17 ଫେବୃୟାରୀ 2020, ସୋମବାର – ମେଷ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । କିନ୍ତୁ ଏହି ୪ଟି ରାଶିର

17 ଫେବୃୟାରୀ 2020, ସୋମବାର – ମେଷ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । କିନ୍ତୁ ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ପ୍ରତିଟି କାର୍ଯ୍ୟରେ ନିରାଶ ହେବାକୁ ପଡିବ ।

ବ୍ୟକ୍ତିର ଜୀବନରେ ରାଶିଫଳର ମହତ୍ତ୍ୱ ରହିଛି, ଜୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ । ସ୍ଵରାଶିସ୍ଥ ବଳବାନ୍‌ ଚନ୍ଦ୍ରଙ୍କ ପ୍ରଭାବରେ ବହୁତ ଦିନରୁ ମନରେ ଚିନ୍ତା କରିଥିବା କାମଟିକୁ ଆଜି ସମ୍ପନ୍ନ କରିବେ । କର୍ମଭାବ ଶୁଭଦୃଷ୍ଟ ଯୋଗୁ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିବ ନାହିଁ । ବ୍ୟବସାୟୀଙ୍କୁ କୌଣସି ଚୁକ୍ତିରୁ ଅଚାନକ ଧନଲାଭ ହେବ । ଚାକିରିଆଙ୍କର ଦରମା ବୃଦ୍ଧି ହୋଇପାରେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ମିତ୍ରଙ୍କ ସହିତ ଲାଗି ରହିଥିବା ତିକ୍ତତାର ଅବସାନ ଘଟିବ । ଜମି ଦଲାଲଙ୍କ ସହିତ ନୂଆ ସଉଦା ଚୂଡ଼ାନ୍ତ ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ । ସ୍ଵାସ୍ଥ୍ୟକୁ ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବ । ଆଜି କୌଣସି କ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ପରିବାରରେ ପାରସ୍ପରିକ ଦୋଷଦର୍ଶିତା ହେତୁ ପାରିବାରିକ ପରିସ୍ଥିତି ଗୋଳମାଳିଆ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଅଫିସ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହୋଇପାରନ୍ତି । ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ । ଅର୍ଥର ଅଭାବ ପୂରଣ ଦିଗରେ ଚେଷ୍ଟିତ ହେବେ, ଅବଶ୍ୟ କିଛିଟା ରିହାତି ପାଇବେ । ବାହାର କାମରେ ଗଲାବେଳେ ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆପଣଙ୍କ ଊର୍ଜାର ସ୍ତର ବଢ଼ିବ । ବୁଧଙ୍କ ଅବସ୍ଥିତି ପରିବାର ଓ ବନ୍ଧୁବର୍ଗଙ୍କ ସମ୍ବନ୍ଧରେ ସୁଫଳ ଦେଇ ନ ପାରେ । ଶୁକ୍ରଙ୍କ ସୁପ୍ରଭାବରେ କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଆକସ୍ମିକ ଆବଶ୍ୟକତା ପୂରଣ ଦିଗରେ ସହାୟତା ମିଳିବ । ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ଆନୁଷ୍ଠାନିକ କାମ ଓ ଆଇନ ଅଦାଲତ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ବ୍ୟବସାୟରେ ଶାଖା ପ୍ରଶାଖା ବଢିବାର ପ୍ରଯତ୍ନ କରିବେ ଏବଂ ଆଶା ମଧ୍ୟ ପୂରଣ ହେବାରେ ଅସୁବିଧା ରହିବ ନାହିଁ କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଭଲ ରହିବ । ମିତ୍ରଗୃହୀ ଚନ୍ଦ୍ର ପ୍ରଭାବରେ ଦୀର୍ଘଦିନରୁ ଆଶା କରିଥିବା ଜିନିଷ ନ ପାଇବା ଫଳରେ ମନ ମଉଳି ଯିବ । କର୍ମକ୍ଷେତ୍ର ମିଥ୍ୟା ଅଭିଯୋଗ ସକାଶେ ସହକର୍ମୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଅଶ୍ଳେଷା ନକ୍ଷତ୍ର ସକାଶେ ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥ ପାଇବାରେ ଚେଷ୍ଟା ସଫଳ ହୋଇପାରେ । ହାତକୁ ନେଇଥିବା କାମଗୁଡିକ ସରଳ ଓ ସହଜରେ ସମ୍ପନ୍ନ ହୋଇପାରିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ସକାରାତ୍ମକ ଭରା ରହିବ । ଷଷ୍ଠଭାବସ୍ଥ ବଳବାନ୍‌ ଶନିଙ୍କ ପ୍ରଭାବରେ ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ମାଙ୍ଗଳିକ କାର୍ଯ୍ୟ, ବନ୍ଧୁଙ୍କ ସହାୟତା ମାଧ୍ୟମରେ ସମ୍ପନ୍ନ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଲାଭ ରହିବ । ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ଵରେ ପଡିପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ସମ୍ୟକ କଷ୍ଟଦାୟକ ରହିବ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଜରୁରୀ ଦ୍ରବ୍ୟ କ୍ରୟ କରିବା ପାଇଁ ବନ୍ଧୁଙ୍କ ଠାରୁ ଧାରା କରିବାକୁ ବାଧ୍ୟ ହେବେ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିଦ୍ଵେଷ ମନୋଭାବ ଉତ୍ପନ ହେବ । ଶିକ୍ଷା ଓ ସନ୍ତାନଙ୍କ ସମସ୍ୟାକୁ ନେଇ ପରିବାରରେ ମତାନ୍ତରର ଆଶଙ୍କା ରହିଛି । କୌଣସି ସମ୍ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି । ବାଦ ବିବାଦ, ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ଅଧିକ ରହିବ । ଧନସ୍ଥାନସ୍ଥ ଚନ୍ଦ୍ର ଏବଂ ସ୍ଵଗୃହୀ ଚତୁର୍ଥାଧିପ ହେତୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ବ୍ୟବସାୟ ବାଣିଜ୍ୟରେ ମନମୁତାବକ ମୁନଫା ପାଇବେ । ସହକର୍ମୀଙ୍କ ସମ୍ବନ୍ଧରେ କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ଏବଂ ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁମିଳନରୁ ଖୁସୀ ରହିବେ । କୋର୍ଟ କଚେରୀର ମାମଲା ସମାଧାନ ହୋଇଯିବ । ବୈବାହିକ ଜୀବନ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ । ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥାନସ୍ଥିତି ଆପଣଙ୍କ ଚିନ୍ତାଧାରା ଓ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରୀତିପ୍ରଦ ରହିବ । ଆଜିର କାର୍ଯ୍ୟସାଧନ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସହଯୋଗର ଆଶା ନିରର୍ଥକ ହେବ ନାହିଁ । କୌଣସି କାମରୁ ଆଜି ବଡ଼ ଫାଇଦା ହେବ । ବ୍ୟବସାୟ ସହିତ ସଂଲଗ୍ନ କାମରେ ଯାତ୍ରା କରିବେ । କଳୁଷିତ ଚିନ୍ତାଧାରା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି । ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍‌ ହେବ ନାହିଁ । କଚେରି ମାମଲାର ଶୁଣାଣି ବିଳମ୍ବରେ ହୋଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆପଣଙ୍କର ଭାବନା ଯଥେଷ୍ଟ ସକାରାତ୍ମକ ରହିବ । ଅଫିସରେ କୌଣସି ସିନିଅରଙ୍କ ସହାୟତାରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ଅଷ୍ଟମସ୍ଥ ରାହୁଯୁକ୍ତ ଚନ୍ଦ୍ର ଯୋଗୁ ଧନହାନୀ, କଳହ କିମ୍ବା ମାନସିକ ଅଶାନ୍ତିର ସୃଷ୍ଟିର ସୂଚନା ଅନୁଭବ କରିପାରନ୍ତି । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟ ଦାୟକ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ମାନ ଓ ପଦ ପଦବୀ ଲାଭହେବ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ପ୍ରଶଂସା ପାଇବେ । ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆଜି ଆପଣଙ୍କର ପ୍ରଗତିରେ ଗତିରୋଧ ହେବ । ରାଶିର ଦ୍ୱାଦଶଚନ୍ଦ୍ର ପ୍ରଭାବରେ ଖର୍ଚ୍ଚାନ୍ତ ହେବା ସହ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ । ବ୍ୟବସାୟ ମାନ୍ଦା ରହିବ । କର୍ମକ୍ଷେତ୍ର ସମସ୍ୟା ପରେ ସମସ୍ୟା ଲାଗି ରହିବ ଯୋଗୁଁ ମନରେ ସରସତା ରହିବ ନାହିଁ । କିନ୍ତୁ ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ପାରିବାରିକ ଦାୟିତ୍ଵ ଆପଣଙ୍କୁ ଅର୍ପଣ କରାଯାଇପାରେ । ବନ୍ଧୁଙ୍କ ସହିତ କୌଣସି ଖାସ୍‌ ବିଷୟ ଉପରେ କଥାବର୍ତ୍ତା ହେବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଭାଗ୍ୟର ସହଯୋଗ ପାଇବେ । ଶୁକ୍ରଙ୍କ ଚତୁର୍ଥାବସ୍ଥାନ ଯୋଗୁଁ ପାରିବାରିକ ସୁଖ, ସୌଭାଗ୍ୟ ନିଶ୍ଚିତ ପ୍ରାପ୍ତ ହେବ । କୌଣସି ନୂଆ ଅନୁବନ୍ଧରେ ଆପଣଙ୍କୁ ଲାଭ ହେବ । ଅଫସିରେ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ପ୍ରସଂଶା କରିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟଦା ବୃଦ୍ଧି ପାଇବ । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପରିବାରରେ ପୁଣ୍ୟକାର୍ଯ୍ୟ ଆୟୋଜନର ରୂପରେଖା ପ୍ରସ୍ତୁତ କରିବେ । ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇ ପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଧୈର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ଉପକୃତ ନିଶ୍ଚୟ ମିଳିବ । ଅଷ୍ଟମସ୍ଥ ମଙ୍ଗଳ ଯୋଗୁ ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ଥିତି ଓ ସ୍ଵାସ୍ଥ୍ୟ ବିଶେଷ ଭଲ ରହି ନ ପାରେ । ଏଣେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ମଧ୍ୟ ବିଚଳିତ ରହିବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଚାକିରିଜୀବୀ ମାନେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ଉପରିସ୍ଥ ଅଫିସର ସନ୍ତୁଷ୍ଟ ହେବେ ନାହିଁ । ଘରେ ପାରସ୍ପରିକ ମତଭେଦ ଓ ଖଳଲୋକଙ୍କ କାନକୁହା କଥା ବିବାଦୀୟ ଘଟଣାକୁ ଜଟିଳ କରିପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ସାମଲେଶ୍ୱରୀ ।

Be the first to comment

Leave a Reply

Your email address will not be published.


*