15 ନଭେମ୍ବର 2020, ରବିବାର- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବେ । ଆର୍ଥିକ କ୍ଷେତ୍ରରେ ସୁଧାର

15 ନଭେମ୍ବର 2020, ରବିବାର- ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ରହିବ ।

ଆଜି ଆମେ ଆପଣଙ୍କୁ ୧୫ ନଭେମ୍ବର ରବିବାର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ମନ ଖୁସି ରହିବ । ବ୍ୟବସାୟ ଓ ବାଣିଜ୍ୟ ସ୍ଥିତିରେ ଶିଥିଳତା ପରିଲକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ କୌଣସି ଅଭାବ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଆଜି ଆପଣଙ୍କୁ ହୁଏତ ଆପଣଙ୍କ ଉପରେ ନ୍ୟସ୍ତ ଥିବା ସାମାଜିକ ଦାୟିତ୍ଵକୁ ପୂରଣ କରିବାରେ ସମର୍ଥ ହେବେ । ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ନିଜ ଜୀବନ ସାଥୀଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ନିଜ ଶବ୍ଦ ବା ବାଣୀ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଅନ୍ୟଥା ସହଧର୍ମୀଙ୍କ ସହ ମତଭେଦ ହୋଇପାରେ । ଆଜି ଆମେ କୌଣସି ଜରୁରୀ ଜିନିଷ କିଣିବାକୁ ଯୋଜନା କରିବେ । ସନ୍ତାନଙ୍କ ସହ ହସଖୁସିରେ ଦିନଟି ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ଆପଣ ମଜାମଜଲିସରେ ଦିନଟି ଅତିବାହିତ କରିବେ । ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବା କାରଣରୁ ଚାକିରି ସମ୍ବନ୍ଧୀୟ ପ୍ରସଙ୍ଗରେ ଉନ୍ନତି କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ବ୍ୟବସାୟ ସମ୍ବନ୍ଧୀୟ ଯେଉଁ ନିଷ୍ପତ୍ତି ନେବେ ସେଥିରେ ଯଥେଷ୍ଟ ଉପକୃତ ପାଇବେ । ଆପଣଙ୍କ ସ୍ଵଭାବ ଓ ବ୍ୟବହାର ଯୋଗୁଁ ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । କିନ୍ତୁ ଅତ୍ୟାଧିକ ଖର୍ଚ୍ଚ କାରଣରୁ ମନ ଉଦାସ ରହିବ ଏବଂ କେତେକ କାର୍ଯ୍ୟ ଆଧରେ ଅଟକି ଯାଇପାରେ । ସହକର୍ମୀ, ପଡ଼ୋଶୀ କିମ୍ବା ବନ୍ଧୁବର୍ଗଙ୍କ ସାହାଯ୍ୟ, ସହାନୁଭୂତି ଲାଭକରି କାର୍ଯ୍ୟ ସାଧନ କରିବେ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ ପଶ୍ଚ୍ୟନ୍ତରେ ଅନୁତପ୍ତ ହୋଇପାରନ୍ତ । ପରିବାରରେ ଶାନ୍ତଶିଷ୍ଟର ବାତାବରଣ ରହିବ । କିନ୍ତୁ କୌଣସି ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେହିଥିରେ ଆପଣଙ୍କ ପିତାମାତା ମଧ୍ୟ ସହମତି ପ୍ରଦାନ କରିବେ । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଯୋଗୁଁ ମନ ସନ୍ତୁଷ୍ଟ ରହିବ ନାହିଁ । କିନ୍ତୁ କୌଣସି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ମନେ ରଖନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ତରବାରିଆ ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଆର୍ଥିକ ଦୃଷ୍ଟିକୋଣରୁ ଦୀର୍ଘଦିନଟି ଅତ୍ୟନ୍ତ ଭଲ ରହିବ । କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ଆପଣଙ୍କୁ ହୁଏତ ଅନ୍ୟତ୍ର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । କିନ୍ତୁ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ,ଲ ଅନ୍ୟଥା ପକେଟମାର କିମ୍ବା ଜିନିଷ ପତ୍ର ଚୋରୀ ହେବାର ଆଶଙ୍କା ରହିବ । ଘରର ଉନ୍ନତି ପାଇଁ ଗୃହିଣୀମାନେ ବଜେଟ୍ ବୃଦ୍ଧି କରିପାରିବେ । ସମାଜରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରାକୁ ନେଇ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଅସୁସ୍ଥ ଅନୁଭବ କରିବେ । ପରିବାରରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ସାମୟିକ କାଷ୍ଠଦୟାକ ରହିବ । ତଥାପି କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ ନାହିଁ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯତ୍ନ କରିବେ । ବନ୍ଧୁ ଓ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଦୀର୍ଘ ଦିନରୁ ଯେଉଁ ସବୁ ସମସ୍ୟାକୁ ନେଇ ମନ ବିଚଳିତ ହେଉଥିଲେ, ସେହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ । ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ସାମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ଆଲୋଚନା ସମୟରେ ଅନ୍ୟାୟ ବିରୋଧରେ ସ୍ଵର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେନି । କେତେକ ଗୁରୁତ୍ୱପୂର୍ଣ୍ଣ କଥାକୁ ନେଇ ଅନ୍ୟ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ରାଜନୀତିରେ ଥିବା ବ୍ୟକ୍ତିମାନେ ଲୋକସମ୍ପର୍କ ବୃଦ୍ଧି କରିବାରେ ସମର୍ଥ ହେବ । ପଡ଼ୋଶୀମାନେ ଧାର୍ମିକ କାର୍ଯ୍ୟରେ ଆପଣଙ୍କୁ ସାହାଯ୍ୟ କରିବେ । ପାରିବାରିକ ସମସ୍ୟା ଯୋଗୁଁ ମନରେ କ୍ଷୋଭ ଜାତ ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମଧୁର କଥା ମାଧ୍ୟମରେ ବନ୍ଧୁ ଏପରିକି ପରକୁ ମଧ୍ୟ ନିଜର କରିପାରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବର ସୂଚନା ରହିଛି । ସଭାସମିତିରେ ପ୍ରିୟଜନଙ୍କୁ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ । ବହୁତ ଦିନରୁ ଖୋଜୁଥିବା ଜିନିଷ ମଧ୍ୟ ସୁବିଧାରେ ପାଇଯିବେ । ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । କଳା, ସାହିତ୍ୟ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ସହଧର୍ମୀଙ୍କ ସହାୟତାରେ ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିପାରିବେ । ଜୀବନସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ହର ପାର୍ବତୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ସୁଚିନ୍ତିତ ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ ଅସୁବିଧା ରହିବ ନାହିଁ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପାଇବେ । ଜଟିଳ ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବ । ବ୍ୟବସାୟ ସମ୍ବନ୍ଧିତ କୌଣସି କିଛି ନୂଆ ପରିଯୋଜନା କାର୍ଯ୍ୟକାରୀ କରିବା ପାଇଁ ମନସ୍ଥ କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକଳାପକୁ ଦେଖି ଅତ୍ୟନ୍ତ ପ୍ରସନ୍ନ ରହିବେ । ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ । ଆଶା କରୁଥିବା ସ୍ଥାନରୁ ବନ୍ଧୁମାନଙ୍କ ସାହଯ୍ୟ ପାଇ ଦ୍ରବ୍ୟ ଲାଭ ହେତୁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦେବାଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ପାଇଁ ଦୀର୍ଘ ଦିନରୁ ଅଟକି ରହିଥିବା କାମ ଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ କରିପାରିବେ । ବ୍ୟବସାୟରେ ଆଶାନୁରୂପକ ଫଳ ପାଇବେ । ଅଫିସରେ ଉଚ୍ଚାଧିକାରୀ ଓ ସମାଜର ସମ୍ମାନନୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନ ଭାରକ୍ରାନ୍ତ ରହିବ । ଦିନର ଅନ୍ତରେ ନିକଟତର ବ୍ୟକ୍ତିଙ୍କ ସହିତ କୌଣସି ବିଷୟକୁ ନେଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । କୌଣସି ଭୁଲ୍ ସୂଚନା ପାଇପାରନ୍ତି, ଯେଉଁ କାରଣରୁ ଆପଣ ମାନସିକ ଚାପର ଶିକାର ହୋଇପାରନ୍ତି । ନିଜ ଜୀବନ ସାଥିଙ୍କ ଉପରେ ସନ୍ଦେହ କରିବେ, ଯାହାଫଳରେ ଆପଣଙ୍କ ବୈବାହିକ ଜୀବନରେ ସାମୟିକ ମତଭେଦ ସୃଷ୍ଟି ହେବ । ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବ୍ୟବସାୟ ବାଣିଜ୍ୟ ଏପରି କି ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ, ତେଣୁ ଧୌର୍ଯ୍ୟ ଧରି ପରିସ୍ଥିତିର ସମ୍ମୁଖୀନ କରନ୍ତୁ । ଆଜି ଆପଣଙ୍କ ପ୍ରତିଦ୍ୱନ୍ଦୀମାନେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ, ତେଣୁ ସତର୍କତାର ସହ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । କାର୍ଯ୍ୟ ସହ ଜଡିତ ଏପରି କୌଣସି ପରିବର୍ତ୍ତନ ବା ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ସକାଶେ ସମସ୍ୟା ସୃଷ୍ଟି କରିବ । ଷ୍ଟକ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବା ଲାଭଦାୟକ ହେବାର ସୂଚନା ରହିଛି । କୌଣସି ନୂତନ କାମରେ ଅନୁପ୍ରବେଶ କରିବା ପାଇଁ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଆତ୍ମୀୟମାନଙ୍କ ମଧ୍ୟରେ ଟଙ୍କା ପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖା ଦେଇପାରେ । ଆପଣଙ୍କ କଠୋର ବ୍ୟବହାର ଯୋଗୁଁ ଜୀବନ ସାଥିଙ୍କ ସହ ସମ୍ପର୍କରେ ମତଭେଦ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆପଣଙ୍କ ନମ୍ର ସ୍ଵଭାବ ଯୋଗୁଁ ସମାଜରେ ପ୍ରଶଂସିତ ହେବେ । ନିକଟ ସମ୍ପର୍କୀୟ ଓ ବନ୍ଧୁଙ୍କ ସହ ସମ୍ପର୍କ ଦୃଢ ରହିବ । ଆଜି ଆପଣ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । ରୋଜଗାରର ଏକ ନୂତନ ମାର୍ଗ ପାଇପାରିବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ ସମ୍ମୁଖରେ କିଛି କହିବେ ନାହିଁ ସିନା କିନ୍ତୁ ପଛରେ ସମାଲୋଚନା କରିପାରନ୍ତି । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ପ୍ରକାଶନ, ପ୍ରଶାସନ, ରଚନାତ୍ମକ କାମ, ଗବେଷଣା, ଅନୁସନ୍ଧାନ, କଳା ଓ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ । କୌଣସି ବିବାଦୀୟ ପରିସ୍ଥତିତିରେ ମଧ୍ୟସ୍ଥତା କରି ନିଜେ ହିଁ ଅପଦସ୍ଥ ହେବାକୁ ପଡିବ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ନ ରହିବାରୁ ସ୍ଵାସ୍ଥ୍ୟହାନିର ହୋଇପାରେ । ପାରିବାରିକ ସମସ୍ୟା ପଛକୁ ପକାଇ ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଧାନ୍ୟ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଚର୍ଚ୍ଚିକା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଶାରୀରିକ କ୍ଳାନ୍ତ ଓ ଆଳସ୍ୟର ବଶବର୍ତ୍ତୀ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିପାରିବେ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିପାରନ୍ତି, ତେଣୁ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଖଳ ପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି । ପାରିବାରିକ ଜୀବନ ହସଖୁସିରେ ଅତିବାହିତ କରିବେ । ପ୍ରେମ ସମ୍ବନ୍ଧୀୟ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆଜି ଆପଣଙ୍କ ମନ ଶାନ୍ତ ରହିବ । କର୍ମକ୍ଷେତ୍ରରେ ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନିଃସ୍ବାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା ଲାଭ କରିବେ ଓ ସେମାନଙ୍କ ସାନ୍ନିଧ୍ୟ ଲାଭ କରି ଅଟକି ଥିବା କାମଗୁଡିକ ତ୍ୱରାନ୍ୱିତ କରିବେ । ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ କ୍ଷେତ୍ର ସକାଶେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସ କୌଣସି କାମ ଲାଗି ଆପଣଙ୍କୁ ପ୍ରଶଂସା ମିଳିବ । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପାଖରେ ଥିବା ଲୋକଟିର କାର୍ଯ୍ୟକଳାପକୁ ନେଇ ମନରେ ସନ୍ଦେହ କରିବେ । ପରିବାରରେ ଭୁଲ୍‌ ବୁଝାମଣା ଯୋଗୁଁ କଳହ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳିଜାଇ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଆପଣଙ୍କ ମନୋବଳ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ସମସ୍ୟାର ସମାଧାନ କରିପାରିବେ ଏବଂ ବ୍ୟବସାୟର ପ୍ରସାର ପାଇଁ ବନ୍ଧୁଙ୍କ ପରାମର୍ଶ ଲୋଡିବେ । ବ୍ୟବସାୟ ଓ ପରିବହନ ତଥା ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ । କିନ୍ତୁ ଆଜି ଖର୍ଚ୍ଚାନ୍ତ ଅଧିକ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସରେ ସହକର୍ମୀ ଓ ଅଧିନସ୍ଥ କର୍ମଚାରୀ ବୃନ୍ଦ ଆପଣଙ୍କୁ ପ୍ରତିଟି କାର୍ଯ୍ୟରେ ସହାୟତା କରିବେ । ଉନ୍ନତ ଚିନ୍ତା, ନିରଳସ ଉଦ୍ୟମ, ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ । କେତେକ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ନିଜକୁ ଆଡଜଷ୍ଟ କରିବାକୁ ବାଧ୍ୟ ହେବେ । ବନ୍ଧୁମାନଙ୍କ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ମନ ମଧ୍ୟ ଖୁସି ରହିବ । ବୈବାହିକ ଜୀବନ ଆନନ୍ଦମୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ମାଣିକେଶ୍ଵରୀ ।

Be the first to comment

Leave a Reply

Your email address will not be published.


*