15 ଅଗଷ୍ଟ 2020, ଶନିବାର- ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପାଦୃଷ୍ଟି ରହିବ । ମନୋବାଞ୍ଛିତ ଫଳ

15 ଅଗଷ୍ଟ 2020, ଶନିବାର- ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପାଦୃଷ୍ଟି ରହିବ । ମନୋବାଞ୍ଛିତ ଫଳ

15 ଅଗଷ୍ଟ 2020, ଶନିବାର- ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପାଦୃଷ୍ଟି ରହିବ । ମନୋବାଞ୍ଛିତ ଫଳ ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ ।

ଆମେ ଆପଣଙ୍କୁ ୧୫ ଅଗଷ୍ଟ, ଶନିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଅଯଥା ଚିନ୍ତା କରନ୍ତୁ କରିଲେ ମାନସିକ ଶାନ୍ତି ହରାଇ ବସିବେ । ପାରିବାରିକ ଓ କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି ଅନେକାଂଶରେ ଭଲ ରହିବ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । କର୍ମକ୍ଷେତରେ ଆଜି ଆଶାତୀତ ଲାଭ ପାଇବେ । ଅଫିସରେ ସମସ୍ତଙ୍କ ସହ ଭଲ ବୁଝାମୁଣା ରହିବ । ସାମାଜରେ ଆପଣଙ୍କ ସ୍ଥିତି ସୁଦୃଢ ରହିବ । ଈର୍ଷାକରି ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିପାରେ । ଦାମ୍ପତ୍ୟ ଜୀବନରେ ସହଧର୍ମିଙ୍କ ସହଯୋଗ ପାଇ ମନୋବଳ ଦୃଢ କରିବେ । ଅଶାନ୍ତିର ଝଡ଼ ଦୂର ହୋଇଯିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ସମଲେଇ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ନୀଚସ୍ଥ ଶୁକ୍ର ଚତୁର୍ଥାଧିପତିଙ୍କ ସହ ଅବସ୍ଥାନ କରିଥିବାରୁ ବିଭିନ୍ନ କାରଣକୁ ନେଇ ମାନସିକ ସ୍ଥିରତା ରହିବ ନାହିଁ । ତଥାପି ଚେଷ୍ଟା କରୁଥିବା କାମଟି ପାଇଁ କଠିନ ଶ୍ରମ କରିବାକୁ ପଡିବ କିନ୍ତୁ ବାଣିଜ୍ୟ, ବ୍ୟବସାୟ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଅଧିକ ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି । ମନ ଭିତରେ ଘାରି ହେଉଥିବା ଘଟଣାଗୁଡ଼ିକ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ । ସ୍ଵାସ୍ଥ୍ୟହାନି କାରଣରୁ ପ୍ରତ୍ୟେକ କାମରେ ପଛୁଆ ରହିବେ । ଆତ୍ମୀୟମାନଙ୍କ ଭିନ୍ନ ଚିନ୍ତାଧାରାର ସମାଲୋଚନା କରି ପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମନରେ ବିଶ୍ଵାସ ରଖନ୍ତୁ, ସଫଳତା ଆପଣଙ୍କ ପାଦ ଛୁଇଁବ । ଚନ୍ଦ୍ର ନିଜ ଭାବରୁ ଶନିି କ୍ଷେତ୍ରରେ ଅଷ୍ଟମସ୍ଥ ଯୋଗୁଁ ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ କୌଣସି ପ୍ରକାର ସମାଧାନର ରାସ୍ତା ପାଇବେ ନାହିଁ । ବ୍ୟବସାୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସ୍ଵାସ୍ଥ୍ୟଗତ ସମସ୍ୟାର ସମାଧାନ ହେବା କାରଣରୁ ମନକୁ ସାମୟିକ ଖୁସୀ ମିଳିବ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ନିଜର ଗୃହସଜ୍ଜା ପ୍ରତି ଆଗ୍ରହ ବଢିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ । ମଙ୍ଗଳ ରାଶ୍ୟାଧିପତିଙ୍କ ସ୍ଥାନରେ ରହିଥିବାରୁ ସାମାନ୍ୟ କଥାରେ ଉତ୍ତେଜିତ ହୋଇ ସମସ୍ୟା ସୃଷ୍ଟି କରିଇପାରେ । ବ୍ୟବସାୟ ଲାଗି ରହିଥିବା ବାଧାବିଘ୍ନ ଦୂର ହେବ । ନୂଆ କାର୍ଯ୍ୟ ଉପରେ ବିଚାର