବ । କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଆର୍ଥିକ ନେଣଦେଣ କରନ୍ତୁ ନାହିଁ । ବ୍ୟବସାୟରେ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ଚାକିରୀରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ସମାଲୋଚିତ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଅନିଚ୍ଛା ସତ୍ତ୍ୱେ କେତେକ କାମ କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ପ୍ରଦାନ କରିବ । ଗୁରୁଦୃଷ୍ଟ ବୁଧ ଓ ଶୁକ୍ର ଯୋଗୁଁ ନିଜର ଜିଦ ବଳରେ ସମସ୍ୟାର ସମାଧାନ କରିବେ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରିବ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ କରିବେ । ସରକାରୀ ଚାକିରିଆଙ୍କୁ ସହକର୍ମୀ, ଉଚ୍ଚାଧିକାରୀଙ୍କ ସହଯୋଗୀ ମିଳିବ । ଅର୍ଥଲାଭ ସଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆନୁଷ୍ଠାନିକ କାମ, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିତି ଅକ୍ଷୁର୍ଣ୍ଣ ରହିବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

Be the first to comment

Leave a Reply

Your email address will not be published.


*