16 ନଭେମ୍ବର 2020, ସୋମବାର- ଏହି ୭ଟି ରାଶିର ବ୍ୟକ୍ତିଙ୍କ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ପୂର୍ଣ୍ଣ ହେବ ସମସ୍ତ

16 ନଭେମ୍ବର 2020, ସୋମବାର- ଏହି ୭ଟି ରାଶିର ବ୍ୟକ୍ତିଙ୍କ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଛା !

ଆଜି ଆମେ ଆପଣଙ୍କୁ ୧୬ ନଭେମ୍ବର ସୋମବାର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣ ନୀରବ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ; ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ । କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ରହିବ ନାହିଁ । ମହତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବେ କିନ୍ତୁ ସମ୍ମାନ ଓ ପ୍ରଶଂସାର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । ସାମାଜିକ ସ୍ତରରେ କୈାଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ମନରେ କିଛି ଆଶଙ୍କା ଉପୁଜିପାରେ । ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟା ଦେଖା ଦେଇପାରେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ସନ୍ତୋଷୀମାତା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଧ୍ୟାତ୍ମିକ ଦିଗରେ ଆପଣଙ୍କ ମନ ଲାଗି ରହିବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । କିନ୍ତୁ ଅଫିସ କାମର ବୋଝ ଟିକେ ଅଧିକ ହୋଇପାରେ । ଅଫିସ ପରିସର ମଧ୍ୟରେ ଆୟୋଜିତ ବୈଠକରେ ନିଜ ଯୁକ୍ତିଯୁକ୍ତ ମନ୍ତବ୍ୟ ଉପସ୍ଥାନ କରି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ପରୋକ୍ଷ ଶତ୍ରୁତା ଯୋଗୁଁ ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ । ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ପାରିବାରିକ ସୁଖ ସଙ୍ଗେ ସଙ୍ଗେ ସହଧର୍ମୀଙ୍କ ସହିତ ପ୍ରେମ ଆଳାପରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ସାବଧାନତାର ସହ ଜଗିରହି କାର୍ଯ୍ୟ ସମ୍ପାଦନ କରନ୍ତୁ । ଅପରାହ୍ନେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟନଷ୍ଟ ହେବାର ସୂଚନା ରହିଛି । ଆର୍ଥିକ ସ୍ଵଚ୍ଛଳତା ମାନ୍ଦା ରହିଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଦିନଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ । ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ । ମଧ୍ୟାହ୍ନରେ କର୍ମକ୍ଷେତ୍ରରେ କିଛି ଦୁଃଶ୍ଚିନ୍ତା ସୃଷ୍ଟି କରିବାର ଆଶଙ୍କା ରହିଛି । ଦ୍ୱନ୍ଦ୍ୱଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିନେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚ୍ୟାତପ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ଓ ଉଚ୍ଚାଧିକାରୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ବ୍ୟବସାୟ ବୃଦ୍ଧି ଲାଗି ନୂତନ ପନ୍ଥା ଆପଣାଇବେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଋଣରୁ ମୁକ୍ତି ହେବା ପାଇଁ ଯୋଜନା କରିବେ କିନ୍ତୁ ପରିବାରରେ ଅଯଥା ଖର୍ଚ୍ଚ ହେବା ଯୋଗୁଁ ମନରେ ସରସତା ରହିବା ନାହିଁ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ । ଅନ୍ୟର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ, ଅନ୍ୟଥା ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଫଳ ପ୍ରଦାନ କରିବ । ମନକଥା ମନରେ ଗୋପନ ରଖି ଅନ୍ୟର ମନ ଜିଣିଲା ଭଳି କଥା କହି କାମ ହାସଲ କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷା ଯୋଗୁଁ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମଧରେ ଆତ୍ମୀୟମାନେ ସହଯୋଗ କରିବେ । ଆପଣ ଭାବିଥିବା କାମ ପୂରା ହୋଇପାରେ । ରାଜନୀତିରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ଯୋଗଦାନ କରି, ଲୋକ ପ୍ରିୟ ହୋଇପାରନ୍ତି । ଆଜିର ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ଆଶଙ୍କା ରହିଛି । ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ନିଜ ଉପରେ ବିଶ୍ଵାସ ରଖନ୍ତୁ ଏବଂ ନିଷ୍ଟାର ସହ କାର୍ଯ୍ୟ କରନ୍ତୁ । ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଉଦବେଗ ପ୍ରକାଶ କରିବ । କେତେକ ଅଭାବନୀୟ ପରିସ୍ଥିତି ସଙ୍ଗକୁ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ଅଫିସ କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତିି ପ୍ରକାଶ କରିପାରନ୍ତି । ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । ଆକସ୍ମିକ ଆବଶ୍ୟକତା ପୂରଣ ଦିଗରେ ଜଣେ ବନ୍ଧୁ ସହଯୋଗର ହାତ ବଢାଇବ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ସକାଶେ, କର୍ମକ୍ଷେତ୍ର ପ୍ରତି ଉଦାସୀନ ମନୋଭାବ ରହିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ପାଇ ଆର୍ଥିକ ସ୍ଥିତିକୁ ସୁଧାରିବାରେ ସକ୍ଷମ ହୋଇପାରିବେ । ଜାଣିଶୁଣି ନିକଟ ସମ୍ପର୍କୀୟ ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରିପାରନ୍ତି । ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରାଜନିତ ଚିନ୍ତା ବଢ଼ିପାରେ । ଅଧିକାଂଶ ସମୟ ସ୍ଵାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ସବୁଜ । ଆରାଧନା:ବିମଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ପୂଜାପାଠରେ ଅଧିକ ସମୟ ବିତିବ । ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡିପାରନ୍ତି । କେତେକ କ୍ଷେତ୍ରରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲେ ମଧ୍ୟ ଓଲଟା ଫଳ ମିଳିବ । ଯାହାକୁ ନିଜର ବୋଲି ଖୋଲା ମନରେ ଗୋପନୀୟ କଥା କହିବେ, ସେ ଦୁର୍ବଳତାର ସୁଯୋଗ ନେଇ ଫାଇଦା ଉଠାଇପାରେ । ବ୍ୟବସାୟରେ ସ୍ଥିତି ପ୍ରାୟତଃ ଭଲ ରହିବ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ କିନ୍ତୁ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ଅନ୍ୟମାନେ ସମାଲୋଚିତ କରିବେ । ମାନସିକ ଦୁଶ୍ଚିନ୍ତାଜନିତ ଯୋଗୁଁ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ମାନସିକ ଶାନ୍ତି ବଜାୟ ରହିବ କିନ୍ତୁ ଆକସ୍ମିକ ବ୍ୟୟବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ସକାଳୁ ସକାଳୁ ପିଲାଙ୍କ ସ୍ଵାସ୍ଥ୍ୟ ସକାଶେ ଚିନ୍ତିତ ରହିବେ । ଆଜିର ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନ ନ ଥିଲେ ମଧ୍ୟ ଘରୋଇ ସମସ୍ୟାକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଯୋଗୁଁ ମନରେ ସରସତା ରହିବ ନାହିଁ । ସଭାସମିତିରେ ଯୋଗ ଦେଲେ ମଧ୍ୟ ଅନ୍ୟର ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଆର୍ଥିକ ସଙ୍କଟ ଓ ସ୍ୱାସ୍ଥ୍ୟ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ । ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢେଇ ଦେବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିପାରେ । ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହିବ ନାହିଁ । କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ । ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆକସ୍ମିକ ଭାବେ ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ବୃହସ୍ପତିଙ୍କ ଶୁଭତ୍ୱରୁ ସ୍ଥଗିତ ଥିବା କାର୍ଯ୍ୟକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । ବ୍ୟବସାୟ ବାଣିଜ୍ୟରେ ସାମୟିକ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ଟିକିଏ ଟିକିଏ କଥାରେ ଉତେଜିତ ହୋଇ ପଡିବା ଦ୍ୱାରା ସମସ୍ୟା ଭିନ୍ନ ରୂପ ନେଇପାରେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସର କାର୍ଯ୍ୟଭାରକୁ ନେଇ ଚିନ୍ତିତ ରହିବେ । ପାରିବାରିକ ସୁଖ ସମୃଦ୍ଧିରେ, ମୁଖ୍ୟ ଭୂମିକା ତୁଲାଇବେ କିନ୍ତୁ ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କବିତର୍କର ଆଶଙ୍କା ରହିଛି । ଅନ୍ୟର ବିବାଦୀୟ ପରିସ୍ଥତିରେ ମୁଣ୍ଡ ପୁରନ୍ତୁ ନାହିଁ, ନଚେତ ପରିସ୍ଥିତି ଆପଙ୍କ ବିପକ୍ଷରେ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଯୋଗୁଁ ମନ ସାମୟିକ ବିଚଳିତ ରହିବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିିତା କ୍ରମଶଃ ବୃଦ୍ଧି ପାଇବ । ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ଗତକାଲି ଘଟି ଯାଇଥିବା ଘଟଣାର ପୁନରାବୃତ୍ତି ହୋଇପାରେ । ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ଆର୍ଥିକ ନେଣଦେଣକୁ ଭିତ୍ତି କରି ନିକଟ ସମ୍ପର୍କୀୟଙ୍କ ସହ ମତାପର୍ଥ୍ଯାକ୍ୟ ଦେଖାଦେଇପାରେ । ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

Be the first to comment

Leave a Reply

Your email address will not be published.


*