17 ଅଗଷ୍ଟ 2020, ସୋମବାର- ମହାଦେବ ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ କରିବେ କୃପାର ବର୍ଷା ! ବ୍ୟବସାୟ

17 ଅଗଷ୍ଟ 2020, ସୋମବାର- ମହାଦେବ ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ କରିବେ କୃପାର ବର୍ଷା ! ବ୍ୟବସାୟ

17 ଅଗଷ୍ଟ 2020, ସୋମବାର- ମହାଦେବ ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ କରିବେ କୃପାର ବର୍ଷା ! ବ୍ୟବସାୟ ଅର୍ଥବା କର୍ମକ୍ଷେତ୍ରରେ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ ।

ଆମେ ଆପଣଙ୍କୁ ୧୭ ଅଗଷ୍ଟ, ସୋମବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ପ୍ରତ୍ୟେକ ସମସ୍ୟା ଓ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ କରି କାର୍ଯ୍ୟ ହାସଲ କରିବେ । ମଙ୍ଗଳ ନିଜ ରାଶିରେ ଥିବାରୁ ସ୍ଵାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ବାଣିଜ୍ୟ ବ୍ୟବସାୟରେ ଟେନ୍‌ସନ ଲାଗି ରହିବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ କର୍ମକ୍ଷେତ୍ରରେ ପରିବେଶ ରୋମାଞ୍ଚକର ରହିବ । ଲୋକସମ୍ପର୍କ କ୍ଷୁଣ୍ଣ ହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହୋଇପାରେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ନିଜକୁ ଧନ୍ୟ ମନେ କରିବେ । ସହଧର୍ମୀଙ୍କ ସହ କିଛି ସମୟ ପାଇଁ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

