18 ନଭେମ୍ବର 2019, ସୋମବାର – ମହାଦେବଙ୍କ କୃପାରୁ ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ଆସିବା ସକାରାତ୍ମକ ପରିବର୍ତ୍ତନ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଅଫିସରେ ବଡ଼ ଅଧିକାରୀମାନଙ୍କ ସହଯୋଗ ପାଇବେ । ଆପଣଙ୍କର ସବୁ କାମ ଠିକ୍ ସମୟରେ ପୂରା ହେବ । ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ । ଭୁଲ୍‌ ବୁଝାମଣା ଜନିତ ବିନା କାରଣରେ ମଧ୍ୟ ଅଶାନ୍ତି, କଳହର ସୂତ୍ରପାତର ଆଶଙ୍କା ରହିଛି । ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ସାହିତ୍ୟ,କଳା, ସଙ୍ଗୀତ,ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଶୁଭସଂଖ୍ୟା : ୭ । ଆରାଧନା: ମାଆ ରାମଚଣ୍ତୀ ।

ବୃଷ: ଦିନଟି ଠିକ୍‌ଠାକ୍‌ ରହିବ । ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହେବ । କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ସାହିତ୍ୟ, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ । ମିତ୍ରଙ୍କ ଠାରୁ ସୁସମ୍ବାଦ ପାଇବେ । ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ । ଶୁଭରଙ୍ଗ: କ୍ରୀମ୍‌ । ଶୁଭସଂଖ୍ୟା : ୩ । ଆରାଧନା: ଶ୍ରୀଗଣେଶ ।

ମିଥୁନ: ପୂର୍ବର କିଛି କାମକୁ ସମ୍ପାଦନ କରିବା ପାଇଁ ମନରେ ନୂଆ ନୂଆ ଉପାୟ ଆସିବ । ରାଜନୀତିରେ ସଫଳତା ପାଇବେ । କାରବାରରେ ଆପଣଙ୍କୁ ଲାଭ ହିଁ ଲାଭ ହେବ । ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ । ଚୋରି, ପକେଟମାର କିମ୍ବା ନିଜର ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ଧନହାନୀ ଘଟିବାର ପୂର୍ଣ୍ଣସୂଚନା ରହିଛି । ବୃଥା ସନ୍ଦେହ ଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ । ଆପଣଙ୍କର ପ୍ରେମ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୯ । ଆରାଧନା: ମାଆ ବିରଜା ।

http://sidhabhairabi.blogspot.com/

କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ । ଆର୍ଥିକ ସ୍ଥିତିରେ ଉଠାଣ-ଗଡ଼ାଣ ରହିବ । ବକେୟା ଅର୍ଥ ଆଦାୟ କରିବା ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡିପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା, ସନ୍ତାନ ଓ ପ୍ରେମ କାରବାରରେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଶୁଭସ˚ଖ୍ୟା: ୬ । ଆରାଧନା: ମାଆ ତାରିଣୀ ।

ସିଂହ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ । ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖାଦେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ବଢ଼ିଆ ଚାକିରି ମିଳିବ । ଅଚାନକ ଘରକୁ କୌଣସି ମିତ୍ର ଆସିପାରନ୍ତି । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୫ । ଆରାଧନା: ମାଆ ଦୁର୍ଗା ।

କନ୍ୟା: ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ବିଭିନ୍ନ ସୂତ୍ରରୁ ଅର୍ଥ ରୋଜଗାର କରିବେ କିନ୍ତୁ ଚନ୍ଦ୍ର ପ୍ରଭାବରୁ ମନରେ ଅସ୍ଥିରତା ପ୍ରାୟତଃ ଲାଗି ରହିବ । ଇଞ୍ଜିନିୟରମାନଙ୍କ ଲାଗି ଦିନଟି ବଢ଼ିଆ ରହିବ । ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ । ଅଟକି ରହିଥିବା କାମକୁ ପୂରାଦମରେ କରିଚାଲିବେ ତଥାପି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗଦର୍ଶନ ଦେଇ ଲୋକମାନଙ୍କ ପ୍ରିୟଭାଜନ ହେବେ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୧ । ଆରାଧନା: ମାଆ ସମଲେଶ୍ଵରୀ ।

https://freethoughtnation.com/

ତୁଳା: ମନରେ ଧାର୍ମିକ ଭାବନା ଉଦୟ ହେବ । ସାହି ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ । ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ । ଆପଣଙ୍କୁ ଅଚାନକ ଧନଲାଭ ହେବ । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କଡା କଥା ପ୍ରକାଶ କରିପାରିବେ ନାହିଁ । ଶାରୀରିକ ସୁସ୍ଥତା ରହିଥିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ରହିବ ନାହିଁ । ଶୁଭରଙ୍ଗ: ନୀଳ । ଶୁଭସ˚ଖ୍ୟା: ୪ । ଆରାଧନା: ମାଆ ଭୈରବୀ ।

ବିଛା: କୈାଣସି ଅଭାବ ଅସୁବିଧା ନଥିଲେ ମଧ୍ୟ କଣ ହେଲା ଏଣୁତେଣୁ ଗୁଡାଏ ବେକାର କଥାରେ ମନ ଅଶା ରହିବ । କର୍ମକ୍ଷେତ୍ରରେ ଅଧିକ ଲାଭ ମିଳିବାର ଆଶା ନାହିଁ କିନ୍ତୁ କୌଣସି କ୍ଷତି ହେବ ନାହିଁ । ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନର ଉତ୍ତର ବୁଝିବାର ସାହାଯ୍ୟ ମିଳିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସଂଯମ ରଖନ୍ତୁ । ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତି ପଛରେ ବିଭିନ୍ନ ପ୍ରକାର ଅଶାଳୀନ ମନ୍ତବ୍ୟ ପ୍ରଦାନ କରିପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

ଧନୁ: ଆଜି ଆପଣଙ୍କର ଊର୍ଜାର ସ୍ତର ବଢ଼ିବ । ଭବିଷ୍ୟତ୍ ଲାଗି ପଇସା ଜମା କରିବାର ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରେ ଉନ୍ନତି ହେବ । ନୂଆ ଲୋକଙ୍କ ସହିତ ଆପଣ ସମ୍ପର୍କ ଗଢ଼ିବେ । କର୍ମକ୍ଷେତ୍ରରେ ଉତ୍ତେଜନା, ଜମିଜମା କଳହକୁ ମଧ୍ୟ ଏଡାଇ ପାରିବେ ନାହିଁ । ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ । ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତ୍ତେଜିତ ରହିିପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ଵ ଆସିବ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୮ । ଆରାଧନା: ସୂର୍ଯ୍ୟଦେବ ।

https://www.harivara.com

ମକର: ଦିନଟି ଆପଣଙ୍କୁ ଢେ଼ରସାରା ଫାଇଦା ଦେବ । ଆଜି ଆପଣ ଯେଉଁ କାମ କରିବାକୁ ମନସ୍ଥ କରିଛନ୍ତି, ତାହା ଶୀଘ୍ର ଆରମ୍ଭ କରନ୍ତୁ, କାରଣ ସଫଳତା ଆପଣଙ୍କୁ ଚାହିଁ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବେପାର ମାମଲାରେ ନୂଆ ନୂଆ ବିଚାର ଆସିବ । ଆର୍ଥିକ ସ୍ଥିତି ସୁଧୁରିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଶତ୍ରୁଙ୍କୁ ପରାସ୍ତ କରିବେ । ସ୍ଵାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଶୁଭସ˚ଖ୍ୟା: ୨ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ । କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ । ଧନ ଲାଭର ନୂଆ ରାସ୍ତା ନଜର ଆସିବ । ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । କଳା, ସାହିତ୍ୟ ସମସ୍ୟାକୁ ସମାଧାନ କରିବେ ଏବଂ ଦୀର୍ଘ ଦିନର ଅଭୀଳାଷ ପୂର୍ଣ୍ଣ ହେବାରୁ ଆନନ୍ଦିତ ହେବେ । ମହିଳା ବନ୍ଧୁଙ୍କ ମାଧ୍ୟମରେ ଆପଣଙ୍କର କିଛି ଆଶା ପୂରା ହେବ । ଶୁଭରଙ୍ଗ: ସବୁଜ । ଶୁଭସ˚ଖ୍ୟା: ୮ । ଆରାଧନା: ମହାଲକ୍ଷ୍ମୀ ।

ମୀନ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ପୂର୍ବ ଯୋଜନାନୁଯାୟୀ ପ୍ରତ୍ୟେକ କାର୍ଯ୍ୟ କରିବେ ତଥାପି କିିଛି ନା କିିଛି ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡିପାରେ । ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି । ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ । ଶାସ୍ତ୍ରାଲୋଚନା, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଚିନ୍ତନ କ୍ଷେତ୍ରରେ ସହଯୋଗ ଲାଭ କରି ଖୁସୀ ହୋଇପାରନ୍ତି । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଛୋଟ ପିଲାମାନେ ପଢ଼ିବାରେ ରୁଚି ନେବେ । ଶୁଭରଙ୍ଗ: ଲାଲ । ଶୁଭସ˚ଖ୍ୟା: ୬ । ଆରାଧନା: ମାଆ ଗାୟତ୍ରୀ ।

Be the first to comment

Leave a Reply

Your email address will not be published.


*