17 ନଭେମ୍ବର 2019, ରବିବାର – ଆଜିଠାରୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ । ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସତର୍କତାର ସହ ରହିବାକୁ ପଡିବ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି ଆପଣ ସମ୍ୟକ ଭାବପ୍ରବଣ ହୋଇପାରନ୍ତି । କୃତ୍ତିକା ନକ୍ଷତ୍ର କର୍ମକ୍ଷେତ୍ରରେ ମଧ୍ୟ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ କିନ୍ତୁ ନୂଆ କାମ କରିବାରେ ନିବୃତ୍ତ ରହନ୍ତୁ । ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ । ଅଧିକାରୀଙ୍କ ବ୍ୟବହାରରେ କଷ୍ଟ ହେବ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ଶୁଭରଙ୍ଗ: ଧଳା । ଶୁଭସଂଖ୍ୟା : ୯ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ । କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ବ୍ୟବସାୟରେ ପୁଞ୍ଜି ଲଗାଇଲେ ଲାଭ ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ସାହିତ୍ୟ, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ମୃଗଶିରା ନକ୍ଷତ୍ରର ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବା ଆଶଙ୍କା ରହିଛି । ଆପଣଙ୍କ ପରିବାରରେ ପ୍ରସନ୍ନତା ବଜାୟ ରହିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ଆଶା । ଶୁଭରଙ୍ଗ: ଗୋଲାପୀ । ଶୁଭସଂଖ୍ୟା : ୧ । ଆରାଧନା: ଶ୍ରୀକୃଷ୍ଣ ।

ମିଥୁନ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ଆର୍ଦ୍ରା ନକ୍ଷତ୍ର ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ । ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ । କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ । ବେପାରରେ ଲାଭ ହେବ । ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ଆହ୍ଵାନ ଆସିବା ସମ୍ଭାବନା ରହିଛି । ସାମାନ୍ୟ ବିଳମ୍ବରେ ଅଭିଳଷିତ ଅର୍ଥ ପାଇବେ । ଶୁଭରଙ୍ଗ: ଲାଲ । ଶୁଭସ˚ଖ୍ୟା: ୫ । ଆରାଧନା: ମାଆ କାଳୀଜାଈ ।

http://sidhabhairabi.blogspot.com/

କର୍କଟ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟପ୍ରାପ୍ତିରେ ସହାୟକ ହେବ । କିନ୍ତୁ ଅଶ୍ଳେଷା ନକ୍ଷତ୍ର ଅଧିକାଂଶ ସମୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ । ବ୍ୟବସାୟ ବାଣିଜ୍ୟରେ ଆଶାଠୁଁ ଅଧିକ ଲାଭ ପାଇବେ । ବିବାହିତଙ୍କ ଲାଗି ଦିନଟି ବହୁତ ବଢ଼ିଆ ରହିବ । ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବାରୁ ଖୁସି ହୋଇପାରନ୍ତି । ଶୁଭରଙ୍ଗ: ଧୂସର । ଶୁଭସ˚ଖ୍ୟା: ୬ ।ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ: ଦିନଟି ସବୁ ଦୃଷ୍ଟିରୁ ଭଲ । ମଘା ନକ୍ଷତ୍ର ବ୍ୟକ୍ତିଙ୍କ ସକାଶେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିବ । ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ଭଲ ରହିବ । କୌଣସି କଳାତ୍ମକ ଜିନିଷ ପ୍ରତି ଆପଣଙ୍କର ଆକର୍ଷଣ ଅଧିକ ରହିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପୁରାତନ ରୋଗର ପୀଡ଼ା ଆପଣଙ୍କ ଦୃଢ଼ତାକୁ କେତେକାଂଶରେ କ୍ଷୁଣ୍ଣ କରିପାରେ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୨ । ଆରାଧନା: ମାଆ ବିରଜା ।