କର୍ମସ୍ଥାନରେ ଏକାଧିକ ଗ୍ରହଙ୍କ ଦୃଷ୍ଟି ଯୋଗୁଁ ବହୁବିଧ କର୍ମରେ ଅନୁପ୍ରବେଶରୁ ବ୍ୟସ୍ତତା ବୃଦ୍ଧି ପାଇବ । ଅବହେଳା ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଅଫିସରେ ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ପ୍ରତିଷ୍ଠା ହେବ । ତା’ସଙ୍ଗେ ସଙ୍ଗେ ଅଫିସରେ ଗୁରୁଦାୟିତ୍ଵ ଅର୍ପଣ କରାଯାଇପାରେ । ସାମାଜିକ ତଥା ଜନକଲ୍ୟାଣ କାର୍ଯ୍ୟରେ ସହଭାଗୀତା କରିବେ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ପରକଥାରେ ପଡି ପରିବାରରେ କଳହ ସୃଷ୍ଟି ହୋଇପାରେ । କେତୁ ନକ୍ଷତ୍ରସ୍ଥ ମଙ୍ଗଳ ଯୋଗୁଁ ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବାର ସମ୍ଭାବନା ରହିଛି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । କର୍ମଭାବ ଶୁଭଦୃଷ୍ଟ ଯୋଗୁଁ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିବ ନାହିଁ । ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । ଦକ୍ଷତାର ସହ ପ୍ରତ୍ୟେକ କାର୍ଯ୍ୟକରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ଯୁକ୍ତିତର୍କ ପରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଯୋଗୁଁ ପାରିବାରିକ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ କୌଶଳକ୍ରମେ ସମାଧାନ କରିବେ ସକ୍ଷମ ହେବେ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କଲେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ ମନକୁ ଶାନ୍ତି ମିଳିବ । ଏକାଧିକଗ୍ରହ ରାଶିର ଦ୍ୱିତୀୟଭାବରେ ଅବସ୍ଥାନ କରିଥିବା ଯୋଗୁଁ ଆପଣ ଚିନ୍ତା କରୁଥିବେ ଗୋଟିଏ ଜିନିଷ କିନ୍ତୁ କହିବ ବେଳେ ଠିକ ତାର ଓଲଟ କହୁଥିବେ । ତେଣୁ କଥାବାର୍ତ୍ତା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ଅନ୍ୟଥା ବିବାଦର ଜାଲରେ ଫସି ଯାଇପାରନ୍ତି । ବାରମ୍ବାର ଚେଷ୍ଟାକରି ମଧ୍ୟ ଅଟକି ରହିଯାଉଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । କିନ୍ତୁ ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ଵାରା ଆପଣଙ୍କ ଆଶା ପୂରଣ ହୋଇପାରେ । ଚେଷ୍ଟା ଏଣେ ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଯୋଗେ ବହୁତ ଚିନ୍ତିତ ରହି ପାରନ୍ତି । ଶାରୀରିକ ପୀଡ଼ା ଯୋଗୁ ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଗ୍ରହସ୍ଥିତିର ଅନୁକୂଳତା ଯୋଗୁଁ ନୂତନ କର୍ମାରମ୍ଭ କରିବା ପାଇଁ ମନ ବଳାଇବେ । କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ ଓ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସିତ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କେତେକ ଦୀର୍ଘ ମିଆଦି ଯୋଜନାକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ସକ୍ଷମ ହେବେ । ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅନୁପସ୍ଥିତିକୁ କେନ୍ଦ୍ରକରି ମନ ଅଶାନ୍ତ ରହିପାରେ । ବିବାଦ, ଯୁକ୍ତିତର୍କ, ପ୍ରତିଦ୍ୱନ୍ଦ୍ୱିତା ଆଜି ଆପଣଙ୍କ ସପକ୍ଷରେ ଯାଇପାରେ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କେତେକାଂଶରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ପରିବର୍ତ୍ତିତ ସମୟ ଆପଣଙ୍କ ପାଇଁ ଦୁଃଶ୍ଚିନ୍ତା ସୃଷ୍ଟି କରିବାର ଆଶଙ୍କା ରହିଛି । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରି ପାରିବେ ନାହିଁ । ଅବଶ୍ୟ ସହକର୍ମୀମାନଙ୍କ ଦ୍ୱାରା ସହଜରେ କାମ ହାସଲ କରିପାରିବେ । ବ୍ୟବସାୟ ବାଣିଜ୍ୟକୁ ଭିତ୍ତି କରି ବ୍ୟସ୍ତତା ରହିବେ । ଅଫିସରେ ସହକର୍ମୀଙ୍କ ମଧ୍ୟରେ ପରସ୍ପର ସାହାଯ୍ୟ ସହଯୋଗ କରିବେ କିନ୍ତୁ ଅଫିସର ଆଲୋଚନା ବୈଠକରେ ସତ କଥା କହି ବିବାଦ ଗ୍ରସ୍ତକୁ ଫସି ଯାଇପାରନ୍ତି । ପାରିବାରିକ ଖର୍ଚ୍ଚ ଅଧିକ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ସପ୍ତମ କେନ୍ଦ୍ରସ୍ଥ ମଙ୍ଗଳ ଯୋଗୁଁ ଅନ୍ୟ ଦ୍ୱାରା ପ୍ରେରିତ କାର୍ଯ୍ୟ କରିବେ । ସମସ୍ୟାର ସରଳ ସମାଧନ କରିବା ପାଇଁ ଉଦ୍ୟମ କରି ସଫଳତା ପାଇବେ । ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁହୂର୍ତରେ ବିଗିଡି ଯିବାର ସମ୍ଭାବନା ରହିଛି । ବ୍ୟବସାୟ, ବାଣିଜ୍ୟରେ ଆଜି ବିଶେଷ ଲାଭ ନ ହେଲେ ମଧ୍ୟ କ୍ଷତି ହେବ ନାହିଁ । ଅଫିସରେ ଅଯଥା ବିରକ୍ତି ପ୍ରକାଶ କରିବା କିମ୍ବା ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ଏବଂ ମିଥ୍ୟା ଆରୋପ ଓ କଳଙ୍କ ମଧ୍ୟ ଲାଗିପାରେ । ପରିବାରରେ ସାଧାରଣ କଥାକୁ ନେଇ ତର୍କବିତର୍କ ଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବ । ସତର୍କରେ ନ ଚଳିଲେ ବିବାଦ ଘେରରେ ଛନ୍ଦି ହୋଇପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ରାଶିରେ ମଙ୍ଗଳଙ୍କ ଅବସ୍ଥାନ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ କିନ୍ତୁ ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଲାଗି ରହିବ । ଅଫିସରେ ପୂର୍ବରୁ ଅଟକିଥିବା କାର୍ଯ୍ୟ ସକାଶେ ଉଚ୍ଚାଧିକାରୀଙ୍କ ତରଫରୁ ଅଭିଯୋଗ ଆସିପାରେ । କିନ୍ତୁ ସହକର୍ମୀଙ୍କ ଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରି କାମକୁ ତ୍ୱରାନ୍ୱିତ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସୁବିଧାରେ ଲକ୍ଷ୍ୟ ହାସଲ କରିବେ କିନ୍ତୁ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପାରିବାରିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ତୃତୀୟସ୍ଥ ଶନି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟକଲେ ସଫଳତା ପାଇବେ । ନିଜ ପରିସରରେ ଅସ୍ଵାଭାବିକ ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତାର କାରଣ ହେବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀନ୍‌ମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ସମ୍ବନ୍ଧୀୟ କିଛି ଜରୁରୀ କାର୍ଯ୍ୟ ଅଧାରେ ଅଟକିଯିବ । ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ରାଶିରେ ଚାରୋଟି ଗ୍ରହ ସ୍ଵଗୃହୀ ହେତୁ ଯେକୌଣସି କାମ ହେଉନା କାହିଁକି ଆଖିଦୃଶିଆ ସଫଳତା ପାଇବେ । ଅବଶ୍ୟ ବାଣିଜ୍ୟ, ବ୍ୟବସାୟରେ ଆଶାତୀତ ଉନ୍ନତି କରିବେ । କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି କରିବେ । ଆକସ୍ମିକ ଭାବରେ ଜଣେ ସହକର୍ମୀ ଗୁଜବ ଖବର ଦେଇ ମାନସିକ ଶାନ୍ତିକୁ ଭଙ୍ଗ କରିପାରେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପାରିବାରିକ ସ୍ଥିତି ସମସ୍ୟା ମଧ୍ୟରେ ଗତି କରିବ କିନ୍ତୁ ଛୋଟ ଛୋଟ କଥାରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ସମସ୍ୟା ବଢ଼ିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

