17 ଡିସେମ୍ବର 2020, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଅର୍ଥ

17 ଡିସେମ୍ବର 2020, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଅର୍ଥ

17 ଡିସେମ୍ବର 2020, ଗୁରୁବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ଅର୍ଥ ସମ୍ବନ୍ଧୀୟ ଚିନ୍ତା ଦୂର ହେବ ।

ଆଜି ଆମେ ଆପଣଙ୍କୁ ୧୭ ଡିସେମ୍ବର ଗୁରୁବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ମନରେ ଉନ୍ନତ ଚିନ୍ତାଧାରା ରହିବ, ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ । କର୍ମଭାବସ୍ଥ ଚନ୍ଦ୍ର ସଂଯୋଗରୁ ବନ୍ଧୁ ଓ ସହକର୍ମୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବିବାଦୀୟ ପରିସ୍ଥିତିକୁ ଦୃଢ଼ ମୁକାବିଲା କରିବାରେ ସମର୍ଥ ହୋଇପାରିବେ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବା ସଙ୍ଗେସଙ୍ଗେ ନିଜ ବୃତ୍ତିଗତ କର୍ମରେ ଉନ୍ନତି ଘଟିବା ଯୋଗୁଁ ମନ ପ୍ରସନ୍ନ ରହିବ । ବିବାଦୀୟ ପରିସ୍ଥିତିରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଆର୍ଥିକ ଅଭିବୃଦ୍ଧି, ସ୍ଵାସ୍ଥ୍ୟରେ ଉନ୍ନତି ସଙ୍ଗେସଙ୍ଗେ ପାରିବାରିକ ସମସ୍ୟାର ସମାଧାନ ଯୋଗୁଁ ମନକୁ ଆଶ୍ୱସ୍ତି ମିଳିବ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ନିର୍ମାଣାଧୀନ କାର୍ଯ୍ୟ କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭକାର୍ଯ୍ୟ ପରିପ୍ରେକ୍ଷୀରେ ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆତ୍ମୀୟ ଏବଂ ବନ୍ଧୁମାନଙ୍କ ସମର୍ଥନ ଯୋଗୁଁ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆଜି ରାଶିକୁ ରାଶିକୁ ତିନୋଟି ଗ୍ରହ ଅବଲୋକନ କରୁଥିବା ଯୋଗୁଁ ଘରୋଇ କଳହକୁ ନେଇ ମନ ଅଶାନ୍ତ ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ମଧ୍ୟାହ୍ନରେ ସମାଧାନ ମଧ୍ୟ ହୋଇଯିବ । ଉପରିସ୍ଥଙ୍କ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ସାମାଜିକ କାର୍ଯ୍ୟରେ ଯୋଗଦାନ କରି ଅତ୍ୟନ୍ତ ଖୁସି ଅନୁଭବ କରିବେ । ଘରୋଇ ସରଞ୍ଜାମ ପାଇଁ ଧାର କରଜ କରିବାକୁ ବାଧ୍ୟ ହୋଇଯିବେ । ଅପରିଚିତ ଲୋକଙ୍କ ସହ ସମ୍ପର୍କ ରଖିବା କାରଣରୁ ଘର ଲୋକେ ବିରକ୍ତ ହେବେ । ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭ କରିବେ ଯାହାଫଳରେ ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଦିନଟି ସମ୍ୟକ୍ କଷ୍ଟଦାୟକ ହୋଇପାରେ । ମଙ୍ଗଳ ଦଶମସ୍ଥ ଯୋଗୁଁ ପାରିବାରିକ ସମସ୍ୟା ଦେଖାଦେଇପାରେ ଏବଂ ଅଟକି ରହିଥିବା କାମଗୁଡ଼ିକ ନିମନ୍ତେ ମାନସିକ ଶାନ୍ତି ବ୍ୟାହତ ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟସାଧନ ପାଇଁ ମାର୍ଗ ଉନ୍ମୁକ୍ତ କରାଇବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଶାନୁଯାୟୀ ଅର୍ଥ ସାହାର୍ଯ୍ୟ ପାଇ ଅଟକିଥିବା କାମକୁ ସଜାଡି ନେବେ । ଅନ୍ୟର ବିବାଦୀୟ ଓ ବ୍ୟଲ୍ତିଗତ କାର୍ଯ୍ୟକଳାପରେ ମୁଣ୍ଡ ପୁରାନ୍ତୁ ନାହିଁ । ସନ୍ଧ୍ୟାରେ ସାଙ୍ଗସାଥିଙ୍କ ସହ ସତ୍‌-ସଙ୍ଗ ଓ ଭ୍ରମଣ କରିପାରନ୍ତି । ସମ୍ପର୍କୀୟଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଘଟିପାରେ । ପରିବାରରେ ଛୋଟିଆ ଛୋଟିଆ କଥାକୁ ଧରି ବସିଲେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କାର୍ଯ୍ୟରେ ସଫଳତା ହାସଲ କରିବେ । କିନ୍ତୁ ବୃହସ୍ପତି ଶନି ଯୁକ୍ତ ଯୋଗୁଁ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସଦସ୍ୟ, ନିକଟ ସମ୍ପର୍କୀୟ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବ୍ୟବସାୟରେ ସ୍ଥିତି ଭଲ ରହିବ । ବ୍ୟବସାୟରେ ଆୟ ବୃଦ୍ଧି କରିବା ପାଇଁ ନୂଆ ନୂଆ ବିକଳ୍ପ ଅବଲମ୍ବନ କରିବେ ଓ କୃତକାର୍ଯ୍ୟ ମଧ୍ୟ ହେବେ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ଦେଖି ଉଚ୍ଚାଧିକାରୀ ପ୍ରଶଂସା କରିବେ ଓ ପଦୋନ୍ନତିର ଯୋଗ ରହିଛି । ଗୃହ, ଭୂମି, ଗାଡ଼ିମୋଟର, ପ୍ରେସ୍‌, ପବ୍ଲିିକେଶନ ଆଦି କ୍ଷେତ୍ରରେ ସମସ୍ୟା ବଢିପାରେ । ପାରିବାରିକ ସ୍ଥିତି, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ । ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି । ପରିବାରରେ ବହୁତ ଦିନରୁ ଚାହିଁ ବସିଥିବା ପ୍ରତୀକ୍ଷିତ ଖବର ହଠାତ୍‌ ପାଇ ଖୁସି ହୋଇଯିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପାରିବାରିକ ସମସ୍ୟା ବଢ଼ିଯିବାରୁ ମାନସିକ ଅସ୍ଥିରତା ଦେଖାଦେବ । ରାଶ୍ୟାଧିପ ରବି ଗ୍ରହ ସମାବେଶରେ ଦୁର୍ବଳ ରହିଥିବାରୁ ସୁବିଧା ସୁଯୋଗ ପାଇଲେ ସଦ୍-ବ୍ୟବହାର କରିପାରିବେ ନାହିଁ । କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତିକୁ କେନ୍ଦ୍ରକରି ସହକର୍ମୀଙ୍କ ମଧ୍ୟରେ ଟଣାଓଟରା ଦେଖା ଦେଇପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବା ସଙ୍ଗେସଙ୍ଗେ ନାନା ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିବ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ । ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତିସୂଚକ କଥା ଶୁଣି ମନକୁ ଶାନ୍ତ ମିଳିବ । ପାଖପଡ଼ୋଶଙ୍କ ସହାନୁଭୂତି ଯୋଗୁଁ ହାତକୁ ନେଇଥିବା କାମଟି ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ । ମାତ୍ରାଧିକ ଭ୍ରମଣ ଓ କାମ ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ସହଯୋଗ ଭିତ୍ତିରେ କାମ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଆଖଣ୍ତଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଖଟାମିଠା ରହିବ । କର୍ମକ୍ଷେତ୍ରକୁ ଏକାଧିକ ଗ୍ରହ ଦୃଷ୍ଟିପ୍ରଦାନ କରି ବହୁବିଧ କର୍ମରେ ଅନୁପ୍ରବେଶ କରାଇପାରନ୍ତି । ତରବରିଆ ଭାବରେ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । କେତେକ କ୍ଷେତ୍ରରେ କାମଗୁଡ଼ିକ ଆଜି ବିଳମ୍ବରେ ସମ୍ପନ୍ନ ହେବାରୁ ନିଜକୁ ହିଁ ଦୋଷୀ ମନେ କରିବେ । ଅଫିସରେ ସହକର୍ମୀଙ୍କ ଅସହଯୋଗ ମନୋଭାବ ଯୋଗୁଁ କାର୍ଯ୍ୟ କରିବାର ଶୈଳୀ ମନ୍ଥର ହୋଇପାରେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଆର୍ଥିକ ନେଣଦେଣ କ୍ଷେତ୍ରରେ ବନ୍ଧୁଙ୍କ ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ନ ପାରି ଦ୍ୱନ୍ଦ୍ୱରେ ରହିପାରନ୍ତି । ଅନ୍ୟର କଥାରେ ପ୍ରଭାବିତ ହୋଇ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରିଲେ ନିଜେ ହିଁ ଅପଦସ୍ଥ ହେବାକୁ ପଡିବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନ ଖୁସି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଗୌରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦୃଢ଼ ମନୋବଳ କେତେକ କ୍ଷେତ୍ରରେ ସଫଳତା ପାଇପାରନ୍ତି । ସ୍ୱାତୀ ନକ୍ଷତ୍ର ପୂର୍ବ ସ୍ଥିରୀକୃତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବାନ୍ଧକର ସମ୍ମୁଖୀନ ହେବାକୁ ପଡିବ । ସମାଜରେ କେତେକ ସମ୍ମାନନୀୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇ କର୍ମକ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ସୁଧାରିବାରେ ସକ୍ଷମ ହେବେ । ଅଫିସ୍‌ରେ ଆପଣଙ୍କୁ ଅଧିନସ୍ଥ କର୍ମଚାରୀ ଠାରୁ ପଦସ୍ଥ ଅଧିକାରୀବୃନ୍ଦ ସମସ୍ତଙ୍କ ସହଯୋଗ ମିଳିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି । ନିକଟ ସମ୍ପର୍କୀୟମାନେ କାଳେ ଆର୍ଥିକ ସାହାଯ୍ୟ ଦେଖାକୁ ପଡିବ ଏହି ଭାବନା ନେଇ ପାଖତଡ ମାଡିବେ ନାହିଁ । ବନ୍ଧୁମାନଙ୍କ ସହାନୁଭୂତି ପାଇ ମନୋବଳ ଦୃଢ ହେବ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ଶୁଭରଙ୍ଗ: ଲାଲ୍ । ଆରାଧନା: ହନୁମାନ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସମୟ ଓ ପରିସ୍ଥିତ ଆପଣଙ୍କ ବିପକ୍ଷ ଥିଲେ ମଧ୍ୟ ନିଜ ବୁଦ୍ଧି ଓ କୌଶଳକୁ ପାଥେୟ କରି କାର୍ଯ୍ୟ ହାସଲ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରିବେ ଓ କେତେକାଂଶରେ ଉପକୃତ ହେବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ପଡିପାରେ । ସହକର୍ମୀଙ୍କ ଜରିଆରେ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇବେ । ଅନ୍ୟମାନଙ୍କ କାନକୁହା କଥାଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁ କିମ୍ବା ସହକର୍ମୀ ଭୁଲ୍‌ ବୁଝିପାରନ୍ତି । ନିର୍ମାଣ କ୍ଷେତ୍ରରେ ପୂରା ଦମ୍‌ରେ କାମ କରିବାକୁ ନିଷ୍ପତ୍ତି ନେବେ । ଚେଷ୍ଟା କରୁଥିବା କାମରେ, ମାଙ୍ଗଳିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦରେ ଉପକୃତ ହେବେ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଆକାଶି ନୀଳ । ଆରାଧନା: ମାଆ ବିମଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ଘଟିବ । ବୁଧ ଷଷ୍ଠଭାବସ୍ଥ ଯୋଗୁଁ ଯେକୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିଲେ ଭଲ ହେବ । ବନ୍ଧୁମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ବ୍ୟବସାୟରେ କାରବାର ଭଲ ରହିବ, ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ଵ ମିଳିବା ଫଳରେ କେତେକ ସହକର୍ମୀମାନେ ଆପଣଙ୍କ ଉପରେ ଈର୍ଷାନ୍ଵିତ ହେହେ ଓ ଆପଣଙ୍କ ପୂର୍ବ କାର୍ଯ୍ୟର ଭୁଲ୍ ଖୋଜିବେ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ । ପ୍ରିୟଜନଙ୍କ ସହ ଦୀର୍ଘଦିନର ମତାନ୍ତରଜନିତ ସମସ୍ୟାର ପୁନଶ୍ଚ ସମ୍ପର୍କରେ ବଦଳି ଯିବାର ସମ୍ଭାବନା ରହିଛି । କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ ଓ ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ପୁରନ୍ତୁ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସକାଳୁ ସକାଳୁ ଶୁଭଖବର ସହ କୌଣସି ବନ୍ଧୁଙ୍କ ସହ ଆଳାପ ଆଲୋଚନା ଦ୍ଵାରା ମନକୁ ଆନନ୍ଦ ମିଳିବ । ଶୁକ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଆପଣଙ୍କ ଚିନ୍ତା ଆଜି ବାସ୍ତବିତାରେ ପରିଣତ ହୋଇପାରିବ । ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବେ । ଅନ୍ୟମାନଙ୍କର ସାହାଯ୍ୟ ନେଇ ସ୍ଥଗିତ କାର୍ଯ୍ୟକୁ ପୂରଣ କରିପାରିବେ । ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ । ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ସଭାସମିତି, କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ଓ ମନରେ ସନ୍ଦେହଜନିତ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଚନ୍ଦ୍ର ତୃତୀୟସ୍ଥ ହେତୁ କାର୍ଯ୍ୟହାନିରୁ ମନ ଭଲ ରହି ନ ପାରେ । ବିଭିନ୍ନ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଆଜି ମାନସିକ ସ୍ଥିରତା ହରାଇପାରନ୍ତି । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ତେଣୁ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବା ପାଇଁ ମନସ୍ଥ କରିବେ । ଅସୁସ୍ଥତାବଶତଃ କେତେକ ଅତ୍ୟାବଶ୍ୟକ କାମଗୁଡିକ ସ୍ଥଗିତ ରହିଯାଇପାରେ । ଅଫିସର ପରିସ୍ଥିତି ଭଲ ରହିବ । ପ୍ରଶାସନିକ ସ୍ତରରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା କିମ୍ବା ମତାନ୍ତରର ଆଶଙ୍କା ରହିଛି । ପାରିବାରିକ ସମସ୍ୟାକୁ ସୁଧାରିବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ ମିଳିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ବାବା କପିଳାସ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ସକାଳୁ ସକାଳୁ ଖୁସି ଖବରଟିଏ ମନରେ ଉତ୍ସାହ ଭରି ଦେବ । ଧନ ଭାଗ୍ୟାଧିପ ସ୍ଵଗୃହରେ ଅବସ୍ଥାନ କରିଥିବା ଯୋଗୁଁ ଆଜି ଆପଣ ସାମଗ୍ରିକ ସୁଖସାଧନ ଉପଭୋଗ କରିବେ । ବ୍ୟସ୍ତତା ପରିହାର କରି ପାଖ ବନ୍ଧୁମାନଙ୍କ ଦ୍ଵାରା କାର୍ଯ୍ୟ ହାସଲ କରିବା ପାଇଁ ପ୍ରଯତ୍ନ କରିବେ । ଆଗାମୀ ଯୋଜନାକୁ ସଫଳ ରୂପାୟନ କରିବା ପରିପ୍ରେକ୍ଷୀରେ ଆତ୍ମୀୟ ସ୍ଵଜନଙ୍କ ସୁପରାମର୍ଶ ଓ ସାହାଯ୍ୟ ସହାୟକ ହେବ । ବ୍ୟୟବୃଦ୍ଧି ଯୋଗୁଁ ସାମୟିକ ମନ ଦୁଃଖ ହୋଇପାରେ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ସବୁ କ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *