15 ଜୁଲାଇ 2020, ବୁଧବାର- ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ହସଖୁସିରେ

15 ଜୁଲାଇ 2020, ବୁଧବାର- ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଆଶୀର୍ବାଦରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ହସଖୁସିରେ ଅତିବାହିତ ହେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ । ରାଶ୍ୟାଧିପ ସହ କର୍ମାଧିପ ତୃତୀୟ ଏକାଦଶସ୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ଆଶା କରିଥିବା କାର୍ଯ୍ୟରେ ସଫଳତା ପାଇବେ ଓ ଅଟକି ରହିଥିବା କାମ ତ୍ୱରାନ୍ୱିତ କରିବେ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳ ପ୍ରୟୋଗ କରି କାମ ହାସଲ କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ବ୍ୟବସାୟରେ ଧନଲାଭର ସଙ୍କେତ ମିଳିବ । ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ ଓ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଦୁଃସ୍ଥାନଗତ ଶନି ହେତୁ ପ୍ରତ୍ୟେକ ସମୟରେ ବିଭିନ୍ନ ପ୍ରକାରର ଝାମେଲା ଭିତର ଦେଇ ଯିବାକୁ ପଡିବ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ପରିସରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ । ପ୍ରତିବନ୍ଧକ ହେତୁ ବ୍ୟବସାୟକୁ ସଙ୍କୁଚିତ କରିବା ପାଇଁ ଯୋଜନା କରିବେ । ଅଫିସରେ ଯେତେ ଭଲ କାର୍ଯ୍ୟ କରିଲେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ସମାଲୋଚନା କରିବେ । ପରିବାରରେ ଛୋଟିଆ ଛୋଟିଆ କଥାକୁ ଧରିଲେ ଅଶାନ୍ତି ବଢିବ ସିନା ଶାନ୍ତ ହେବ ନାହିଁ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆଜି ଆପଣଙ୍କର ଅଶାନ୍ତି ଟିକେ ବଢ଼ିପାରେ । ରାହୁ ଜନିତ ମାନସିକ ଅସ୍ଥିରତା କାରଣରୁ କୈାଣସି କାମରେ ମନ ଲାଗିବ ନାହିଁ । କର୍ମାରମ୍ଭର ପ୍ରାଥମିକ ଅବସ୍ଥାରେ ସହକର୍ମୀମାନେ ବିରୋଧାଭାଷ ପ୍ରଦର୍ଶନ କରିପାରନ୍ତି । କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ । ଅଫିସ ଅଧିକାରୀଙ୍କ ବିରୁଦ୍ଧାଚରଣ କରୁଥିବା ପରି ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇ ପାରନ୍ତି । ପରିବାରରେ ଉଭୟ ସ୍ତ୍ରୀ ଓ ସ୍ଵାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ । ଶାରୀରିକ ଏବଂ ମାନସିକ ରୂପରେ ଆଜି ସୁସ୍ଥ ରହିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆଜି ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ । କର୍ମସ୍ଥାନରେ ରାଶ୍ୟାଧିପତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରାଇବେ । କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ ଯେଉଁ କାମଟି ହାତକୁ ନେଇଛନ୍ତି, ତାହା ତ ଅବଶ୍ୟ ପୂର୍ଣ୍ଣ କରିବେ । ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସାମାଜିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ । ବ୍ୟସ୍ତତାରେ ରହିବା ସତ୍ତ୍ଵେ ମଜାମଉଜ କରିବା ପାଇଁ ସମୟ ବାହାର କରିନେବେ । ପାରିବାରିକ କ୍ଷେତ୍ରରେ ଲାଗିଥିବା ସମସ୍ୟା ଆଜି ଜଣେ ହିତୈଷୀଙ୍କ ସାହାଯ୍ୟରେ ସମାଧାନ ହୋଇଯିବ ଯାହାଫଳରେ ଘରରେ ସୁଖ ଶାନ୍ତି ବୃଦ୍ଧି ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଉତ୍ତରାଷାଢ଼ା ନକ୍ଷତ୍ରରେ ମଙ୍ଗଳ ଥିବାରୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ । ଦୀର୍ଘ ଦିନରୁ ଅଟକିଥିବା ସମସ୍ୟା ଆଜି ଆକସ୍ମିକ ଭାବରେ ସମାଧାନ ହୋଇଯିବ । ସ୍ଵାସ୍ଥ୍ୟ ଭଲ ରହିବା ସହ କାର୍ଯ୍ୟସିଦ୍ଧି ଘଟିବ । ଯାହା ଚାହୁଁଛନ୍ତି ସେହି ଅନୁସାରେ କାମ କରି ଚାଲିଲେ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଅଫିସ କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ଆଜି ଆପଣ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି । ସନ୍ତାନଙ୍କ ଅଶାନ୍ତ ମନଦେଖି ଚିନ୍ତିତ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ । ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିଜର ପୂର୍ବପ୍ରତିଶ୍ରୁତି ଅତିଥି ଅନୁଯାୟୀ ଠିକ୍‌ ସମୟରେ ଆସିପାରନ୍ତି । ଆର୍ଥିକ ଦିଗଟି ପୂର୍ବପରି ରହିବ । ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହେବେ । କ୍ରୀଡ଼ା, କଳା ସାହିତ୍ୟ, ସଙ୍ଗୀତ, ନୃତ୍ୟାଦିରେ ସୃ୍‌ଷ୍ଟି ହୋଇଥିବା ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆଜି ଦିନରେ ଆପଣଙ୍କ କୈାଣସି ଅଭାବ ରହିବ ନାହିଁ । ଗ୍ରହମାନଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ । ଅବଶ୍ୟ ଆପଣ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଖପାଖୁଆଇ ନେବା ହେତୁ କିଛି ଅସୁବିଧା ହେବ ନାହିଁ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହୋଇପାରନ୍ତି । ଅପରାହ୍ନରେ ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରି ପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଇଷ୍ଟଦେବୀଙ୍କୁ ଆରୋଧନା କରନ୍ତୁ, ସମ୍ଭାବ୍ୟ ସଙ୍କଟରୁ ମୁକ୍ତି ମିଳିପାରେ । ଏକାଦଶସ୍ଥ ଗ୍ରହମାନେ ଆପଣଙ୍କ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ । ଆକସ୍ମିକ ଭାବରେ କୌଣସି ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅତ୍ୟନ୍ତ ପ୍ରସନ୍ନ ହୋଇ ନୂଆ ଦାୟିତ୍ଵ ଦେଇପାରନ୍ତି । କିନ୍ତୁ ଆଲୋଚନା ପରିସରରେ ଭଲ କଥା କହିଲେ ମଧ୍ୟ ସହକର୍ମୀ ଓ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ । ଆର୍ଥିକ ସ୍ଥିତିରେ ସମ୍ୟକ ଭଲ ରହିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଚନ୍ଦ୍ର କର୍ମସ୍ଥାନରେ ରବିଙ୍କ ସହ ରହି ଭାଇ, ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ହାସଲ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ପରିବାରରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଆତ୍ମୀୟ ସ୍ଵଜନଙ୍କ ସହାନୁଭୂତିରୁ କେତେକ ସମସ୍ୟା ଲାଘବ ହୋଇପାରେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ସାଇରାମ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ରାଶ୍ୟାଧିପ ବୁଧ ଷଷ୍ଠଭାବକୁ ଅବଲୋକନ କରୁଥିବା ଯୋଗୁଁ ପ୍ରତ୍ୟେକ ସମସ୍ୟା ପରିସ୍ଥିତି ସମସ୍ୟାକୁ ଦୃଢତାର ସହ ସମାଧାନ କରିବାରେ ସଫଳତା ହାସଲ କରିବେ । ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ଆପଣ ମନେ ମନେ ଯାହା ଭାବୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ କ୍ଷେତ୍ରରେ ବିବାଦ ବୃଦ୍ଧି ପାଇବା କାରଣରୁ କୈାଣସି ଠିକ୍‌ ନିଷ୍ପତି ନେଇ ପାରିବେ ନାହିଁ । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆଜି ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ । ବ୍ୟସ୍ତତାରେ ରହିବା ସତ୍ତ୍ୱେ ମଜାମଉଜ କରିବା ପାଇଁ ସମୟ ବାହାର କରିନେବେ । କର୍ମକ୍ଷେତ୍ରରେ ଆଲୋଚନା ଅବସରରେ ବନ୍ଧୁଙ୍କୁ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବାଧ୍ୟ ହୋଇପାରନ୍ତି । ଅଫିସ୍‌ରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । ବୃହସ୍ପତି ନିଜଗୃହରେ କେତୁଯୁକ୍ତ କାରଣରୁ ଆପଣଙ୍କ ଯୋଜନା ଦିଗହରା ହୋଇପାରେ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲାଗିରହିଥିଲେ ମଧ୍ୟ ଆଜିର କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରେ ଉନ୍ନତି କରିବେ । ଅତି ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କୁଟକଥା କହିପାରେ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

Leave a Reply

Your email address will not be published. Required fields are marked *