କେତେକ କ୍ଷେତ୍ରରେ ମନ ଭଲ ରହିବ ନାହିଁ । ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ, ମାତ୍ର ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ଡରିବାର କିଛି କାରଣ ନାହିଁ କହିଲେ ଚଳେ । ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଚାକିରୀରେ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିଥିବାରୁ ଦୃଢ଼ତା ରହିପାରିବ । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ ଯାହାକି କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିପାରେ । କୈାଣସି ଅତୀତ ଘଟଣା ବିଷୟରେ ଭାବପ୍ରବଣତା ଯୋଗୁ ସାୟାହ୍ନେ ନୈରାଶ୍ୟ ଅନୁଭବ କରିପାରନ୍ତି । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଭଗବାନଙ୍କୁ ଆରୋଧନ କରନ୍ତୁ ସମ୍ଭାବ୍ୟ ସଙ୍କଟ ଦୂର ହେବ । ଆଜି ଆପଣ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ରବି ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହୁଥିବାରୁ ଅଫିସ କାର୍ଯ୍ୟକୁ ନେଇ ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ । ଅଫିସର ସହକର୍ମୀମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ବାଣିଜ୍ୟ, ବ୍ୟବସାୟରେ ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହୋଇପାରନ୍ତି । ସାମାଜିକ ସ୍ତରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢେଇଦେବେ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥା କହି କାର୍ଯ୍ୟ ପୂରଣ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ମାଣିକେଶ୍ଵରୀ ।

Leave a Reply

Your email address will not be published. Required fields are marked *