ଭାରତ ସରକାର ୫୯ଟି ଚାଇନା ଏପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ହୁଏତ ଏହି ଲିଷ୍ଟରେ ଥିବା ଏପ୍ ଗୁଡିକ ମଧ୍ୟରୁ ‘ଟିକ୍ ଟକ୍’ ପରେ ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟ ଏପ୍ ‘ପବଜୀ ମୋବାଇଲ୍'(PUBG Mobile) ଅଟେ, କିନ୍ତୁ ସୋସିଆଲ୍ ମିଡିଆରେ ପବଜୀକୁ ମଧ୍ୟ ବ୍ୟାନ୍ କରିବାକୁ ଦାବି କରାଯାଇଛି ।

ପବଜୀ ଉପରେ ପ୍ରତିବନ୍ଧକ ଲଗାଇବାର ଦାବି ଚାଇନିଜ୍ କନେକ୍ସନ୍ କାରଣରୁ ନୁହେଁ, ବରଂ ଏହି ଗେମ୍ ପଛରେ ପାଗଳ ହେଉଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ହେତୁ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ, ପବଜୀ ମୋବାଇଲ୍ ଖେଳିବାକୁ ଯାଇ ଜଣେ ୧୭ ବର୍ଷୀୟ ପିଲା ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ଦୁଇ ଲକ୍ଷ ନୁହେଁ ବରଂ ପୁରା ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏହି ଘଟଣା ପଞ୍ଜାବର ଖରଡ଼ ସହରର ଅଟେ ।

ଟ୍ରିବ୍ୟୁନ ଇଣ୍ଡିଆର ରିପୋର୍ଟ ମୁତାବକ, ସେହି ପିଲାର ବାପା ଏହି ଟଙ୍କା ମେଡ଼ିକାଲ୍ ଖର୍ଚ୍ଚ ପାଇଁ ରଖିଥିଲେ ଯାହାକୁ ତାଙ୍କ ପୁଅ ନିଜର ପବଜୀ ଆକାଉଣ୍ଟକୁ ଅପଗ୍ରେଡ୍ କରିବାରେ ଖର୍ଚ୍ଚ କରିଦେଇଛି । ରିପୋର୍ଟରେ କୁହାଯାଇଛି, ପିଲାଟି ନିଜ ସାଙ୍ଗ ମାନଙ୍କର ଆକାଉଣ୍ଟକୁ ମଧ୍ୟ ଅପଗ୍ରେଡ୍ କରିବା ପାଇଁ ଟଙ୍କା ଖର୍ଚ୍ଚ କରିଛି । ବ୍ୟାଙ୍କ ଷ୍ଟେଟମେଣ୍ଟରେ ପଇସା ଖର୍ଚ୍ଚ ହେବା ବିଷୟରେ ସୂଚନା ମଧ୍ୟ ମିଳିଛି ।

ପିଲାଟିର ବାପା ଜଣେ ସରକାରୀ କର୍ମଚାରୀ ଅଟନ୍ତି ଏବଂ ତାଙ୍କର ମେଡ଼ିକାଲ୍ ସମ୍ବନ୍ଧ ମଧ୍ୟ ରହିଛି । ପିଲାଟିର ବାପା କହିଛନ୍ତି ଯେ, ସେ ବାହାରେ ଚାକିରୀ କରନ୍ତି ଏବଂ ତାଙ୍କ ପୁଅ ନିଜ ମାଁ ସହିତ ଗାଁରେ ରହେ । ପିଲାଟି ସମସ୍ତ ଟ୍ରେଜେକ୍ସନ୍ ନିଜ ଫୋନରୁ ହିଁ କରିଛି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଘର ଲୋକଙ୍କୁ ମିଛ କହି ସେ ଏକ ମୋବାଇଲ୍ ରିପେରିଙ୍ଗ୍ ଦୋକାନକୁ କାମ କରିବାକୁ ଯାଉଥିଲା, ଯେଉଁଠି ସେ ଦିନସାରା ଗେମ୍ ଖେଳୁଥିଲା । ଯେବେକି ତାଙ୍କ ବାପା ତାଙ୍କୁ ପାଠ ପଢ଼ିବା ପାଇଁ ମଧ୍ୟ କୌଣସି ମୋବାଇଲ୍ କିଣି ଦେଇନଥିଲେ ।

ଏମିତିରେ ଏହି ପବଜୀ ମୋବାଇଲ୍ ଗେମ୍ ନିଶାର ଏହା ପ୍ରଥମ ଖବର ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ପ୍ରକାରର ରିପୋର୍ଟ ସମ୍ନାକୁ ଆସିଛି । ଗତ ବର୍ଷ ଜଣେ ପିଲା ପବଜୀ ଗେମ୍ ଖେଳରେ ଏତେ ମଜ୍ଜି ଯାଇଥିଲା ଯେ, ସେ ପାଣି ବଦଳରେ ଏସିଡ୍ ପିଇଯାଇଥିଲା । ଏହାବ୍ୟତୀତ ଜାମ୍ମୁ କାଶ୍ମୀରରେ ଏକ ପିଲାର ପବଜୀ ଗେମ୍ କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇଥିଲା ।