17 ଅକ୍ଟୋବର 2020, ଶନିବାର- ଆଜି ଶନିଦେବଙ୍କ ଠାରୁ ଏହି ୭ଟି ରାଶିର ଲୋକଙ୍କୁ ଯଥେଷ୍ଟ ଲାଭ ମିଳିବ । ସଫଳତାର

17 ଅକ୍ଟୋବର 2020, ଶନିବାର- ଆଜି ଶନିଦେବଙ୍କ ଠାରୁ ଏହି ୭ଟି ରାଶିର ଲୋକଙ୍କୁ ଯଥେଷ୍ଟ ଲାଭ ମିଳିବ । ସଫଳତାର ନୂତନ ମାର୍ଗ ଉନ୍ମକ୍ତ ହେବ ।

ଆଜି ଆମେ ଆପଣଙ୍କୁ ୧୭ ଅକ୍ଟୋବର ଶନିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ଶୁକ୍ର ପ୍ରଭାବରେ ଆଜିର ଯାତ୍ରା ସଫଳ ରହିବ ଓ ବନ୍ଧୁମିଳନ ଏବଂ ମନୋରଞ୍ଜନ କାର୍ଯ୍ୟରେ ଅଧିକାଂଶ ସମୟ ଅତିବାହିତ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ବନ୍ଧୁଙ୍କ ସହାୟତାରେ ଆର୍ଥ ପ୍ରାପ୍ତ କରିପାରିବେ । ଅଫିସରେ ନିଜ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । ପରିବାରରେ କୌଣସି ଛୋଟ ଘଟଣାରେ ମୁଣ୍ଡ ପୁରାଇ ସମସ୍ତଙ୍କ ଆଗରେ ସମାଲୋଚିତ ହୋଇପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା କେତେକ ସ୍ଥଳରେ କାର୍ଯ୍ୟକୁ ଶିଥିଳ କରିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଭଲ ଥିଲେ ମଧ୍ୟ ମନରେ ବିଭିନ୍ନ ପ୍ରକାର ଆଶଙ୍କା ରହିବ । ସ୍ଵଗୃହସ୍ଥ ଶନିଙ୍କ ଯୋଗୁଁ କର୍ମକ୍ଷେତ୍ରରେ ଆକସ୍ମିକ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ପୂର୍ବ ପ୍ରସ୍ତୁତି ଯୋଜନାଗୁଡିକ ଗଡ୍‌ବଡ୍‌ ହୋଇଯାଇଥିବାରୁ ମନଟା ଗୋଳମାଳିଆ ରହିବାର ସୂଚନା ରହିଛି । ବ୍ୟବସାୟ ବାଣିଜ୍ୟରେ ସତର୍କତାର ସହ କାର୍ଯ୍ୟ ନିର୍ବାହ କରନ୍ତୁ । ଅଫିସ ପରିସରରେ ଆୟୋଜିତ ଆଲୋଚନାରେ ଅପଦସ୍ଥ ହେବାକୁ ପଡିପାରେ । ସମାଜରେ ଖଳ ପ୍ରକୃତିର ଲୋକଙ୍କ କଥାକୁ କେନ୍ଦ୍ର କରି ଅଯଥାରେ କଳହ ସୃଷ୍ଟି ହୋଇପାରେ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କୌଣସି କଥାକୁ ଭଲରୂପେ ନ ବୁଝି ପରିବାର ସଦସ୍ୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ବିମଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ରାଶିରେ ରବିଙ୍କ ସ୍ଥିତି ଯୋଗୁଁ ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ । ବାଣିଜ୍ୟ, ବ୍ୟବସାୟରେ ଲାଭ ଅକ୍ଷୁଣ୍ଣ ରହିବ । ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ସାମୟିକ ଉପକୃତ ହେବେ । ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସୂଚନା ରହିଛି । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବା । ରାଶ୍ୟାଧିପ ଚତୁର୍ଥସ୍ଥ ଯୋଗୁଁ ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନଦେଇ ପ୍ରଶଂସିତ ହେବେ । ବ୍ୟବସାୟର ଆଶାତୀତ ଲାଭବାନ ହେବେ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ବିଚଳିତବୋଧ ହୋଇପାରନ୍ତି । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ସମାଜରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ଠିକ୍ ରହିବ । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କୁ ମଧ୍ୟମ ଫଳପ୍ରଦାନ କରିବ । ମଙ୍ଗଳ, ମୀନ ରାଶିସ୍ଥ ଯୋଗୁଁ ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇବାର ଆଶା ମଉଳିଯିବ । କାମଗୁଡିକ ସମସ୍ୟା ଓ ପ୍ରତିବନ୍ଧକ ଯୋଗୁଁ ଅଟକି ରହିବା କାରଣରୁ ମନସ୍ତାପ କରିପାରନ୍ତି କିନ୍ତୁ ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ନିଜର ଅବହେଳା ଓ ଖାମଖିଆଲ ନୀତି ଯୋଗୁଁ ଅଫିସର କେତେକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଖୋଜିପାଇବେ ନାହିଁ । ଯାହାଫଳରେ ଉଚ୍ଚାଧିକାରୀଙ୍କ ଠାରୁ ଅପଦସ୍ଥ ହେବାକୁ ପଡିବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ହିତୈଷୀମାନଙ୍କ କଥା ମାନି ଚଳିଲେ କେତେକାଂଶରେ ଉପକୃତ ହେବେ । ଅନିୟମିତତା ଖାଦ୍ୟପେୟ ଯୋଗୁଁ ସ୍ଵାସ୍ଥ୍ୟହାନି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ମନରେ ଚଞ୍ଚଳତା ସୃଷ୍ଟି ହେଲେ ମଧ୍ୟ ଯାତ୍ରା ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ରହିବ । ବ୍ୟୟାଧିପ ରାଶିରେ ଥିବାରୁ ପ୍ରତାରିତ ହୋଇ ଅଭିଳାଷିତ ଜିନିଷ ପାଇବା କଷ୍ଟକର ହୋଇପାରେ । କେତେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ । କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ବାଣିଜ୍ୟ, ବ୍ୟବସାୟ, ଏଜେନ୍ସିପରୁ ଖୁସି ରହିବେ । କାର୍ଯ୍ୟ ହାସଲ ନିମନ୍ତେ ଖର୍ଚ୍ଚର ଭାର ଅଧିକ ହେବ, ଯାହାଫଳରେ ମନରେ ସରସତା ରହିବ ନାହିଁ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ରୋଗ, ଋଣ ଓ ଶତ୍ରୁତା ବିଷୟକୁ ନେଇ ଚିନ୍ତନରେ ସମୟ କାଟିବେ । ପାରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ଅଶାନ୍ତିର ବାତାବରଣ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତ ମିଳିବ । ବୃହସ୍ପତିଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ ସମସ୍ୟାକୁ ସୁଧାରି ନେଇପାରିବେ । ବାଣିଜ୍ୟ, ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା ପ୍ରତିଯୋଗିତା କ୍ଷେତ୍ରରେ ସମ୍ମାନ ପାଇ ଖୁସୀ ହେବେ । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅଯଥାରେ ଅପମାନିତ ହେବାର ସୂଚନା ରହିଛି, ତେଣୁ ସହକର୍ମୀଙ୍କ ସହ ଅଯଥା ଯୁକ୍ତିତର୍କ, ଅନାବଶ୍ୟକ କଥାକୁ ଆଲୋଚନା କରନ୍ତୁ ନାହିଁ । ସଭାସମିତି ଓ ସଙ୍ଗଠନ, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ । ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ପାଇ ମାନସିକ ଶାନ୍ତି ଅନୁଭବ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ । ସ୍ଵଗୃହୀ ଶନିଙ୍କ ଯୋଗୁଁ ପରିବାର ସଦସ୍ୟଙ୍କ ସହ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନର ବାଟ ଖୋଜି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରି କେତେକାଂଶରେ ଋଣମୁକ୍ତ ହେବା ସୂଚନା ରହିଛି । ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭଦାୟକ ରହିବ । ଆୟ ବୃଦ୍ଧି ସଙ୍ଗେ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ମାଙ୍ଗଳିକ କାମ ସକାଶେ ପରିବାରର ବୟୋସ୍କଙ୍କ ସହ ଆଲୋଚନା କରିପାରନ୍ତି । ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ମିତ୍ରମାନଙ୍କ ସହଯୋଗ ସଙ୍ଗକୁ ପାରିବାରିକ ଶାନ୍ତି ଓ ସଦ୍‌ଭାବରୁ ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଅଭାବ, ଅସୁବିଧା ନ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ । ଚନ୍ଦ୍ର ପ୍ରଭାବରେ ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେ ନାହିଁ । ବ୍ୟବସାୟ ଓ ବାଣିଜ୍ୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ନେବେ ଓ ସଫଳ ମଧ୍ୟ ହେବେ । ପରିସ୍ଥିତି ବଦଳି ଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସର ସୁସ୍ଥ ପରିବେଶରେ ଦିନ ଅତିବାହିତ କରିବେ । ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ନିକଟ ସମ୍ପର୍କୀୟଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିପାରେ । କଠୋର ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପାରିବାରିକ ପରିସ୍ଥିତି ଭଲ ରହିଲେ ମଧ୍ୟ ପିଲାମାନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ବନ୍ଧୁଙ୍କ ସହ ବାକ୍ୟାଳାପ କରିବେ । କର୍ମାଧିପତିଙ୍କ ସ୍ଵଗୃହକୁ ଦୃଷ୍ଟି ଅବଲୋକନ କରୁଥିବା ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମନରେ ବିଭିନ୍ନ ପ୍ରକାର ସକାରାତ୍ମକ ଭାବନା ସୃଷ୍ଟି ହେବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାଜିକ ସ୍ତରରେ ପଦମର୍ଯ୍ୟାଦା ଅତୁଟ ରହିବ । ସରକାରୀ ସ୍ତରରୁ ଅପେକ୍ଷା କରିଥିବା ଅର୍ଥ ସାହାଯ୍ୟ ପାଇ ଅତ୍ୟନ୍ତ ଖୁସି ହେବେ । କିନ୍ତୁ ପରୋକ୍ଷ ଶତ୍ରୁତା କିମ୍ବା ନିଜ ଆତ୍ମୀୟ ଓ ସ୍ଵାଜନଙ୍କ ବିଶ୍ଵାସଘାତ କାର୍ଯ୍ୟ ଯୋଗୁଁ ମନ ଭାରକ୍ରାନ୍ତ ରହିବ । ପରିସ୍ଥିତିରେ ପଡ଼ି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ବାଧ୍ୟ ହେବେ । ଋଣ ପରିଶୋଧ ଚିନ୍ତା ଦୂର ହେବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୂର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ତୃତୀୟଭାବରେ ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ ସମୟ ସାପେକ୍ଷ ଲାଗିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥାଭାବ ଦୂର କରିବାରେ ବନ୍ଧୁଙ୍କ ସହାୟତା ନେବେ । ଅଫିସରେ ପ୍ରତିକୂଳ ଚାପର ବଶବର୍ତ୍ତୀ ହୋଇ ଅତ୍ୟାଧିକ କାର୍ଯ୍ୟ ରହିବ କିନ୍ତୁ ସହକର୍ମୀଙ୍କ ସହଯୋଗରେ କାମକୁ ତ୍ୱରାନ୍ୱିତ କରିପାରିବେ । ଦୈହିକ ଦୁର୍ବଳତା ଯୋଗୁଁ ମନ୍ଥର ଗତିରେ ପ୍ରତ୍ୟେକ କାମ ସମ୍ପନ୍ନ ହେବ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନୂତନ ବନ୍ଧୁତ୍ଵ ସମ୍ପର୍କ ସ୍ଥାପନ ହେବ । ଦ୍ୱାଦଶଚନ୍ଦ୍ର ହେତୁ ଦୂରଯାତ୍ରା କରିପାରନ୍ତି କିନ୍ତୁ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ । ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ତଥାପି ବନ୍ଧୁଙ୍କ ଜରିଆରେ ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବେ । କିନ୍ତୁ ଆର୍ଥିକ ସ୍ଥିତି ମାନ୍ଦା ରହିବ । ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ପୂର୍ବଶତ୍ରୁତା ଓ କାର୍ଯ୍ୟ ସ୍ଥଗିତ ଯୋଗୁଁ ମନରେ ସରସତା ରହିବ ନାହିଁ । ଅନ୍ୟମାନଙ୍କ କଥା ଶୁଣି କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ ସମସ୍ୟା କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ଆଶ୍ଵାସନା ପାଇବା ଫଳରେ ମନକୁ ଏକ ପ୍ରକାର ଶାନ୍ତ ମିଳିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

Be the first to comment

Leave a Reply

Your email address will not be published.


*