ବିମର୍ଶ କରିପାରନ୍ତି । ଅଫିସରେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି । କେତେକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ସନ୍ତୋଷୀମାତା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବ୍ୟୟଭାବସ୍ଥ ଧନାଧିପ ଯୋଗୁଁ ଅଭାବ ଅନଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେକରିବେ । ସରକାରୀ କାମରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ । ମଧ୍ୟାହ୍ନ ପରେ କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ପାଇବେ । ନିକଟ ସମ୍ପର୍କୀୟମାନଙ୍କ ସାହାର୍ଯ୍ୟରୁ ଦୀର୍ଘ ଦିନରୁ ଖୋଜୁ ଥିବା ଜିନିଷ ଆଜି ପାଇପାରିବେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ବିଭିନ୍ନ ପ୍ରକାର ବାଧାବିଘ୍ନ ସୃଷ୍ଟି କରିବ । ସାମାଜିକ ସ୍ତରରେ ଅଥବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ସନ୍ତାନଙ୍କ ପାଠପଢା ଓ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭ ରଙ୍ଗ ଲାଲ୍ । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ପୀଡ଼ା ଦୂର ହେବ । ବ୍ୟବସାୟରେ ଆର୍ଥିକ ପକ୍ଷ ମଜବୁତ ରହିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଅଫିସରେ ମଧ୍ୟ ଅତ୍ୟଧିକ କାର୍ଯ୍ୟ ସକାଶେ ମନ ବିଭ୍ରାନ୍ତ ହୋଇପାରେ । ଯାହାଫଳରେ ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଜନକଲ୍ୟାଣ କାର୍ଯ୍ୟରେ ସହଭାଗିତା କରିବେ । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ଅତି ନିକଟରେ ରହୁଥିବା ବନ୍ଧୁମାନଙ୍କ ସାହାର୍ଯ୍ୟରୁ ଉତ୍ସାହିତ ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଶୁଭଦାୟକ ରହିବ । ଶନିଙ୍କ ସ୍ଵଗୃହକୁ ଶୁଭଦୃଷ୍ଟି ଯୋଗୁଁ ସାମୁହିକ କାର୍ଯ୍ୟ, ସଂଗଠନ, ଟେକ୍‌ନିକାଲ ସମ୍ପର୍କିତ କାର୍ଯ୍ୟ, ଲୈାହ ସମ୍ବନ୍ଧିତ ବ୍ୟବସାୟରେ ସୁଫଳ ପାଇବେ । କିନ୍ତୁ କେତେକ ଦୀର୍ଘ ମିଆଦି ଯୋଜନାରେ ସଫଳତା ହାସଲ କରିବାରେ କଷ୍ଟସାଧ୍ୟ ହେବ, ଯେଉଁଥି କାରଣରୁ ସାମୟିକ ମନ ସରସତା ରହିବ ନାହିଁ । ବ୍ୟବସାୟକୁ ଭିତ୍ତି କରି ମନରେ ଯେଉଁ ନୂଆ ବିଚାର ଆସିବ ତାହା ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭ ରହିବ । ଅଫିସରେ ବାତାବରଣ ଅନୁକୂଳ ରହିବ । ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ଦାମ୍ପତ୍ୟ ଜୀବନରେ ସମଞ୍ଜସ୍ୟତା ରହିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦୂରସ୍ଥ ବନ୍ଧୁଙ୍କୁ ମନେପକାଇ ମନ ବ୍ୟାକୁଳିତ ରହିବ । ଅଷ୍ଟମସ୍ଥ ରାହୁ ଯୁକ୍ତ ଚନ୍ଦ୍ର ଅପୂରଣୀୟ ଅଭିଳାଷକୁ ନେଇ ମାନସିକ ଅଶାନ୍ତି ସୃଷ୍ଟି କରିବ । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଆପଣ ନିଜ ଯୋଜନାରେ ଲୋକମାନଙ୍କୁ ଏକମତ କରାଇ ନେବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ବ୍ୟବସାୟରେ ଆୟ ବ୍ୟୟର ତାଳମେଳ ରହିବ ନାହିଁ । ଆଜି ଅଫିସର ବାତାବରଣ ଆପଣଙ୍କ ମନକୁ ଆନନ୍ଦିତ କରାଇବ । ବିବାଦୀୟ ପରିସ୍ଥିତିରେ କିଛି ଅଘଟଣ ଆଶଙ୍କା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ମନରେ ବିଶ୍ଵାସ ରଖନ୍ତୁ, ଭଗବାନଙ୍କୁ ଆରୋଧନ କରନ୍ତୁ । ରାଶିରେ ପାପ ଗ୍ରହ ପ୍ରଭାବରେ କେତେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଧାରେ ଅଟକିଯିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ମନୋଭାବ ଦେଖାଦେବ । ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଉଚ୍ଚ ପ୍ରଶଂସିତ ହେବେ । ଆଜି ଆପଣଙ୍କ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ହର ପାର୍ବତୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୂପ ଫଳ ନ ପାଇବା କାରଣରୁ ମନ ଭଲ ରହିବ ନାହିଁ । ନୀଚ୍ଚାଂଶଗତ ଶୁକ୍ର ଓ ମଙ୍ଗଳ ପ୍ରଭାବରେ ବହୁତ ଦିନର ସୁସମ୍ପର୍କ ବାଧାପ୍ରାପ୍ତ ହେବ । ବନ୍ଧୁଙ୍କ କାର୍ଯ୍ୟକଳା ଓ ବ୍ୟବହାରରେ ଅସନ୍ତୁଷ୍ଟ ହେଲେ ମଧ୍ୟ ତୁଣ୍ଡ ଖୋଲି କିଛି କହିପାରିବେ ନାହିଁ । ବ୍ୟବସାୟ, ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ । ଚାକିରୀ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ । ଯୁକ୍ତିତର୍କ, ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ଯେତେଯାହା ସମସ୍ୟା ଆସିଲେ ମଧ୍ୟ ନୀରବତା ରକ୍ଷା କରିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: କ୍ରିମ୍ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ । ଷଷ୍ଠାଧିପତି ଚନ୍ଦ୍ର ରାଶିରେ ରହୁ ଥିବାରୁ ଋଣ ପରିଶୋଧ କରିବା ସକାଶେ ଦୁଃଶ୍ଚିନ୍ତା ଲାଗିରହିବ । ବ୍ୟବସାୟ ବାଣିଜ୍ୟରେ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିବ । ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । କାରବାରରେ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରିବାରିକ ଶୃଙ୍ଖଳା ରକ୍ଷା କରିବବାକୁ ଯାଇ ବହୁିତ କଷ୍ଟ ସ୍ବୀକାର କରିବାକୁ ପଡିବ । ପୁରାତନ ରୋଗର ପୀଡାର ପାଦୁର୍ଭାବ ବୃଦ୍ଧି ପାଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ପାରିବାରିକ ଓ କର୍ମ କ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲ ରହିବ । କାହାରି ସହିତ କଥାବାର୍ତ୍ତା ବେଳେ ବିନମ୍ର ଭାବ ରଖନ୍ତୁ । ବାଣିଜ୍ୟ ଓ ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧରଣର ରହିବ । ଅଫିସରେ କାର୍ଯ୍ୟର ଚାପ ଅଧିକ ଥିଲେ ମଧ୍ୟ ଉଚ୍ଚାଧିକାରୀଙ୍କ ସାନିଧ୍ୟ ଲାଭ କରିବେ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ଲାଭ କରି ସ୍ଥଗିତ କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । ଜିନିଷପତ୍ର ପ୍ରତି ସାବଧାନ ରୁହନ୍ତୁ, ନଚେତ ହଜିଯାଇପାରେ । ଈର୍ଷାପରାୟଣ ପୂର୍ବକ ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି । ପର କଥାକୁ ଗୁରୁତ୍ଵ ଦେଲେ ପରିବାରରେ ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

Leave a Reply

Your email address will not be published. Required fields are marked *