ଶେଷ ହେଲା ଶନିଙ୍କ ପ୍ରଭାବ ! ଚମକି ଉଠିବ ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟ ! ମିଳିବ ସଫଳତା… ଆସନ୍ତୁ ବିସ୍ତୃତ ଭାବରେ ଜାଣିବ !

ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଦେବ କ୍ରୋଧି ସ୍ୱଭାବର ଦେବତା ବୋଲି ମଧ୍ୟ ମାନ୍ୟତା ରହିଛି । ଏଥିପାଇଁ ଲୋକମାନେ ଶନିଦେବଙ୍କ ନାମ ଶୁଣିବା ମାତ୍ରେ ହିଁ ଭୟ ଅନୁଭବ କରନ୍ତି । ତେଣୁ ଶନିଦେବ କୌଣସି ପୂଜା କାର୍ଯ୍ୟ କରିବା ବେଳେ ଅତି ଜାଗ୍ରତର ସହ କରିନ୍ତି, ଯେପରି ପୂଜା କାର୍ଯ୍ୟରେ କିଛି ତ୍ରୁଟି ନ ରହିବ । ଯେଉଁ ଲୋକମାନଙ୍କ ଉପରେ ଶନିଦେବଙ୍କ କୁ-ଦୃଷ୍ଟି ପଡ଼ିଯାଏ, ସେହି ଲୋକମାନଙ୍କ ଜୀବନରେ ବହୁତ ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ । ତାଙ୍କ ଜୀବନରେ ସର୍ବଦା ଦୁଃଖ ହିଁ ଦୁଃଖ ଲାଗି ରହିଥାଏ ଏବଂ ଯେଉଁ ଲୋକମାନଙ୍କ ଉପରେ ଶନିଦେବଙ୍କ କରୁଣା ଦୃଷ୍ଟି ରହିଥାଏ, ସେମାନଙ୍କ ଜୀବନରେ କେବେ ମଧ୍ୟ କୌଣସି ପ୍ରକାର ଅସୁବିଧା ଆସେ ନାହିଁ । ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିଗୁଡ଼ିକ ଉପରୁ ଶନିଙ୍କ ପ୍ରଭାବ କମ ହେବାକୁ ଯାଉଛି ଏବଂ ଏହି ରାଶିର ଜାତକ ଧାରୀ ବ୍ୟକ୍ତିଙ୍କ ଜୀବନରେ ବର୍ତ୍ତମାନ ଖୁସି ଆସିବାକୁ ଯାଉଛି । ଏହି କାରଣ ଯୋଗୁଁ ଏହି ରାଶିର ଲୋକମାନେ ସମସ୍ତ କ୍ଷେତ୍ରରେ ଉନ୍ନତି କରିବେ ଏବଂ ଏମାନଙ୍କୁ ମନ ପସନ୍ଦର ସଫଳତା ପ୍ରାପ୍ତ ହେବ । ସେହି ୪ଗୋଟି ରାଶିଗୁଡ଼ିକ କିଏ କିଏ ଅଟନ୍ତି ଆସନ୍ତୁ ଜାଣିବା ଏହା ବିଷୟରେ…

୧) ମିଥୁନ ରାଶି :

ମିଥୁନ ରାଶିଙ୍କ ଉପରେ ଶନିଙ୍କ ପ୍ରଭାବ କମ ହେବା କାରଣରୁ ଏହି ରାଶିର ଜାତକଙ୍କ ଜୀବନରେ ନୂତନ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ଲୋକଙ୍କୁ ବହୁତ ଶୀଘ୍ର ଶୁଭ ପରିଣାମ ଦେଖିବାକୁ ମିଳିବ । ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ବହୁତ ଲାଭ ହେବାର ସମ୍ଭାବନା ରହିଛି । ଘର ପରିବାରରେ ଆନନ୍ଦମୟ ପରିବେଶ ରହିବ । ଗୃହକୁ କୌଣସି ନୂତନ ଅତିଥି ଆଗମନ କରିପାରନ୍ତି । ଧନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ସଫଳ ରହିବ । ଆପଣଙ୍କ ଶତ୍ରୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବାଧା ଉତ୍ପନ୍ନ କରିବାର ପ୍ରୟାସ କରିବେ କିନ୍ତୁ ଆପଣ ଟିକିଏ ସମ୍ଭାଳି ରହନ୍ତୁ । ସେ ଆପଣଙ୍କ କିଛି ପ୍ରକାର ଅନିଷ୍ଟ କରିପାରିବ ନାହିଁ । କାର୍ଯ୍ୟ ସ୍ଥଳରେ ସହକର୍ମୀ ମାନଙ୍କର ସମ୍ପୁର୍ଣ୍ଣ ସାହାଯ୍ୟ ଏବଂ ସହମତି ମିଳିବ ।

୨) କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତିଙ୍କ ଜୀବନରେ ବର୍ତ୍ତମାନ ନୂତନ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ ଏହି ରାଶି ଉପରେ ଶନିଙ୍କ ପ୍ରଭାବ କମ ହେବାକୁ ଯାଉଛି । ଏହି ରାଶିର ଲୋକମାନଙ୍କ ଆଗାମୀ ସମୟ ବହୁତ ଆନନ୍ଦମୟ ରହିବ । ହଠାତ ଧନ ଲାଭ ହେବାର ଯୋଗ ରହିଛି । ଆପଣଙ୍କ ଉପରେ ଗୁରୁଜନଙ୍କ ଆଶୀର୍ବାଦ ରହିବ । ସମାଜରେ ମାନ ସମ୍ମାନ ବଢ଼ିବ ଏବଂ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ ପୂର୍ଣ ହେବ । ଯେଉଁ ବ୍ୟକ୍ତିମାନେ ଚାକିରୀର ପ୍ରସ୍ତୁତି କରୁଛନ୍ତି; ସେମାନଙ୍କୁ ସଫଳତା ପ୍ରାପ୍ତ ହେବାର ଯୋଗ ରହିଛି କେବଳ ଲଗାତାର ଭାବରେ ପରିଶ୍ରମ କରନ୍ତୁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ ।

୩) ତୁଳା ରାଶି :

ତୁଳା ରାଶି ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ଶନିଙ୍କ କୁପ୍ରଭାବ ଚାଲୁଅଛି, ଯେଉଁଥି କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ବହୁତଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାଶି ଉପରୁ ଶନିଙ୍କ ପ୍ରଭାବ କମ ହେବା କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳର ପ୍ରାପ୍ତି ହେବାକୁ ଯାଉଛି । ଯେଉଁ ଲୋକମାନେ ଚାକିରୀ କରୁଛନ୍ତି; ସେମାନଙ୍କୁ ଚାକିରୀରେ ପଦୋନ୍ନତି ବା ପ୍ରମୋଶନ ମିଳିବାର ସମ୍ଭାବନା ରହିଛି । ଏହି ଲୋକଙ୍କୁ ବ୍ୟବସାୟରେ ବହୁତ ଭଲ ଲାଭ ମିଳିବାର ମଧ୍ୟ ଯୋଗ ରହିଛି । ପରିବାରରେ ଆନନ୍ଦ ଉଲ୍ଲାସ ବଜାୟ ରହିବ ଏବଂ ଜୀବନସାଥୀଙ୍କ ସହିତ ବୈବାହିକ ସମ୍ପର୍କରେ ମଧୁରତା ଆସିବ ।

୪) କୁମ୍ଭ ରାଶି :

କୁମ୍ଭ ରାଶିର ସ୍ୱାମୀ ଶନି ଅଟନ୍ତି । କୁମ୍ଭ ରାଶିର କୁଣ୍ଡଳୀରେ ଶନି ଦୃଢ଼ ସ୍ଥିତିରେ ରହିଛନ୍ତି । ଯେଉଁ କୁଣ୍ଡଳୀରେ ଶନି ମଜବୁତ ସ୍ଥିତିରେ ରହିଥାନ୍ତି, ଏପରି ବ୍ୟକ୍ତି ଟିକିଏ ପରିଶ୍ରମ କରିବା ପରେ ହିଁ ଧନୀ ହୋଇଯାନ୍ତି । ୨୦୨୦ ମସିହା କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । କୁମ୍ଭ ରାଶିର ବ୍ୟକ୍ତିଙ୍କୁ ବହୁତ ଶୀଘ୍ର ବଡ଼ ସଫଳତା ମିଳିବାକୁ ଯାଉଛି । ଆପଣ କେବଳ ଲଗାତାର ନିଜର କାର୍ଯ୍ୟକୁ କରନ୍ତୁ ।

Be the first to comment

Leave a Reply

Your email address will not be published.


*