କନ୍ୟା: ମନ ଆନନ୍ଦ ଉଲ୍ଲାସ ରହିବ । ଚିତ୍ରା ନକ୍ଷତ୍ର ସକାଶେ ଅନ୍ୟମାନଙ୍କ ଦୃଷ୍ଟିକୋଣର ଭିନ୍ନତା ଓ ଅସଂଗତ ବିଚାରଧାରା ଆପଣଙ୍କ ପାଇଁ ଅହିତକର ହୋଇପାରେ । ଅଫିସରେ ସହକର୍ମୀ ସମେତ ଉଚ୍ଚଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣଙ୍କୁ କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିପାରେ । ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଘରେ ବନ୍ଧୁମିଳନ ଜନିତ ଆମୋଦ ପ୍ରମୋଦର ଆସର ଘଟିପାରେ । ଶୁଭରଙ୍ଗ: କଫିରଙ୍ଗ । ଶୁଭସ˚ଖ୍ୟା: ୭ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

https://freethoughtnation.com/

ତୁଳା: ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି । ବିଶାଖା ନକ୍ଷତ୍ର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟଥିତ ହେବେ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ପରିବାର, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭର ପ୍ରସ୍ତୁତିପର୍ବକୁ ପୂର୍ଣ୍ଣାଙ୍ଗ କରିପାରନ୍ତି । ପ୍ରେମରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଶୁଭସ˚ଖ୍ୟା: ୩ । ଆରାଧନା: ମାଆ ଭୈରବୀ ।

ବିଛା: ଆପଣ ପରିବାର ସହିତ କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି । ଅନୁରାଧା ନକ୍ଷତ୍ର ପରିସ୍ଥିତିକୁ ଆଖି ଆଗରେ ରଖି ମନ ବୁଝିଲାଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଆପଣଙ୍କୁ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିପାରିବା ଆଶା ରହିଛି । କାରବାରରେ ଲାଭର ଯୋଗ ରହିଛି । ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ । ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ କଳହର ସାମ୍‌ନା କରିବାକୁ ପଡ଼ିବ । ଅନିୟମିତ ଆହାର ଯୋଗୁ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ଶୁଭରଙ୍ଗ: ଗୋଲାପୀ । ଶୁଭସ˚ଖ୍ୟା: ୯ । ଆରାଧନା: ମହାଲକ୍ଷ୍ମୀ ।

ଧନୁ: କୌଣସି ଜରୁରୀ କାମ ଧନ୍ଦାରେ ଯାତ୍ରାର ଯୋଗ ରହିଛି । ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ଓ ସାଧନା ଦିଗକୁ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ । ରାଜନୀତି ତଥା ପ୍ରଶାସନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୪ । ଆରାଧନା: ହର ପାର୍ବତୀ ।

https://www.harivara.com

ମକର: ଆଜି ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ । ଶ୍ରବଣା ନକ୍ଷତ୍ର ଦିନର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ । ଅଫିସରେ କୌଣସି କାମକୁ ନେଇ ଆପଣଙ୍କୁ ପ୍ରଶଂସା ମିଳିବ । ଅଚାନକ ଧନପ୍ରାପ୍ତି ହେବ । ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହେବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ମଧ୍ୟସ୍ଥଙ୍କୁ ଅନୁନୟ ବିନୟ ହୋଇପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଶୁଭସ˚ଖ୍ୟା: ୩ । ଆରାଧନା: ମାଆ ବିମଳା ।

କୁମ୍ଭ: ଆଜି ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି । ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ରାଜନୀତିରେ ମହାତ୍ତ୍ଵାକାଂକ୍ଷା ପୂରା ହେବ । ବ୍ୟବସାୟରେ ମନ ମୁତବକ ସଫଳତା ପାଇବେ । ଅସୁବିଧା ନ ହେଲେ ମଧ୍ୟ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାଜନିତ ଆଶଙ୍କା କରି ମନ ଅସ୍ଥିର ରହିବ । ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢ଼ିଯାଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୮ । ଆରାଧନା: ଶ୍ରୀକୃଷ୍ଣ ।

ମୀନ: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ । ରେବତୀ ନକ୍ଷତ୍ରର ଅର୍ଥଲାଭ ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ ଯୋଗ ରହିଛି । ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ । ବୈ‌ଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ଆପଣ ଦାୟିତ୍ଵ ନିର୍ବାହରେ ସଫଳ ହେବେ । ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ । ସାମୟିକ ସ୍ଵାସ୍ଥ୍ୟହାନି ଯୋଗୁ ମନରେ ସରସତା ରହିବା ନାହିଁ । ଶୁଭରଙ୍ଗ: ବାଦାମୀ । ଶୁଭସ˚ଖ୍ୟା: ୭ । ଆରାଧନା: ମାଆ ସମଲେଶ୍ଵରୀ ।

Be the first to comment

Leave a Reply

Your email address will not be published.


*