16 ନଭେମ୍ବର 2019, ଶନିବାର – ରାଶିଫଳ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମିଳିବ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବ ନାହିଁ । ପରିବାରରେ ଅଶାନ୍ତି ଦୂରହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି । ଶୁଭରଙ୍ଗ: ସବୁଜ । ଶୁଭସଂଖ୍ୟା : ୪ । ଆରାଧନା: କାଳୀ ।

ବୃଷ: ଦିନଟି ଶୁଭଦାୟକ ରହିବ । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ବ୍ୟବସାୟରେ ପୁଞ୍ଜି ଲଗାଇଲେ ଲାଭ ମିଳିପାରେ । ଶିଳ୍ପ, ବାଣିଜ୍ୟ ଓ ଏଜେନ୍ସିପରୁ ଖୁସି ରହିବେ । ଅଫିସରେ ଟେନ୍‌ସନ କମିଯିବ, ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ଆଶା । ଶୁଭରଙ୍ଗ: ଧଳା । ଶୁଭସଂଖ୍ୟା : ୯ । ଆରାଧନା: ଶିବ ।

ମିଥୁନ: ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ସୁଯୋଗ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଆକସ୍ମିକ ଭାବରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି । ଇଚ୍ଛା ଅନୁଯାୟୀ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ । ପରିବାରର ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧିପାଇବା କାରଣରୁ ଚିନ୍ତାପ୍ରକଟ କରିବେ । ଶୁଭରଙ୍ଗ: ଲାଲ । ଶୁଭସ˚ଖ୍ୟା: ୭ । ଆରାଧନା: ଦୁର୍ଗା ।

http://sidhabhairabi.blogspot.com/

କର୍କଟ: ଅତ୍ୟଧିକ ଭାବପ୍ରବଣତା କାରଣରୁ କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‌ ଭାବରେ ସାମ୍‌ନା କରିବାର ସାହସ ରହି ପାରିବ ନାହିଁ । ଅଫିସରେ ଆପଣଙ୍କ କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସିତ କରିବେ । ବ୍ୟବସାୟ ଜନିତ ଦୂର ଯାତ୍ରା‌ କରିବାକୁ ପଡିପାରେ । ଧନ ସଂକ୍ରାନ୍ତରେ ସ୍ଥିତି ଠିକ୍‌ ରହିବ । ଖୁସିରେ ଅଧିକ ଖର୍ଚ୍ଚ କରିପାରନ୍ତି । ଶୁଭରଙ୍ଗ: ଆକାଶିନୀଳ । ଶୁଭସ˚ଖ୍ୟା: ୧ । ଆରାଧନା: ସମଲେଶ୍ଵରୀ ।

ସିଂହ: ସମାଜରେ ମାନ-ସମ୍ମାନ ବଢ଼ିବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ବ୍ୟବସାୟ, ପରିବହନ ଶିଳ୍ପ, ବାଣିଜ୍ୟ, ସକାଶେ ଦିନଟି ବହୁତ ଭଲ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ବୈବାହିକ ଜୀବନ ସୁଖକର । ସ୍ଵାଦିଷ୍ଠ ଖାଦ୍ୟ ଭୋଜନ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୭ । ଆରାଧନା: ବିରଜା ।

କନ୍ୟା: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା । ଅଫିସରେ ସହକର୍ମୀମାନେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବେ । ଅର୍ଥ ସମସ୍ୟା ଯୋଗୁ ମନ ଭଲ ରହିବ ନାହିଁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଇନ ଅଦାଲତରୁ ସୁଫଳ ପାଇବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ରୋଗରେ କଷ୍ଟ ପାଇବେ । ଆତ୍ମୀୟସ୍ଵଜନଙ୍କ ପାଇଁ ଚିନ୍ତା ବଢ଼ିପାରେ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୪ । ଆରାଧନା: ଶ୍ରୀଜଗନ୍ନାଥ ।

https://freethoughtnation.com/

ତୁଳା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ । କର୍ମକ୍ଷେତ୍ରରେ ବହୁ କାମ ହାତକୁ ନେଇ ବ୍ୟଥିତ ହେବେ । ସଭାସମିତିରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ । ଅପରାହ୍ନରେ ଜଣେ ବନ୍ଧୁ ଖୁସି ଖବର ନେଇ ଆସିପାରେ । ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ । ଶୁଭରଙ୍ଗ: ବାଦାମୀ । ଶୁଭସ˚ଖ୍ୟା: ୩ । ଆରାଧନା: ଭୈରବୀ ।

ବିଛା: ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ । ଏଜେନ୍ସିପ୍‌, ରାଜନୀତି, ନୂତନ କର୍ମାରମ୍ଭ, କଳା ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ । କୌଣସି ନୂତନ ବନ୍ଧୁଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇପାରେ । ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ନୂତନ କର୍ମାରମ୍ଭ, ବ୍ୟବସାୟ ଓ ନିର୍ମାଣମୂଳକ କାମରେ ସୁଫଳ ପାଇବେ । ପରିବାରରେ ପରିଜନଙ୍କ ସ୍ଵାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ବିଚଳିତବୋଧ କରିପାରନ୍ତି । ଶୁଭରଙ୍ଗ: ବାଦାମୀ । ଶୁଭସ˚ଖ୍ୟା: ୫ । ଆରାଧନା: ସମଲେଶ୍ଵରୀ ।

ଧନୁ: ନିଜ ବୃତ୍ତିରେ ସଫଳତା ମିଳିବ ଓ ଲାଭବାନ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ରୋକ୍‌ଠୋକ୍‌ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ । କର୍ମକ୍ଷେତ୍ରରେ ସହକର୍ମୀ, ପରିବାରରେ ଭାଇଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ । ବ୍ୟବସାୟ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ । ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୮ । ଆରାଧନା: ଅମ୍ବିକା ।

https://www.harivara.com

ମକର: ଖର୍ଚ୍ଚାନ୍ତ ହୋଇ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ । ଅନ୍ୟ ସହିତ କଥା କହିବା ବେଳେ ଏବଂ ଯାତାୟାତ ସମୟରେ ସତର୍କ ରୁହନ୍ତୁ । ଯେକୌଣସି ପ୍ରକାରେ ହେଉ ନା କାହିଁକି ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ଶୁଭରଙ୍ଗ: ଇଷତ୍ ହଳଦିଆ । ଶୁଭସ˚ଖ୍ୟା: ୧ । ଆରାଧନା: ମହାଦେବ ।

କୁମ୍ଭ: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ । କିଛି ଚିନ୍ତା କରନ୍ତୁ ନାହିଁ, ନିକଟ ଭବିଷ୍ୟତରେ ଆପଣଙ୍କ ଆଶା ଓ ଅଭିଳାଷ ଅବଶ୍ୟ ପୂରଣ ହୋଇଯିବ । ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ । ପରିବାରବର୍ଗଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି । ଶୁଭରଙ୍ଗ: ଧୂସର । ଶୁଭସ˚ଖ୍ୟା: ୮ । ଆରାଧନା: ଶାରଳା ।

ମୀନ: ଆଜି ଆପଣଙ୍କୁ ନୂଆ ସୁଯୋଗ ମିଳିବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବା ଫଳରେ କାର୍ଯ୍ୟ ଗୁଡିକ ଯଥାଚିତ ସମୟରେ ସମ୍ପର୍ଣ୍ଣ ହୋଇଯିବ । ରାଜନୀତିରେ ସଫଳତା ମିଳିପାରେ । ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ନେବାରେ ସମର୍ଥ ହେବେ । ଜୀବନସାଥୀଙ୍କ ସହ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଗାଢ଼ ଲାଲ । ଶୁଭସ˚ଖ୍ୟା: ୭ । ଆରାଧନା: ତାରିଣୀ ।

Be the first to comment

Leave a Reply

Your email address will not be published.


*