ଛାଡ଼ପତ୍ର ନେବା ପୂର୍ବରୁ ରାତିରେ କଣ ହୋଇଥିଲା ମଳାଇକାଙ୍କ ସହିତ, ଜାଣନ୍ତୁ ସେହି ରାତ୍ରିର ସମ୍ପୂର୍ଣ୍ଣ କାହାଣୀ !

ଛାଡ଼ପତ୍ର ନେବା ପୂର୍ବରୁ ରାତିରେ କଣ ହୋଇଥିଲା ମଳାଇକାଙ୍କ ସହିତ, ଜାଣନ୍ତୁ ସେହି ରାତ୍ରିର ସମ୍ପୂର୍ଣ୍ଣ କାହାଣୀ !

ବଲିଉଡ଼ର ଟପ୍ ଓ ହଟ୍ ଅଭିନେତ୍ରୀ ମଧ୍ୟରୁ ଏକ ମଳାଇକା ଅରୋଡ଼ା ଯିଏ ବର୍ତ୍ତମାନ ଅର୍ଜୁନ୍ କପୂରଙ୍କ ସହିତ ନିଜ ସମ୍ପର୍କକୁ ନେଇ ଖବରରେ ଛାଇ ରହିଥିଲେ । ସେମିତିରେ ତ ବର୍ତ୍ତମାନ ମଳାଇକା ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବେ କାମ କରୁନାହାନ୍ତି ସତ କିନ୍ତୁ ସେ ବଲିଉଡ଼ର ଟପ୍ ଅଭିନେତ୍ରୀ ମଧ୍ୟରୁ କମ୍ ନୁହଁନ୍ତି । ନିଜର ଆକର୍ଷକ ଶୈଳୀ ଓ ଷ୍ଟାଇଲ୍ କାରଣରୁ ସେ ଅନେକଗୁଡ଼ିଏ ଟିଭି ରିଏଲିଟି ଶୋ’ରେ ଜର୍ଜ ଭାବେ ନଜର ଆସୁଥିଲେ । ଏଥିସହିତ ସେ ଅନେକଗୁଡ଼ିଏ ଉତ୍ସବ ଗୁଡ଼ିକରେ ମଧ୍ୟ ନଜର ଆସନ୍ତି ।

ଆମେ ଆପଣଙ୍କୁ ସୁଚାଇଦେଉଛୁ ଯେ ମଳାଇକା ଓ ଅରବାଜଙ୍କ ପ୍ରେମ ବିବାହ ହୋଇଥିଲା । ଏତିକି ଯେ ମଳାଇକା ଅରବାଜଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ । କିନ୍ତୁ ଏହା ସତ୍ତ୍ୱେ ବିବାହର ୧୮ ବର୍ଷପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଲେ । ମଳାଇକାଙ୍କ ଏହି ନିଷ୍ପତ୍ତିରୁ ସମସ୍ତେ ଚକିତ ହୋଇଯାଇଥିଲେ, କେହି ବୁଝିପାରୁନଥିଲେ ଯେ ଏପରି କଣ ହେଲା ଯେ ମଳାଇକା ନିଜ ୧୮ ବର୍ଷର ବିବାହକୁ ସମାପ୍ତ କରିବା ପାଇଁ ଚାହଁନ୍ତି । ୨୦୧୭ରେ ମଳାଇକା ଓ ଅରବାଜ୍ ପରସ୍ପର ସହ ଛାଡ଼ପତ୍ର ନେବା ନିଷ୍ପତ୍ତି ନେଲେ ।

ଯଦିଓ ଯେବେଠାରୁ ଦୁହେଁ ଛାଡ଼ପତ୍ର ନେଲେ ତାଙ୍କ ଛାଡ଼ପତ୍ରକୁ ନେଇ ମିଡିଆରେ ଅନେକ ପ୍ରକାର କଥା ହେଲା କିନ୍ତୁ ଏହି ମାମଲାରେ ଅରବାଜ୍ ଓ ମଳାଇକା ଉଭୟ କୌଣସି ବୟାନ ଦେଲେ ନାହିଁ । ଏହାପରେ ସମସ୍ତେ କେବଳ ଏମାନଙ୍କ ଛାଡ଼ପତ୍ର ନେବାର କାରଣ ଅନୁମାନ କରୁଥିଲେ । କିନ୍ତୁ ପ୍ରଥମଥର ପାଇଁ ମଳାଇକା ଅରୋଡ଼ା ନିଜ ଓ ଅବାଜଙ୍କ ଛାଡ଼ପତ୍ରକୁ ନେଇ ଖୋଲାଖୋଲି ଭାବେ କଥା ହୋଇଥିଲେ । ଯଦିଓ ମଳାଇକା ଛାଡ଼ପତ୍ରର ସ୍ପଷ୍ଟ କଥା କହିଲେ ନାହିଁ କିନ୍ତୁ ଏହା କହିଲେ ଯେ ଯଦି ଆପଣ କାହା ସହିତ ଖୁସିରେ ନାହାଁନ୍ତି ତେବେ ଏହା ଭଲ ଯେ ଆପଣ ଅଲଗା ହୋଇଯିବେ ।

ସୁଚାଇଦେଉଛୁ ଯେ,ମଳାଇକା ଅରୋଡ଼ା ନିକଟରେ କରିନା କପୂରଙ୍କ ରେଡ଼ିଓ ଚ୍ୟାଟ୍ ଶୋ’ରେ ପହଞ୍ଚିଥିଲେ, ଯେଉଁଠାରେ ସେ କହିଥିଲେ ଯେ ଯେତେବେଳେ ସେ ଛାଡ଼ପତ୍ର ନେବାକୁ ଯାଉଥିଲେ ସେତେବେଳେ ତାଙ୍କ ଘର ଲୋକେ କଣ କହିଥିଲେ । ମଳାଇକା କୁହନ୍ତି “ମୋତେ ଲାଗେ ଯେ ସମସ୍ତଙ୍କ ପ୍ରଥମ ଉପଦେଶ ଥିଲା ଏହିସବୁ କର ନାହିଁ । ଯଦିଓ ଆପଣଙ୍କୁ ଏହା କିଏ କହିବେ ନାହିଁ ଯେ ଯାଆନ୍ତୁ ନିଜ ଇଚ୍ଛାରେ କରନ୍ତୁ । ଲୋକେ ସର୍ବପ୍ରଥମେ ଏହା କହିବେ ଯାହା ମଧ୍ୟ କରୁଛନ୍ତି ଚିନ୍ତା କରି କରନ୍ତୁ । ମୁଁ ମଧ୍ୟ ଏହି ସ୍ଥିତିରୁ ଗତି କରିଛି ।”

ସେପଟେ ଅଭିନେତ୍ରୀ ଏହା ମଧ୍ୟ କହିଥିଲେ, “କିନ୍ତୁ ଯେତେବେଳେ ମୋର ବନ୍ଧୁ ଓ ପରିବାର ଲୋକଙ୍କୁ ଅନୁଭବ ହେଲା ଯେ ମୁଁ ମୋ ନିଷ୍ପତ୍ତି ଉପରେ ଅଟଳ ରହିଛି ସେତେବେଳେ ସେମାନେ ମୋ ସହିତ ଛିଡ଼ା ହେଲେ । ସମସ୍ତେ କହିଲେ ଯଦି ତୁମେ ଏହି ନିଷ୍ପତ୍ତି ନେଇଛ ତେବେ ଆମକୁ ତୁମ ଉପରେ ଗର୍ବ ରହିଛି । ଆପଣ ଏକ ଶକ୍ତ ମହିଳା ଅଟ । ଯେତେବେଳେ ମୋ ପରିବାର ଲୋକେ ଏପରି କହିଲେ ସେତେବେଳେ ମୋତେ ଏଥିରୁ ଆହୁରି ସାହସ ମିଳିଲା ଯାହାର ମୋତେ ଦରକାର ଥିଲା ।” ମଳାଇକା କହିଲେ ଯେ ଘର ଲୋକଙ୍କ ସହଯୋଗ ପରେ ମୁଁ ଆହୁରି ଦୃଢ଼ ହୋଇଗଲି ଓ ନିଜ ନିର୍ଣ୍ଣୟ ଉପରେ ଆହୁରି ଅଟଳ ହୋଇଗଲି । ଏଥିସହିତ ମଳାଇକା ଇଣ୍ଟରଭିୟୁରେ ଆହୁରି ଅନେକ କଥା କହିଛନ୍ତି । ଦେଖନ୍ତୁ କରିନା ଓ ମଳାଇକାଙ୍କ ସମ୍ପୂର୍ଣ୍ଣ ଇଣ୍ଟରଭିୟୁ –

Leave a Reply

Your email address will not be published. Required fields are marked *