16 ଜୁଲାଇ 2020, ଗୁରୁବାର- ସୂର୍ଯ୍ୟଦେବଙ୍କ କର୍କଟ ରାଶିରେ ଗୋଚର । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । ମନୋବାଞ୍ଛା

16 ଜୁଲାଇ 2020, ଗୁରୁବାର- ସୂର୍ଯ୍ୟଦେବଙ୍କ କର୍କଟ ରାଶିରେ ଗୋଚର । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । ମନୋବାଞ୍ଛା ପୂରଣ ହେବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ରାଶିରେ ବୁଧଙ୍କ ଅବସ୍ଥିତି ଯୋଗୁଁ ବନ୍ଧୁଙ୍କ ସହାୟତାରେ ଅର୍ଥ ଲାଭ ଅବଶ୍ୟମ୍ଭାବୀ ଅଟେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରି ନିଅନ୍ତୁ ନତୁବା ପରେ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ପୁରୁଣା ବନ୍ଧୁଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା କରିବେ, ବନ୍ଧୁମାନଙ୍କ ପ୍ରଶଂସା ସୂଚକ ବାକ୍ୟ ଆପଣଙ୍କୁ ଭାବ ବିଭୋର କରାଇପାରେ । ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ । ତେଣୁ ଅନ୍ୟର ବ୍ୟକ୍ତିଗତ ବା ବିବାଦୀୟ ଘଟଣାରେ ମୁଣ୍ଡ ନ ପୁରାଇବା ଭଲ ହେବ । ଦାମ୍ପତ୍ୟ ଜୀବନରେ ସମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ, ସମସ୍ତ ବାଧା ବିଘ୍ନ ଦୂରେଇ ଯିବ । ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁମାନଙ୍କ ଆଶ୍ୱାସନାରୁ ମନ ବଦଳିଯିବ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢାଇ ଦେଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ଅନାଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । ସହକର୍ମୀ କିମ୍ବା ବନ୍ଧୁଙ୍କ ନିକଟରୁ ଧାରା କରଜ କରିବାକୁ ପଡିବ । ପରିବାର ସଦସ୍ୟଙ୍କ ସହିତ କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା : ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ । କେନ୍ଦ୍ରାଧିପ କୋଣଭାବସ୍ଥ ହେତୁ ରହିଥିବାରୁ ଆଜିର କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେଇ ପାରିବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା । ଚାକିରି କରୁଥିବା ବ୍ୟକ୍ତିମାନେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା କିନ୍ତୁ ଶାରୀରିକ ପରିଶ୍ରମ ଜନିତ କ୍ଳାନ୍ତି ଅନୁଭବ କରିବେ । ସମାଜରେ ବାକ୍‌ ଅସଂଯମତା ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ସ୍ତ୍ରୀଙ୍କ ଦେହ ଅସୁସ୍ଥା ହେତୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଭଲ ରହିବ କିନ୍ତୁ ବୁଧ ଷଡ଼ାଷ୍ଟକ ସ୍ଥିତିରେ ଥିବା ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ଚେଷ୍ଟା କରୁଥିବା କାମଗୁଡିକ ସହଜରେ ହୋଇ ପାରିବ ନାହିଁ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେ କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ବିଭିନ୍ନ ପ୍ରକାର ଅସ୍ଵାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ । କାମ ହାସଲ କରିବା ସକାଶେ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ କିନ୍ତୁ ଧୀରେ ସୁସ୍ଥେ କରିବା ଭଲ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ଲାଗି ଅନୁକୂଳ । ଆଜି ଚତୁର୍ଥକେନ୍ଦ୍ରସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ ଦିନ ମଧ୍ୟରେ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । କୌଣସି ଉନ୍ନତିମୂଳକ କାମ ଲାଗି ମୋଟାଅଙ୍କର ଅର୍ଥ ଆବଶ୍ୟକ ପଡ଼ିପାରେ । ଅଫିସରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ନିଜର ସ୍ଵଭାବ ଓ ବ୍ୟବହାରରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ । ଭାଗ୍ୟ ଓ କର୍ମସ୍ଥାନରେ ଏକାଧିକ ଗ୍ରହର ପ୍ରଭାବ ଯୁକ୍ତ ହେତୁ ଆପଣଙ୍କ ଆଶା ପୂରଣ ଅବଶ୍ୟ ହୋଇପାରିବ । କର୍ମକ୍ଷେତ୍ରରେ ବିଶ୍ଵାସ ଓ ନିଷ୍ଠାର ସହ କାର୍ଯ୍ୟକରି ପ୍ରଶଂସିତ ହେବେ କିନ୍ତୁ ଆଜି ପାଖ ପଡୋଶୀ କିିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଗୃହ ସଜ୍ଜା, ଘରେ ରହିଥିବା ପୁରୁଣା ଜିନିଷକୁ ସଜାଡିବାରେ ମନୋନିବେଶ କରିପାରନ୍ତି । ଆର୍ଥିକ ଅବସ୍ଥାରେ ସୁଧାର ଆସିବା ଫଳରେ ମନ ଖୁସୀ ରହିବ । ଆକସ୍ମିକ ଭାବେ କୌଣସି ବନ୍ଧୁଙ୍କ ସହ ମତାନ୍ତର ଘଟିବା ଫଳରେ ମନରେ ସରସତା ରହିବ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ଚନ୍ଦ୍ର ସମେତ ରାଶିରେ ଏକାଧିକ ଗ୍ରହ ଦୃଷ୍ଟି ଅବଲୋକନ କରୁଥିବା ଯୋଗୁଁ କାର୍ଯ୍ୟରେ ବାଧାବିଘ୍ନ ଦେଖାଦେଇପାରେ । ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି କାରଣରୁ ପାଖ ମାଡିବେ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗରୁ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବା ଫଳରେ ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରଣଫଳ ପ୍ରଦାନ କରିବ । ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଵାସ୍ଥ୍ୟ ସମସ୍ୟାରେ ସୁଧୁରି ଆସିବ । ଅଫିସରେ ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ କିନ୍ତୁ ଅଧସ୍ତନ କର୍ମଚାରୀଙ୍କ ଭୁଲ୍‌ କାମରୁ ଅଫିସରେ ସମସ୍ୟାରେ ପଡ଼ିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷମାନେ ନିଜର ଲକ୍ଷ୍ୟ ହାସଲ କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ପରିବାରର କେତେକ ବ୍ୟତିକ୍ରମ ଦେଖାଦେଇପାରେ । ଆର୍ଥିକ ସମସ୍ୟାକୁ ସମସ୍ୟାକୁ ନେଇ ପରିବାର ମଧ୍ୟରେ କଳହ ଦେଖାଦେବ । ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ, ଯାହାଫଳରେ ମନବଳ ଦୃଢ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନରେ ଆତ୍ମବିଶ୍ଵାସ ଅତୁଟ ରହିବ । ଶୁକ୍ରଙ୍କ ଶୁଭଦୃଷ୍ଟି ଯୋଗୁଁ ସାମାଜିକ ସ୍ତରରେ ସମ୍ମାନିତ ହେବ ସଙ୍ଗେ ସଙ୍ଗେ ସ୍ଵର୍ଣ୍ଣ ଅଳଙ୍କାର, ଯାନବାହାନ ପ୍ରାପ୍ତିର ଯୋଗ ରହିଛି । ଶତୃମାନେ ମିତ୍ରତାର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ଲାଗିରହିଥିବା ସମସ୍ୟାଗୁଡିକ ଦୂର ହୋଇପାରେ । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ଆମୋଦ-ପ୍ରମୋଦ ସମ୍ବନ୍ଧିତ ବସ୍ତୁକୁ କିଣିବା ଯୋଗୁଁ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ, କାରଣ କିଛି ଭୁଲ ବୁଝାମଣା ଯୋଗୁଁ ଆପଣ ଏବଂ ଆପଣଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ କଳି ହୋଇପାରେ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ; ସଫଳତା ପାଇବେ । ଆଜି କୌଣସି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରିବେ ନାହିଁ । ଶୁକ୍ର ପ୍ରଭାବରୁ ଅପୂରଣୀୟ ଆଶା ଓ ଅର୍ଥର ଅଭାବ ପୂରଣ ହେବା ସଙ୍ଗେ ସଙ୍ଗେ ସ୍ଥଗିତ କାର୍ଯ୍ୟ ଓ ମାନସିକ ସ୍ଥିତିରେ ଆଶାର ଝଲକ ପରିଲକ୍ଷିତ ହେବ । ଧୌର୍ଯ୍ୟର ସହ ପ୍ରତିଟି କାର୍ଯ୍ୟ ସମାପନ କରିବେ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ବ୍ୟବସାୟରେ ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ । ସାମାଜିକ ଆୟୋଜନରେ ସହଭାଗିତା କରିବେ । ସଭା ସମିତିରେ ପ୍ରଶଂସିତ ହେବେ । ଉତ୍ତେଜନା ମୂଳକ ପରିସ୍ଥିତରେ ନୀରବତା ରକ୍ଷାକରି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିନେବା ଉତ୍ତମ ହେବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ହସ ଖୁସିରେ ବିତାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ଡୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ଓ ଆତ୍ମ ବିଶ୍ୱାସ ଅତୁଟ ରହିବ । ଆଜି ବୃହସ୍ପତି ରବିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଶ୍ଚିତ ଫଳବତୀ ହୋଇପାରିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଅସାବଧାନତା ଓ ଅନ୍ୟମନସ୍କତା ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ, ନଚେତ୍ କ୍ଷତିରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନୀରବତା ରହିବା ଶ୍ରେୟସ୍କର ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ନାରାୟଣ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ସ୍ୱଭାବ ଉଚ୍ଚମାନର ରହିବ, ମନ ଖୁସି ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ । ଏକାଦଶସ୍ଥ ଶନି ହେତୁ ଆକସ୍ମିକ ଭାବରେ ଜଣେ ନୀଚଜାତିର ବ୍ୟକ୍ତିଙ୍କ ଅବଦାନ ଭୁଲିପାରିବେ ନାହିଁ । ବାଦବିବାଦ ସମାଧାନ କରିବାରେ ସଫଳତା ମିଳିବ । ବ୍ୟବସାୟୀମାନଙ୍କର ବକେୟା ଆର୍ଥ ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ ଏବଂ ନୂଆ ନେଣଦେଣ ହୋଇପାରେ । ସହଭାଗୀତାଙ୍କ ପ୍ରତି ସତର୍କ ରୁହନ୍ତୁ । ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ଯାଏଁ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ନିଜର ଆତ୍ମୀୟ ତଥା ସମଶ୍ରେଣୀୟ ବ୍ୟକ୍ତିମାନଙ୍କ ଈର୍ଷାର ପାତ୍ର ହେବାକୁ ପଡ଼ିପାରେ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *